Weather Update: କରାଳ ତାଣ୍ଡବ ରଚିଲା କାଳବୈଶାଖୀ, କୁଆପଥର ବର୍ଷା ସହ ଉପୁଡିଲା ଗଛ
Advertisement
Article Detail0/zeeodisha/odisha2215338

Weather Update: କରାଳ ତାଣ୍ଡବ ରଚିଲା କାଳବୈଶାଖୀ, କୁଆପଥର ବର୍ଷା ସହ ଉପୁଡିଲା ଗଛ

Weather News: ନୂଆପଡା ଖଡିଆଳରେ କୁଆପଥର ବର୍ଷା ସାଙ୍ଗକୁ ପବନ ହେବା ଫଳରେ ବିରାଟ ବିରାଟ ଗଛ ଉପୁଡି ରାସ୍ତାରେ ପଡିଥିଲା । ଫଳରେ ଦୀର୍ଘ ସମୟ ଧରି ଯାତାୟତ ଠପ୍ ହୋଇଥିଲା ।

Weather Update: କରାଳ ତାଣ୍ଡବ ରଚିଲା କାଳବୈଶାଖୀ, କୁଆପଥର ବର୍ଷା ସହ ଉପୁଡିଲା ଗଛ

Weather News: ଆଦି ଦିନ ତମାମ ପ୍ରବଳ ତାତି ଅନୁଭୂତ ହୋଇଥିବା ସମୟରେ ସନ୍ଧ୍ୟାରେ କିଛି ସ୍ଥାନରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି । ନୂଆପଡା ଖଡିଆଳରେ କୁଆପଥର ବର୍ଷା ସାଙ୍ଗକୁ ପବନ ହେବା ଫଳରେ ବିରାଟ ବିରାଟ ଗଛ ଉପୁଡି ରାସ୍ତାରେ ପଡିଥିଲା । ଫଳରେ ଦୀର୍ଘ ସମୟ ଧରି ଯାତାୟତ ଠପ୍ ହୋଇଥିଲା ।

ସୂଚନା ମୁତାବକ, ୩୫୩ ଜାତୀୟ ରାଜପଥ ସମେତ ଖଡ଼ିଆଳ, ସିନାପାଲି, ଡୁଆଝର, ବିରିଘାଟରେ କାଳବୈଶାଖୀର କରାଳ ରୂପ ଦେଖିଥିଲେ ଲୋକେ । ଘରୁ ବାହାରିବା ମୁସ୍କିଲ ହୋଇପଡିଥିଲା । ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ସାଧାରଣ ଲୋକଙ୍କ ସହାୟତାରେ ରାସ୍ତାରୁ ଗଛ ସଫା କରାଯାଇ କଢାଯାଉଛି । କାଳବୈଶାଖୀ ଚାଷୀଙ୍କ ଫସଲକୁ ପ୍ରଭାବିତ କରିଥିବା ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ପନିପରିବା ଫସଲ ଉପରେ କୁଆପଥର ମାଡ ହେବା କାରଣରୁ ନଷ୍ଟ ହୋଇଥିବା ଜଣାପଡିଛି । କେବଳ ସେତିକି ନୁହେଁ ଅନେକ ଲୋକଙ୍କ ଫଳନ୍ତି ଆମ୍ୱଗଛରୁ କଷି କଷି ଆମ୍ୱ ଝଡି ପଡିଥିବା ମଧ୍ୟ ଦେଖିବାକୁ ମିଳିଛି । ଦୀର୍ଘ ସମୟ ଧରି କୁଆପଥର ବର୍ଷା ଲାଗିରହିଥିବା ସମୟରେ ସନ୍ଧ୍ୟା ୭ଟା ପରେ କାଳବୈଶାଖି ଆତଙ୍କ ଥମିଥିଲା । ପ୍ରବଳ ବର୍ଷା ହେବା ଫଳରେ ଅସହ୍ୟ ତାତିରୁ ସାମାନ୍ୟ ଆଶ୍ୱସ୍ତି ପାଇଛନ୍ତି ନୂଆପଡାବାସୀ ।

ଆପଣଙ୍କୁ କହିରଖୁଛୁ ଯେ, ଲଗାତାର କିଛିଦିନ ହେବ ରାଜ୍ୟରେ ତାତି ବଢିବାରେ ଲାଗିଛି । ପ୍ରାୟ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହୁଛି । ଏଥିସହ ଅପରାହ୍ମ ସମୟରେ ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ବର୍ଷା ହେଉଥିବା ଖବର ଆସୁଛି । ପାଣିପାଗ ବିଭାଗ ମଧ୍ୟ ପୂର୍ବରୁ ଏ ସମ୍ପର୍କରେ ଆକଳନ କରି ଲୋକଙ୍କୁ ସତର୍କ କରାଉଛି ।

Also Read- ଜଳୁଛି ଶିମିଳିପାଳ, ନିଆଁ ଲିଭାଉଛନ୍ତି ୨୫ ଜଣିଆ ଦମକଳ ଏବଂ ଓଡ୍ରାଫ ଟିମ୍

Also Read- Accident News: ଯାତ୍ରୀବାହୀ ଅଟୋକୁ ପିଟିଦେଲା ଟ୍ରକ୍, ୩ ମୃତ ୪ ଗୁରୁତର