ଅର୍ଥ ବିଭାଗକୁ ବଦଳି ହେଲେ ସୁଜାତା ଆର କାର୍ତ୍ତିକେୟନ
Advertisement
Article Detail0/zeeodisha/odisha2233395

ଅର୍ଥ ବିଭାଗକୁ ବଦଳି ହେଲେ ସୁଜାତା ଆର କାର୍ତ୍ତିକେୟନ

ଆଇଏଏସ୍ ସୁଜାତା ଆର କାର୍ତ୍ତିକେୟନଙ୍କୁ ମିଶନଶକ୍ତି ବିଭାଗରୁ ଅର୍ଥ ବିଭାଗକୁ ବଦଳି କରାଯାଇଛି । ସରକାରୀ କ୍ଷମତାର ଦୁରୂପଯୋଗ କରି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ସଦସ୍ୟଙ୍କୁ ଶାସକ ଦଳ ସପକ୍ଷରେ ଭୋଟ୍ ଦେବା ପାଇଁ ତାଙ୍କ ନାମରେ ବିଜେପି ପକ୍ଷରୁ ଅଭିଯୋଗ ଆସିବା ପରେ ନିର୍ବାଚନ କମିଶନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ । 

ଅର୍ଥ ବିଭାଗକୁ ବଦଳି ହେଲେ ସୁଜାତା ଆର କାର୍ତ୍ତିକେୟନ

ଭୁବନେଶ୍ୱର: ଆଇଏଏସ୍ ସୁଜାତା ଆର କାର୍ତ୍ତିକେୟନଙ୍କୁ ମିଶନଶକ୍ତି ବିଭାଗରୁ ଅର୍ଥ ବିଭାଗକୁ ବଦଳି କରାଯାଇଛି । ସରକାରୀ କ୍ଷମତାର ଦୁରୂପଯୋଗ କରି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ସଦସ୍ୟଙ୍କୁ ଶାସକ ଦଳ ସପକ୍ଷରେ ଭୋଟ୍ ଦେବା ପାଇଁ ତାଙ୍କ ନାମରେ ବିଜେପି ପକ୍ଷରୁ ଅଭିଯୋଗ ଆସିବା ପରେ ନିର୍ବାଚନ କମିଶନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ । ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ ଯେ, ଭିକେ ପାଣ୍ଡିଆନଙ୍କ ପତ୍ନୀ ଆଇଏଏସ୍ ସୁଜାତା କାର୍ତ୍ତିକେୟନଙ୍କୁ ବଦଳି କରାଯାଉ । ତେବେ ସେହି ନିର୍ଦ୍ଦେଶ ଅନୁଯାୟୀ ଆଜି ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଯୋଗ ଦେଇଛନ୍ତି ସୁଜାତା ।

ସାଧାରଣ ପ୍ରଶାସନ ବିଭାଗ ଆଜି ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି । ୨୦୦୦ ବ୍ୟାଚ୍ ଆଇଏଏସ ସୁଜାତା କାର୍ତ୍ତିକେୟନଙ୍କ ସ୍ଥାନରେ ୨୦୦୧ ବ୍ୟାଚ ଆଇଏଏସ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଶାଳିନୀ ପଣ୍ଡିତଙ୍କୁ ନିଯୁକ୍ତ କରାଯାଇଛି । ଏଥିସହ ଶାଳିନୀ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଭାବେ ଦାୟିତ୍ୱ ତୁଲାଇବେ । ଏହି ନିର୍ଦ୍ଦେଶନାମା ଜାରି କରାଯିବା ପରେ ନିର୍ବାଚନ କମିଶନଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଛି ବୋଲି ସୂଚନା ମିଳିଛି ।

Also Read- Budh Gochar 2024: ମିଥୁନ ରାଶିରେ ବୁଧ ଚଳନ, ୭ଟି ରାଶିର ଭାଗ୍ୟ ଉଜ୍ୱଳ

Also Read- Crime News: ଲାଞ୍ଚ ନେବା ପଡିଲା ମହଙ୍ଗା, ଚାକିରିରୁ ବିଦା ହେଲେ ଅଫିସର