Top 10 News Headlines: ଇସ୍ତଫା ଦେଲେ ବିଜେପି ନେତା, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2250050

Top 10 News Headlines: ଇସ୍ତଫା ଦେଲେ ବିଜେପି ନେତା, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Headlines: ଇସ୍ତଫା ଦେଲେ ବିଜେପି ନେତା, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

H1.  Former MLA Ramaranjan Baliarsing resigned from BJP: ଇସ୍ତଫା ଦେଲେ ରମାରଞ୍ଜନ ବଳିୟାରସିଂହ
ସତ୍ୟବାଦୀର ପୂର୍ବତନ ବିଧାୟକ ତଥା ବିଜେପି ନେତା ରମାରଞ୍ଜନ ବଳିୟାର ସିଂହ ଆଜି ଦଳରୁ  ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଲେଖିଛନ୍ତି। ଲଗାତାର ଭାବେ ସତ୍ୟବାଦୀ ଓ ତାଙ୍କୁ ପ୍ରତାରିତ କରିଥିବାରୁ ସେ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିବା କହିଛନ୍ତି। ଏଥର ଟିକଟ ପାଇଁ ସେ ଆଶାୟୀ ଥିଲେ କିନ୍ତୁ ବିଜେପି ତାଙ୍କୁ ଅବହେଳା କରିଥିଲା। 

H2. CM’s Roadshow: ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ରୋଡ୍‍ ଶୋ’ କରିବେ। ଏହି ରୋଡ୍‍ ଶୋ’ ଗଙ୍ଗନଗର ଛକରୁ ବାହାରିବ। ଯାହା ରୂପାଲିଛକ ଦେଇ ଶିଶୁଭବନ ଯାଏ  ଯିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଯେମିତି ବିଶୃଙ୍ଖଳା ନହେବ ସେଥିଲାଗି ପୁଲିସ ବାରିକେଡ୍‍ କରିଛି। ଟ୍ରାଫିକ ନିୟନ୍ତ୍ରଣ ଲାଗି ମଧ୍ୟ ପରାମର୍ଶ ସୂଚିକା ଜାରି କରିଛି। 

H3. Traffic restrictions in Bhubaneswar City: ରୋଡ ଶୋ ପାଇଁ ଟ୍ରାଫିକ କଟକଣା
ଅପରାହ୍ଣ ସାଢେ ଚାରିଟାରୁ ଭୁବନେଶ୍ୱରର ବିଭିନ୍ନ ମୁଖ୍ୟ ମାର୍ଗରେ ଗାଡ଼ ଚଳାଚଳ ଉପରେ କଟକଣା ରହିବ। ଗଙ୍ଗନଗର ଛକରୁ ଏଲ୍‍ଆଇସି କାର୍ଯ୍ୟାଳୟ, ଗୋପବନ୍ଧୁ ଛକ, ଓୟୁଏଟି ଅତିଥିଭବନ, ୟୁନିଟ-୮ ଡିଏଭି, ଏଚଡିଏଫସି ବ୍ୟାଙ୍କ, ବାଲୁଙ୍କେଶ୍ୱର ମନ୍ଦିର, ମମତାଜ ଅଲ୍ଲୀ ସ୍କୁଲ, ବେହେରାସାହି, ନିକୋ ପାର୍କ, ବାୟାବାବା ମଠ, ରୂପାଲିଛକ, ରାମ ମନ୍ଦିର ଛକ, ମାଷ୍ଟର କ୍ୟାଣ୍ଟିନ୍‍ ଦେଇ  ଶିଶୁ ଭବନ ଯାଏ ମୁଖ୍ୟମନ୍ତ୍ରୀଙ୍କ ଶୋଭାଯାତ୍ରା ଯିବାକୁ ସ୍ଥିର ହୋଇଥିବାରୁ ଗାଡ଼ି ଚଳାଚଳ ଉପରେ ରୋକ ଲାଗିଛି। ଏପରିକି ଶୋଭାଯାତ୍ରାର କିଛି ସମୟ ପୂର୍ବରୁ ସଚିବାଳୟ ମାର୍ଗ, ଜନପଥ ଏବଂ ବିଦ୍ୟୁତ୍‍ ମାର୍ଗକୁ ସିଲ କରାଯିବାର ଆଶଙ୍କା ରହିଛି। 

