Weather Update: ଏପ୍ରିଲଠୁ ଅଧିକ କଲବଲ କରିବ ମେ! ଆଜି ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି
Advertisement
Article Detail0/zeeodisha/odisha2214183

Weather Update: ଏପ୍ରିଲଠୁ ଅଧିକ କଲବଲ କରିବ ମେ! ଆଜି ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି

Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଶନିବାର ଦିନ ସବୁଠୁ ଉତ୍ତପ୍ତ ସହର ଥିଲା ବାରିପଦା। ୪୫.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା। ଯାହା ପୃଥିବୀର ୧୦ଟି ଉତ୍ତପ୍ତ ସହର ମଧ୍ୟରେ ସ୍ଥାନ ପାଇଛି।  ଜଳବାୟୁ ପରିବର୍ତ୍ତନର ପ୍ରଭାବ ବୋଲି କୁହାଯାଉଛି। 

Weather Update: ଏପ୍ରିଲଠୁ ଅଧିକ କଲବଲ କରିବ ମେ! ଆଜି ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି

Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଶନିବାର ଦିନ ସବୁଠୁ ଉତ୍ତପ୍ତ ସହର ଥିଲା ବାରିପଦା। ୪୫.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା। ଯାହା ପୃଥିବୀର ୧୦ଟି ଉତ୍ତପ୍ତ ସହର ମଧ୍ୟରେ ସ୍ଥାନ ପାଇଛି।  ଜଳବାୟୁ ପରିବର୍ତ୍ତନର ପ୍ରଭାବ ବୋଲି କୁହାଯାଉଛି। ଶନିବାର ଦିନ ରାଜ୍ୟରେ ୩୦ ସହରର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା ଉପରେ ରେକର୍ଡ଼ ହୋଇଥିବା ବେଳେ ୧୩ ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଛି। 

ALSO READ: Today Horoscope: ଅସାବଧାନତା ହେତୁ ଘଟିପାରେ ବଡ଼ ବିପଦ, ଜାଣନ୍ତୁ ଆଜିର ରାଶିଫଳ ଓ କେମିତି କଟିବ ଆଜିର ଦିନ...

ନୂଆପଡାରେ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଥିବା ବେଳେ ତାଳଚେର ଓ ବଲାଙ୍ଗୀରରେ ୪୩.୬, ନୟାଗଡ଼, ଅନୁଗୋଳ ଓ କେନ୍ଦୁଝରରେ ୪୩.୫, ଝାରସୁଗୁଡାରେ ୪୩.୪୩.୨, ହୀରାକୁଦରେ ୪୧.୧, ସମ୍ବଲପୁର, ସୁନ୍ଦରଗଡ ଓ ଟିଟିଲାଗଡରେ ୪୩, ସୋନପୁରରେ ୪୨.୭, ରାଉରକେଲାରେ ୪୨.୬,  ଢେଙ୍କାନାଳ ଓ ଭବାନୀପାଟଣାରେ ୪୨,  ଚାନ୍ଦବାଲି ଓ ମାଲକାନଗିରିରେ ୪୧.୬ ଓ ଭଦ୍ରକରେ ୪୧.୫ ଡିଗ୍ରୀ ରେକର୍ଡ଼ ତାପମାତ୍ରା ରେକର୍ଡ଼ ହୋଇଛି।  

୨୨ ତାରିଖ ଯାଏଁ  ରାଜ୍ୟରେ ଉଷ୍ମ ଆଦ୍ର ସ୍ଥିତି ସାଙ୍ଗକୁ କାଳବୈଶାଖି ଜାରି ରହିବ। ଏବଂ ମେ  ୨ରୁ ୩ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ କିଛି ମାତ୍ରାରେ ଅଧିକ ରହିବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସେପଟେ, ଆଜି (ରବିବାର) ମୟୂରଭଂଜ, କେନ୍ଦୁଝର ଓ ଅନୁଗୋଳ ଜିଲ୍ଲାକୁ ଅରଂଜ୍  ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ବାଲେଶ୍ବର , ଯାଜପୁର, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ,ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା ଓ ଜଗତସିଂହପୁରର  ଗୋଟିଏ ୨ ଟି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ଆଲର୍ଟ ଜାରି ହୋଇଛି।