ସହରାଞ୍ଚଳରେ କମ୍‍ ଭୋଟ୍‍, ମୁଖ୍ୟନିର୍ବାଚନ ଅଧିକାରୀଙ୍କ ଅନୁରୋଧ
Advertisement
Article Detail0/zeeodisha/odisha2246446

ସହରାଞ୍ଚଳରେ କମ୍‍ ଭୋଟ୍‍, ମୁଖ୍ୟନିର୍ବାଚନ ଅଧିକାରୀଙ୍କ ଅନୁରୋଧ

ରାଜ୍ୟର ସହରାଞ୍ଚଳ ଭୋଟର ଭୋଟ ଦେବାକୁ ଆସୁ ନାହାନ୍ତି। ବ୍ରହ୍ମପୁରରେ ଏହାର ଝଲକ ଦେଖିବାକୁ ମିଳିଛି। ସକାଳ ୭ଟାରୁ ମତଦାନ ଚାଲିଥିବା ବ୍ରାହ୍ମପୁରରେ ମାତ୍ର ୨୬ ପ୍ରତିଶତ ଭୋଟଦାନ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ଏଣୁ ସହରାଞ୍ଚଳର ଭୋଟରଙ୍କୁ ନିବେଦନ କରିଛନ୍ତି ଶ୍ରୀ ଧଳ। ସେ କହିଛନ୍ତି, ଲମ୍ବା ଧାଡ଼ି କୌଣସି ବୁଥରେ ନାହିଁ। ଏଣୁ ଭୋଟରଙ୍କୁ ଘରୁ ବାହାରି ଆସି ନିଜର ମତଦାନ ସାବ୍ୟସ୍ତ କରିବାକୁ କୌଣସି କଷ୍ଟ ହେବ ନାହିଁ। ସେମାନେ ଘରୁ ବାହାରକୁ ଆସି ଭୋଟ ଦେବା ଉଚିତ।

ସହରାଞ୍ଚଳରେ କମ୍‍ ଭୋଟ୍‍, ମୁଖ୍ୟନିର୍ବାଚନ ଅଧିକାରୀଙ୍କ ଅନୁରୋଧ

ଭୁବନେଶ୍ୱର: ରାଜ୍ୟର ସହରାଞ୍ଚଳ ଭୋଟର ଭୋଟ ଦେବାକୁ ଆସୁ ନାହାନ୍ତି। ବ୍ରହ୍ମପୁରରେ ଏହାର ଝଲକ ଦେଖିବାକୁ ମିଳିଛି। ସକାଳ ୭ଟାରୁ ମତଦାନ ଚାଲିଥିବା ବ୍ରାହ୍ମପୁରରେ ମାତ୍ର ୨୬ ପ୍ରତିଶତ ଭୋଟଦାନ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ଏଣୁ ସହରାଞ୍ଚଳର ଭୋଟରଙ୍କୁ ନିବେଦନ କରିଛନ୍ତି ଶ୍ରୀ ଧଳ। ସେ କହିଛନ୍ତି, ଲମ୍ବା ଧାଡ଼ି କୌଣସି ବୁଥରେ ନାହିଁ। ଏଣୁ ଭୋଟରଙ୍କୁ ଘରୁ ବାହାରି ଆସି ନିଜର ମତଦାନ ସାବ୍ୟସ୍ତ କରିବାକୁ କୌଣସି କଷ୍ଟ ହେବ ନାହିଁ। ସେମାନେ ଘରୁ ବାହାରକୁ ଆସି ଭୋଟ ଦେବା ଉଚିତ।

ଏଯାଏ ଶାନ୍ତି ଶୃଙ୍ଖଳାର ସହ ମତଦାନ ଚାଲିଥିବା ସୂଚନା ଦେବା ସହ ଶ୍ରୀ ଧଳ କହିଛନ୍ତି ସମସ୍ତ ସଂସଦୀୟ ନିର୍ବାଚନ ମଣ୍ଡଳୀ ଭିତରୁ ବ୍ରହ୍ମପୁରରେ ମତଦାନ ହାର ସର୍ବନିମ୍ନ ରହିଛି। ଏଠାରେ ମାତ୍ର ୩୪ ପ୍ରତିଶତ ଭୋଟ୍‍ ରେକର୍ଡ କରାଯାଇଛି। ଅପରପକ୍ଷେ କଳାହାଣ୍ଡି ଓ ନବରଙ୍ଗପୁରରେ ୪୦ ପ୍ରତିଶତ ଉପରେ ମତଦାନ ହାର ରହିଛି।

କଳାହାଣ୍ଡିରେ ୪୨.୬୭, ନବରଙ୍ଗପୁରରେ ୪୨.୬୫% ଏବଂ କୋରାପୁଟରେ ୩୬.୬୪ ପ୍ରତିଶତ ମତଦାନ ରେକର୍ଡ ହୋଇଛି। ସହରାଞ୍ଚଳକୁ ଦେଖିଲେ, ବ୍ରହ୍ମପୁରରେ ୨୬.୧୪. ଛତ୍ରପୁର-୩୦%. କୋରାପୁଟ ୩୨.୨୫, ରାୟଗଡ଼ା ୩୩, ଗୋପାଳପୁର ୩୪ % ମତଦାନ ହୋଇଥିବା ଶ୍ରୀ ଧଳ କହିଛନ୍ତି। 
ବିଧାନସଭା ନିର୍ବାଚନ ମଣ୍ଡଳୀ ଭିତରୁ ସବୁଠାରୁ ଅଧିକ ଝରିଗାଁ ବିଧାନସଭାରେ ୪୬.୯% ଭୋଟଗ୍ରହଣ କରାଯାଇଛି। ଏହା ତଳକୁ ରହିଛି  ନର୍ଲା। ଏଠାରେ ୪୫.୪୮% ମତଦାନ ସାବ୍ୟସ୍ତ ହୋଇଛି।

Also Read- Lucky Zodiac Sign: ୧୩ ମଇରେ ରବିଙ୍କ ଶୁଭ ସଂଯୋଗ, ୫ ରାଶିକୁ ଧନ ଲାଭ

Also Read- Shani Nakshatra Parivartan 2024: ଆଜିଠୁ ବଦଳିବ ୩ ରାଶିର ଭାଗ୍ୟ, ମିଳିବ ଟଙ୍କା !