Odisha News Live Updates: ବ୍ରହ୍ମପୁର ରାଲିରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ନଡ୍ଡା, ପଢ଼ନ୍ତୁ ଆଜିର କିଛି ବଡ଼ ଖବର
Advertisement
Article Detail0/zeeodisha/odisha2225238

Odisha News Live Updates: ବ୍ରହ୍ମପୁର ରାଲିରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ନଡ୍ଡା, ପଢ଼ନ୍ତୁ ଆଜିର କିଛି ବଡ଼ ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

 

Odisha News Live Updates
LIVE Blog
28 April 2024
22:15 PM

କଟକ-ସମ୍ବଲପୁର ଲୋକସଭା ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା

  • କଟକ: ସୁରେଶ ମହାପାତ୍ର
  • ସମ୍ବଲପୁର: ନଗେନ୍ଦ୍ର ପ୍ରଧାନ

 

22:12 PM

 

ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।  
ପଢନ୍ତୁ ସମ୍ପୂର୍ଣ୍ଣ ଖବର

 

 

22:09 PM

Congress Candidate List: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ଏକ ନୂତନ ତାଲିକା ପ୍ରକାଶ କରିଛି। ତେବେ ଏହି ନୂତନ ତାଲିକାରେ ୟୁପିର ସେହି ଦୁଇଟି ସିଟ୍ ଘୋଷଣା କରାଯାଇ ନାହିଁ, ଯାହା ପାଇଁ ସମସ୍ତେ ଅପେକ୍ଷା କରିଥିଲେ। ଗତକାଲି କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ବୈଠକରେ ଆମେଠି ଓ ରାଇ ବରେଲି ଉପରେ ଆଲୋଚନା କରାଯାଇଥିଲା ଓ ପରେ ଏହି ନିଷ୍ପତ୍ତି କଂଗ୍ରେସ ନେତୃତ୍ୱକୁ ଛାଡ଼ି ଦିଆଯାଇଥିଲା। ଆଜି ପ୍ରକାଶ ପାଇଥିବା ତାଲିକାରେ ଓଡି଼ଶାର ଦୁଇ ପ୍ରାର୍ଥୀଙ୍କ ନାମ କଂଗ୍ରେସ ଘୋଷଣା କରିଛି। କଂଗ୍ରେସ ସମ୍ବଲପୁର ଲୋକସଭା ଆସନରୁ ନାଗେନ୍ଦ୍ର ପ୍ରଧାନଙ୍କୁ ଟିକେଟ୍ ଦେଇଥିବାବେଳେ ସୁରେଶ ମହାପାତ୍ରଙ୍କୁ କଟକ ଆସନରୁ ପ୍ରାର୍ଥୀ କରାଯାଇଛି।

21:27 PM

Lok Sabha Elections 2024: AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସି ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ସେ ଏକ ଖବର ଉଲ୍ଲେଖ କରି ବିଜେପି ଉପରେ ଟାର୍ଗେଟ୍ କରି କହିଥିଲେ ଯେ ପରୀକ୍ଷାରେ ଚାରି ପିଲା 'ଜୟ ଶ୍ରୀ ରାମ' ଲେଖିଥିଲେ, କିନ୍ତୁ ପରୀକ୍ଷକ ସେମାନଙ୍କୁ ୫୦ ପ୍ରତିଶତ ମାର୍କ ଦେଇଥିଲେ।

21:22 PM

ତୃତୀୟ ବିଜୟ ହାସଲ କଲା ବେଙ୍ଗାଲୁରୁ; ଘରୋଇ ମଇଦାନରେ ମାତ ଖାଇଲା ଗୁଜୁରାଟ 
ଅପ୍ରେଲ ୨୮ ତାରିଖ ରବିବାର ଅହମ୍ମଦବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ ଠାରେ ମୁହାଁମୁହିଁ ହୋଇଥିଲେ ଗୁଜୁରାଟ ଟାଇଟନ୍ସ ଏବଂ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଆଜି ଖେଳାଯାଇଥିବା ୪୫ ତମ ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ ଧାର୍ଯ୍ୟ ୨୦ ଓଭର ରେ ୩ ୱିକେଟ ହରାଇ ୨୦୦ ରନ୍ ସଂଗ୍ରହ କରିଥିଲା। ୨୦୧ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବେଙ୍ଗାଲୁରୁ ୨୦ ଓଭର ରେ ଗୋଟିଏ ୱିକେଟ ହରାଇ ୨୦୬ ରନ୍ ସଂଗ୍ରହ କରିଥିଲା। ରବିବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ବେଙ୍ଗାଲୁରୁ ଟିମ୍ ୯ ୱିକେଟ୍ ରେ ଗୁଜୁରାଟ ଦଳକୁ ପରାସ୍ତ କରିଛି। 
ପଢନ୍ତୁ ସମ୍ପୂର୍ଣ୍ଣ ଖବର

21:02 PM

ଶକ୍ତିଶାଳୀ ଘୂର୍ଣ୍ଣିବଳୟ ତାଣ୍ଡବରେ କମ୍ପିଉଠିଲା ଆମେରିକା; ରାଜରାସ୍ତାରେ ଓଲଟିଗଲା ଟ୍ରଲର
ଯୁକ୍ତରାଷ୍ଟ୍ର ଆମେରିକାର ନେବ୍ରାସ୍କା ରାଜ୍ୟର ତାଣ୍ଡବ ରଚିଛି ଏକ ଶକ୍ତିଶାଳୀ ଘୂର୍ଣ୍ଣିବଳୟ। ଯାହାର ଅନେକ ଭିଡି଼ଓ ଏବେ ସୋସିଆଲ ମିଡିଆ ଦ୍ୱାରା ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଘୂର୍ଣ୍ଣିବଳୟ କେତେ ଶକ୍ତିଶାଳୀ ତାହା ଦେଖିବାକୁ ମିଳୁଛି। ଘୂର୍ଣ୍ଣିବଳୟ ଧକ୍କା ହେବା ପରେ ସବୁକିଛି ଆକାଶରେ ଉଡୁଥିବା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ନେବ୍ରସ୍କା ସ୍ଥିତ ଲିଙ୍କନ୍ ହାଇୱେ ଠାରେ ତାଣ୍ଡବ ରଚିଥିବା ଘୂର୍ଣ୍ଣିବଳୟ ସହ ଜଡି଼ତ ଏକ ଭିଡ଼ିଓ କ୍ଲିପ୍ ସେୟାର କରିଛନ୍ତି। ଯେଉଁ ଭିଡିଓ ତାଙ୍କ କାର ଭିତରେ ସୁଟିଂ କରାଯାଇଛି।
ପଢନ୍ତୁ ପୁରା ଖବର

20:29 PM

 

