Odisha Weather: ସକାଳୁ ଅସହ୍ୟ ତାତି: ସାଢେ ୮ଟା ସୁଦ୍ଧା ୩୬ ଡିଗ୍ରୀ ଟପିଲା ପାରଦ
Advertisement
Article Detail0/zeeodisha/odisha2220360

Odisha Weather: ସକାଳୁ ଅସହ୍ୟ ତାତି: ସାଢେ ୮ଟା ସୁଦ୍ଧା ୩୬ ଡିଗ୍ରୀ ଟପିଲା ପାରଦ

Odisha Weather: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଉପରମୁହାଁ ହେଉଛି ପାରଦ। ଆଜି ମଧ୍ୟ ତାତିର ପ୍ରକୋପ ରାଜ୍ୟରେ ଜାରି ରହିଛି । ସକାଳୁ ସକାଳୁ ଅସହ୍ୟ ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡି଼ଛନ୍ତି ରାଜ୍ୟବାସୀ। ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ବାଲେଶ୍ବର ଓ ଅନୁଗୁଳ ଉତ୍ତପ୍ତ ସହର ପାଲଟିଛି। 

ସୌଜନ୍ୟ-ସୋସିଆଲ୍ ମିଡିଆ

Odisha Weather: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଉପରମୁହାଁ ହେଉଛି ପାରଦ। ତାତି ପାଇଁ ସକାଳ ୮ଟା ପରୁ ଘରୁ ବାହାରିବା ମୁସ୍କିଲ୍ ହୋଇପଡୁଛି । ଜରୁରୀ କାମ ନ ଥିଲେ ଲୋକେ ବାହାରକୁ ଯିବା ପାଇଁ ମନ ବଳାଉ ନାହାଁନ୍ତି। ଆଉ ଘରୁ ବାହାରକୁ ଯିବା ସମୟରେ ହାତରେ ପାଣି ବୋତଲ ଓ ଛତା ନବାକୁ ବି ଭୁଲୁ ନାହାଁନ୍ତି । ତେବେ, ଆଜି ମଧ୍ୟ ତାତିର ପ୍ରକୋପ ରାଜ୍ୟରେ ଜାରି ରହିଛି । ସକାଳୁ ସକାଳୁ ଅସହ୍ୟ ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡି଼ଛନ୍ତି ରାଜ୍ୟବାସୀ। ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ବାଲେଶ୍ବର ଓ ଅନୁଗୁଳ ଉତ୍ତପ୍ତ ସହର ପାଲଟିଛି। 

ALSO READ: Weather Update: ରାଜ୍ୟରେ ଆଜିଠୁ ଆହୁରି ବଢ଼ିବ ତାତି, ସତର୍କ କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର

ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ଅନୁଗୁଳ ଓ ବାଲେଶ୍ୱରରେ ତାମପାତ୍ରା ସକାଳୁ ୩୬ ଡିଗ୍ରୀ ପାର କରିଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ବାରିପଦାରେ ୩୫ ଡିଗ୍ରୀ, ଭବାନୀପାଟଣାରେ ୩୫ ଡିଗ୍ରୀ, ତାଳଚେରରେ ୩୫.୨ ଡିଗ୍ରୀ ଓ କେନ୍ଦୁଝରରେ ତାପମାତ୍ରା ୩୪.୮ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି କଟକରେ ୩୪.୬ ଡିଗ୍ରୀ, ଭୁବନେଶ୍ୱରରେ ୩୩.୮ ଓ  ଝାରସୁଗୁଡାରେ ୩୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଆସନ୍ତାକାଲି ୨୩ ଜିଲ୍ଲାକୁ ସିଭିୟର ହିଟ୍ ଓ୍ବେଭ୍ ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ହୋଇଥିବା ବେଳେ ୨୭ରେ ୨୯ ଜିଲ୍ଲାକୁ ଏନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ରହିଛି।