H4. Nadda to host Roadshow: ଜେପି ନଡ୍ଡାଙ୍କ ଭୁବନେଶ୍ୱରରେ ଆଜି ଶୋ’
ବିଜେପି ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା ଆଜି ପୁରୁଣା ଭୁବନେଶ୍ୱରରେ ରୋଡ୍‍ ଶୋ’ରେ ଯୋଗ ଦେବେ। ସକାଳ ୯ଟା ୩୦ ମିନିଟରୁ ଏହି ରୋଡ୍‍ ଶୋ’ ବାରିକ ସାହିରୁ ବାହାରି ଲିଙ୍ଗରାଜ ମନ୍ଦିର ଅଭିମୁଖୋ ଯିବ। ଏହାପରେ ଶ୍ରୀ ନଡ୍ଡା ବରଗଡ଼ ଜିଲ୍ଲା ପଦ୍ମପୁର ଗସ୍ତରେ ଯିବେ। ସେଠାରେ ଅପରାହ୍ଣରେ ନିର୍ବାଚନ ସଭାରେ ଯୋଗ ଦେଇ ସାଢ଼େ ୩ଟା ବେଳେ ସୁନ୍ଦରଗଡ଼ର ଶଙ୍କରା ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ। 

H5. BJP Heavy weights in Odisha: ବିଜେପି ପାଇଁ ହେବିୱେଟଙ୍କ ପ୍ରଚାର
ବିଜେପି ପକ୍ଷରୁ ଆଜି ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଲାଗି ବିଭିନ୍ନ ଜାତୀୟସ୍ତରରର ନେତାଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ବାଚସ୍ପତି ଓମ୍‍ ବିର୍ଲା ଙ୍କ ଭଳି ନେତା ଯୋଗ ଦେବେ।

H6. Hema Malini to address Odisha People: ଓଡିଶା ଆସିବେ ହେମା ମାଳିନୀ
ବିଜେପି ନେତ୍ରୀ ତଥା ଅଭିନେତ୍ରୀ ହେମା ମାଲିନୀ ଆସନ୍ତା କାଲି ଭୁବନେଶ୍ୱର ଆସିବେ। ବିଜେପି ପ୍ରାର୍ଥୀଙ୍କ ଲାଗି ସେ ବିଭିନ୍ନ ପ୍ରଚାର ସଭାରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱରର ସାଲିଆସାହି, କଟକ କିଶୋର ନଗର ଏବଂ ପୁରୀର ପିପିଲିଠାରେ ସେ ତିନି ନିର୍ବାଚନ ମଣ୍ଡଳୀ ଲାଗି ପ୍ରଚାର କରିବେ।

H7. Kharge to address in Kandhamal: କନ୍ଧମାଳରେ ଖଡ଼ଗେଙ୍କ ପ୍ରଚାର
ଆଜି ଅପରାହ୍ନରେ କଗ୍ରେସର ରାଷ୍ଟ୍ରୀୟ ଅଧକ୍ଷ ମଲ୍ଲିକା ଅର୍ଜୁନ ଖଡ଼ଗେ କନ୍ଧମାଳ ଗସ୍ତରେ ଆସି ଦଳୀୟ ପ୍ରଚାର କରିବା ସହ ଏକ ସାଧାରଣ ସଭାରେ ଉଦବୋଧନ ଦେବେ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପିସିସି ସଭାପତି ଶରତ ପଟନାୟକ। କନ୍ଧମାଳ ଲୋକସଭା ଆସନ ରେ ବିଜେଡି, ବିଜେପି ଷ୍ଟାର  କ୍ୟାମ୍ପନ ପ୍ରଚାର କରିସାରିଥିବା ବେଳେ, କଂଗ୍ରେସ ଆଜି ଶକ୍ତି ପ୍ରଦର୍ଶନ କରିବ। କଂଗ୍ରେସ ର ରାଷ୍ଟ୍ରୀୟ ଅଧକ୍ଷ ପ୍ରଥମ  ଥରପାଇଁ  କନ୍ଧମାଳ ଆସୁଥିବା ବେଳେ, ସମସ୍ତଙ୍କ ନଜର ରହିଛି,, ସେଥିପାଇଁ ପାର୍ଟି ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି.

