Dhanshakti Rajyog: ତିନି ରାଶିଙ୍କ ଭାଗ୍ୟ ଫିଟାଇବ ଧନଶକ୍ତି ରାଜଯୋଗ, ହେବ ଟଙ୍କାର ବର୍ଷା
Advertisement
Article Detail0/zeeodisha/odisha2085287

Dhanshakti Rajyog: ତିନି ରାଶିଙ୍କ ଭାଗ୍ୟ ଫିଟାଇବ ଧନଶକ୍ତି ରାଜଯୋଗ, ହେବ ଟଙ୍କାର ବର୍ଷା

Dhanshakti Rajyog:  ଆସନ୍ତା ଫେବୃଆରୀ ମାସରେ (ଫେବୃଆରୀ ୩) ଶୁକ୍ର (Shukra Gochar 2024) ମଧ୍ୟ ନିଜ ରାଶି ଛାଡି ମକର ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ମଙ୍ଗଳ (Mangal gochar 2024) ପୂର୍ବରୁ ବିରାଜମାନ ଅଛନ୍ତି।  ଗୋଟିଏ ରାଶିରେ ଦୁଇ ଗ୍ରହଙ୍କ ମିଳନ ଧନଶକ୍ତି ରାଜଯୋଗ (Dhanshakti Rajyog) ସୃଷ୍ଟି କରୁଛି। ଏହି ଧନଶକ୍ତି ରାଜଯୋଗ କାରଣରୁ ତିନି ରାଶିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। 

Dhanshakti Rajyog: ତିନି ରାଶିଙ୍କ ଭାଗ୍ୟ ଫିଟାଇବ ଧନଶକ୍ତି ରାଜଯୋଗ, ହେବ ଟଙ୍କାର ବର୍ଷା

Dhanshakti Rajyog: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି । ଗ୍ରହମାନଙ୍କର ଏହି ଚଳନ କିଛି ରାଶି ଉପରେ ଭଲ ପ୍ରଭାବ ପକାଇ ଥାଏ ତ ଆଉ କିଛି ରାଶି ଉପରେ ଖରାପ ପ୍ରଭାବ ପକାଇଥାଏ । ଏ-ହି କ୍ରମରେ ଆସନ୍ତା ଫେବୃଆରୀ ମାସରେ (ଫେବୃଆରୀ ୩) ଶୁକ୍ର (Shukra Gochar 2024) ମଧ୍ୟ ନିଜ ରାଶି ଛାଡି ମକର ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ମଙ୍ଗଳ (Mangal gochar 2024) ପୂର୍ବରୁ ବିରାଜମାନ ଅଛନ୍ତି।  ଗୋଟିଏ ରାଶିରେ ଦୁଇ ଗ୍ରହଙ୍କ ମିଳନ ଧନଶକ୍ତି ରାଜଯୋଗ (Dhanshakti Rajyog) ସୃଷ୍ଟି କରୁଛି। ଏହି ଧନଶକ୍ତି ରାଜଯୋଗ କାରଣରୁ ତିନି ରାଶିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ସେମାନଙ୍କ ଜୀବନ ଧନଧାନ୍ୟରେ ଭରିଯିବା ସହ ଚାକିରିରେ ପଦୋନ୍ନତି ଓ ବ୍ୟବସାୟରେ ଅଭୂତ ପୂର୍ବ ସଫଳତା ପାଇବେ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ... 

ALSO READ: Today Horoscope: ଧନହାନୀର ରହିଛି ଯୋଗ, ବୃଷ ସହ ସାବଧାନ୍ ରୁହନ୍ତୁ ଏହି ତିନି ରାଶି !

ଆସନ୍ତା ମାସରୁ କୋଟିପତି ହେବେ ଏହି ତିନି ରାଶି:

ଧନୁ : ଧନଶକ୍ତି ରାଜଯୋଗ (Dhanshakti Rajyog) ଏ-ହି ରାଶିରେ ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟି ପ୍ରମାଣିତ ହେବ। 
ଏହି ଅବଧି ମଧ୍ୟରେ, ଚାକିରିରେ ପଦୋନ୍ନତି ନେଇ ଯୋଗ ରହିଛି । ପୈତୃକ ସମ୍ପତ୍ତିରୁ ଲାଭ ମିଳିବ । ସାମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ବ୍ୟବସାୟରେ ଉନ୍ନତି ହେବା ସହ ବିପୁଳ ଲାଭ ମିଳିବ । ଆୟ ବଢିବା ସହିତ ବୈବାହିକ ଜୀବନ ସୁଖମୟ ହେବ । ବିଶେଷ କରି ପ୍ରେମ ବ୍ୟାପାରରେ ସଫଳତା ପାଇବେ। ଏପରିକି ପ୍ରେମ ବିବାହର ଯୋଗ ମଧ୍ୟ ରହିଛି। ଦିର୍ଘ ଦିନ ଧରି ଲାଗି ରହିଥିବା ବିବାଦର ଅନ୍ତ ଘଟିବ। 

ମେଷ:  ଶୁକ୍ର ଓ ମଙ୍ଗଳଙ୍କ କୃପାରୁ ଏହି ରାଶିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଧନଶକ୍ତି ରାଜଯୋଗ (Dhanshakti Rajyog)ର ଶୁଭ ପ୍ରଭାବ ହେତୁ ମକର ରାଶିରେ ବ୍ୟକ୍ତି ବିଶେଷ ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ।  ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ମଜବୁତ୍ ହେବ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବ୍ୟକ୍ତି ବିଶେଷ ଏହି ସମୟରେ ସଫଳତା ହାସଲ କରିବେ । ଭାଗ୍ୟର ପୂର୍ଣ୍ଣ ସମର୍ଥନ ମିଳିବ । ବ୍ୟବସାୟରେ ଆର୍ଥିକ ଲାଭର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟରେ ସକରାତ୍ମକ ପରିବର୍ତ୍ତନ ଦେଖାଯିବ। ପରିବାର ଲୋକଙ୍କ ସହ ସମ୍ପର୍କରେ ସୁଧାରତା ଆସିବ। ଦୂରସ୍ଥାନକୁ ଯାତ୍ରା ନେଇ ବାଟ ଫିଟିବ।

ବୃଷ: ସେହିପରି ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଶୁଭ ଦିନ ଆରମ୍ଭ ହେବାକୁ ଯାଉଛି। ବ୍ୟବସାୟୀଙ୍କ ପାଇଁ ସମୟ ବହୁତ ଭଲ ରହିଛି। ଯଦି ଆପଣ, ଏହି ଅବଧି ମଧ୍ୟରେ କୌଣସି  ବ୍ୟବସାୟ ଆରମ୍ଭ କରନ୍ତି, ସେଥିରୁ ଅଧିକ ଲାଭ ପାଇବେ। ଆକସ୍ମିକ ଧନଲାଭର ଯୋଗ ରହିଛି । ବ୍ୟବସାୟରେ ଅଟିକି ଥିବା ଟଙ୍କା ଆପଣଙ୍କୁ ମିଳିବ। ବିଦେଶ ଭ୍ରମଣ କରିପାରିବେ। ନିଜ ସନ୍ତାନଙ୍କ ଠାରୁ ଭଲ ଖବର ପାଇଁ ମନ ପ୍ରଫୁଲ୍ଲିତ ହେବ। ସନ୍ତାନ ପ୍ରାପ୍ତିର ଖବର ବି ପାଇ ପାରନ୍ତି। କ୍ୟାରିୟର ସହିତ ଜଡି଼ତ କିଛି ଭଲ ଖବର ପାଇପାରନ୍ତି। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)