Road Accident: ଭୟଙ୍କର ଦୁର୍ଘଟଣା, ରାସ୍ତା ପାର୍ ହେଉଥିବା ବେଳେ...
Advertisement
Article Detail0/zeeodisha/odisha2239566

Road Accident: ଭୟଙ୍କର ଦୁର୍ଘଟଣା, ରାସ୍ତା ପାର୍ ହେଉଥିବା ବେଳେ...

Road Accident: ଅଶୁଭ ବୁଧବାର। ଚାହୁଁଚାହୁଁ ଲିଭିଗଲା ୨ ଜୀବନ ଦୀପ।  ଭୟଙ୍କର ଦୁର୍ଘଟଣାରେ ପ୍ରାଣ ହରାଇଲା ସ୍ବାମୀ-ସ୍ତ୍ରୀ। ରାସ୍ତା ପାର୍ ହେଇଥିବା ବେଳେ ଘଟିଲା ଏହି ଦୁର୍ଘଟଣା। ଭୁବନେଶ୍ବର ପଳାଶୁଣୀ ଛକ ନିକଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। 

Road Accident: ଭୟଙ୍କର ଦୁର୍ଘଟଣା, ରାସ୍ତା ପାର୍ ହେଉଥିବା ବେଳେ...

Road Accident: ଅଶୁଭ ବୁଧବାର। ଚାହୁଁଚାହୁଁ ଲିଭିଗଲା ୨ ଜୀବନ ଦୀପ।  ଭୟଙ୍କର ଦୁର୍ଘଟଣାରେ ପ୍ରାଣ ହରାଇଲା ସ୍ବାମୀ-ସ୍ତ୍ରୀ। ରାସ୍ତା ପାର୍ ହେଇଥିବା ବେଳେ ଘଟିଲା ଏହି ଦୁର୍ଘଟଣା। ଭୁବନେଶ୍ବର ପଳାଶୁଣୀ ଛକ ନିକଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଅଘଟଣ ଘଟିଲା ସେନେଇ ଛାନଭିନ୍ ଦାରି ରଖିଛି।

ALSO READ: Road Accident: କେନ୍ଦୁଝରରେ ଓଲଟିଲା ପିଆଜ ବୋଝେଇ ଟ୍ରକ୍, ଡ୍ରାଇଭରଙ୍କ ସ୍ତ୍ରୀ ସମେତ ୨ ଶିଶୁ...

ALSO READ: Anubhav Mohanty: ଅନୁଭବଙ୍କ ପିଛା ଛାଡ଼ୁନି ବିବାଦ, ସାଂସଦଙ୍କ ବିରୋଧରେ...

ALSO READ: Gold Price: ଏତିକି ଟଙ୍କା ଖସିଲା ସୁନା ରେଟ୍, ଜାଣନ୍ତୁ ଭୁବନେଶ୍ବରରେ ୧୦ ଗ୍ରାମ୍ ପିଛା କେତେ ରହିଛି ଦର?

ସୂଚନା ଯୋଗ୍ୟ, ଭୁବନେଶ୍ବର ସ୍ଥିତ ପଳାଶୁଣୀ ଛକ ନିକଟରେ ଆଜି ସକାଳେ ସ୍ବାମୀ-ସ୍ତ୍ରୀ ରାସ୍ତା ପାର୍ ହେଉଥିଲେ। ଏହି ସମୟରେ ଏକ ଟ୍ରକ୍ ଦମ୍ପତିଙ୍କୁ ଧକ୍କା ଦେଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ,ଟ୍ରକ୍ ଟି ମହିଳାଙ୍କ ସ୍ବାମୀଙ୍କୁ ପ୍ରାୟ ୧ କିଲୋମଟିର ପର୍ଯ୍ୟନ୍ତ ଘୋଷାଡି଼ ନେଇଥିଲା। ପୁରୁଷଙ୍କ ମୃତଦେହଟି ସତ୍ୟବିହାର ଛକରୁ ମିଳିଥିବା ବେଳେ ମହିଳାଙ୍କ ମୃତଦେହଟି ପଳାଶୁଣୀ ଛକରେ ପଡି଼ ରହିଛି। ଏନେଇ ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏବଂ ଏହି ଦମ୍ପତି ସୋନପୁରର ହୋଇଥିବା ଜଣାପଡ଼ିଛି। ତେବେ, ଟ୍ରକଟି ଭୁବନେଶ୍ବରରୁ କଟକ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।