ଗଜବ କାମ ପାଇଁ ପୁଣି ଚର୍ଚ୍ଚାକୁ ଆସିଲା ଅଜବ ପାକିସ୍ତାନ
ପୁଣି ଥରେ ନିଜର କାରନାମା ପାଇଁ ଚର୍ଚ୍ଚାକୁ ଆସିଛନ୍ତି ପାକିସ୍ତାନ ସରକାର। ଦେଶର ବୈଦେଶିକ ମନ୍ତ୍ରୀ ଇଶାକ ଡାରଙ୍କୁ ଅତିରିକ୍ତ ଦାୟିତ୍ୱ ଭାବେ ଉପପ୍ରଧାନମନ୍ତ୍ରୀ ଦାୟିତ୍ୱ ପ୍ରଦାନ କରିଛନ୍ତି ଦେଶର ସରକାର। ପାକିସ୍ତାନ କ୍ୟାବିନେଟ ଡିଭିଜନ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ପ୍ରଧାନମନ୍ତ୍ରୀ ଶାହୱାଜ ସରିଫ ଏହି ନିଯୁକ୍ତି ଦେଇଛନ୍ତି। ଏହି ବିଜ୍ଞପ୍ତି ତୁରନ୍ତ କାର୍ଯ୍ୟକାରୀ ହେବ ଏବଂ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ। 
ପଢନ୍ତୁ ସମ୍ପୂର୍ଣ୍ଣ ଖବର

19:32 PM

ପୁଣି ଥରେ କନ୍ଦାଇ ପାରେ ପିଆଜ! ଜାଣନ୍ତୁ କିପରି
ପିଆଜ ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏହାର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇ ଦେଇଥିଲେ। ଗତ ବର୍ଷ ଡିସେମ୍ବର ୮ ତାରିଖରୁ ଭାରତରୁ ପିଆଜ ରପ୍ତାନୀ ଉପରେ କଟକଣା ଲଗାଯାଇଥିଲା। ହେଲେ ବର୍ତ୍ତମାନ ସରକାର ପିଆଜ ରପ୍ତାନୀ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ଏକ ପ୍ରକାର ହଟାଇ ଦେଇଛନ୍ତି। ବିଦେଶକୁ ପିଆଜ ରପ୍ତାନୀ କରିବା ପାଇଁ ସରକାର ଅନୁମତି ଦେଇଛନ୍ତି। ଭାରତ ବର୍ତ୍ତମାନ ଏହାର ୬ ପଡୋଶୀ ଦେଶକୁ ପିଆଜ ରପ୍ତାନୀ କରିବ। ଏହା ପୂର୍ବରୁ ସରକାର ମଧ୍ୟ ପୂର୍ବ ଏବଂ କିଛି ୟୁରୋପୀୟ ଦେଶକୁ ୨୦୦୦ ଟନ୍ ଧଳା ପିଆଜ ରପ୍ତାନୀ କରିବାକୁ ଅନୁମତି ଦେଇଥିଲେ।
ପଢନ୍ତୁ ସମ୍ପୂର୍ଣ୍ଣ ଖବର

19:30 PM

JP Nadda Berhampur rally: ନଡ୍ଡା ଆୟୁଷ୍ମାନ ଯୋଜନାକୁ ନେଇ ମଧ୍ୟ ରାଜ୍ୟ ସରକାରୁ ଟାର୍ଗେଟ୍ କରିଥିଲେ। ସେ କହିଥିଲେ ଭାରତରେ ୧୦ କୋଟି ୭୪ ଲକ୍ଷ ପରିବାରକୁ ଆୟୁଷ୍ମାନ ସୁବିଧା ମିଳୁଛି କିନ୍ତୁ ଆୟୁଷ୍ମାନ ଭାରତ ଯୋଜନାରୁ ଓଡ଼ିଶା ଲୋକ ବଞ୍ଚିତ ରହିଛନ୍ତି। ଏଭଳି ସରକାର ରହିବା ଅନୁଚିତ, ସରକାର ବଦଳିବା ଦରକାର। ପଢ଼ନ୍ତୁ ପୂରା ଖବର...

18:59 PM

Pakistan Deputy Prime Minister Ishaq Dar: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ବୈଦେଶିକ ମନ୍ତ୍ରୀ ଇଶାକ ଦାରଙ୍କୁ ଉପ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି। ଦାର ଚାରିଥର ଅର୍ଥମନ୍ତ୍ରୀ ରହିଛନ୍ତି ଓ କାଶ୍ମୀରର ଜଣେ ବରିଷ୍ଠ ନେତା।

18:55 PM

ପାଣି ବୋତଲ ପରେ ୱେଟିଂ ଟିକେଟ ଉପରେ ବଡ଼ ନିଷ୍ପତ୍ତି ନେଲା ରେଳବାଇ
ବେଳେ ବେଳେ ଏପରି ସ୍ଥିତି ଉପୁଜିଥାଏ ଯେତେବେଳେ ଅନେକ ଯାତ୍ରୀଙ୍କ ୱେଟିଂ ଟିକେଟ୍ କନଫର୍ମ ହୋଇନଥାଏ। ଏଭଳି ପରିସ୍ଥିତିରେ ରେଳବାଇ ଦ୍ୱାରା ସେହି ଟିକେଟ୍ ବାତିଲ କରିଦିଆଯାଏ। ଟିକେଟ୍ ବାତିଲ ନାମରେ ଯାତ୍ରୀଙ୍କ ଠାରୁ ସୁବିଧା ଶୁଳ୍କ ନାମରେ ଏକ ମୋଟା ଆଙ୍କର ଟଙ୍କା କାଟି ନିଆଥାଏ। ଏବେ ୱେଟିଂ ଏବଂ ଆରଏସି ଟିକେଟ ସହ ଜଡ଼ିତ ନିୟମରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ନୂତନ ନିୟମ ଅନୁଯାୟୀ ବର୍ତ୍ତମାନ ୱେଟିଂ କିମ୍ବା ଆରଏସି ଟିକେଟ୍ ବାତିଲ୍ କରିବା ପାଇଁ ଯାତ୍ରୀଙ୍କୁ ମୋଟା ଆଙ୍କର ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। 
ପଢନ୍ତୁ ସମ୍ପୂର୍ଣ୍ଣ ଖବର

18:39 PM

Odisha Election 2024: LIVE : ବ୍ରହ୍ମପୁର ଆମ୍ବପୁଆ ସ୍ଥିତ ବିବେକ ବିହାର ପଡ଼ିଆରେ "ବିଜୟ ସଂକଳ୍ପ ସମାବେଶ"କୁ ମାନନୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେପି ନଡ୍ଡାଙ୍କ ସମ୍ବୋଧନ ।

18:15 PM

JP Nadda To Visit Odisha Live: ବ୍ରହ୍ମପୁରରେ ପହଞ୍ଚିଲେ ଜେପି ନଡ୍ଡା। ଏଠାରେ କର୍ମକର୍ତ୍ତା ମାନଙ୍କ ଦ୍ୱାରା ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି।

18:12 PM

ଅମୃତପାଲ ସିଂହ ବିରୋଧରେ ଲାଗିଛି ଏନଏସଏ; ଲଢିପାରିବ କି ନିର୍ବାଚନ?
ପୁଣି ଥରେ ଚର୍ଚ୍ଚାକୁ ଆସିଛି ଖଲିସ୍ତାନ ସମର୍ଥକ ତଥା "ୱାରିସ୍ ପଞ୍ଜାବ ଦେ" ସଙ୍ଗଠନ ମୁଖ୍ୟ ଅମୃତପାଲ ସିଂହ।  ଯିଏ  ୨୦୨୪ ଲୋକସଭା ନିର୍ବାଚନରେ ପଞ୍ଜାବ ଖଡୁର ସାହିବ ଲୋକସଭା ଆସନରୁ ଜଣେ ସ୍ୱାଧିନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବ। ଅମୃତପାଲ ସିଂହଙ୍କ ଓକିଲ ତାଙ୍କୁ ଭେଟିବା ପରେ ସେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି କହିଥିଲେ। ଖଲିସ୍ତାନ ସମର୍ଥକ ଅମୃତପାଲ ସିଂହଙ୍କ ବିରୋଧରେ ରାଷ୍ଟ୍ରୀୟ ସୁରକ୍ଷା ଅଧିନିୟମ (ଏନଏସଏ) ଲାଗୁ କରାଯାଇଛି। ସେ ବର୍ତ୍ତମାନ ଆସାମର ଡିବ୍ରୁଗଡ଼ କେନ୍ଦ୍ରୀୟ କାରଗାରରେ ଅଛି। ଅମୃତପାଲ ସିଂହଙ୍କ ଏହି ଘୋଷଣା ପରେ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଆସୁଛି।
ପଢନ୍ତୁ ସମ୍ପୂର୍ଣ୍ଣ ଖବର

