Advertisement
Photo Details/zeeodisha/odisha2214551
photoDetails0hindi

Today Horoscope: ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ସପ୍ତାହର ପ୍ରଥମ ଦିନ? ଜାଣନ୍ତୁ ଆଜିର ରାଶିଫଳ

Horoscope Today 22 April 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଏପ୍ରିଲ୍ ୨୨ ହେଉଛି ସୋମବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

1/12

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ ରହିବ। ନିଜ ବନ୍ଧୁଙ୍କ ସହ ଦୂର ସ୍ଥାନକୁ ଭ୍ରମଣ କରିପାରନ୍ତି। ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ମଙ୍ଗଳମୟ ରହିଛି। କର୍ମକ୍ଷେତ୍ରରୁ ଆପଣ କିଛି ଖୁସି ଖବର ପାଇ ପାରନ୍ତି। 

 

2/12

ବୃଷ: ରାଜନୀତି କ୍ଷେତ୍ରରେ ଜଡିତ ଥିବା ଲୋକଙ୍କ ପାଇଁ ଦିନଟି ଖୁବ୍ ଅନୁକୂଳ ରହିବ। କୌଣସି ସଭା ସମିତିରେ ଯୋଗ ଦେଇ ପ୍ରଂଶାସ ସାଉଁଟି ପାରନ୍ତି। କର୍ମକ୍ଷେତ୍ରରେ ସହ କର୍ମୀଙ୍କ ସହ ଲାଗି ରହିଥିବା ବିବାଦର ଅନ୍ତ ଘଟିବ।  ଆୟ-ବ୍ୟୟ ସମାନ ରହିବ। 

3/12

ମିଥୁନ: ଦେହ ଓ ମନ ଭଲ ରହିବ ନାହିଁ। ପୁରୁଣା ରୋଗକୁ ନେଇ ଚିନ୍ତିତ ରହିବେ। ଅଯଥା ଖର୍ଚ୍ଚ ବଢିବ। ଦୂରଯାତ୍ରା ବେଳେ ସାବଧାନତା ଅବଲମ୍ବନ କରନ୍ତୁ । ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତିର ଯୋଗ ରହିଛି। 

4/12

କର୍କଟ: ପରିବାରରେ ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ମନୋମାଳିନ୍ୟ ଦୂର ହେବା ସହ ଖୁସିର ଲହରି ଖେଳି ଯିବ।  ପରିବାର ସହ ଧାର୍ମିକ ସ୍ଥଳକୁ ଯାତ୍ରା କରିପାରନ୍ତି। 

 

5/12

ସିଂହ: ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଆସିବ। ବନ୍ଧୁ ମିଳିନ ହୋଇପାରେ। ନିଜ ସନ୍ତାନ ସନ୍ତତିଙ୍କ ଠାରୁ ଖୁସି ଖବର ପାଇ ପାରନ୍ତି। ସାମାଜରେ ମାନ ସମ୍ମାନ ବୃଦ୍ଧି ହୋଇପାରେ।

 

6/12

କନ୍ୟା: ପରିଶ୍ରମ ଅନୁସାରେ ଫଳ ପାଇବେ। ଆକସ୍ମିକ ଦୁର୍ଘଟଣାର ସମ୍ମୁଖିନ ହୋଇପାରନ୍ତି। ତେଣୁ, ଯାତ୍ରା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ବ୍ୟବସାୟୀଙ୍କ ପାଇଁ ଦିନଟି ଏତେ ଖାସ୍ ନାହିଁ। ଲାଭ ବଦଳରେ କ୍ଷତି ହେବାର ସମ୍ଭାବନା ରହିଛି। 

 

7/12

ତୁଳା: ଦୀର୍ଘ ଦିନର ଆଶ ଓ ଅଭିଳାସ ପୂରଣ ହେବ। ସମସ୍ତ କାର୍ଯ୍ୟରେ ପରିବାରର ପୂର୍ଣ୍ଣ ସମର୍ଥନ ପାଇବେ। କର୍ମକ୍ଷେତ୍ରରେ ପଦୋନ୍ନତି ପାଇବାର ଯୋଗ ରହିଛି । ନିଜ ବନ୍ଧୁଙ୍କ ସହ ସୁସ୍ବାଦୁ ଭୋଜନ କରିପାରନ୍ତି। ପ୍ରତ୍ୟକ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ। 

 

8/12

ବିଛା: ଆଜି ଏହି ରାଶିର ଲୋକଙ୍କ ପାଇଁ ଦିନଟି ଅଶୁଭ ରହିବ। ଯାନବାହନ ଚାଳଚଳା କରିବା ସମୟରେ ସତର୍କତା ରୁହନ୍ତୁ । ନଚେତ୍ ଦୁର୍ଘଟଣାର ଶୀକାର ହୋଇପାରନ୍ତି। ଅଯଥା ବଚସାରୁ ନିଜକୁ ଦୂରେଇ ରଖନ୍ତୁ । ନଚେତ୍ ବିବାଦରେ ଫସି ପାରନ୍ତି। 

 

9/12

ଧନୁ:ମାନସିକ ଅବସାଦ ସହ ଶାରୀରିକ ଅଧିକ କ୍ଲେଶ ବୃଦ୍ଧିପାଇବ । ଆଶାୟୀମାନେ ନିଜ ମନଲାଖି ଚାକିରି ଅଫର ପାଇପାରନ୍ତି। ଦୂରଯାତ୍ରା କରିପାରନ୍ତି। କର୍ମକ୍ଷତ୍ରରେ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରାଯିବ। ପଦୋନ୍ନତି ନେଇ ସମ୍ଭାବନା ରହିଛି। 

10/12

ମକର:  ଆକସ୍ମିକ ଧନଲାଭ ନେଇ ଯୋଗ ରହିଛି । କୌଣସି ନୂତନ ଜମି କ୍ରୟ କରିପାରନ୍ତି। ଦୂରଯାତ୍ରା ବିଫଳ ହୋଇପାରେ। ଜମିବାଡ଼ି ବିବାଦକୁ ନେଇ କୋର୍ଟ କଚେରୀକୁ ଯାଇପାରନ୍ତି।  

 

11/12

କୁମ୍ଭ: ଦିନ ଆରମ୍ଭରୁ ବିବାଦରେ ଛନ୍ଦି ହୋଇପାରନ୍ତି। କର୍ମକ୍ଷେତ୍ରରେ ବିଶେଷ କରି ଆଜି ଷଡଯନ୍ତ୍ରର ଶିକାର ହୋଇପାରନ୍ତି। ତେଣୁ ନିଜ ସହକର୍ମୀଙ୍କ ସହ କଥାବାର୍ତ୍ତା ହେବା ସମୟରେ ଦେଖି ଚାହିଁ କଥା ହୁଅନ୍ତୁ। 

12/12

ମୀନ: ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ପ୍ରେମ ଜୀବନରେ ମଧୁରତା ଭରିଯିବ। ନିଜ ଜୀବନ ସାଥୀଙ୍କ ସହ କିଛି ସମୟ ଅତିବାହିତ କରିପାରନ୍ତି।  ଖର୍ଚ୍ଚାନ୍ତ ହେବାର ସମ୍ଭାବନା ରହିଛି । ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ।