BJDର ବଡ଼ ଆକ୍ସନ, ନିଲମ୍ୱିତ ହେଲେ ପୂର୍ବତନ ବିଧାୟକ ପ୍ରଫୁଲ ମାଝୀ
Advertisement
Article Detail0/zeeodisha/odisha2245305

BJDର ବଡ଼ ଆକ୍ସନ, ନିଲମ୍ୱିତ ହେଲେ ପୂର୍ବତନ ବିଧାୟକ ପ୍ରଫୁଲ ମାଝୀ

Political News: ସୁନ୍ଦରଗଡ଼ ତଲସରାର ପୂର୍ବତନ ବିଧାୟକ ପ୍ରଫୁଲ ମାଝୀଙ୍କୁ ବିଜେଡିରୁ ନିଲମ୍ୱନ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ କରୁଥିବା ସୂଚନା ମିଳିବାରୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ପ୍ରତି ଏହି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଦଳର ସାଧାରଣ ସମ୍ପାଦକ ପଦରୁ ପ୍ରଫୁଲ୍ଲଙ୍କୁ ସସପେଣ୍ଡ୍ କରାଯାଇଥିବା ସୂଚନା ମିଳିଛି ।

BJDର ବଡ଼ ଆକ୍ସନ, ନିଲମ୍ୱିତ ହେଲେ ପୂର୍ବତନ ବିଧାୟକ ପ୍ରଫୁଲ ମାଝୀ

Odisha Politics: ସୁନ୍ଦରଗଡ଼ ତଲସରାର ପୂର୍ବତନ ବିଧାୟକ ପ୍ରଫୁଲ ମାଝୀଙ୍କୁ ବିଜେଡିରୁ ନିଲମ୍ୱନ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ କରୁଥିବା ସୂଚନା ମିଳିବାରୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ପ୍ରତି ଏହି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଦଳର ସାଧାରଣ ସମ୍ପାଦକ ପଦରୁ ପ୍ରଫୁଲ୍ଲଙ୍କୁ ସସପେଣ୍ଡ୍ କରାଯାଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ତଳସରାରୁ ୩ ଥର ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲା ପ୍ରଫୁଲ୍ଲ ମାଝୀ । ୨୦୦୯ ଏବଂ ୨୦୧୪ ମସିହାରେ କଂଗ୍ରେସ ଟିକଟରେ ବିଧାୟକ ଭାବେ ତଳସରାରୁ ବାଜିମାତ କରିଥିଲେ । କିନ୍ତୁ ପରେ ୨୦୨୧ ମସିହାରେ ବିଜେଡିରେ ସାମିଲ ହୋଇଥିଲେ ପ୍ରଫୁଲ୍ଲ । ତେବେ ପ୍ରଫୁଲଙ୍କ ନିର୍ଦ୍ଦିଷ୍ଟ କେଉଁ କାର୍ଯ୍ୟ ପାଇଁ ତାଙ୍କ ଉପରେ ଏପରି ଆକ୍ସନ ନିଆଗଲା ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

Also Read- Lucky Zodiac Sign: ୧୩ ମଇରେ ରବିଙ୍କ ଶୁଭ ସଂଯୋଗ, ୫ ରାଶିକୁ ଧନ ଲାଭ

Also Read- ଆରପାରିରେ ଅଭିନେତ୍ରୀ ପବିତ୍ରା ଜୟରାମ, ସଡ଼କ ଦୁର୍ଘଟଣାରେ ମୃତ୍ୟୁ