18:12 PM

Unnao Road Accident: ଉନ୍ନାଓରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଛି। ଉନ୍ନାଓ-ହରଦୋଇ ରାସ୍ତାରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଓ ଡାଗ୍ଗାମର ବସ୍ ମଧ୍ୟରେ ଏକ ଧକ୍କା ହୋଇଥିଲା। ଦୁର୍ଘଟଣା ସମୟରେ ପ୍ରାୟ ୨୦ ଜଣ ଲୋକ ଡଗଗାମାର ବସ୍‌ରେ ଯାତ୍ରା କରୁଥିଲେ। ଏହି ଭୟଙ୍କର ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାରେ ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

18:07 PM

Sandeshkhali Case: ମହିଳାମାନଙ୍କ ବିରୋଧରେ ହୋଇଥିବା ଅପରାଧ ତଥା ସନ୍ଦେଶଖାଲିରେ ଜମି ଜବତ ଅଭିଯୋଗ ଉପରେ ସିବିଆଇ ତଦନ୍ତ ପାଇଁ ପଶ୍ଚିମବଙ୍ଗ ସରକାର କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। ସୋମବାର ଦିନ ପଶ୍ଚିମବଙ୍ଗ ସରକାରଙ୍କ ଏହି ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବେ। ଜଷ୍ଟିସ୍ ବି.ଆର. ଗାଭାଇ ଓ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ।

17:29 PM

Rajnath Singh On Border Talks With China: 'କଦାପି ନଇଁବ ନାହିଁ ଭାରତ'
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ଦିନ କହିଛନ୍ତି ଯେ ଭାରତ ଓ ଚୀନ୍ ମଧ୍ୟରେ କଥାବାର୍ତ୍ତା ସୁରୁଖୁରୁରେ ଏବଂ ଭଲ ବାତାବରଣରେ ଚାଲିଛି ଏବଂ ଭାରତ କେବେ ବି ନଇଁବ  ନାହିଁ। ଅହମ୍ମଦାବାଦରେ ନିର୍ବାଚନ ପ୍ରଚାର ବେଳେ ରାଜନାଥ ସିଂ କହିଛନ୍ତି ଯେ ସାମରିକ ଦୃଷ୍ଟିକୋଣରୁ ଭାରତ ଏକ ଶକ୍ତିଶାଳୀ ଦେଶ ହୋଇପାରିଛି ଓ ପଡୋଶୀ ଦେଶ ସହ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛି।

17:28 PM

GT vs RCB Live Score IPL 2024 Updates: IPL 2024 ର ରବିବାର ଦିନ ଏକ ଡବଲ୍ ହେଡର୍ (ଗୋଟିଏ ଦିନରେ ଦୁଇଟି ମ୍ୟାଚ୍) ଥିଲା। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଗୁଜୁରାଟ ଟାଇଟାନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଦିନର ପ୍ରଥମ ମ୍ୟାଚ୍ ଖେଳାଯାଉଛି। ଆରସିବି ଟସ୍ ଜିତି ବୋଲିଂ ବାଛିଥିଲା। ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ ଆରସିବି ପାଇଁ ୨୦୧ ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଛି। ୨୦ ତମ ଓଭରରେ ଆରସିବି ୧୬ ରନ୍ ଖର୍ଚ୍ଚ କରିଥିଲେ। ଶେଷ ବଲରେ ମିଲର୍ ଛକା ମାରି ଗୁଜୁରାଟ ୨୦୦ ମାର୍କରେ ପହଞ୍ଚାଇଥିଲେ। ପ୍ରଥମ ଇନିଂସ ଶେଷ ହେବା ବେଳକୁ ମିଲର ୨୬ ଓ ସୁଦର୍ଶନ ୮୪ ରନ କରି ଅପରାଜିତ ରହିଥିଲେ।

17:15 PM

JP Nadda To Visit Odisha Live: ବ୍ରହ୍ମପୁରରେ ବିଜେପିର ବିଶାଳ ସମାବେଶ ଅନୁଷ୍ଠିତ। ଆଉ କିଛି ସମୟ ପରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । 

17:06 PM

ଏହି ଆସନରୁ ପ୍ରାର୍ଥୀ କରିବାକୁ ଚାହୁଁଥିଲା ବିଜେପି; ହେଲେ କାହିଁକି ମନା କରିଦେଲେ ବରୁଣ ଗାନ୍ଧୀ?
ବିଜେପି ଅସନ୍ତୁଷ୍ଟ ରହିଥିବା ଦଳୀୟ ବରୁଣ ଗାନ୍ଧୀ ଦଳକୁ ଏକ ବଡ଼ ଝଟକା ଦେଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ ଦଳ ତାଙ୍କୁ ଗାନ୍ଧୀ-ନେହେରୁ ପରିବାରର ପାରମ୍ପାରିକ ଗଡ଼ ରାଏବରେଲି ଆସନ ନିର୍ବାଚନ ଲଢିବାକୁ ପ୍ରସ୍ତାବ ଦେଇଥିଲା। ହେଲେ ବରୁଣ ଗାନ୍ଧୀ ଦଳ ପକ୍ଷରୁ ଦିଆୟାଇଥିବା ପ୍ରସ୍ତାବକୁ ମନା କରିଦେଇଛନ୍ତି। ଯେଉଁ ଆସନର ସାଂସଦ ଏବେ ସୋନିଆ ଗାନ୍ଧୀ ଅଛନ୍ତି। ଏଥର ପ୍ରିୟଙ୍କା ଗାନ୍ଧୀ ରାଏବରେଲି ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ରହିଛି। ପ୍ରିୟଙ୍କା ଗାନ୍ଧୀଙ୍କ ସହ ବରୁଣ ଗାନ୍ଧୀଙ୍କ ଭଲ ସମ୍ପର୍କ ରହିଥିବାର କୁହାଯାଏ। ଏଭଳି ପରିସ୍ଥିତିରେ ପରିବାରରେ ଏକତା ବଜାୟ ରଖିବା ପାଇଁ ବରୁଣ ଗାନ୍ଧୀ  ରାଏବରେଲି ଆସନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ଉଚିତ୍ ବୋଲି ବିବେଚନା କରିଛନ୍ତି।
ପଢନ୍ତୁ ସମ୍ପୂର୍ଣ୍ଣ ଖବର

16:37 PM

14 Pakistani Nationals arrested with Drugs: ଗୁଜୁରାଟ ଉପକୂଳଠାରୁ କିଛି କିଲୋମିଟର ଦୂରରେ ୧୪ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି, ତାଙ୍କଠାରୁ ବିପୁଳ ପରିମାଣର ଡ୍ରଗ୍ସ ମଧ୍ୟ ଉଦ୍ଧାର କରାଯାଇଛି। ଦୁଇ ଦିନର କଠିନ ଅପରେସନ୍ ପରେ ସୁରକ୍ଷା ଏଜେନ୍ସି ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରି ଡ୍ରଗ୍ସ ଜବତ କରିବା ସମତେ ଗିରଫ କରିଛି। ପଢ଼ନ୍ତୁ ପୂରା ଖବର...

