Road Accident: ବସ୍ -ଟ୍ରକ୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ୪ ମୃତ,ଏକାଧିକ ଆହତ
Advertisement
Article Detail0/zeeodisha/odisha2218630

Road Accident: ବସ୍ -ଟ୍ରକ୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ୪ ମୃତ,ଏକାଧିକ ଆହତ

Road Accident: ଏମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି। ଭୟଙ୍କର ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଟ୍ରକ୍ ଓ ବସ୍ ମୁହାଁମୁହିଁ ଧକ୍କା ହେବାରୁ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। 

 

Road Accident: ବସ୍ -ଟ୍ରକ୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ୪ ମୃତ,ଏକାଧିକ ଆହତ

Road Accident: ଏମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି। ଭୟଙ୍କର ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଟ୍ରକ୍ ଓ ବସ୍ ମୁହାଁମୁହିଁ ଧକ୍କା ହେବାରୁ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଉତ୍ତରପ୍ରଦେଶର ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ୍ ଓ୍ବେ ରେ ଏହି ଅଘଟଣ ଘଟିଛି।  ପୋଲିସ୍ ଘଟଣାର ଛାନଭିନ୍ ଆରମ୍ଭ କରିଛି।

ALSO READ: Accident News: କାର ପାର୍କ କରୁଥିଲେ ବାପା: ଚକା ତଳେ ଚାଲିଗଲା ଝିଅର ଜୀବନ, ଦେଖନ୍ତୁ ଫଟୋ

ସୂଚନା ଅନୁସାରେ ମଙ୍ଗଳବାର ଦିନ ଏକ ଘରୋଇ ବସ୍  ୪୦ ଜଣରୁ ଅଧିକ ଯାତ୍ରୀଙ୍କୁ ନେଇ ଗୋରଖପୁରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲା। ୟୁପିର କନ୍ନାଉଜ୍ ଜିଲ୍ଲା ଦେଇ ଯାତ୍ରା କରୁଥିବା ବେଳେ ପିପରାଉଲି ଗାଁ ନିକଟରେ ଭାରସାମ୍ୟ ହରାଇ ବସଟି ଏକ ଟ୍ରକ୍ କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା।  ଏବଂ ଏକାଧିକ ଆହତ ହୋଇଥିଲେ। ଦୁର୍ଘଟଣାର ଖବର ପାଇ ଏଏସପି ସଂସାର୍  ସିଂଙ୍କ ସମେତ ପୋଲିସ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଏବଂ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲକୁ ପଠାଇବା ସହିତ ମୃତଦେହ ଗୁଡିକୁ ପୋଷ୍ଟମଟମ୍ ପାଇଁ ପଠାଇଛି।  ଏବଂ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।