Sara Tendulkar Post: ଖୁଲମଖୁଲା ପ୍ରେମକୁ ସ୍ୱୀକାର କଲେ କି ସାରା ତେନ୍ଦୁଲକର! ସେୟାର କଲେ ଏହି ସୁନ୍ଦର ଫଟୋ
Advertisement

Sara Tendulkar Post: ଖୁଲମଖୁଲା ପ୍ରେମକୁ ସ୍ୱୀକାର କଲେ କି ସାରା ତେନ୍ଦୁଲକର! ସେୟାର କଲେ ଏହି ସୁନ୍ଦର ଫଟୋ

Sara Tendulkar Post: ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ ଭାରତୀୟ ଟିମ୍। ତେବେ ଏହାକୁ ନେଇ କାଉଣ୍ଟଡାଉନ ଆରମ୍ଭ ହୋଇଥିବା ବେଳେ କ୍ରିକେଟ ଦିଗଜ୍ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ଏକ ପୋଷ୍ଟ ଏବେ ବେଶ ଭାଇରାଲ ହେବାରେ ଲାଗିଛି। ହେଲେ ଏହି ଆକାଉଣ୍ଟଟି ସାରା ତେନ୍ଦୁଲକର୍ ଙ୍କ ଆକାଉଣ୍ଟ ନୁହେଁ ବରଂ ଏହା ଏକ କ୍ରାଉଡି ଆକାଉଣ୍ଟ ଯେଉଁଥିରୁ ଏହି ପୋଷ୍ଟ ଟି କରାଯାଇଛି। 

 

Sara Tendulkar Post: ଖୁଲମଖୁଲା ପ୍ରେମକୁ ସ୍ୱୀକାର କଲେ କି ସାରା ତେନ୍ଦୁଲକର! ସେୟାର କଲେ ଏହି ସୁନ୍ଦର ଫଟୋ

Sara Tendulkar Post: ଆଜି ଭାରତ-ନ୍ୟୁଜିଲାଣ୍ଡ ବିଶ୍ୱକପ୍ ସେମିଫାଇନାଲ ମ୍ୟାଚ୍ ।  ଏହି ମ୍ୟାଚ୍ ଉପରେ ସାରା ବିଶ୍ୱର ନଜର ରହିଛି। ବିଶ୍ୱକପ୍ ୨୦୨୩ ଟୁର୍ଣ୍ଣାମେଣ୍ଟର ଲିଗ୍ ପର୍ଯ୍ୟାୟର ସମସ୍ତ ୪୫ଟି ମ୍ୟାଚ୍ ଖେଳା ସରିଛି। ୬ଟି ଟିମ୍ ନିଜ ନିଜ ବ୍ୟାଗ ପ୍ୟାକ୍ କରି ଘରକୁ ଫେରିଛନ୍ତି ଏବଂ ଚାରୋଟି ଦଳ ବିଶ୍ୱକପ ଟ୍ରଫିର ସ୍ୱପ୍ନ ସହିତ ମୁମ୍ବାଇ ଏବଂ କୋଲକାତାରେ କ୍ୟାମ୍ପ କରୁଛନ୍ତି। ଆଜି ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ ଭାରତୀୟ ଟିମ୍। ତେବେ ଏହାକୁ ନେଇ କାଉଣ୍ଟଡାଉନ ଆରମ୍ଭ ହୋଇଥିବା ବେଳେ କ୍ରିକେଟ ଦିଗଜ୍ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ଏକ ପୋଷ୍ଟ ଏବେ ବେଶ ଭାଇରାଲ ହେବାରେ ଲାଗିଛି। ସାରା ତେନ୍ଦୁଲକର୍ ଓ ଭାରତୀୟ ଟିମର କ୍ରିକେଟର ଶୁବମନ ଗିଲ୍ ଙ୍କ ସମ୍ପର୍କ ବିଷୟରେ ଅନେକ ଚର୍ଚ୍ଚା ଲାଗି ରହି ଆସିଛି। 

ହେଲେ କେବେବି ଏହି ସମ୍ପର୍କକୁ ନେଇ ଉଭୟ ମୁହଁ ଖୋଲିନଥିବା ବେଳେ ସାରା ତେନ୍ଦୁଲକର ଆଜି ଏକ ଟ୍ୱିଟର ପୋଷ୍ଟ କରିଛନ୍ତି । ସେହି ପୋଷ୍ଟରେ ଲେଖା ଅଛି Match Day  Hope IND wins ହାର୍ଟ ଇମୋଜି ସହ Play well My Man ହ୍ୟାସଟ୍ୟାଗ୍ ShubmanGill ବ୍ଲୁ ହାର୍ଟ ଇମୋଜି ସହ ହ୍ୟାସଟ୍ୟାଗ IND vs NZ । ତେବେ ଏହି ପୋଷ୍ଟଟି ୫ ଘଣ୍ଟା ପୂର୍ବରୁ ସାରା ପୋଷ୍ଟ କରିଥିବା ବେଳେ ଏହାକୁ ଖୁବ ଭଲ ରେସପନ୍ସ ମଧ୍ୟ ମିଳିଛି। ତେବେ ଏହି ଆକାଉଣ୍ଟଟି ସାରା ତେନ୍ଦୁଲକରଙ୍କ ଅଫିସିଆଲ ଆକାଉଣ୍ଟ ନୁହେଁ ଏହି ଆକାଉଣ୍ଟ ଏକ କ୍ରାଉଡି ଆକାଉଣ୍ଟ ବୋଲି ଜଣାପଡ଼ିଛି। 

