Shukra Gochar 2024: ୨୪ ଏପ୍ରିଲରୁ ବଦଳିବ ୪ରାଶିର ଭାଗ୍ୟ, ମିଳିବ ବିପୁଳ ଲାଭ
Advertisement
Article Detail0/zeeodisha/odisha2202875

Shukra Gochar 2024: ୨୪ ଏପ୍ରିଲରୁ ବଦଳିବ ୪ରାଶିର ଭାଗ୍ୟ, ମିଳିବ ବିପୁଳ ଲାଭ

Venus Transit in Aries 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଧନ, ଗୌରବ ଏବଂ ସୌଭାଗ୍ୟ ପ୍ରଦାନକାରୀ ଗ୍ରହ ଶୁକ୍ର ଏପ୍ରିଲ୍ ୨୪ ରାତି ୧୧ଟା୪୪ରେ ମେଷ ରାଶିରେ ପ୍ରବେଶ କରିବେ। ମେଷ ରାଶିରେ ଶୁକ୍ରଙ୍କ ଚଳନ ପ୍ରଭାବରୁ ୪ଟି ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟ ଉଜ୍ଜ୍ୱଳ ହେବାକୁ ଯାଉଛି ।  ଅର୍ଥ ଲାଭ ସହିତ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଗତି କରିବେ ସେହି ରାଶିର ବ୍ୟକ୍ତିମାନେ । ଆସନ୍ତୁ ଜାଣିବା ସେହି ରାଶି ଗୁଡିକ କଣ କଣ ।

ମେଷ ରାଶି
ଶୁକ୍ରଙ୍କ ରାଶି ପରିବର୍ତ୍ତନ ଆପଣଙ୍କ ରାଶିକୁ ଶୁଭ ଫଳ ଦେବ । ଆପଣଙ୍କ ପାଇଁ ଏହି ସମୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ । ଆର୍ଥିକ ସ୍ଥିତି ସୁଦୃଢ ହେବା ସହ କ୍ୟାରିୟରରେ ଆଗକୁ ବଢିବେ । ନୂତନ ଆୟର ଉତ୍ସ ସୃଷ୍ଟି ହେବ । ପାରିବାରିକ ସମ୍ପର୍କ ମଧ୍ୟ ଅଧିକ ମଜବୁତ । ଯଦି ପରିବାରରେ କୌଣସି ଆଭ୍ୟନ୍ତରୀଣ ବିବାଦ ରହିଥାଏ ତେବେ ତାହାର ସମାଧାନ ହୋଇଯିବ । ଦାମ୍ପତ୍ୟ ଜୀବନରେ ନୂଆ ଖୁସି ଆରମ୍ଭ ହେବ ।

ମିଥୁନ ରାଶି
ଶୁକ୍ରଙ୍କ ଚଳନ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ । ନୂଆ କର୍ମମୟ ଜୀବନ ଆରମ୍ଭ ହୋଇପାରେ । ବ୍ୟବସାୟୀମାନଙ୍କ ପାଇଁ ଭଲ ସମୟ । ପୁଞ୍ଜି ବିନିଯୋଗ ପାଇଁ ଏହା ଅନୁକୂଳ ସମୟ । ବିଦ୍ୟାର୍ଥୀମାନଙ୍କ ବିଦେଶରେ ଶିକ୍ଷାଲାଭର ସୁଯୋଗ ରହିଛି । ଚାକିରି କ୍ଷେତ୍ରରେ ବରିଷ୍ଠଙ୍କ ପ୍ରଶଂସା ମିଳିବ । ଏଥିସହ ପଦୋନ୍ନତିର ସୁଯୋଗ ରହିଛି ।

ତୁଳା ରାଶି
ଶୁକ୍ରର ରାଶି ପରିବର୍ତ୍ତନ କାରଣରୁ ଆପଣ କାର୍ଯ୍ୟ କ୍ଷେତ୍ରରେ ଅଗ୍ରଗତି କରିବେ । ବ୍ୟବସାୟରେ ନୂଆ ଡିଲ୍ ଚୂଡାନ୍ତ କରିପାରନ୍ତି । ଅବିବାହିତଙ୍କ ପାଇଁ ଖୁସି ଖବର ଆସିପାରେ । ଦାମ୍ପତ୍ୟ ଜୀବନରେ ଜୀବନସାଥୀଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ । କୌଣସି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ପୂର୍ବରୁ ଋଣ ନେଇଥିଲେ ତାହାକୁ ପରିଶୋଧ କରିବାରେ ସଫଳ ହେବେ ।

ମକର ରାଶି
ଶୁକ୍ରଙ୍କ ରାଶି ଚଳନ ଆପଣଙ୍କ ପାଇଁ ବଡ଼ ଖୁସି ଖବର ଆଣିପାରେ । କ୍ୟାରିଅରରେ ଭଲ ଫଳାଫଳ ପାଇପାରିବେ । କାର୍ଯ୍ୟରତ କର୍ମଚାରୀଙ୍କ ଦରମା ବୃଦ୍ଧିର ସୁଯୋଗ ରହିଛି । ବଡ ପାଇଁ ବିନିଯୋଗ କରିବାକୁ ଚିନ୍ତା କରୁଥିଲେ ଏହି ସମୟ ଅତ୍ୟନ୍ତ ଅନୁକୂଳ  । ବ୍ୟବସାୟୀଙ୍କ ପାଇଁ ଏହା ଭଲ ସମୟ । ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ପାଇବ । ଯଦି ସାଥୀଙ୍କ ସହ ବିବାଦ ଥାଏ ତେବେ ତାହା ସମାଧାନ ହୋଇଯିବ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।

Also Read- Odisha Politics: ଶ୍ରୀମନ୍ଦିରରେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ ଲେଖାଶ୍ରୀ

Also Read- Sun Transit 2024: ଆଜିଠାରୁ ମେଷ ରାଶିରେ ସୂର୍ଯ୍ୟଙ୍କ ଚଳନ, ସଫଳତାର ସ୍ୱାଦ ଚାଖିବେ ୩ ରାଶି