Heat Wave: ସକାଳ ସାଢେ ୮ଟା ସୁଦ୍ଧା ୩୨ ଡିଗ୍ରୀ ଡେଇଁଲା ୧୧ ଜିଲ୍ଲାର ତାପମାତ୍ରା
Advertisement
Article Detail0/zeeodisha/odisha2226810

Heat Wave: ସକାଳ ସାଢେ ୮ଟା ସୁଦ୍ଧା ୩୨ ଡିଗ୍ରୀ ଡେଇଁଲା ୧୧ ଜିଲ୍ଲାର ତାପମାତ୍ରା

Heat Wave: ତାତିରୁ ନାହିଁ ନିସ୍ତାର। ଡ଼ହ ଡ଼ହ ଖରାରେ ଜଳୁଛି ସାରା ଓଡ଼ିଶା। ଉପକୂଳରୁ ଉପାନ୍ତ, ସବୁଠି ଅଗ୍ନି ବର୍ଷା । ତେବେ ସୋମବାର ପାଇଁ ସିଭିୟର ହିଟୱେଭ୍ ନେଇ ୧୫ ଜିଲ୍ଲାକୁ ରେଡ୍ ଓ ୧୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ଖବର ଅନୁଯାୟୀ, ରାଜ୍ୟକୁ ପଶ୍ଚିମ, ଉତ୍ତର ପଶ୍ଚିମ ଦିଗରୁ ଉଷ୍ଣ ବାୟୁ ପ୍ରବାହ କରୁଛି । ଦିନବେଳା ସାମୁଦ୍ରିକ ପବନ ରାଜ୍ୟ ମଧ୍ୟକୁ ପ୍ରବାହ କରୁନାହିଁ । ଫଳରେ ଉତ୍ତାପ ବୃଦ୍ଧି ପାଉଛି । ଉଷ୍ଣ ଶୁଷ୍କ ବାୟୁ ପ୍ରବାହ ଫଳରେ ଅସହ୍ୟ ତାତିରେ ଜଳୁଛି ସାରା ଓଡ଼ିଶା । ତେବେ ସପ୍ତାହେ ହେବ ଏପରି ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଗକୁ ଆହୁରି ୩ ଦିନ ଏପରି ସ୍ଥିତି ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ତେବେ ଆଜି ସକାଳ ସାଢେ ୮ଟା ସୁଦ୍ଧା କିଛି ଜିଲ୍ଲାରେ ତାପମାତ୍ରା ୩୨ ଡିଗ୍ରୀ ଉପରେ ରହିଛି । ଯଥା, ବାରିପଦାରେ ୩୬ ଡିଗ୍ରୀ,  ବାଲେଶ୍ୱର ୩୬°,  ମାଲକାନଗିରି ୩୫°, କେନ୍ଦୁଝର ୩୫°, ଭବାନୀପାଟଣା ୩୪.୪°, ଭୁବନେଶ୍ୱର ୩୩.୮°,  ଜଗତସିଂହପୁର ୩୩.୪°, ଅନୁଗୁଳ ୩୩°,  ବୌଦ୍ଧ ୩୩°, ଟିଟଲାଗଡ ୩୩° ଓ କଟକ ଜିଲ୍ଲାରେ ୩୨.୬° ତାପମାତ୍ରା ରେକର୍ଡ଼ କରାଯାଇଛି । ତେବେ ଆଗାମୀ ୨ ଦିନ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ନେଇ ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ନୂଆପଡ଼ା, ବଲାଙ୍ଗୀର, ‌ସୁବର୍ଣ୍ଣପୁର, ବୌଦ୍ଧ, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ନୟାଗଡ଼, କଟକ, ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି।

ସୋମବାର, ଖାସ୍ କରି ଅନୁଗୁଳ, ବୌଦ୍ଧ, ବାରିପଦା ଓ ଭବାନୀପାଟଣାରେ ତାପମାତ୍ରା ୪୫ ଡିଗ୍ରୀ ଓ ଭୁବନେଶ୍ବର, ମାଲକାନଗିରି, ଟିଟିଲାଗଡ଼, ବଲାଙ୍ଗୀର, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ରାଉରକେଲା, ଝାରସୁଗୁଡ଼ା, ନୂଆପଡ଼ା, ସମ୍ବଲପୁର, ସୋନପୁର, ପାରଳାଖେମୁଣ୍ଡି, ଭଦ୍ରକରେ ତାପମାତ୍ରା ୪୩ ଓ ୪୪ ଡିଗ୍ରୀ ମଧ୍ୟରେ ରହିବ। ଅନ୍ୟପଟେ ମଙ୍ଗଳବାର ଦିନ ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗୀର, ଟିଟିଲାଗଡ଼, ଢେଙ୍କାନାଳରେ ଅଧିକ ତାତି ଅନୁଭୂତ ହେବା ସହ ପାରଦ ୪୫ ଡିଗ୍ରୀ ଛୁଇଁପାରେ ବୋଲି ଆକଳନ କରାଯାଇଛି ।