Shukra Gochar 2024: ଶୁକ୍ର କରିବେ ରାଶି ପରିବର୍ତ୍ତନ, ସତର୍କ ରୁହନ୍ତୁ ଏହି ୨ଟି ରାଶିର ବ୍ୟକ୍ତି
Advertisement
Article Detail0/zeeodisha/odisha2181292

Shukra Gochar 2024: ଶୁକ୍ର କରିବେ ରାଶି ପରିବର୍ତ୍ତନ, ସତର୍କ ରୁହନ୍ତୁ ଏହି ୨ଟି ରାଶିର ବ୍ୟକ୍ତି

Shukra Gochar 2024: ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ, ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟ ପରେ ରାଶି ନକ୍ଷତ୍ର ପରିବର୍ତ୍ତନ କରିଥାନ୍ତି । ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ମାର୍ଚ୍ଚ ୩୧ ତାରିଖରେ ଶୁକ୍ର ମୀନ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ତେବେ ଏହାର ପ୍ରଭାବରେ କେଉଁ ରାଶିର ବ୍ୟକ୍ତିବିଶେଷଙ୍କୁ ଅଧିକ ସତର୍କ ରହିବାକୁ ପଡିବ ଆସନ୍ତୁ ଜାଣିବା ।

Shukra Gochar 2024: ଶୁକ୍ର କରିବେ ରାଶି ପରିବର୍ତ୍ତନ, ସତର୍କ ରୁହନ୍ତୁ ଏହି ୨ଟି ରାଶିର ବ୍ୟକ୍ତି

Shukra Gochar 2024 in Meen Rashi: ଆପଣଙ୍କ ଜୀବନରେ ଧନ ଏବଂ ସମୃଦ୍ଧତା ପାଇଁ ଶୁକ୍ରଙ୍କର ବିଶେଷ ଗୁରୁତ୍ୱ ରହିଛି । ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଶୁକ୍ର ମଧ୍ୟ ରାଶି ପରିବର୍ତ୍ତନ କରିଥାନ୍ତି । ଶୁକ୍ରଙ୍କ ରାଶି ପରିବର୍ତ୍ତନ ବିଭିନ୍ନ ରାଶି ନକ୍ଷତ୍ରର ବ୍ୟକ୍ତିବିଶେଷଙ୍କୁ ପ୍ରଭାବିତ କରିଥାଏ । ବୈଦିକ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଶୁକ୍ର ୨୦୨୪ ମାର୍ଚ୍ଚ ମାସର ୩୧ ତାରିଖ ଦିନ ରାତି ୦୪.୦୫ ମିନିଟ୍ ସମୟରେ ମୀନ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଶୁକ୍ରଙ୍କ ଏହି ରାଶି ପରିବର୍ତ୍ତନ ସମସ୍ତ ୧୨ ରାଶିର ବ୍ୟକ୍ତିବିଶେଷଙ୍କୁ ବିଶେଷ ଭାବେ ପ୍ରଭାବିତ କରିବ । ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ, ଯେଉଁ ବ୍ୟକ୍ତିମାନଙ୍କର ରାଶିରେ ଶୁକ୍ର ଉଚ୍ଚ ସ୍ଥିତିରେ ଅଛନ୍ତି ସେମାନେ ସୁଖ ଏବଂ ସମୃଦ୍ଧତା ପାଆନ୍ତି । କିନ୍ତୁ ଯଦି ଶୁକ୍ରଙ୍କ ସ୍ଥିତି ସୁଦୃଢ ନଥାଏ ତେବେ ଏହାର ପ୍ରଭାବରୁ ଅନେକ ପ୍ରକାରର ସମସ୍ୟା ଉପୁଜିଥାଏ । ଏପରି ପରିସ୍ଥିତିରେ, ଶୁକ୍ରଙ୍କ ଚଳନ କାରଣରୁ କେଉଁ ରାଶିର ବ୍ୟକ୍ତିବିଶେଷଙ୍କୁ ସତର୍କ ରହିବାକୁ ପଡିବ ଆସନ୍ତୁ ଜାଣିବା ।

ମିଥୁନ ରାଶି
ଆପଣଙ୍କୁ ଶୁକ୍ରଙ୍କ ଚଳନ ସମୟରେ ଅଧିକ ଯତ୍ନବାନ ହେବା ଆବଶ୍ୟକ । ଏହି ସମୟ ମଧ୍ୟରେ ଆପଣଙ୍କର ଖର୍ଚ୍ଚରେ ବୃଦ୍ଧି ହୋଇପାରେ । ଏଥିସହ ଆପଣଙ୍କ ସାଥୀଙ୍କ ସହ ମତଭେଦ ସୃଷ୍ଟି ହୋଇପାରେ । ଏହି ଅବଧି ମଧ୍ୟରେ ଯୁକ୍ତିତର୍କରୁ ଦୂରେଇ ରହିବା ଆବଶ୍ୟକ । ଏହା ବ୍ୟତୀତ ଆପଣଙ୍କ ଅଳସୁଆପଣ ଅନେକ ଜିନିଷ କ୍ଷତି କରିପାରେ । ନିଜର କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ସାବଧାନ ରୁହନ୍ତୁ ନଚେତ୍ କ୍ଷତି ହୋଇପାରେ ।

ତୁଳା ରାଶି
ଶୁକ୍ରର ଚଳନ ଆପଣଙ୍କ ପାଇଁ ଶୁଭ ହେବ ନାହିଁ । ଏହି ସମୟରେ ଆପଣଙ୍କ ଜୀବନରେ ଅନେକ ପ୍ରକାରର ଚ୍ୟାଲେଞ୍ଜ ସୃଷ୍ଟି ହୋଇପାରେ । ଅର୍ଥ ବ୍ୟୟ ହେବାର ସମ୍ଭାବନା ରହିଛି । ବ୍ୟବସାୟ ଏବଂ କର୍ମକ୍ଷେତ୍ରରେ ବାଧା ସୃଷ୍ଟି ହୋଇପାରେ । ଭାବିଚିନ୍ତି ଟଙ୍କା ଖର୍ଚ୍ଚ କରନ୍ତୁ । ଏହି ସମୟରେ ପୁଞ୍ଜି ବିନିଯୋଗ କରନ୍ତୁ ନାହିଁ ନଚେତ୍ ଆପଣ କ୍ଷତି ସହିପାରନ୍ତି । ଆପଣଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ ଏବଂ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ । ମାନସିକ ଚାପ ଆପଣଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ । ଚିନ୍ତାରୁ ମୁକ୍ତି ରହିବା ପାଇଁ ଯୋଗ ଏବଂ ଧ୍ୟାନ କରନ୍ତୁ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)