16:15 PM

ମୁସଲିମ ଭୋଟ ଦରକାର ହେଲେ ପ୍ରାର୍ଥୀ ନୁହେଁ; ଅଭିଯୋଗ ଉପରେ ଜବାବ ରଖିଲେ ମଲ୍ଲିକାର୍ଜୁନ ଖାର୍ଗେ
୨୦୨୪ ଲୋକସଭା ନିର୍ବାଚନ ସମୟରେ ଦଳ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ ମହାରାଷ୍ଟ୍ର କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ମହମ୍ମଦ ଆରିଫ ନସୀମ ଖାନ। ଏନେଇ ସେ କହିଥିଲେ ଯେ ତାଙ୍କ ଦଳ ନିର୍ବାଚନରେ ମୁସଲିମ ଭୋଟ ଚାହୁଁଛି। ହେଲେ କୌଣସି ମୁସଲମାନଙ୍କୁ ଟିକେଟ ଦେଉନାହିଁ। କଂଗ୍ରେସ ନେତାଙ୍କ ପକ୍ଷରୁ ଅଣାଯାଇଥିବା ଅଭିଯୋଗ ଉପରେ ଜବାବ ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ। 
ପଢନ୍ତୁ ସମ୍ପୂର୍ଣ୍ଣ ଖବର

 

15:22 PM

Puri Train Accident: ପୁରୀ ରେଳ ଷ୍ଟେସନରେ ଏକ ନିର୍ମାଣାଧୀନ ଷ୍ଟେସନ କୋଠାର ସମ୍ମୁଖ ପୋର୍ଟିକୋ ଭୁଶୁଡ଼ି ପଡ଼ିବାରୁ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ଘଟଣା ସମୟରେ ଘଟଣାସ୍ଥଳରେ ୬ ଜଣ ଶ୍ରମିକ କାମ କରୁଥିଲେ, ସେମାନଙ୍କ ମଧ୍ୟରୁ ୪ ଜଣ ଆହତ ହୋଇଥିଲେ। ଆହତ ୪ ଜଣ ଶ୍ରମିକଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସେମାନେ ଏବେ ବିପଦମୁକ୍ତ ଅଛନ୍ତି। ଦୁର୍ଘଟଣାର କାରଣ ଜାଣିବା ପାଇଁ ଏକ ତଦନ୍ତ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି।

14:17 PM

Weekly Horoscope: ୨୯ ଏପ୍ରିଲରୁ ୫ ମଇ ମଧ୍ୟରେ କେମିତି କଟିବ ଆପଣଙ୍କ ଦିନ? ଜାଣନ୍ତୁ ରାଶିଫଳ

Weekly Horoscope, 29 April to 5 May 2024: ମେ ମାସରେ ବୃହସ୍ପତିଙ୍କ ଚଳନ କିଛି ରାଶିର ବ୍ୟକ୍ତି ବିଶେଷଙ୍କ କ୍ଷେତ୍ରରେ ସୁଖ ଏବଂ ସମୃଦ୍ଧି ବଢାଇବ । ଅନ୍ୟପଟେ କୁମ୍ଭ ରାଶିରେ ଚନ୍ଦ୍ରଙ୍କ ଆଗମନ କାରଣରୁ ମଧ୍ୟ କିଛି ରାଶିକୁ ଶୁଭଫଳ ମିଳିବ । ଅଧିକ ପଢ଼ନ୍ତୁ

13:55 PM

ସାଲେପୁରରେ ଗର୍ଜିଲେ ରାହୁଲ, କହିଲେ ସରକାର ଚଳାଉଛନ୍ତି  PANN

Rahul Gandhi Odisha Visit: ଓଡ଼ିଶା ମାଟିରେ ମୁଖ୍ୟମନ୍ତ୍ରୀ ସମେତ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆଜି ସାଲେପୁରରେ ଅନୁଷ୍ଠିତ ସମାବେଶରେ ରାହୁଲ କହିଛନ୍ତି ଯେ, ନବୀନ ବାବୁ ପାଟନରସିପ୍ କରିଛନ୍ତି । ଆଦାନୀଙ୍କୁ ରାଜ୍ୟ ଦେଇଦେଇଛନ୍ତି । ରାଜ୍ୟକୁ ଚଳାଉଛନ୍ତି PANN ଅର୍ଥାତ ପାଣ୍ଡିଆନ, ଅମିତ ଶାହ, ନରେନ୍ଦ୍ର ମୋଦୀ ଏବଂ ନବୀନ ପଟ୍ଟନାୟକ । ଆପଣଙ୍କ ପୂରା ଧନ ଚୋରୀ କରାଯାଇଛି ବୋଲି ରାହୁଲ ସାଧାରଣ ସଭାରେ କହିଛନ୍ତି । ଚାଷୀଙ୍କ ଜମିଠୁ ଆରମ୍ଭ କରି ପ୍ଲାଣ୍ଟେସନ ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ରାଜ୍ୟବାସୀଙ୍କୁ ଲୁଟାଯାଇଛି । ଯେବେ ଏଠାରେ କଂଗ୍ରେସ ସରକାର ଆସିବ ସେତେବେଳେ ଆପଣଙ୍କୁ ସମସ୍ତ ଟଙ୍କା ଫେରସ୍ତ କରାଯିବା ପ୍ରକ୍ରିୟା ଆରମ୍ଭ କରାଯିବ । ଆପଣମାନେ ଦେଶର ପ୍ରଥମ ମାଲିକ । ଏ ମାଟି ଆପଣଙ୍କର ଥିଲା ଏ ମାଟି, ଜଙ୍ଗଲ, ପାଣିର ହକ୍ କଂଗ୍ରେସ ଦଳ ଗ୍ୟାରେଣ୍ଟିର ସହ ଆପଣଙ୍କୁ ଫେରେଇଦେବ ।

13:05 PM

Odisha News Live Updates: ରାଜସ୍ଥାନ କୋଟାରେ NEET ପାଇଁ କୋଚିଂ ନେଉଥିବା ଜଣେ ଛାତ୍ରୀ ୮ ଦିନ ହେବ ନିଖୋଜ ଅଛନ୍ତି। ନିଖୋଜ ଛାତ୍ରୀଙ୍କ ନାଁ ତୃପ୍ତି ସିଂହ (୨୦ ବର୍ଷ)ବୋଲି ଜଣାପଡ଼ିଛି । ପୋଲିସ ୪ ଦିନ ହେବ ସନ୍ଧାନ ଜାରି ରଖି ଥିବାବେଳେ ଏଯାଏଁ ତାଙ୍କ ପତ୍ତା ମିଳିନାହିଁ। ତୃପ୍ତି ଗତ ଏକ ବର୍ଷ ହେବ କୋଟାରେ ରହି ନିଟ୍‌ ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଥିଲେ। ସେ ୨୦୨୩ରେ କୋଟା ଆସିଥିଲେ। ନିକଟରେ ଛାତ୍ରୀ ଜଣକ ଭଡା ଘର ଛାଡି ଗୋବରିଆ ବାଓ୍ୱାଡି ସ୍ଥିତ ଏକ ପିଜିରେ ରହୁଥିଲେ।

