Thunderstorm: କାଳବୈଶାଖୀ ସମୟରେ ବଜ୍ରପାତ, ୧ ମୃତ ୨ ଗୁରୁତର
Advertisement
Article Detail0/zeeodisha/odisha2227807

Thunderstorm: କାଳବୈଶାଖୀ ସମୟରେ ବଜ୍ରପାତ, ୧ ମୃତ ୨ ଗୁରୁତର

Thunderstorm: ସନ୍ଧ୍ୟା ସମୟରେ ବିଭିନ୍ନ ଅଞ୍ଚଳରେ କାଳବୈଶାଖି ବର୍ଷା ସହ ବଜ୍ରପାତ ହୋଇଛି । ଗଞ୍ଜାମ ପାତ୍ରପୁର ବ୍ଲକ ଅଞ୍ଚଳରେ ବଜ୍ରପାତ କାରଣରୁ ଜଣଙ୍କର ମୃତ୍ୟୁ ହୋଇଥିବା ସମୟରେ ୨ ଜଣ ଆହତ ହୋଇଛନ୍ତି ।

Thunderstorm: କାଳବୈଶାଖୀ ସମୟରେ ବଜ୍ରପାତ, ୧ ମୃତ ୨ ଗୁରୁତର

Thunderstorm: ଆଜି ଦିନ ତମାମ ପ୍ରବଳ ଗରମ ଅନୁଭୂତ ହୋଇଥିବା ସମୟରେ ସନ୍ଧ୍ୟା ସମୟରେ ବିଭିନ୍ନ ଅଞ୍ଚଳରେ କାଳବୈଶାଖି ବର୍ଷା ସହ ବଜ୍ରପାତ ହୋଇଛି । ଗଞ୍ଜାମ ପାତ୍ରପୁର ବ୍ଲକ ଅଞ୍ଚଳରେ ବଜ୍ରପାତ କାରଣରୁ ଜଣଙ୍କର ମୃତ୍ୟୁ ହୋଇଥିବା ସମୟରେ ୨ ଜଣ ଆହତ ହୋଇଛନ୍ତି ।

ସୂଚନା ମୁତାବକ, ଗାଁ ନିକଟସ୍ଥ ବିଲକୁ ରାଶି ଅମଳ କରିବାକୁ ଯାଇଥିବା ସମୟରେ ବଜ୍ରପାତର ଶିକାର ହୋଇଥିଲେ ସୀମା ସାହୁ, ଶଙ୍କର ସାହୁ ଏବଂ ପଦ୍ମା ସାହୁ । ବଜ୍ରପାତରେ ୫୫ ବର୍ଷୀୟା ସୀମା ସାହୁଙ୍କର ମୃତ୍ୟୁ ହୋଇଥିବାବେଳେ ଶଙ୍କର ଏବଂ ପଦ୍ମା ଗୁରୁତର ହୋଇ ପାତ୍ରପୁର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସମସ୍ତେ ବିଲରେ କାମ କରୁଥିବା ସମୟରେ କାଳବୈଶାଖି ଆସିଥିଲା ବର୍ଷା ଆରମ୍ଭ ହେବା କ୍ଷଣେ ସମସ୍ତେ ବ୍ୟସ୍ତ ହୋଇ ବିଲରୁ ଘରକୁ ଫେରୁଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ବଜ୍ରପାତର ଶିକାର ହୋଇଥିଲେ । ସ୍ଥାନୀୟ ଲୋକେ ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସାଳୟ ପଠାଇବାରେ ସହଯୋଗ କରିଥିଲେ ।

ଅନ୍ୟପଟେ ଆଜି କାଳବୈଶାଖି କାରଣରୁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି । ଫଳରେ ଅନେକ ମୁଖ୍ୟ ରାସ୍ତାରେ ଗାଡି ଚଲାଚଳ ପ୍ରଭାବିତ ହୋଇଛି । ଦମକଳବାହିନୀ କର୍ମଚାରୀଙ୍କ ସହାୟତାରେ ରାସ୍ତାରୁ ଉପୁଡି ପଡିଥିବା ଗଛକୁ କଟାଯାଇ ରାସ୍ତା ପରିଷ୍କାର କରାଯାଉଛି ।

Also Read- Heat Wave: ରାଜ୍ୟର ଉତ୍ତପ୍ତ ସହର ପାଲଟିଲା ବାରିପଦା, ୪ ସହରରେ ୪୪ ଡିଗ୍ରୀ ପାର୍

Also Read- Guru Gochar 2024: ମଇ ୧ରେ ବୃହସ୍ପତିଙ୍କ ରାଶି ପରିବର୍ତ୍ତନ, ଏହି ରାଶି ଉପରେ ପଡିବ ପ୍ରଭାବ