ଆମେରିକାରେ ଗୁଳିମାଡ, ଭାରତୀୟ ନୃତ୍ୟଶିଳ୍ପୀଙ୍କ ମୃତ୍ୟୁ
Advertisement
Article Detail0/zeeodisha/odisha2136640

ଆମେରିକାରେ ଗୁଳିମାଡ, ଭାରତୀୟ ନୃତ୍ୟଶିଳ୍ପୀଙ୍କ ମୃତ୍ୟୁ

ପଶ୍ଚିମବଙ୍ଗର ଜଣେ ନୃତ୍ୟଶିଳ୍ପୀଙ୍କୁ ଆମେରିକାରେ ଗୁଳିମାଡ ହୋଇଛି । ଗୁଳିମାଡ କାରଣରୁ ମୃତ୍ୟୁବରଣ କରିଛନ୍ତି ଭାରତନାଟ୍ୟମ ଏବଂ କୁଚୁପୁଡ଼ି ନୃତ୍ୟଶିଳ୍ପୀ ଅମରନାଥ ଘୋଷ । ଅଭିନେତ୍ରୀ ଦେବୋଲୀନା ଭଟ୍ଟାଚାର୍ଯ୍ୟ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି। ଅମରନାଥ ଦେବୋଲୀନାଙ୍କ ଜଣେ ଭଲ ବନ୍ଧୁ ଥିଲେ ବୋଲି ସେ କହିଛନ୍ତି ।

ଆମେରିକାରେ ଗୁଳିମାଡ, ଭାରତୀୟ ନୃତ୍ୟଶିଳ୍ପୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଜଣେ ନୃତ୍ୟଶିଳ୍ପୀଙ୍କୁ ଆମେରିକାରେ ଗୁଳିମାଡ ହୋଇଛି । ଗୁଳିମାଡ କାରଣରୁ ମୃତ୍ୟୁବରଣ କରିଛନ୍ତି ଭାରତନାଟ୍ୟମ ଏବଂ କୁଚୁପୁଡ଼ି ନୃତ୍ୟଶିଳ୍ପୀ ଅମରନାଥ ଘୋଷ । ଅଭିନେତ୍ରୀ ଦେବୋଲୀନା ଭଟ୍ଟାଚାର୍ଯ୍ୟ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି। ଅମରନାଥ ଦେବୋଲୀନାଙ୍କ ଜଣେ ଭଲ ବନ୍ଧୁ ଥିଲେ ବୋଲି ସେ କହିଛନ୍ତି ।

ସୂଚନା ମୁତାବକ,  ଆମେରିକାର ମିସୌରୀର ସେଣ୍ଟ୍ ଲୁଇସ୍ ନିକଟରେ ସନ୍ଧ୍ୟା ସମୟରେ ବୁଲିଥିବା ସମୟରେ ଅମରନାଥଙ୍କୁ ଗୁଳିମାଡ ହୋଇଛି । ହଠାତ୍ କେହି ଜଣେ ଦୁର୍ବୁତ୍ତ ଅମରନାଥଙ୍କ ଉପରକୁ ଏକାଥିକ ରାଉଣ୍ଡ୍ ଗୁଳି ଚଳାଇଥିଲା । ମିଳିଥିବା ଖବର ଅନୁସାରେ, ଅମରନାଥ ଘରର ଗୋଟିଏ ବୋଲି ପୁଅ । ଗତ ୩ ବର୍ଷ ତଳେ କରୋନା ସମୟରେ ଅମରନାଥଙ୍କ ମାତୃ ବିୟୋଗ ହୋଇଥିଲା । ଏଥିସହ ସେ ପିଲାବେଳୁ ବାପ ଛେଉଣ୍ଡ ହୋଇଥିଲେ । ତେବେ ଅମରନାଥଙ୍କୁ କାହିଁକି ଗୁଳି କରାଗଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଗୁଳିମାଡ ପଛରେ କିଏ ସେନେଇ ତଦନ୍ତ ହେଉ ବୋଲି ବନ୍ଧୁ ଦେବୋଲୀନା ଭଟ୍ଟାଚାର୍ଯ୍ୟ ଦାବି କରିଛନ୍ତି । ନିଜ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସ ମାଧ୍ୟମରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ଟ୍ୟାଗ୍ କରି ଦୃଷ୍ଟି ଆକର୍ଷଣ କରିଛନ୍ତି ।

Also Read- Budh Shani Surya Gochar: କୁମ୍ଭରେ ୩ ବଡ଼ ଗ୍ରହଙ୍କ ଚଳନ ପ୍ରଭାବରୁ ଏହି ରାଶି ପାଇଁ ଶୁଭ

Also Read- Mangal Gochar 2024: ମାର୍ଚ୍ଚ ମାସରେ ଶନିରେ ମଙ୍ଗଳ ଚଳନ, ୩ ରାଶିକୁ ଅତ୍ୟନ୍ତ ଲାଭ...