12:25 PM

Odisha News Live Updates: ଓଡ଼ିଆ ସିନେମାର ୮୮ତମ ସ୍ବନକ୍ଷତ୍ର ଉତ୍ସବ। ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଏକ ବର୍ଣ୍ଣାଢ୍ଯ ପରିବେଶ ମଧ୍ୟରେ ପାଳିତ ହୋଇଛି ସିନେମା ଜଗତର ଏହି ମହାକୁମ୍ଭ। ଚିର ସବୁଜ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ସଂଗୀତର ତାଳେ ତାଳେ ନୃତ୍ୟ ପରିବେଷଣ ସହ କଳା ଜଗତର ପ୍ରତିଭାମାନଙ୍କୁ ସମ୍ବର୍ଧିତ କରାଯାଇଛି। ତେବେ ଓଡିଶାରେ ସିନେମା ଶିଳ୍ପର ପୁନରୁଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରାଯିବ। ତେବେ ଓଡିଶାର ପ୍ରଥମ ଓଡିଆ ଚଳଚ୍ଚିତ୍ର "ସୀତାବିବାହ" ୮୮ବର୍ଷ ତଳେ ପୁରୀରେ ମୁକ୍ତିଲାଭ କରିଥିଲା। ଏହି ସ୍ମୃତିରେ ପୁରୀ ଅର୍ଣ୍ଣପୂର୍ଣ୍ଣା ଥିଏଟରରେ ଓଡିଆ ଚଳଚ୍ଚିତ୍ରର ପ୍ରତିଷ୍ଠା ଉତ୍ସବ ପାଳନ କରାଯାଇଛି। ପ୍ରତି ଜିଲ୍ଲାରେ ଭାଙ୍ଗିରୁଜି ଯାଇଥିବା ଫିଲ୍ମ ହଲର ପୁନରୁଦ୍ଧାର ସାଙ୍ଗକୁ ନୂଆ ହଲ ପ୍ରତିଷ୍ଠା କରାଯିବ ବୋଲି କହିଛନ୍ତି ବ୍ରଜରାଜ ମୁଭିର ପ୍ରଯୋଜକ ସଂଜୟ ନାୟକ।

 

12:05 PM

କଂଗ୍ରେସକୁ ଝଟକା, ଇସ୍ତଫା ଦେଲେ ଅରବିନ୍ଦର ସିଂହ ଲଭଲି

ନୂଆଦିଲ୍ଲୀ:  ରାଜଧାନୀ ଦିଲ୍ଲୀର କଂଗ୍ରେସ ମୁଖ୍ୟ ଅରବିନ୍ଦର ସିଂହ ଲଭଲି ଆଜି ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ସେ ଇସ୍ତଫାପତ୍ର ପଠାଇଥିବା ସୂଚନା ମିଳିଛି । ଅରବିନ୍ଦର ଏହା କହିଛନ୍ତି ଯେ, ଦଳର ସାଧାରଣ ସମ୍ପାଦକ ଦାୟିତ୍ୱରେ କାର୍ଯ୍ୟ କରୁଥିବା ଦୀପକ ବାବରିଆ ବାରମ୍ୱାର ତାଙ୍କ କାମରେ ହସ୍ତକ୍ଷେପ କରୁଛନ୍ତି । ତେଣୁ ସେ ବାଧ୍ୟ ହୋଇ ଇସ୍ତଫା ଦେବାକୁ ନିଷ୍ପତି ନେଇଥିଲେ । ଅଧିକ ପଢ଼ନ୍ତୁ

11:44 AM

Odisha News Live Updates: ଜଳୁଛି ଶିମିଳିପାଳ।  ଜାତୀୟ ଉଦ୍ୟାନ ଶିମିଳିପାଳରେ ଲାଗିଛି ନିଆଁ । ଆଜିକୁ ଦୁଇ ଦିନ ଧରି ଜଳୁଛି ଶିମିଳିପାଳ ଜାତୀୟ ଉଦ୍ୟାନ । ନିଆଁ ଲାଗିବା ପରେ ଧୂଆଁମୟ ହୋଇପଡିଛି ସମଗ୍ର ଅଞ୍ଚଳ। କେବଳ ସେତିକି ନୁହେଁ,ଜଙ୍ଗଲରେ ଲାଗି ଥିବା ନିଆଁ ଯୋଗୁଁ ଏବେ ବିପଦରେ ବନ୍ୟଜନ୍ତୁ ଓ ମୂଲ୍ୟବାନ୍ ଗଛ ।  ତେବେ ନିଆଁ ଲିଭାଇବାରେ ନିୟୋଜିତ ହୋଇଛନ୍ତି ବନକର୍ମଚାରୀଙ୍କ ସହ ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀ । ତେବେ ଅଧିକ ଉତ୍ତାପ ହେତୁ ନିଆଁ ଲିଭାଇବାରେ ସମସ୍ୟା ଦେଖାଦେଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିପରି ସକାଳ ୧୦ ଟା ହେଉଣୁ ବାରିପଦା ସହର ଖାଁ ଖାଁ ଲାଗୁଛି। ଯେଉଁଠି ଲୋକଙ୍କ ଭିଡ଼ ଲାଗିଥାଏ, ସେହିଭଳି ସକାଳ ପରିବା ମାର୍କେଟ ଜନଶୂନ୍ୟ ହୋଇପଡିଛି । ପିଇବା ପାଣି ସଙ୍କଟ ମଧ୍ୟ ସହରର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । 

 

11:35 AM

Accident News: ଯାତ୍ରୀବାହୀ ବସ୍ ସହ ଟ୍ରକ ଧକ୍କା, ୨ ଜଣଙ୍କ ମୃତ୍ୟୁ

Accident News: ସୁବର୍ଣ୍ଣପୁର ଜିଲ୍ଲା ମଧ୍ୟ ଦେଇ ଯାଇଥିବା ୫୭ ନମ୍ୱର ଜାତୀୟ ରାଜପଥର ହରିଡ଼ଖୋଲ ନିକଟରେ ଏକ ଦୁର୍ଘଟଣା ଘଟିଛି । ଟ୍ରକ୍ ସହ ଯାତ୍ରୀବାହୀ ବସ ଧକ୍କା ହେବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଡ୍ରାଇଭର ଏବଂ  ହେଲପର ଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ...