fallback

ଯଦି ଦେଖିବା ଭାରତୀୟ ଟିମ୍‌ର ବ୍ୟାଟ୍ସମ୍ୟାନ୍‌ ଶୁବମନ ଗିଲ୍‌ (Cricketer Subhman Gill)  କେବଳ ତାଙ୍କ ପ୍ରଫେସନାଲ ଲାଇଫ୍‌ ନୁହେଁ ବରଂ ଲଭ୍‌ ଲାଇଫ୍‌କୁ ନେଇ ମଧ୍ୟ ବାରମ୍ବାର ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି । ବିଶ୍ୱକପ୍ ଆରମ୍ଭରରୁ ପ୍ରତିଦିନ ସୋସିଆଲ ମିଡିଆରେ ଶୁବମନ ଗିଲ୍‌ ଓ ସାରା ତେନ୍ଦୁଲକରଙ୍କ ସମ୍ପର୍କକୁ ନେଇ କିଛି ନା କିଛି ଖବର ଆସୁଛି । କିନ୍ତୁ ଏପର୍ଯ୍ୟନ୍ତ ଦୁଇ ଜଣଙ୍କ ମଧ୍ୟରୁ କେହି ତାଙ୍କର ଏହି ସମ୍ପର୍କକୁ ନେଇ କିଛି କହିନଥିଲେ । ହେଲେ ସାରା ତେନ୍ଦୁଲକରଙ୍କ ଏହି ପୋଷ୍ଟ ପରେ ସନ୍ଦେହ କରିବା ସ୍ୱାଭାବିକ ଯେ, ଏମାନଙ୍କ ମଧ୍ୟରେ 'କିଛି ସମ୍ପର୍ତ ତ ଅଛି'। ସେପଟେ କ୍ରିକେଟର ଶୁବମନ ଗିଲ୍ ଏନେଇ ମୁହଁ ଖୋଲିନାହାଁନ୍ତି । ଅନେକ ସମୟରେ ବଡ଼ ବଡ଼ ରେସ୍ତୋରାଁରେ ଏହି କପଲ୍ ଙ୍କୁ ସ୍ପଟ୍ ବି କରାଯାଇଛି । ଏହା ସହ ଭାରତୀୟ ଟିମ୍ ର ପ୍ରତିଟି ମ୍ୟାଚ୍ ରେ ସାରା ତେନ୍ଦୁଲକରଙ୍କୁ ଦେଖିବାକୁ ମିଳିଛି। 

କିଛିଦିନ ତଳେ ସାରା ଓ ଗିଲ୍ ଙ୍କ (Subhman Gill Sar Tendulkar Marriage) ବିବାହକୁ ନେଇ ବି ଚର୍ଚ୍ଚା ଜୋର ଧରିଥିଲା। ୟୁଏଇ କ୍ରିକେଟର ଚିରାଗ ସୌରୀଙ୍କ ଏକ ସାକ୍ଷାତକାର ଭିଡିଓ ଭାଇରାଲ୍ ହୋଇଥିଲା । ଏହି ଭିଡିଓରେ କ୍ରିକେଟର ସ୍ପଷ୍ଟ ଭାବେ କହିଥିଲେ ଯେ ଶୁବମନ ଗିଲ ଓ ସାରା ତେନ୍ଦୁଲକରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଅଛି । କେବଳ ଏତିକି ନୁହେଁ, ଉଭୟ ବିବାହ କରିବେ ବୋଲି ଚିରାଗ ମଧ୍ୟ କହିଥିଲେ । ଏପରିକି ଉଭୟ ନିଜ ରିଲେସନସିପ୍ ବିଷୟରେ ସ୍ପଷ୍ଟ ଭାବରେ କେବେ କହିନଥିଲେ ମଧ୍ୟ ସାରାଙ୍କ କ୍ରାଉଡି ଆକାଉଣ୍ଟରୁ ଏପରି ପୋଷ୍ଟ ତାଙ୍କ ପକ୍ଷରୁ ପ୍ରେମକୁ ସ୍ୱୀକାର ବୋଲି ଗ୍ରହଣ କରିବା ବା ନକରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।