ସାଲେପୁରରେ ଗର୍ଜିଲେ ରାହୁଲ, କହିଲେ ସରକାର ଚଳାଉଛନ୍ତି PANN
Advertisement
Article Detail0/zeeodisha/odisha2225765

ସାଲେପୁରରେ ଗର୍ଜିଲେ ରାହୁଲ, କହିଲେ ସରକାର ଚଳାଉଛନ୍ତି PANN

Rahul Gandhi Odisha Visit: ​ଓଡ଼ିଶା ମାଟିରେ ମୁଖ୍ୟମନ୍ତ୍ରୀ ସମେତ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆଜି ସାଲେପୁରରେ ଅନୁଷ୍ଠିତ ସମାବେଶରେ ରାହୁଲ କହିଛନ୍ତି ଯେ, ନବୀନ ବାବୁ ପାଟନରସିପ୍ କରିଛନ୍ତି । ଆଦାନୀଙ୍କୁ ରାଜ୍ୟ ଦେଇଦେଇଛନ୍ତି । ରାଜ୍ୟକୁ ଚଳାଉଛନ୍ତି PANN 

ସାଲେପୁରରେ ଗର୍ଜିଲେ ରାହୁଲ, କହିଲେ ସରକାର ଚଳାଉଛନ୍ତି  PANN

Rahul Gandhi Odisha Visit: ଓଡ଼ିଶା ମାଟିରେ ମୁଖ୍ୟମନ୍ତ୍ରୀ ସମେତ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆଜି ସାଲେପୁରରେ ଅନୁଷ୍ଠିତ ସମାବେଶରେ ରାହୁଲ କହିଛନ୍ତି ଯେ, ନବୀନ ବାବୁ ପାଟନରସିପ୍ କରିଛନ୍ତି । ଆଦାନୀଙ୍କୁ ରାଜ୍ୟ ଦେଇଦେଇଛନ୍ତି । ରାଜ୍ୟକୁ ଚଳାଉଛନ୍ତି PANN ଅର୍ଥାତ ପାଣ୍ଡିଆନ, ଅମିତ ଶାହ, ନରେନ୍ଦ୍ର ମୋଦୀ ଏବଂ ନବୀନ ପଟ୍ଟନାୟକ । ଆପଣଙ୍କ ପୂରା ଧନ ଚୋରୀ କରାଯାଇଛି ବୋଲି ରାହୁଲ ସାଧାରଣ ସଭାରେ କହିଛନ୍ତି । ଚାଷୀଙ୍କ ଜମିଠୁ ଆରମ୍ଭ କରି ପ୍ଲାଣ୍ଟେସନ ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ରାଜ୍ୟବାସୀଙ୍କୁ ଲୁଟାଯାଇଛି । ଯେବେ ଏଠାରେ କଂଗ୍ରେସ ସରକାର ଆସିବ ସେତେବେଳେ ଆପଣଙ୍କୁ ସମସ୍ତ ଟଙ୍କା ଫେରସ୍ତ କରାଯିବା ପ୍ରକ୍ରିୟା ଆରମ୍ଭ କରାଯିବ । ଆପଣମାନେ ଦେଶର ପ୍ରଥମ ମାଲିକ । ଏ ମାଟି ଆପଣଙ୍କର ଥିଲା ଏ ମାଟି, ଜଙ୍ଗଲ, ପାଣିର ହକ୍ କଂଗ୍ରେସ ଦଳ ଗ୍ୟାରେଣ୍ଟିର ସହ ଆପଣଙ୍କୁ ଫେରେଇଦେବ ।

ସୂଚନାଯୋଗ୍ୟ, ଆଜି ରାହୁଲ ଗାନ୍ଧୀ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିଥିଲେ । ପରେ ହେଲିକପ୍ଟର ମାଧ୍ୟମରେ ସାଲେପୁର ଗସ୍ତ କରିଥିଲେ। ଅପରାହ୍ମ ୨ଟା ୧୫ରେ ସାଲେପୁରରୁ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି । ସାଲେପୁରରେ ଅନୁଷ୍ଠିତ ବିଶାଳ କଂଗ୍ରେସ ସଭାରେ କର୍ମୀ ଏବଂ ନେତାଙ୍କୁ ରାହୁଲ ଗୁରୁମନ୍ତ୍ର ଦେଇଛନ୍ତି । ରାହୁଲଙ୍କ ଉଦବୋଧନ ଶୁଣିବାକୁ ଅନେକ ଭିଡ ଦେଖିବାକୁ ମିଳିଛି ।

Also Read- କଂଗ୍ରେସକୁ ଝଟକା, ଇସ୍ତଫା ଦେଲେ ଅରବିନ୍ଦର ସିଂହ ଲଭଲି

Also Read- Accident News: ଯାତ୍ରୀବାହୀ ବସ୍ ସହ ଟ୍ରକ ଧକ୍କା, ୨ ଜଣଙ୍କ ମୃତ୍ୟୁ