11:31 AM

Odisha News Live Updates: ପୁରୀ ରେଲୱେ ଷ୍ଟେସନରେ ଭୁଶୁଡ଼ିଲା ନିର୍ମାଣଧୀନ ଛାତ । ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଏହି ଅଘଟଣ ଘଟିଥିବା କୁହାଯାଉଛି। ଏହି ଦୁର୍ଘଟଣାରେ ୩ ଜଣ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି। ତେବେ ଭୁଶୁଡ଼ି ଯାଇଥିବା ଛାତ ତଳେ ଆଉ କିଛି ଶ୍ରମିକ ଫଶି ରହିଥିବା ଜଣାପଡ଼ିଛି। ଅଗ୍ନିଶମ ବାହିନୀ ପକ୍ଷରୁ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

11:14 AM

Odisha News Live Updates: ସୁବର୍ଣ୍ଣପୁର ଜିଲ୍ଲା ହରିଡ଼ଖୋଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଚାଲିଗଲା ଡ୍ରାଇଭର ଓ ହେଲପରଙ୍କ ଜୀବନ। ମୃତକ ଡ୍ରାଇଭର ଦମ୍ବରୁଧର ସ୍ୱାଇଁ ଓ ହେଲପର ଶିବ୍ରମ ଗୌଡ଼ ବୋଲି ଜଣାପଡ଼ିଛି। ଆଜି ସକାଳେ ଯାତ୍ରୀବାହୀ ବସ୍‌ଟି ଜୟପୁରରୁ କଟକ ଅଭିମୁଖେ ଯାଉଥିଲା। ହରିଡ଼ଖୋଲ ନିକଟରେ ପହଁଞ୍ଚିବା ସମୟରେ ବସ୍‌ଟି ଏକ ଟ୍ରକକୁ ଧକ୍କା ଦେଇଥିଲା। ତେବେ ଏକ ବଡ଼ ଦୁର୍ଘଟଣାରେ ଅଳ୍ପପେ ବର୍ତ୍ତି ଯାଇଛନ୍ତି ୪୦ ଜଣ ଯାତ୍ରୀ । 

11:03 AM

Odisha News Live Updates: ଓଡ଼ିଆ ସିନେମାର ୮୮ତମ ସ୍ବନକ୍ଷତ୍ର ଉତ୍ସବ। ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଏକ ବର୍ଣ୍ଣାଢ୍ଯ ପରିବେଶ ମଧ୍ୟରେ ପାଳିତ ହୋଇଛି ସିନେମା ଜଗତର ଏହି ମହାକୁମ୍ଭ। ଚିର ସବୁଜ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ସଂଗୀତର ତାଳେ ତାଳେ ନୃତ୍ୟ ପରିବେଷଣ ସହ କଳା ଜଗତର ପ୍ରତିଭାମାନଙ୍କୁ ସମ୍ବର୍ଧିତ କରାଯାଇଛି। ତେବେ ଓଡିଶାରେ ସିନେମା ଶିଳ୍ପର ପୁନରୁଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରାଯିବ। ତେବେ ଓଡିଶାର ପ୍ରଥମ ଓଡିଆ ଚଳଚ୍ଚିତ୍ର "ସୀତାବିବାହ" ୮୮ବର୍ଷ ତଳେ ପୁରୀରେ ମୁକ୍ତିଲାଭ କରିଥିଲା। ଏହି ସ୍ମୃତିରେ ପୁରୀ ଅର୍ଣ୍ଣପୂର୍ଣ୍ଣା ଥିଏଟରରେ ଓଡିଆ ଚଳଚ୍ଚିତ୍ରର ପ୍ରତିଷ୍ଠା ଉତ୍ସବ ପାଳନ କରାଯାଇଛି। ପ୍ରତି ଜିଲ୍ଲାରେ ଭାଙ୍ଗିରୁଜି ଯାଇଥିବା ଫିଲ୍ମ ହଲର ପୁନରୁଦ୍ଧାର ସାଙ୍ଗକୁ ନୂଆ ହଲ ପ୍ରତିଷ୍ଠା କରାଯିବ ବୋଲି କହିଛନ୍ତି ବ୍ରଜରାଜ ମୁଭିର ପ୍ରଯୋଜକ ସଂଜୟ ନାୟକ।

11:00 AM

Akshaya Tritiya 2024: ଅକ୍ଷୟ ତୃତୀୟାରେ ସୁନା ଓ ରୂପା ସହ କିଣନ୍ତୁ ଏହି ଜିନିଷ, ମିଳିବ ଆଶୀର୍ବାଦ

Akshaya Tritiya 2024: ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟା ପର୍ବରୁ ଅତ୍ୟନ୍ତ ଶୁଭଙ୍କର ବୋଲି ମନାଯାଏ । ଏହି ବିଶେଷ ତିଥିରେ ଲୋକମାନେ ଦେବୀ ଲକ୍ଷ୍ମୀଙ୍କ ପୂଜା ଆରାଧନା କରିଥାନ୍ତି । ଚଳିତ ବର୍ଷ ଅକ୍ଷୟ ତୃତୀୟା ୧୦ ମଇରେ ପାଳନ କରାଯିବ । ବିଶ୍ୱାସ କରାଯାଏ ଯେ, ଯେଉଁମାନେ ଏହି ଦିନ ଭକ୍ତିର ସହ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବା ସହ ଦାନ, ସପିଂ ଇତ୍ୟାଦି କରନ୍ତି, ସେମାନେ ଅନନ୍ତ ଶୁଭ ଫଳ ପାଇଥାନ୍ତି । ଅଧିକ ପଢ଼ନ୍ତୁ...

10:44 AM

Odisha News Live Updates: ଲୋକସଭା ନିର୍ବାଚନ ମଧ୍ୟରେ କଂଗ୍ରେସକୁ ଝଟକା। ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅରବିନ୍ଦର ସିଂହ ଲଭଲି ପଦରୁ ଇସ୍ତଫା ଦେଇଛନ୍ତି। ସେ ଆଜି ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। ଦଳ ଆପ୍ ସହ ମେଣ୍ଟ କରିବାରୁ ଇସ୍ତଫା ଦେଇଥିବା କୁହାଯାଉଛି। 

10:34 AM

Odisha News Live Updates: ବଲିଉଡ ଅଭିନେତା ସାହିଲ ଖାନ୍ ଗିରଫ ହୋଇଛନ୍ତି। ମହାଦେବ ବେଟିଂ ଆପ୍ ସ୍କାମ ମାମଲାରେ ଅଭିନେତାଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଛତିଶଗଡରୁ ମୁମ୍ବାଇ ସାଇବଲ ସେଲ୍ ପୋଲିସ୍ ତାଙ୍କୁ ଧରିଛି। ଏବଂ  ଗତ କିଛି ଦିନ ତଳେ ମହାଦେବ ଆପ୍ ବେଟିଂ ସ୍କାମ ମାମଲାରେ କିଛି ଦିନ ପୂର୍ବରୁ ତାଙ୍କ ନାଁ ଉଠିଥିଲା । ଗିରଫ ଭୟରେ ସେ ଗତ କିଛି ଦିନ ପୂର୍ବରୁ ବମ୍ବେ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ । ଜାମିନ୍ ନ ମିଳିବା ପରେ ସେ ମୁମ୍ବାଇ ଛାଡି ଚାଲିଯାଇଥିଲେ। ପ୍ରାୟ ୪୦ ଘଣ୍ଟା ଧରି ପୋଲିସ୍ ତାଙ୍କୁ ଖୋଜିବା ପରେ ଛତିଶଗଡରୁ ଗିରଫ କରିଥିଲାଯ ।  ସାହିଲ ଖାନ ବାରମ୍ବାର ନିଜର ସ୍ଥାନ ପରିବର୍ତ୍ତନ କରି ଚାଲିଥିଲେ ବୋଲି ଗିରଫ କରିଥିବା ଅଧିକାରୀ କହିଛନ୍ତି।

 

