South Korea: ଓଜନ କମ ପାଇଁ ଜେଲ ଗଲେ ବ୍ୟକ୍ତି; ଜାଣନ୍ତୁ ପୁରା ଘଟଣାକ୍ରମ
Advertisement
Article Detail0/zeeodisha/odisha2156838

South Korea: ଓଜନ କମ ପାଇଁ ଜେଲ ଗଲେ ବ୍ୟକ୍ତି; ଜାଣନ୍ତୁ ପୁରା ଘଟଣାକ୍ରମ

South Korea News: ଓଜନ କମ କରିବା ପାଇଁ ଜଣେ ଦକ୍ଷିଣ କୋରିଆ ବ୍ୟକ୍ତିଙ୍କୁ ଜେଲ ଯିବକୁ ପଡ଼ିଛି।

 South Korea: ଓଜନ କମ ପାଇଁ ଜେଲ ଗଲେ ବ୍ୟକ୍ତି; ଜାଣନ୍ତୁ ପୁରା ଘଟଣାକ୍ରମ

south korean man imprisoned for underweight: ଦକ୍ଷିଣ କୋରିଆ ସେନାବାହିନୀ ସମ୍ପର୍କରେ ଏକ ଚକିତ କରିବା ଭଳି ଖବର ଆସିଛି। ଦେଶରେ କାର୍ଯ୍ୟକାରୀ ହେଉଥିବା ବାଧ୍ୟତାମୂଳକ ସାମରିକ ସେବାକୁ ଏଡାଇବା ପାଇଁ ଜଣେ ଦକ୍ଷିଣ କୋରିଆ ବ୍ୟକ୍ତି ଜାଣିଶୁଣି ଓଜନ ହ୍ରାସ କରିବାକୁ ନିଜକୁ ଭୋକିଲା ରଖିଥିଲେ। ଏବେ ଏହି ମାମଲାରେ ଏକ କୋର୍ଟ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ସ୍ଥାନୀୟ ଗ୍ୱାଙ୍ଗଜୁ ଜିଲ୍ଲା କୋର୍ଟ କହିଛନ୍ତି ଯେ ସେ ୨୨ ବର୍ଷୀୟ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଦେଶର ସାମରିକ ସେବା ଆଇନକୁ ଉଲ୍ଲଂଘନ କରିଛି। ଯେଉଁଥିରେ ସମସ୍ତ ସକ୍ଷମ ପୁରୁଷଙ୍କୁ ଅତି କମରେ ୧୮ ମାସ ଦେଶରେ ସେନାବାହିନୀରେ ସେବା କରିବାକୁ ହୋଇଥାଏ। 

ବ୍ରିଟିଶ ଗଣମାଧ୍ୟମ "ଦି ଇଣ୍ଡିପେଣ୍ଡେଣ୍ଟ" ପକ୍ଷରୁ ଏହି ରିପୋର୍ଟ ପ୍ରକାଶିତ ହୋଇଥିଲା। ଗତ ୨୦୨୧ ଜାନୁଆରୀ ମାସରେ ଅଭିଯୁକ୍ତଙ୍କ ଓଜନ ୫୪ କିଲୋଗ୍ରାମ ରହିଥିଲା। ହେଲେ ବାଧ୍ୟତାମୂଳକ ସାମରିକ ସେବାକୁ ଏଡାଇବା ପାଇଁ ସେ ନିଜକୁ ଭୋକରେ ରଖି ତାଙ୍କ ଓଜନ ୪୯.୭ କିଲୋଗ୍ରାମକୁ ହ୍ରାସ କରିଥିଲେ। ୨୦୨୨ ଫେବୃଆରୀ ପର୍ଯ୍ୟନ୍ତ ତାଙ୍କ ଓଜନ ୫୦.୪ କିଲୋଗ୍ରାମ ରଖିଥିଲେ।

