Heat Wave: ରାଜ୍ୟବାସୀଙ୍କୁ କଲବଲ କରୁଛି ଗ୍ରୀଷ୍ମ ତାତି, ୭ଟି ସ୍ଥାନକୁ ସତର୍କ ଘଣ୍ଟି
Advertisement
Article Detail0/zeeodisha/odisha2211648

Heat Wave: ରାଜ୍ୟବାସୀଙ୍କୁ କଲବଲ କରୁଛି ଗ୍ରୀଷ୍ମ ତାତି, ୭ଟି ସ୍ଥାନକୁ ସତର୍କ ଘଣ୍ଟି

Weather News: ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୩.୬ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ସମୟରେ ପ୍ରବଳ ଗ୍ରୀଷ୍ମ ପ୍ରକୋପରେ କଲବଲ ହେଉଛନ୍ତି ସହରବାସୀ ।

Heat Wave: ରାଜ୍ୟବାସୀଙ୍କୁ କଲବଲ କରୁଛି ଗ୍ରୀଷ୍ମ ତାତି, ୭ଟି ସ୍ଥାନକୁ ସତର୍କ ଘଣ୍ଟି

Heat Wave: ଏପ୍ରିଲ ମାସ ଯେତିକି ଯେତିକି ଆଗକୁ ବଢୁଛି ତା ସାଙ୍ଗକୁ ତାଳ ଦେଇ ତାତି ମଧ୍ୟ ସେମିତି ବଢୁଛି । ସତେ ଯେମିତି ଏପ୍ରିଲ ପ୍ରଥମ ସପ୍ତାହରୁ ରାଜ୍ୟବାସୀଙ୍କୁ ତତଲା କଡେଇରେ ଭାଜୁଛନ୍ତି ସୂର୍ଯ୍ୟଦେବ । ଗତ କିଛିଦିନ ହେବ ଲଗାତାର ଭାବରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ପରେ ରହୁଥିବା ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୩.୬ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ସମୟରେ ପ୍ରବଳ ଗ୍ରୀଷ୍ମ ପ୍ରକୋପରେ କଲବଲ ହେଉଛନ୍ତି ସହରବାସୀ ।

ଅନ୍ୟପଟେ, ସିଲଭର ସିଟି କଟକରେ ମଧ୍ୟ ତାପମାତ୍ରା ୪୧.୪ ଡିଗ୍ରୀ ସେଲସିୟସ ରହିଛି । ସର୍ବନିମ୍ନ ତାପମାତ୍ରା ଭୁବନେଶ୍ୱରରେ ୨୬.୫ ଡିଗ୍ରୀ ରହିଥିବା ସମୟରେ କଟକରେ ଥିଲା ୨୫.୬ ଡିଗ୍ରୀ । ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୨୦.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

ଆଜି ସକାଳ ୮ଟା ୩୦ ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା ଅନୁଯାୟୀ, ତାଳଚେର ୩୫°C, ଭବାନୀପାଟଣା ୩୪.୫°C, ଟିଟିଲାଗଡ଼ ୩୩.୪°C, ଝାରସୁଗୁଡା ୩୩°C, ବାରିପଦା ୩୩°C, ବାଲେଶ୍ୱର ୩୨.୨°C, ଭୁବନେଶ୍ୱର ୩୧.୮°C, ଚାନ୍ଦବାଲି ୩୧.୬°C, କେନ୍ଦୁଝର ୩୧.୬°C, ସମ୍ବଲପୁର ୩୧.୬°C, ପୁରୀ ୩୧°C, ବୌଦ୍ଧ ୩୧°C, ରାଉରକେଲା ୩୦.୮°C, ପାରାଦ୍ୱୀପ ୩୦.୬°C ରହିଛି ।

ଭାରତୀୟ ପାଣିପାଗ ବିଭାଗର ବିସ୍ତାରିତ ପରିସର ଆକଳନ ଅନୁଯାୟୀ, ୨୬  ଏପ୍ରେଲରୁ ୨ ମଇ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରେ ଗ୍ରୀଷ୍ମପ୍ରବାହର ମଧ୍ୟମ ଧରଣର ସମ୍ଭାବନା  (୩୪% ରୁ ୬୭%) ରହିଛି । ଆଗାମୀ ଦୁଇଦିନ ଦିନରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ , ପରବର୍ତୀ ସମୟରେ କାଳବୈଶାଖୀ ପ୍ରଭାବରେ ଦିନ ତାପମାତ୍ରାରେ ୨ରୁ ୩ ଡ଼ିଗ୍ରୀ ଯାଏଁ ସାମାନ୍ୟ ହ୍ରାସ ସମ୍ଭାବନା ରହିଛି ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ଅନ୍ୟପଟେ ଆଜି ଗ୍ରୀଷ୍ଣ ପ୍ରବାହ ନେଇ ୭ଟି ସ୍ଥାନକୁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେଗୁଡିକ ମଧ୍ୟରେ ରହିଛି ବାଲେଶ୍ୱର, ଭୁବନେଶ୍ୱର, ମୟୂରଭଞ୍ଜ, କେନ୍ଦ୍ରାପଡା, ଜଗତସିଂହପୁର, ଗଞ୍ଜାମ, ନବରଙ୍ଗପୁର

Also Read- Shani Dev: ଶନି ମହାଦଶା କ’ଣ? ଏହା କେମିତି ଅସୁବିଧାରେ ପକାଇଥାଏ ଜାଣନ୍ତୁ...

Also Read- Vaishno Devi: ନବରାତ୍ରୀରେ ମାଆ ବୈଷ୍ଣୋ ଦେବୀଙ୍କ ଦର୍ଶନ କଲେ ଲକ୍ଷାଧିକ ଭକ୍ତ