Advertisement
Photo Details/zeeodisha/odisha2216255
photoDetails0hindi

Dubai Flood: ହାଇଟେକ୍ ସିଷ୍ଟମ ସହ ଇନଫ୍ରାଷ୍ଟ୍ରକଚର, ତଥାପି କାଇଁ ବୁଡ଼ିଗଲା ଦୁବାଇ?

Dubai Flood: ଗତ କିଛିଦିନ ତଳେ ଦୁବାଇ ରେ ହୋଇଥିବା ବର୍ଷା ପୂରା ବିଶ୍ୱକୁ ଚିନ୍ତାରେ ପକାଇଥିଲା। ଦୁବାଇରେ ଏତେ ପ୍ରବଳ ବର୍ଷା ହୋଇଥିଲା ଯେ ସମଗ୍ର ସହରର ବନ୍ୟା ଓ ଜଳମଗ୍ନ ପରିସ୍ଥିତି ସୃଷ୍ଟି କରିଥିଲା। ୭୫ ବର୍ଷ ପରେ ଦୁବାଇରେ ହୋଇଥିବା ବର୍ଷା ସମସ୍ତଙ୍କୁ ଚକିତ କରିଥିଲା। ହେଲେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଯେ, ଦୁବାଇରେ କାହିଁକି ଏପରି ବର୍ଷା ହେଲା । କ୍ଲାଉଡ୍ ସିଡିଂ ଯଥା କୃତ୍ରିମ ବର୍ଷା ଦୁବାଇରେ ବନ୍ୟା ହେବାର କାରଣ ବୋଲି ବିଶ୍ୱାସ କରାଯାଉଛି। ଏହା ପଛରେ ସତ୍ୟ କ’ଣ? ଏବଂ ପରିବେଶବିତ୍ ମାନେ କ’ଣ କହୁଛନ୍ତି । 

 

1/5

ଲଗାତାର ବର୍ଷା ଅର୍ଥାତ ୧୨ ଘଣ୍ଟାର ଲଗାଣ ବର୍ଷା ଦୁବାଇକୁ ଅସ୍ତବ୍ୟସ୍ତ କରିପକାଇଥିଲା । ପାଖାପାଖି ୨୪୮. ୫ ମିମି ବର୍ଷା ରେକର୍ଡ କରାଯାଇଥିଲା।  ସହରରେ ପାଣି ଭରିଯିବା ସହ ମେଟ୍ରୋ, ଏୟାରପୋର୍ଟ, ସପିଂମଲରେ ବି ପାଣି ଦେଖିବାକୁ ମିଳିଥିଲା। 

 

2/5

ଦୁବାଇର ଚାକଚକ୍ୟ ରାସ୍ତା ଏହି ଲଗାଣ ବର୍ଷାରେ ନିଜର ହାଇଟେକ୍ ସିଷ୍ଟମ ସହ ଇନଫ୍ରାଷ୍ଟ୍ରକଚର ସହ ସୁନ୍ଦରତାକୁ ହରାଇ ବସିଥିଲା । ଭାରତରୁ ଅନେକ ବିମାନ ସମେତ ୪୫ ରୁ ଅଧିକ ବିମାନ ବାତିଲ କରାଯାଇଥିଲା।

3/5

ଏପରି ବର୍ଷାର କାରଣ କ୍ଲାଉଡ୍ ସିଡିଂ ବୋଲି କୁହାଯାଉଛ। କ୍ଲାଉଡ୍ ସିଡିଂ ଯଥା କୃତ୍ରିମ ବର୍ଷା ପ୍ରବଳ ବନ୍ୟା ଏବଂ ବର୍ଷାର କାରଣ ହୋଇଗଲା ।  ଜଳବାୟୁ ପରିବର୍ତ୍ତନ ମଧ୍ୟରେ ଏହା ଏକ ବଡ ଅବହେଳା ଭାବରେ ବିବେଚନା କରାଯାଉଛି। 

4/5

କେବଳ ରାସ୍ତା ଘାଟ ନୁହେଁ ଘରୁ ଆସବାବପତ୍ର ଉଡ଼ିଯିବା ସହ ଡ୍ରେନେଜ୍ ରୁ ପାଣି ବାହାରି ଘରେ ପଶିବାର ଦୃଶ୍ୟ ମଧ୍ୟ ବେଶ ଭାଇରାଲ ହୋଇଥିଲା । ଯାହାକୁ ନେଇ ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ଅନେକ ସେୟାର କରାଯାଇଥିଲା। 

5/5

ୟୁଏଇରେ ବନ୍ୟା ସଙ୍କଟର ମୁକାବିଲା ପାଇଁ କ୍ଲାଉଡ୍ ସିଡିଂ ବ୍ୟବହାର କରାଯାଉଥିଲା । ବର୍ତ୍ତମାନ ପ୍ରକୃତି ସହିତ ଖେଳର ଫଳାଫଳ ସମଗ୍ର ବିଶ୍ୱ ଦେଖୁଛି । ୨୦୦୮ ଅଲିମ୍ପିକ୍ସ ସମୟରେ ମଧ୍ୟ ଚୀନ୍ ମଧ୍ୟ କୃତ୍ରିମ ବର୍ଷା କରିଥିଲା। ଟୋକିଓ ଅଲିମ୍ପିକ୍ସ ସମୟରେ ଜାପାନ ମଧ୍ୟ କ୍ଲାଉଡ୍ ସିଡିଂ କରିଥିଲା ​​। ଭାରତ ବିଷୟରେ କହିବାକୁ ଗଲେ ଆଇଆଇଟି କାନପୁର ମଧ୍ୟ ଏହାକୁ ସଫଳତାର ସହ ପରୀକ୍ଷା କରିସାରିଛି।