Vitamin Deficiency: ଏହି ଭିଟାମିନର ଅଭାବ ଯୋଗୁଁ ଦୁର୍ବଳ ହୋଇଯାଏ ହାଡ, ତୁରନ୍ତ ଖାଇବା ଆରମ୍ଭ କରନ୍ତୁ ଏହି ଖାଦ୍ୟ
Advertisement
Article Detail0/zeeodisha/odisha2224344

Vitamin Deficiency: ଏହି ଭିଟାମିନର ଅଭାବ ଯୋଗୁଁ ଦୁର୍ବଳ ହୋଇଯାଏ ହାଡ, ତୁରନ୍ତ ଖାଇବା ଆରମ୍ଭ କରନ୍ତୁ ଏହି ଖାଦ୍ୟ

Vitamin Deficiency: ଶରୀରରେ ଭିଟାମିନ୍ K2 ର ଅଭାବ ଯୋଗୁଁ ଆପଣଙ୍କୁ ଅନେକ ଗମ୍ଭୀର ରୋଗର ସମ୍ମୁଖୀନ ହେବାକୁ ପଡିପାରେ। ଏପରି ପରିସ୍ଥିତିରେ, ଭୁଲରେ ମଧ୍ୟ ଏହି ଲକ୍ଷଣଗୁଡ଼ିକୁ ଅଣଦେଖା କରନ୍ତୁ ନାହିଁ।

 

Vitamin K2 Deficiency

Vitamin K2 Deficiency: ସୁସ୍ଥ ଓ ଫିଟ୍ ରହିବା ପାଇଁ ଶରୀରରେ ସମସ୍ତ ପୋଷକ ତତ୍ତ୍ୱ ସଠିକ୍ ପରିମାଣରେ ରହିବା ଅତ୍ୟନ୍ତ ଜରୁରୀ। କାରଣ କୌଣସି ଭିଟାମିନ୍ ଓ ମିନେରାଲ୍ ର ଅଭାବ ଅନେକ ଗମ୍ଭୀର ରୋଗର ଆଶଙ୍କା ବଢ଼ାଇଇଥାଏ। ଏଥି ମଧ୍ୟରୁ ଗୋଟିଏ ହେଉଛି ଭିଟାମିନ୍ କେ-୨ (Vitamin K2)। ଏହାର ଅଭାବ ଯୋଗୁଁ ହାଡ ଦୁର୍ବଳ ହୋଇଯାଏ ଓ ଏହା ଅନ୍ୟାନ୍ୟ ଗମ୍ଭୀର ସମସ୍ୟାର ଆଶଙ୍କା ବଢ଼ାଇଥାଏ। ଆପଣଙ୍କୁ ଏହି ଆର୍ଟିକିଲ୍ ମାଧ୍ୟମରେ କହୁଛୁ ଯେ କେଉଁ ଜିନିଷର ବ୍ୟବହାର ଶରୀରରେ ଭିଟାମିନ୍ K2 ଅଭାବକୁ ଦୂର କରିଥାଏ…

ଜାଣନ୍ତୁ ଲକ୍ଷଣ
ଆଘାତ ବିନା ଅତ୍ୟଧିକ ରକ୍ତସ୍ରାବ 
ଆଘାତ ପରେ ରକ୍ତସ୍ରାବ ବନ୍ଦ ହୁଏ ନାହିଁ 
ରକ୍ତସ୍ରାବ ଜନିତ ସମସ୍ୟା
ପାଦରେ ଫୁଲିବା ସମସ୍ୟା 
ଥକ୍କାପଣ ଓ ଦୁର୍ବଳତା

କେଉଁ ଖାଦ୍ୟ ଭିଟାମିନ୍ K2 ଯୋଗାଏ?
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଭିଟାମିନ୍ K2 ହେଉଛି ଏକ ପ୍ରକାର ଭିଟାମିନ୍ କେ, ଯାହା ପ୍ରାୟତଃ ପଶୁ ଖାଦ୍ୟରେ ମିଳିଥାଏ। ଯେଉଁଠାରେ ଉଦ୍ଭିଦ ଖାଦ୍ୟରେ ଭିଟାମିନ୍ K1 ଅଧିକ ମିଳିଥାଏ। ଆପଣଙ୍କୁ କହି ରଖୁଛୁ ଯେ ଜଣେ ପୁରୁଷ ପ୍ରତିଦିନ ୧୨୦ ମିଗ୍ରା ଭିଟାମିନକ K2 ଆବଶ୍ୟକ କରନ୍ତି ଓ ଜଣେ ମହିଳା ପ୍ରତିଦିନ ୯୦ ମିଗ୍ରା ଭିଟାମିନ୍ K2 ଆବଶ୍ୟକ କରନ୍ତି। ଭିଟାମିନ୍ K2 ର ଅଭାବକୁ ଦୂର କରିବା ପାଇଁ, ଆପଣ ନିଜ ଖାଦ୍ୟରେ ଚିକେନ୍, ଅଣ୍ଡାର ହଳଦିଆ ଅଂଶ, ଫ୍ୟାଟି ଫିସ୍, କଲିଜା, ପନିର, ଘୁଷୁରି ମାଂସ ଇତ୍ୟାଦି ଅନ୍ତର୍ଭୁକ୍ତ କରିପାରିବେ।

ଏହା ଯୋଗୁଁ ଦୂର ହୋଇଥାଏ ଏହି ସବୁ ରୋଗ
- ଅଷ୍ଟିଓପୋରୋସିସ୍ ହେବାର ଆଶଙ୍କା କମିଯାଏ 
- ଦାନ୍ତ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ 
- ହାର୍ଟ ପାଇଁ ଲାଭଦାୟକ
- ରକ୍ତ ଜମାଟ ବାନ୍ଧିବା ସମସ୍ୟା ଦୂର ହୋଇଯାଏ
- କର୍କଟ ରୋଗକୁ ରୋକିବାରେ ସାହାଯ୍ୟ କରେ

(Disclaimer: ଏହି ଆର୍ଟିକିଲ୍ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। ଏହାକୁ କାର୍ଯ୍ୟକାରୀ କରିବା ପୂର୍ବରୁ, ଆପଣଙ୍କର ବିଶେଷଜ୍ଞ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।)