New Governor Raghubar Das: ନୂତନ ରାଜ୍ୟପାଳ ଭାବେ ଶପଥ ନେଲେ ରଘୁବାର ଦାସ
Advertisement

New Governor Raghubar Das: ନୂତନ ରାଜ୍ୟପାଳ ଭାବେ ଶପଥ ନେଲେ ରଘୁବାର ଦାସ

Raghubar Das: ମଙ୍ଗଳବାର ଦିନ ଓଡ଼ିଶାର ୨୬ତମ ରାଜ୍ୟପାଳ (New Governor) ଭାବେ ଶପଥ ନେଲେ ରଘୁବାର ଦାସ (New Governor Raghubar das) । ରାଜଭବନରେ (Rajbhavan) ସକାଳ ୧୧ଟା ୪୫ ମିନିଟ୍ ରେ ନୂତନ ରାଜ୍ୟପାଳଙ୍କୁ ଶପଥ ପାଠ (Oath taking ceremony) କରାଇଛନ୍ତି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ।

ସୌ(ସୋସିଆଲ ମିଡିଆ)

New Governor Raghubar Das: ମଙ୍ଗଳବାର ଦିନ ଓଡ଼ିଶାର ୨୬ତମ ରାଜ୍ୟପାଳ (New Governor) ଭାବେ ଶପଥ ନେଲେ ରଘୁବାର ଦାସ (New Governor Raghubar das) । ରାଜଭବନରେ (Rajbhavan) ସକାଳ ୧୧ଟା ୪୫ ମିନିଟ୍ ରେ ନୂତନ ରାଜ୍ୟପାଳଙ୍କୁ ଶପଥ ପାଠ (Oath taking ceremony) କରାଇଛନ୍ତି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ । ଏହି ଶପଥ ପାଠ ଉତ୍ସବରେ ମୁଖ୍ୟମନ୍ତ୍ରୀ, ବାଚସ୍ପତିଙ୍କ ସମେତ ମନ୍ତ୍ରୀ ଗଣ ଉପସ୍ଥିତ ଥିଲେ ।

ରାଜ୍ୟପାଳ (New Governor) ଭାବେ ଦାୟିତ୍ବ ନେବା ପୂର୍ବରୁ ଆଜି ଲିଙ୍ଗରାଜ ମନ୍ଦିର (lingaraj temple) ଯାଇଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ ରଘୁବର ଦାସ (Raghubar das) । ଏହାପୂର୍ବରୁ ସୋମବାର ଦିନ ସେ ପୁରୀ ଯାଇ ମହାପ୍ରଭୁଙ୍କ ମଧ୍ଯ ଦର୍ଶନ କରିଥିଲେ । ପ୍ରାୟ ୧ ଘଣ୍ଟା ଧରି ସେ ଶ୍ରୀମନ୍ଦିରରେ ସମୟ ବିତାଇବା ସହ ଶ୍ରୀଜିଉଙ୍କୁ ଦେଖି ଭାବବିହ୍ଵଳ ହୋଇପଡ଼ିଥିଲେ। କେନ୍ଦ୍ର ସରକାରଙ୍କ ବିକାଶ ଯୋଜନା କିପରି ତୃଣମୂଳ ସ୍ତରରେ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚି ସେଥିପ୍ରତି ଗୁରୁତ୍ୱ ଦେବେ ବୋଲି ରାଜ୍ୟପାଳ ରଘୁବର ଦାସ ମତ ଦେଇଥିଲେ। ରାଜ୍ୟର ପ୍ରଗତିରେ ଦେଶର ପ୍ରଗତି। ଓଡ଼ିଶାରେ ଏକପାଖିଆ ନ ହୋଇ ସୁଶାସନ କିପରି ହୋଇପାରିବ ସେ ଦିଗ ପ୍ରତି ଧ୍ୟାନ ଦିଆଯିବ। ଲୋକଙ୍କ ସମସ୍ୟା ଶୁଣିବା ପାଇଁ ୨୪ ଘଣ୍ଟା ରାଜଭବନ ଦ୍ୱାର ଖୋଲା ରହିବ ବୋଲି ସେ କହିଥିଲେ । ରାଜ୍ୟରୁ ଗରିବୀ ହଟେଇବା ତାଙ୍କର ମୂଳ ଲକ୍ଷ୍ୟ ରହିବ। ପୁରୀରୁ ଦର୍ଶନ ସାରି ସେ ସିଧାସଳଖ ରାଜଭବନରେ ପହଞ୍ଚିଥିଲେ ସେଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik ) ସ୍ୱାଗତ କରିଥିଲେ।

ଏହା ବି ପଢନ୍ତୁ-Puri News: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ରାଧା ଦାମୋଦର ବେଶରେ ଦର୍ଶନ କରୁଛନ୍ତି ବତ୍ରଧାରୀ

ପ୍ରକାଶ ଥାଉ କି, ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଦାୟିତ୍ବ  ନେଇଛନ୍ତି ରଘୁବର ଦାସ । ସେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ (Former Jharkhand CM) ଥିଲେ । ଏହାସହ ସେ ୫ ଥର ବିଧାୟକ (MLA) ଭାବେ ମଧ୍ଯ ନିର୍ବାଚିତ ହୋଇଛନ୍ତି । ବିଜେପି ଗଠନ ବେଳେ ରଘୁବର ଦଳର ପ୍ରତିଷ୍ଠାତା ସଦସ୍ୟ ଥିଲେ । ୧୯୫୫ ମସିହା ମେ ୩ରେ ସେ ଅବିଭକ୍ତ ବିହାରରେ (Bihar) ଜନ୍ମ ଗ୍ରହଣ କରିଥିଲେ ।