Advertisement

Odisha news

alt
ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ବିଧାୟକ ପ୍ରାର୍ଥୀ ଶିବ ଶଙ୍କର ଦାଶଙ୍କୁ କୋର୍ଟ ଚାଲାଣ କଲା ଗୋଷାଣୀନୂଆଗାଁ ଥାନା ପୁଲିସ। ଜାମିନ ନାମଞ୍ଜୁର ହେବାରୁ ଶିବଶଙ୍କରଙ୍କୁ ଜେଲ ପଠାଇଦିଆଯାଇଛି। ପୋଲିସ୍ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ଶିବଶଙ୍କର ଦାସ ଗିରଫ କରିଛି। କୋର୍ଟରେ ଜାମିନ ନାମଞ୍ଜୁର ପରେ ଶିବଶଙ୍କରଙ୍କୁ ଜେଲ୍‌ ପଠାଯାଇଛି। ତେବେ ସୋମବାର ପ୍ରଦୀପ ପାଣିଗ୍ରାହୀ-ଶିବଶଙ୍କର ଦାସ ହାତାହାତି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଗୋଷାଣୀ ନୂଆଗାଁ ଉତ୍କଳମଣି ୟୁପି ସ୍କୁଲ ବୁଥ ଆଗରେ ଦୁହେଁ ହାତାହାତି ହୋଇଥିଲେ। ସେପଟେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ପ୍ରଦୀପଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହି ଆକ୍ରମଣରେ ପ୍ରଦୀପଙ୍କ ବେକ ଓ
May 14,2024, 18:26 PM IST
alt
ନିର୍ବାଚନ ଯେତିକି ପାଖଉଛି ଦଳ ଦଳ ମଧ୍ୟରେ ଆକ୍ଷେପ ପ୍ରତି ଆକ୍ଷେପ ଲାଗି ରହିଛି । ଖୋର୍ଦ୍ଧା ପାଇଁ କିଏ କଣ କରିବ ତାହା ଜନସାଧାରଣଙ୍କୁ ପ୍ରତିଶୃତ ମଧ୍ୟ ଦେଉଛନ୍ତି ଆଶାୟୀ । ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ଭୋଟରଙ୍କ ମନ ଜିଣିବା ପାଇଁ ପ୍ରତିଯୋଗିତା ଜାରି ରହିଥିବା ବେଳେ ଆଜି ଖୋର୍ଦ୍ଧା ଠାରେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ରରେ 10 ବର୍ଷ ଶାସନରେ ଥିବା ବିଜେପି ଓ ରାଜ୍ୟରେ 25 ବର୍ଷ ଶାସନରେ ଥିବା ବିଜେଡି ସରକାର ଉପରେ ବର୍ଷୀଛନ୍ତି କଂଗ୍ରେସ ପ୍ରାର୍ଥୀ ସୋନାଲି ସାହୁ । ଉଭୟ ସରକାରଙ୍କୁ 25 ପ୍ରଶ୍ନ ପଚାରି ତାର ଉତ୍ତର ଆଶା ରଖିଛନ୍ତି ସେ । ଉଭୟ ସରକାର ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କ ପାଇଁ କଣ କରିଛନ୍ତି କହି ସମାଲୋଚନା କରିଛନ୍ତି । ସେହିପରି ନିର୍ବାଚନ ମଣ୍ଡଳୀର
May 13,2024, 16:26 PM IST
alt
ପବିତ୍ର ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଲାଗି ରଥ ନିର୍ମାଣର ଶୁଭାରମ୍ଭ ହୋଇଥିଲା। ତେବେ ଆଜି ରଥଖଳା ବେଶ୍ ଚଳଚଞ୍ଚଳ ହୋଇଛି। ତିନିରଥର ତିନି ମୁଖ୍ୟ ମହାରଣା ଉପସ୍ଥିତ ରହି ରଥନିର୍ମାଣ କାର୍ଯ୍ଯକୁ ଯଥାବିଧି ଅନୁସାରେ ତ୍ୱରାନ୍ୱିତ କରିଛନ୍ତି। ଅକ୍ଷୟ ତୃତୀୟା ପରଦିନ ଅର୍ଥାତ ଆଜି ପ୍ରଥମ ଦିନରେ ପରମ୍ପରା ମୁତାବକ ଚକରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। କରତିଆ ସେବକ ମାନେ ଫାସିକାଠ କାଟି ଗଡ କରୁଛନ୍ତି। ପ୍ରଥମେ ବଡଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ଵଜ ରଥର ତୁମ୍ଭ ନିର୍ମାଣ ପାଇଁ ଗୋଟିଏ କାଠଗଡି ଦିଆଯାଇଛି। ତାପରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ଗୋଟିଏ ଓ ଶେଷରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ତୁମ୍ଭ ପାଇଁ ଗୋଟିଏ ଗଡି ଦେଇଛନ୍ତି କରତିଆ ସେବକ। ତେବେ ଏହିଭଳି ୪୨ଟି ତୁମ୍ଭ ନିର୍ମାଣ କରାଯିବ। ପ୍ରଥ
May 11,2024, 18:13 PM IST
alt
ପୋଲିସ ବାବୁ ଙ୍କର ଜଣେ ଯୁବତୀ ଙ୍କ ସହ ପ୍ରେମ ପରେ ପ୍ରତାରଣ । ପ୍ରତାରିତ ଯୁବତୀ ସୁନ୍ଦେରଗଡ ରୁ ଆସି କେନ୍ଦୁଝର ଏସପି ଙ୍କ ନିକଟ ରେ ହେଲେ ଫେରାଦ । ଯୁବତୀ ଙ୍କ ଅଭିଯୋଗ ଅନୁସାରେ ପୋଲିସ ବାବୁ ଓ ଏହି ଯୁବତୀ ଜଣକ ସୁନ୍ଦରଗଡ ଜିଲ୍ଲା ରାଇବୋଗା ଅଞ୍ଚଳ । ଦୁହେଁ ଦୀର୍ଘ ପାଞ୍ଚ ବର୍ଷ ହେବ ଭଲ ପାଇ ଏକାଠି ମଧ୍ୟ ରହୁଥିଲେ। ପରବର୍ତ୍ତୀ ସମୟ ରେ ଯୁବକ ଜଣକ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ । ପରେ ରାଇବୋଗା ଥାନା ରେ ଏନେଇ ଦୁଇ ପରିବାର ପକ୍ଷରୁ ବୁଝାମଣା ହୋଇ ବିବାହ କରିବାକୁ ନିଷ୍ପତି ହୋଇଥିଲା । ହେଲେ ପୋଲିସ ବାବୁ ଜଣକ ଆଉ ଧରା ଛୁଆଁ ଦେଉନଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି । କେସ ନକରିବାକୁ ପୋଲିସ ବାବୁ ଯୁବତୀଙ୍କୁ ୩ ଲକ୍ଷ ଟଙ୍କା ର ପ୍ରଲୋଭନ ମଧ୍ୟ ଦେଖାଇଥିଲେ । ହେଲେ ଯୁବତୀ ରାଜି ନହେବାରୁ ତାଙ୍କୁ ଜୀବନରୁ ମାର
May 10,2024, 13:13 PM IST
Read More

Trending news