IND vs AUS Final: ଫାଇନାଲ ପୂର୍ବରୁ ଅହମ୍ମଦାବାଦରେ ପହଞ୍ଚିଲେ ସାରା, ପ୍ରଶଂସକ କହୁଛନ୍ତି- ଗିଲଙ୍କ ଶତକ ପକ୍କା
Advertisement
Article Detail0/zeeodisha/odisha1966615

IND vs AUS Final: ଫାଇନାଲ ପୂର୍ବରୁ ଅହମ୍ମଦାବାଦରେ ପହଞ୍ଚିଲେ ସାରା, ପ୍ରଶଂସକ କହୁଛନ୍ତି- ଗିଲଙ୍କ ଶତକ ପକ୍କା

IND vs AUS Final: ରବିବାର ଦିନ ଅହମ୍ମଦାବାଦରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ ଫାଇନାଲ ଅନୁଷ୍ଠିତ ହେବ । ଏହି ମ୍ୟାଚ୍ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ ପୋଷ୍ଟ ହଇଚଇ ସୃଷ୍ଟି କରିଛି ।

 

Sara Tendulkar_Shubman Gill

Sara Tendulkar Post: ଅହମ୍ମଦାବାଦରେ ହେବାକୁ ଥିବା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ପାଇଁ ମାତ୍ର କିଛି ଘଣ୍ଟା ବାକି ଅଛି । ଏହି ମ୍ୟାଚରେ ଏକରୁ ଅଧିକ ସେଲିବ୍ରିଟି ଯୋଗଦେବେ ବୋଲି ଆଶା କରାଯାଉଛି । ଏହି ସମୟରେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ମଧ୍ୟ ଟିମ୍ ଇଣ୍ଡିଆକୁ ସମର୍ଥନ କରିବା ପାଇଁ ଅହମ୍ମଦାବାଦରେ ପହଞ୍ଚିଛନ୍ତି । ଫାଇନାଲ୍ ମ୍ୟାଚ୍‌ର ଗୋଟିଏ ଦିନ ପୂର୍ବରୁ (ଶନିବାର ଦିନ) ସାରା ତେନ୍ଦୁଲକର ନିଜେ ନିଜ ଇନଷ୍ଟାଗ୍ରାମ ଏକ ଷ୍ଟୋରି ସେୟାର କରି ଅହମ୍ମଦାବାଦରେ ପହଞ୍ଚିବା ବିଷୟରେ ସୂଚନା ଦେଇଛନ୍ତି ।

ବିଶ୍ୱକପ୍ ୨୦୨୩ ର ଅନେକ ମ୍ୟାଚ୍ ରେ ଯୋଗ ଦେଇଥିଲେ ସାରା 
ଭାରତ-ବାଂଲାଦେଶ ମ୍ୟାଚ୍ ଦେଖିବା ପାଇଁ ସାରା ତେନ୍ଦୁଲକର ପୁଣେରେ ପହଞ୍ଚିଥିଲେ । ଏହା ପରେ ୱାନ୍ଖେଡେରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହୋଇଥିବା ମ୍ୟାଚ୍ ବ୍ୟତୀତ ତାଙ୍କୁ ପ୍ରଥମ ସେମିଫାଇନାଲରେ ମଧ୍ୟ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଏହା ଚତୁର୍ଥ ଥର ହେବ ଯେତେବେଳେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଟିମ୍ ଇଣ୍ଡିଆକୁ ସମର୍ଥନ କରୁଥିବା ଦେଖିବାକୁ ମିଳିବ । ଯେତେବେଳେ ସାରା ଷ୍ଟାଡିୟମରେ ଥାଆନ୍ତି, କ୍ୟାମେରାମ୍ୟାନ୍ ମାନେ ମଧ୍ୟ ନିଜ ଧ୍ୟାନ ତାଙ୍କ ଉପରେ ରଖିଥାନ୍ତି । ବିଶେଷକରି ଶୁବମନ ଗିଲଙ୍କୁ ନେଇ ଜୋରଦାର ଚର୍ଚ୍ଚା ହୁଏ ।

fallback

ଶୁବମନ ଗିଲ ମାରିବେ ଶତକ!
ସାରା ତେନ୍ଦୁଲକର ଅହମ୍ମଦାବାଦରେ ପହଞ୍ଚିବା ମାତ୍ରେ ଶୁବମନ ଗିଲଙ୍କ ବିଷୟରେ ଆଲୋଚନା ସୋସିଆଲ ମିଡିଆରେ ତୀବ୍ର ହୋଇଛି । ପ୍ରାୟତଃ ଦେଖାଯାଏ ଯେ ଉଭୟଙ୍କ ନାମ ପରସ୍ପର ସହିତ ଯୋଡ଼ାଯାଏ । ତେବେ ଉଭୟେ ଆନୁଷ୍ଠାନିକ ଭାବେ ଏହା ଘୋଷଣା କରିନାହାଁନ୍ତି । କିନ୍ତୁ ସୋସିଆଲ ମିଡିଆରେ ଉଭୟଙ୍କ ବିଷୟରେ ଗୁଜବ ଜାରି ରହିଛି । ଏହି କାରଣରୁ, ଶନିବାର ଅହମ୍ମଦାବାଦରେ ସାରାଙ୍କ ଆଗମନ ବିଷୟରେ ସୂଚନା ପାଇବା ମାତ୍ରେ ସୋସିଆଲ ମିଡିଆରେ ପ୍ରଶଂସକମାନେ କହିଛନ୍ତି ଯେ ଶୁବମନଙ୍କ ଶତକ ନିଶ୍ଚିତ ।

ଏହି ବିଶ୍ୱକପ ସମୟରେ ନିଜେ ଷ୍ଟାଡିୟମରେ ଶୁବମନଙ୍କ ବ୍ୟାଟିଂ ଉପରେ ସାରଙ୍କ ପ୍ରତିକ୍ରିୟା ଓ ଉଭୟେ ଜିଓ ପ୍ଲାଜାରେ ମିଶିବା ଭଳି ଖବର ଚର୍ଚ୍ଚା ହୋଇଥିଲା । କେବଳ ଏତିକି ନୁହେଁ, ଶୁବମନଙ୍କ ପାଇଁ ସେ ଶୁଭ ବୋଲି ମଧ୍ୟ କୁହାଯାଇଥିଲା । କାରଣ ଏହା ପୂର୍ବରୁ ଯେତେବେଳେ ବି ସାରା ଷ୍ଟାଡିୟମରେ ଉପସ୍ଥିତ ଥିଲେ, ଶୁବମନ ଗିଲ ଅର୍ଦ୍ଧଶତକ ହାସଲ କରିଛନ୍ତି । ଯେତେବେଳେ କି ଏହି ବିଶ୍ୱକପ୍‌ରେ ତାଙ୍କ ନାମରେ ସମୁଦାୟ ଚାରିଟି ଅର୍ଦ୍ଧଶତକ ରହିଛି । ସେମିଫାଇନାଲରେ ବାଂଲାଦେଶ, ଶ୍ରୀଲଙ୍କା ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଗିଲ ପଚାଶ ସ୍କୋର କରିଥିଲେ । ଏହି ତିନୋଟି ମ୍ୟାଚ୍ ରେ ସାରା ଷ୍ଟାଡିୟମରେ ଉପସ୍ଥିତ ଥିଲେ |