H8. CAA Executed: ୧୪ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ
ନାଗରିକତା ସଂଶୋଧନ ଆଇନ (ସିଏଏ) କାର୍ଯ୍ୟକାରୀ ହୋଇଛି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ୧୪ ଜଣ ଶରଣାର୍ଥୀଙ୍କୁ ଏହି ଆଇନ ଅନୁସାରେ ନାଗରିକତା ପ୍ରଦାନ କରାଯାଇଛି। ଏମାନେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଭାରତରେ ଶରଣାର୍ଥୀ ଭାବେ ରହିଛନ୍ତି। ୨୦୧୯ ଡିସେମ୍ବରରେ ଏହି ବିଲ୍‍ ପାରିତ ହୋଇଥିଲା। ମାର୍ଚ୍ଚ ୧୧ ତାରିଖରେ ଆଇନ କାର୍ଯ୍ୟକାରୀତା ନେଇ ଗେଜେଟ୍‍ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଅତ୍ୟାଚାରର ଶିକାର ହୋଇ ପଡ଼ୋଶୀ ଦେଶମାନଙ୍କର ଧାର୍ମିକ ସଂଖ୍ୟାଲଘୁ ବ୍ୟକ୍ତି ଯେଉଁମାନେ ଭାରତରେ ଶରଣାର୍ଥୀ ହେଉଛନ୍ତି ସେମାନଙ୍କୁ ନାଗରିକ ଭାବେ ଗ୍ରହଣ କରିବା ଲାଗି ଏହି ଆଇନ ବ୍ୟବସ୍ଥା କରିଛି। 

H9. TMC to Support INDIA Bloc: ଇଣ୍ଡିଆ ମେଣ୍ଟକୁ ଦିଦିଙ୍କ ସମର୍ଥନ
କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟକୁ ସମର୍ଥନ ଦେବ ତୃଣମୂଳ କଂଗ୍ରେସ। ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‍ସି ମୁଖ୍ୟ ମମତା ବାନାର୍ଜୀ ଏନେଇ ସ୍ପଷ୍ଟ କରିଛନ୍ତି। ଏହି ସମର୍ଥନ ନିର୍ବାଚନ  କେନ୍ଦ୍ରରେ ସରକାର ଗଡ଼ିବା ଲାଗି ଉଦ୍ଦିଷ୍ଟ ହେବ। 

H10. Heatwave alert for Delhi: ଦିଲ୍ଲୀକୁ ହିଟୱେଭ ଆଲର୍ଟ
ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ବିଗତ କିଛିଦିନ ହେଲା କାଳବୈଶାଖୀ ହେତୁ ତାତିରୁ ଆଶ୍ୱସ୍ତି ମିଳିଥିବା ରାଜ୍ୟ ପାଇଁ ଆସନ୍ତା କିଛିଦିନ ପୁଣି ଗରମ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ଦିଲ୍ଲୀ, ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶରେ ଗ୍ରୀଷ୍ମ ପ୍ରବାହ ସହ ଲୁ ପ୍ରବାହିତ ହେବା ଆଶଙ୍କା ରହିଛି। ଏଠାରେ ତାପମାତ୍ରା ୪୫ ଡିଗ୍ରୀ ପହଞ୍ଚିବା ଆଶଙ୍କା କରାଯାଇଛି। ଶନିବାର ଯାଏ ଏପରି ପାଗ ରହିବ।