ଜାଣିଶୁଣି ଖାଇଥିଲେ କମ୍ ଖାଦ୍ୟ 
"ଦି ଇଣ୍ଡିପେଣ୍ଡେଣ୍ଟ" ରିପୋର୍ଟ ଅନୁସାରେ ଅଦାଲତଙ୍କୁ କୁହାଯାଇଥିଲା ଯେ ଅଭିଯୁକ୍ତ ଜାଣିଶୁଣି ନିଜର ଭୋଜନ ଏବଂ ଜଳ ଗ୍ରହଣକୁ ସୀମିତ ରଖି ଦେଇଥିଲେ। ଗତ ୨୦୨୧ ବର୍ଷରୁ ୨୦୨୨ ମଧ୍ୟରେ ତାଙ୍କ ଶରୀରେ କ୍ୟାଲୋରୀ ଅଭାବ ହୋଇଥିଲେ। ଦକ୍ଷିଣ କୋରିଆ ଭଳି ଦେଶରେ ବାଧ୍ୟତାମୂଳକ ସେବା କାର୍ଯ୍ୟକାରୀ ହୋଇଥାଏ। ଦେଶରେ ଯେଉଁ ପୁରୁଷ ସୈନ୍ୟବାହିନୀରେ ଯୋଗ ଦେବା ପାଇଁ ଶାରୀରିକ ଭାବ ସକ୍ଷମ ହୁଅନ୍ତି ନାହିଁ, ସେମାନେ ଅଣ-ଯୁଦ୍ଧ କିମ୍ବା ବିକଳ୍ପ ସେବା ଅଧିନରେ ରହିଥାନ୍ତି।

ଅଦାଲତଙ୍କୁ କ'ଣ କହିଥିଲେ ଅଭିଯୁକ୍ତ?
ଯୁଦ୍ଧ ସାମରିକ ଭୂମିକାକୁ ଏଡାଇବା ପାଇଁ ସେ ପତଳା ରହିବାକୁ ନିଜକୁ ଭୋକରେ ରଖିଥିବା ଅଭିଯୋଗକୁ ଅସ୍ୱୀକାର କରିଥିଲେ ଦକ୍ଷିଣ କୋରିଆ ବ୍ୟକ୍ତି। ସେ ଅଦାଲତଙ୍କୁ କହିଥିଲେ ଯେ ବିଶ୍ୱବିଦ୍ୟାଳୟରୁ ବହିଷ୍କୃତ ହେବା ଏବଂ ସେ ଯିବାକୁ ଚାହୁଁଥିବା ବିଶ୍ୱବିଦ୍ୟାଳୟରେ ଆଡମିଶନ ପାଇ ନଥିବାରୁ ସେ ଓଜନ ହ୍ରାସ କରିଛନ୍ତି। ଅଭିଯୁକ୍ତଙ୍କ ସମ୍ପର୍କରେ ଅନ୍ୟ କୌଣସି ଖବର ମିଳିନାହିଁ।

ଅଭିଯୁକ୍ତର ଯୁକ୍ତି ଗ୍ରହଣ କରିନଥିଲେ ଅଦଲାତ
ଅଦାଲତ କହିଛନ୍ତି ଯେ ପ୍ରମାଣ ଦର୍ଶାଉଛି ଯେ ଅଭିଯୁକ୍ତଙ୍କୁ ସେନା ପାଇଁ ଆବଶ୍ୟକ ହେଉଥିବା ଶାରୀରିକ ସର୍ତ୍ତାବଳୀ ସମ୍ପର୍କରେ ଜଣାଥିଲା। ସାକ୍ଷୀଙ୍କ ସାକ୍ଷ୍ୟରୁ ଜଣାପଡିଛି ଯେ ସାମରିକ ସେବାରୁ ଦୂରେଇ ରହିବା ପାଇଁ ସେ ଓଜନ ହ୍ରାସ କରିବାର ବିଷୟରେ ବାରମ୍ବାର କଥାବାର୍ତ୍ତା ହେଉଥିଲେ।

ଏହା ସହିତ ସ୍ଥାନୀୟ ଗଣମାଧ୍ୟମ "କୋରିଆ ଟାଇମ୍ସ" ରିପୋର୍ଟ ଅନୁଯାୟୀ, ଅଦାଲତ କହିଛନ୍ତି ଯେ ପରିସ୍ରା ପରୀକ୍ଷଣ ସମୟରେ ଜାଣିଶୁଣି ଭୋକିଲା ରହିବା ଏବଂ ଡିହାଇଡ୍ରେସନ୍‌ ଲକ୍ଷଣ ସମ୍ପର୍କରେ ଜଣା ପଡ଼ିଥିଲା। ସେନା ସହ ଜଡିତ ଶାରିରୀକ ପରୀକ୍ଷା ଦର୍ଶାଉଥିଲା ଯେ ସେ ଜାଣିଶୁଣି ଓଜନ ହ୍ରାସ କରିଛନ୍ତି। ଦକ୍ଷିଣ କୋରିଆ ସାମରିକ ସେବା ଅଧିନିୟମ ଅନୁଯାୟୀ, ସାମରିକ ସେବାକୁ ଏଡାଇବା ପାଇଁ କୌଣସି ପ୍ରତାରଣାକାରୀ କାର୍ଯ୍ୟରେ ଜଡ଼ିତ ରହିଲେ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ।