Advertisement
trendingPhotos2234566
photoDetails1hindi

ଦଳୀୟ ପ୍ରାର୍ଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, ଦେଖନ୍ତୁ ଆଜିର ଝଲକ

କୋରାପୁଟ ଏବଂ ନବରଙ୍ଗପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ପ୍ରସାର କରିବା ସହ ଜନସାଧାରଣଙ୍କୁ ଭୋଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ।

1/7

କୋରାପୁଟର ଓଏମ୍‍ପି ପଡ଼ିଆରେ ଆଜି ଏକ ବିଶାଳ ସଭା ଆୟୋଜନ ହୋଇଥିଲା । ଏହି ସଭାରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇଥିଲେ ।

2/7

ଉପସ୍ଥିତ ବିଶାଳ ଜନସମୁଦ୍ରର ହର୍ଷ ଉଲ୍ଲାସ ଓ କରତାଳି ମଧ୍ୟରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ୭ଟି ପ୍ରଶ୍ନ ପଚାରିଥିଲେ ।

3/7

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ମମତା ଯୋଜନା, ମିଶନ ଶକ୍ତି, ନୂଆ-ଓ ସ୍କଲାରସିପ୍‌, କାଳିଆ ଯୋଜନା, ପୁରୀ ପରିକ୍ରମା ପ୍ରକଳ୍ପ  ସମ୍ପର୍କରେ ଜନସାଧାରଣଙ୍କୁ ପ୍ରଶ୍ନ କରିଥିଲେ ନବୀନ ।

4/7

ଭିକେ ପାଣ୍ଡିଆନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ସଭାରେ ସାମିଲ ହୋଇ ବିଜୁ ଜନତା ଦଳ ପାଇଁ ପ୍ରଚାର କରିଥିଲେ ।

5/7

ନବରଙ୍ଗପୁରର ମାଝିଗୁଡ଼ାଠାରେ ମଧ୍ୟ ଅବିକଳ ଏକ ସଭା ଆୟୋଜନ କରାଯାଇଥିଲା। ସମସ୍ତ ବିଧାୟକ ଓ ସାଂସଦ ପ୍ରାର୍ଥୀ ଏଠାରେ ଉପସ୍ଥିତ ଥିଲେ

 

6/7

ଜନସାଧାରଣ ଏତେ ଖରାରେ ସଭାକୁ ଆସିଥିବା କାରଣରୁ ଧନ୍ୟବାଦ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

7/7

ବିଜୁ ଜନତା ଦଳର କର୍ମୀ ଏବଂ ସମର୍ଥକମାନେ ନବୀନଙ୍କ ଉପସ୍ଥିତିରେ ଜିନ୍ଦାବାଦ କହିଥିଲେ।

ट्रेन्डिंग फोटोज़