10:16 AM

Odisha News Live Updates: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)-୧୭ ଆଜି ଦୁଇଟି ମ୍ୟାଚ୍ ଖେଳାଯିବ। ଅପରାହ୍ଣ ୩ଟା ୩୦ରେ ଅହମ୍ମଦାବାଦ୍‌ରେ ଗୁଜରାଟ ଟାଇଟାନ୍‌ସ-ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଲଢେଇ ହେବ । ଏହା ପରେ ୭ ଟା ୩୦ ମିନିଟ୍ ରେ ଚେପକ୍‌ରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗ୍‌ସ- ସନରାଇଜର୍ସ ହାଇଦରାବାଦ୍‌ ।

10:00 AM

Odisha News Live Updates: ସମ୍ବଲପୁର ବିଧାନସଭାର ବିଜେଡି ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀଙ୍କର ନିର୍ବାଚନ ପ୍ରଚାର  । ଗତକାଲି ସନ୍ଧ୍ୟାରେ ବୁର୍ଲାର ୱାର୍ଡ ନମ୍ବର ୪ ହାଇସ୍କୁଲ ଛକ ଠାରେ ସମ୍ବଲପୁର ବିଧାୟକ ପ୍ରାର୍ଥୀ ଇଂ ରୋହିତ ପୂଜାରୀଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରାଯିବା ସହ ଅନୁଷ୍ଠିତ ସାଧାରଣ ସଭାରେ ବିପୁଳ ସଂଖ୍ୟାରେ ସାଧାରଣ ଲୋକେ ଯୋଗଦାନ କରିଥିଲେ। ସ୍ଥାନୀୟ ଅଞ୍ଚଳରେ ତାଙ୍କର ବିପୁଳ ଜନ ସମର୍ଥନ ଦେଖିବାକୁ ମିଳିଥିଲା । 

 

09:39 AM

Odisha News Live Updates: ଗଂଜେଇ ଚୋରା ଚାଲାଣ ବେଳେ ଧରା ପଡିଲେ ତିନି ଅଭିଯୁକ୍ତ । ଦୁଇ ଜଣ ପୁରୁଷ ହୋଇଥିବା ବେଳେ ଜଣେ ମହିଳାଙ୍କୁ ଧରିଛି ସମ୍ବଲପୁର ଜିଲ୍ଲାର ଠେଲକୋଲି ପୋଲିସ । ସେ ତିନିଜଣ ଗୋଟିଏ ସ୍କୁଟି ରେ ୨୩ କେଜି ୭୦୦ ଗ୍ରାମ ଗଂଜେଇ ନେଇ ସମ୍ବଲପୁର ପଟରୁ ଝାରସୁଗୁଡା ଯାଉଥିବା ବେଳେ ତାଙ୍କୁ ଠେଲକୋଲି ନିକଟରେ ପୋଲିସ ସେମାନଙ୍କୁ କାବୁ କରିଥିଲା । ତାଙ୍କ ନିକଟରୁ ଗଂଜେଇ ସହ ଦୁଇଟି ମୋବାଇଲ ଗୋଟିଏ ଟିଭିଏସ ସ୍କୁଟି ଜବତ କରି ତାଙ୍କୁ କୋର୍ଟ ଚଲାଣ କରିଛି ।

09:24 AM

Odisha News Live Updates: ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୨ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ଅଡବା ଥାନା କଟାମାରୁ ୧୨ ଜଣ ଶ୍ରମିକ ବ୍ରହ୍ମପୁର ଅଭିମୁଖେ ଯାଉଥିଲେ। ଏହି ସମୟରେ ତପ୍ତପାଣି ବୁଲାଣିଆ ଘାଟିରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଗାଡ଼ି ତଳେ ୨ ଜଣ ଶ୍ରମିକ ଚାପି ହୋଇ ରହିଯାଇଥିବା ବେଳେ ସ୍ଥାନୀୟ ଲୋକେ ଜଣଙ୍କୁ ଉଦ୍ଧାର କରିଥିଲେ। ଅନ୍ୟ ଜଣେ ଶ୍ରମିକ ଏବେ ବି ଗାଡ଼ି ତଳେ ଚାପି ହୋଇରହିଛନ୍ତି।

09:00 AM

Odisha News Live Updates: ଓଡି଼ଆ ଚଳଚ୍ଚିତ୍ର ଜଗତ ପାଇଁ ଖୁସି ଖବର । “ନ୍ୟୁୟର୍କ ଇଣ୍ତିଆନ ଫିଲ୍ମ ଫେଷ୍ଟିଭାଲ” ପାଇଁ ମନୋନୀତ ହୋଇଛି ୨ ଓଡ଼ିଆ ଚଳଚ୍ଚିତ୍ର “ଦମନ” ଓ “ପ୍ରତୀକ୍ଷା” । ପ୍ରଥମ ଥର ପାଇଁ ଦୁଇଟି ଓଡ଼ିଆ ସିନେମା ଏହି ଫେଷ୍ଟିଭାଲ ନିମନ୍ତେ ମନୋନୀତ ହୋଇଛି । ମେ ୧ରୁ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ଏହି ଫେଷ୍ଟିଭାଲ ନ୍ୟୁୟର୍କରେ ଭିଲେଜ ଇଷ୍ଟ ବାଏ ଆଞ୍ଜେଲିକାରେ ଅନୁଷ୍ଠିତ ହେବ । ୟୁନାଇଟେଡ଼ ଷ୍ଟେଟସରେ ଏହା ସବୁଠୁ ବଡ଼ ଫିଲ୍ମ ଫେଷ୍ଟିଭାଲ ଅଟେ ।

08:30 AM

Odisha News Live Updates: ମେ’ ୬ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE 2024) । ଏଥିପାଇଁ ଶନିବାର ଓଜେଇଇ (OJEE) ୱେବସାଇଟରେ ଆଡ଼ମିଟ୍ କାର୍ଡ଼ ପ୍ରକାଶ ପାଇଛି । ଛାତ୍ରାଛାତ୍ରୀମାନେ ଓଜେଇଇ ୱେବସାଇଟରେ www.ojee.nic.inରେ ଲଗଇନ୍ କରି ନିଜର ଆପ୍ଲିକେସନ ନମ୍ବର ଓ ପାସୱାର୍ଡ଼ ଦେଇ ଆଡ଼ମିଟ୍ କାର୍ଡ଼ (Admit Card) ଡାଉନଲୋଡ଼ କରିପାରିବେ । ଏନେଇ ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି । 

ଅଧିକ ପଢିବା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ -https://zeenews.india.com/hindi/zeeodisha/trending/ojee-exam-2024-start-...

