Women in the India armed force: ଭାରତୀୟ ସେନାରେ ମହିଳାଙ୍କ ଭାଗିଦାରୀ କେତେ ?
Advertisement
Article Detail0/zeeodisha/odisha1926665

Women in the India armed force: ଭାରତୀୟ ସେନାରେ ମହିଳାଙ୍କ ଭାଗିଦାରୀ କେତେ ?

ଭାରତର ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ପ୍ରୟାସ କରାଯାଉଛି। କ୍ରିକେଟ୍ ହେଉ କିମ୍ବା ରାଜନୀତି ହେଉ, ବିମାନ ଉଡ଼ାଣ ଠାରୁ ଆରମ୍ଭ କରି ଅଫିସ୍ କାର୍ଯ୍ୟ ପର୍ଯ୍ୟନ୍ତ, ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ପୁରୁଷଙ୍କ ସହ କାନ୍ଧରେ କାନ୍ଧରେ ଅଗ୍ରଗତି କରୁଛନ୍ତି । ସେନା ଯାହାକୁ ଆଗରୁ ପୁରୁଷଙ୍କ କ୍ଷେତ୍ରେ

SOCIAL MEDIA

Women in the India armed force: ଭାରତର ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ପ୍ରୟାସ କରାଯାଉଛି। କ୍ରିକେଟ୍ ହେଉ କିମ୍ବା ରାଜନୀତି ହେଉ, ବିମାନ ଉଡ଼ାଣ ଠାରୁ ଆରମ୍ଭ କରି ଅଫିସ୍ କାର୍ଯ୍ୟ ପର୍ଯ୍ୟନ୍ତ, ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ପୁରୁଷଙ୍କ ସହ କାନ୍ଧରେ କାନ୍ଧରେ ଅଗ୍ରଗତି କରୁଛନ୍ତି । ସେନା ଯାହାକୁ ଆଗରୁ ପୁରୁଷଙ୍କ କ୍ଷେତ୍ରେ କୁହାଯାଉଥିଲା ସେଥିରେ ମଧ୍ଯ ଧିରେ ଧିରେ ମହିଳାଙ୍କ ଭାଗିଦାରୀ ବଢି଼ବାରେ ଲାଗିଛି ।  ସ୍ଥଳବାହିନୀ  ହେଉ କିମ୍ବା ବାୟୁସେନା ଅବା ନୌସେନା,ମହିଳାମାନେ ସେନାର ତିନି ଅଙ୍ଗରେ ସକ୍ରୀୟ ଭାବେ କାର୍ଯ୍ୟ କରୁଛନ୍ତି, କିନ୍ତୁ ଆପଣ ଜାଣନ୍ତି କି ଏଥିରେ ମହିଳାଙ୍କ ସଂଖ୍ୟା କେତେ?

 

ଅଗଷ୍ଟ ମାସରେ ଲୋକସଭାରେ ଏକ ଉତ୍ତରରେ ସରକାର କହିଛନ୍ତି  ସେନାର ତିନି ଅଙ୍ଗରେ ମୋଟ ୧୧୪୧୪ଜଣ ମହିଳା ଏହି ନିୟୋଜିତ ହୋଇଛନ୍ତି। ଯଦି ଡାକ୍ତରୀ, ଦନ୍ତ ଏବଂ ନର୍ସିଂ ସେବାକୁ ବାଦ ଦିଆଯାଏ, ତେବେ ସେନାର ତିନି ଅଙ୍ଗରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀଙ୍କ ସଂଖ୍ୟା 4,948 ଅଟେ।

ତିନି ସେନାରେ ମହିଳାଙ୍କ ସଂଖ୍ଯା

ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ପ୍ରଦତ୍ତ ସୂଚନା ଅନୁଯାୟୀ, ଜାନୁଆରୀ ୧ ସୁଦ୍ଧା ସ୍ଥଳସେନାରେ ୧୭୩୩ ମହିଳା ଅଧିକାରୀ ଅଛନ୍ତି ଏବଂ 100 ଜଣ ମହିଳା କର୍ମଚାରୀ ଅନ୍ୟ ପଦବୀରେ କାର୍ଯ୍ୟ କରୁଛନ୍ତି। ଯଦି ଆମେ ଭାରତୀୟ ବାୟୁସେନା ବିଷୟରେ କହିବା, ଏଥିରେ ମହିଳା ଅଧିକାରୀଙ୍କ ସଂଖ୍ୟା ୧୬୫୪ ଅଟେ। ନୌସେନାରେ ମହିଳାଙ୍କ ଅଂଶଗ୍ରହଣ ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇଛି  । ନୌସେନାରେ ୫୮୦ ମହିଳା ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ୭୨୬ ମହିଳା ନାବିକ(ଅଗ୍ନିବୀର) ଭାବରେ କାର୍ଯ୍ୟ କରୁଛନ୍ତି ।

ସେନା ଚିକିତ୍ସା କ୍ଷେତ୍ରରେ ଅଂଶଗ୍ରହଣ

 ତଥ୍ୟ ଅନୁଯାୟୀ, ୧୨୧୨ ମହିଳା ଆର୍ମି ମେଡିକାଲରେ ଏବଂ ୧୬୮ ଏବଂ 3୮୪୧ ଜଣ ମହିଳା ଆର୍ମି ଡେଣ୍ଟାଲ କର୍ପସ-ମିଲିଟାରୀ ନର୍ସିଂ ସେବାରେ ସେବା କରୁଛନ୍ତି। ସେହିଭଳି ନୌସେନାର ମେଡିକାଲ କର୍ପସରେ ୧୫୧ ମହିଳା, ଡେଣ୍ଟାଲ କର୍ପସରେ୧୦ ଜଣ ଏବଂ ନର୍ସିଂ ସେବାରେ ୩୮୦ ଜଣ ମହିଳା ଅଛନ୍ତି। ସେହିଭଳି ଭାରତୀୟ ବାୟୁସେନାର ମେଡିକାଲ କର୍ପସରେ ମହିଳାଙ୍କ ସଂଖ୍ୟା ୨୭୪, ଡେଣ୍ଟାଲ କର୍ପସରେ ପାଞ୍ଚ ଜଣ ଏବଂ ସୈନ୍ୟ ନର୍ସିଂ ସେବାରେ ୪୨୫ ଜଣ ଅଛନ୍ତି ।