Holi Vastu Tips: ହୋଲିରେ ଆପଣାନ୍ତୁ ଏହି ଉପାୟ, ଦୂର ହେବ ଘରର ବାସ୍ତୁ ଦୋଷ
Advertisement
Article Detail0/zeeodisha/odisha1595084

Holi Vastu Tips: ହୋଲିରେ ଆପଣାନ୍ତୁ ଏହି ଉପାୟ, ଦୂର ହେବ ଘରର ବାସ୍ତୁ ଦୋଷ

Holi Vastu Tips: ଦିନ କେଇଟା ପରେ ଆସୁଛି ରଙ୍ଗ ଓ ଭାଇଚାରର ପର୍ବ ହୋଲି । ଶାସ୍ତ୍ର ଅନୁଯାୟୀ, ହୋଲି ଦିନ ଭଗବାନ ବିଷ୍ଣୁ, ଶ୍ରୀକୃଷ୍ଣ, ମାଆ ଲକ୍ଷ୍ମୀଙ୍କ ପୂଜା ପାଠ ସହ ଅବିର ଲଗାଇଗା ଦ୍ବାରା ସେମାନେ ପ୍ରସନ୍ନ ହୋଇଥାଆନ୍ତି । ସେହିପରି ବାସ୍ତୁ ଶାସ୍ତ୍ର ଅନୁଯାୟୀ କିଛି ଉପାୟ କରିବା ଦ୍ବାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ।

ସୌ(ସୋସିଆଲ ମିଡିଆ)

Holi Vastu Tips: ଦିନ କେଇଟା ପରେ ଆସୁଛି ରଙ୍ଗ ଓ ଭାଇଚାରର ପର୍ବ ହୋଲି । ଫାଲଗୁନ୍ ମାସର ପୂର୍ଣ୍ଣିମା ଦିନ ସାରା ଦେଶ ଏହି ରଙ୍ଗର ଉତ୍ସବକୁ ବେଶ ଧୁମଧାମରେ ମନାଇଥାଆନ୍ତି । ପରସ୍ପରକୁ ରଙ୍ଗ ବୋଲି ମନାନ୍ତର ଦୂର କରାଯାଏ । ଶାସ୍ତ୍ର ଅନୁଯାୟୀ, ହୋଲି ଦିନ ଭଗବାନ ବିଷ୍ଣୁ, ଶ୍ରୀକୃଷ୍ଣ, ମାଆ ଲକ୍ଷ୍ମୀଙ୍କ ପୂଜା ପାଠ ସହ ଅବିର ଲଗାଇଗା ଦ୍ବାରା ସେମାନେ ପ୍ରସନ୍ନ ହୋଇଥାଆନ୍ତି । ସେହିପରି ବାସ୍ତୁ ଶାସ୍ତ୍ର ଅନୁଯାୟୀ କିଛି ଉପାୟ କରିବା ଦ୍ବାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ।

ଘରେ ବନାନ୍ତୁ ରଙ୍ଗୋଲି

ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଘରର ପ୍ରବେଶ ଦ୍ୱାର, ଅଗଣା ଇତ୍ୟାଦିରେ ନାଲି, ହଳଦିଆ, ସବୁଜ, ଗୋଲାପୀ ରଙ୍ଗ ଏହି ରଙ୍ଗୋଲିରେ ପକାଇବା ଉଚିତ୍ । ଏପରି କରିବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ ଓ ମା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ ।

ଘରେ ଲଗାନ୍ତୁ ଗଛ ଲଗାନ୍ତୁ

ଘରର ବାସ୍ତୁ ଦୋଷ ଦୂର କରିବା ସହ ସକରାତ୍ମକ ଶକ୍ତି ବୃଦ୍ଧି କରିବା ପାଇଁ ହୋଲି ଦିନ ଘର ଭିତରେ କିମ୍ବା ବାହାରେ ଗଛ ଲଗାନ୍ତୁ । ଏହା କରିବା ଦ୍ୱାରା ଘରେ ସୁଖ ସବୃଦ୍ଧି ବୃଦ୍ଧି ପାଇଥାଏ ।

ଘରେ ଲଗାନ୍ତୁ ଏହି ଫଟୋ

ବ୍ୟବସାୟରେ ଅଗ୍ରଗତି ଓ ଅର୍ଥ ଲାଭ ପାଇଁ, ଅଫିସ୍ କିମ୍ବା ଘରର ପୂର୍ବରେ ସୂର୍ଯ୍ୟ ଉଦୟ ହେବାର ଫଟୋ ଲଗାନ୍ତୁ । ଏପରି କରିବା ଦ୍ୱାରା ଶୁଭ ଫଳ ମିଳିଥାଏ ଓ ଆର୍ଥିକ ସ୍ଥିତି ସୁଦୃଢ ହୋଇଥାଏ ।

ଗଣେଶଙ୍କୁ ଅର୍ପଣ କରନ୍ତୁ ଭୋଗ

ହୋଲି ଦିନ ଭଗବାନ ଗଣେଶଙ୍କୁ ପୂଜା କରିବା ସହ ତାଙ୍କ ନିକଟରେ ଅବିର ଓ ତାଙ୍କ ପ୍ରିୟ ମୋଦକ ଲଡୁ ଭୋଗ ଲଗାନ୍ତୁ । ଏହାଦ୍ବାରା ଗଣେଶଙ୍କ କୃପା ଲାଭ ହୋଇଥାଏ ।