08:18 AM

Odisha News Live Updates: ଆଗକୁ ଆସୁଛି ସାଧାରଣ ନିର୍ବାଚନ। କମ୍ପୁଛି ପ୍ରଚାର ମଇଦାନ । ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜି ଓ ହିଞ୍ଜିଳି ଭଳି ଦୁଇଟି ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ ହୋଇଛନ୍ତି । ଆଗକୁ ନିର୍ବାଚନ ଥିବା ବେଳେ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ବିଧାନସଭା ଆସନରୁ ନବୀନ ପ୍ରଚାର ଆରମ୍ଭ କରିଛନ୍ତି । ତେବେ ଆସନ୍ତା ୩୦ ତାରିଖରେ ହିଞ୍ଜିଳି ବିଧାନସଭା ଆସନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛତ୍ରୁପୁରରେ ନାମାଙ୍କନ ପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି । ନାମାଙ୍କନ ଦାଖଲ ପୂର୍ବରୁ ସେ ଗଞ୍ଜାମର ଆରାଧ୍ୟା ଦେବୀ ମାଆ ତାରା ତାରିଣୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିବେ ।

 

08:00 AM

Vande Metro Train: ଆସନ୍ତା ଜୁଲାଇରୁ ବନ୍ଦେ ମେଟ୍ରୋ ଟ୍ରେନର (Vande Metro Train) ଟ୍ରାଏଲ୍ ରନ୍ ଆରମ୍ଭ ହେବ। ଏଥିଲାଗି ୧୦୦ ରୁ ୨୫୦ କିଲୋମିଟର ଦୂରତା ଅତିକ୍ରମ କରିବା ନିମନ୍ତେ ରୁଟ୍ ଚିହ୍ନଟ କରାଯାଇଛି।  ଦେଶର ୧୨୪ ଟି ପ୍ରମୁଖ ସହର ଦେଇ ଏହି ଟ୍ରାଏଲ୍ ରନ୍ ହେବେ।  ଏହି ସବୁ ସହର ମଧ୍ୟରେ ରହିଛି ଲକ୍ଷ୍ନୌ-କାନପୁର, ଆଗ୍ରା-ମଥୁରା, ଦିଲ୍ଲୀ-ରେଓ୍ବାରୀ, ତିରୁପତି -ଚେନ୍ନାଇ ,ଭାଗଲପୁର-ବିହାର ଓ ହାଓ୍ବଡା-ପଶ୍ଚିମବଙ୍ଗ ପ୍ରମୁଖ ସହର ରହିଛି। ସେହିପରି ଓଡି଼ଶାର ରାଜଧାନୀ ଭୁବନେଶ୍ବରବାସୀ ମଧ୍ୟ ଏହି ଟ୍ରେନରେ ଯାତ୍ରା କରିବାର ସୁଯୋଗ ପାଇବେ।  ଭୁବନେଶ୍ବର-ବାଲେଶ୍ବର ମଧ୍ୟରେ  ଟ୍ରନ୍ ର ଟ୍ରାଏଲ୍ ରନ୍ ପରେ ଟ୍ରେନ୍ ସେବା ଆରମ୍ଭ ହେବ। 

ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ : Vande Metro Train: ଜୁଲାଇରୁ ଟ୍ରାଏଲ୍ ରନ୍, ଏହି ସବୁ ରୁଟରେ ମିଳିବ ସେବା

 

07:46 AM

Odisha News Live Updates: ଖରା ଛୁଟିରେ (Summer Vcation 2024) ଛାତ୍ରଛାତ୍ରୀ ଆଇରନ୍ ଓ ଫଲିକ ଏସିଡ଼ ବଟିକା ବାଣ୍ଟିବେ ଶିକ୍ଷକ ଶିକ୍ଷୟତ୍ରୀ । ଆନେମିଆ ମୁକ୍ତ ଲକ୍ଷ୍ୟ ଅଭିଯାନ କାର୍ଯ୍ୟକ୍ରମରେ ରାଜ୍ୟକୁ ଆନେମିଆ ମୁକ୍ତ କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି । ଖରାଛୁଟିର ପ୍ରତି ସପ୍ତାହର ସୋମବାର ପିଲାଙ୍କୁ ଏହି ବଟିକା ଦିଆଯିବ ।

ପୂରା ଖବର ପଢିବା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ-  https://zeenews.india.com/hindi/zeeodisha/state-news/odisha-ifa-tablets-...

07:29 AM

Odisha News Live Updates: ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ। ସ୍ୱତନ୍ତ୍ର ଓଡ଼ିଶା ନିର୍ମାଣରେ ମଧୁ ବାବୁଙ୍କ ରହିଥିଲା ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା। ରାଜ୍ୟର ପ୍ରଥମ ବାରିଷ୍ଠର ଭାବେ ମଧ୍ୟ ଦେଶ ବିଦେଶରେ ବେଶ ନାଁ କରିଥିଲେ ମଧୁବାବୁ। ୧୮୪୮ ମସିହା ଏପ୍ରିଲ୍ ୨୮ ତାରିଖ କଟକ ସତ୍ୟଭାମାପୁରରେ ତାଙ୍କର ଜନ୍ମ। ତେବେ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ମହତ୍ବପୂର୍ଣ୍ଣ କଥା….

ପଢିବା ପାଇଁ ଲିଙ୍କରେ କ୍ଲିକ୍- https://zeenews.india.com/hindi/zeeodisha/trending/madhusudan-das-birth-...

07:19 AM

Odisha Election 2024: ରାଜ୍ୟବାସୀଙ୍କୁ କଲବଲ କରୁଛି ତାତି। ପଶ୍ଚିମ ଓ ଉତ୍ତର ପଶ୍ଚିମ ଶୁଷ୍କ ବାୟୁ ପ୍ରବାହ ଯୋଗୁଁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।  ଆସନ୍ତା ୪ ଦିନ ରାଜ୍ୟରେ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ବିଭିନ୍ନ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି।  ଶନିବାର ଦିନ ୪୪.୭ ଡିଗ୍ରୀ ସେଲସିୟସ୍ ସହ ଅନୁଗୁଳ ରାଜ୍ୟର ସର୍ବାଧିକ ଏବଂ ବିଶ୍ବର ୧୧ ତମ ଉତ୍ତପ୍ତ ସହର ପାଲଟିଛି। ସେହିପରି, ୪୪.୬ ଡିଗ୍ରୀ ସହିତ ଭୁବନେଶ୍ବର ରାଜ୍ୟର ଦ୍ବିତୀୟ  ତଥା ବିଶ୍ବର ୧୩ ତମ ଉତ୍ତପ୍ତ ସହର ରହିଥିଲା। ୪୪.୨ ଡିଗ୍ରୀ ସହିତ ବାରିପଦା ତୃତୀୟ ଉତ୍ତପ୍ତ ସହର ରହିଥିଲା। 

ଲିଙ୍କରେ କ୍ଲିକ୍ କରି ଖବର ପଢନ୍ତୁ: Weather Update: କଲବଲ କରୁଛି ତାତି ; ଆଜି ଏହି ସବୁ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି

07:03 AM

Odisha News Live Updates: ଆଗକୁ ଆସୁଛି ସାଧାରଣ ନିର୍ବାଚନ। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି। କଂଗ୍ରେସ୍,  ବିଜେପି ଓ ବିଜେଡି଼ ଦଳର ଷ୍ଟାର ପ୍ରଚାରକ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇଛନ୍ତି। ଏହି ପରିପେକ୍ଷୀରେ ଆଜି ହାଇହୋଲଟେଜ୍ ପ୍ରଚାର ହେବାକୁ ଯାଉଛି।  ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବ୍ରହ୍ମପୁରରେ ନିର୍ବାଚନ ପ୍ରଚାର ପାଇଁ ଆସୁଥିବା ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ରାଜ୍ୟରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ଲିଙ୍କରେ କ୍ଲିକ୍ କରି ଅଧିକ ଖବର ପଢନ୍ତୁ: Odisha Election 2024: ଆଜି ଓଡ଼ିଶା ଆସୁଛନ୍ତି ଜେପି ନଡ୍ଡା ଓ ରାହୁଲ ଗାନ୍ଧୀ, କମ୍ପିବ ପ୍ରଚାର ମଇଦାନ