Ration Card: ଘରେ ବସି ପାଆନ୍ତୁ ରାସନ କାର୍ଡ, ଏମିତି କରନ୍ତୁ ଆବେଦନ
Advertisement
Article Detail0/zeeodisha/odisha2217978

Ration Card: ଘରେ ବସି ପାଆନ୍ତୁ ରାସନ କାର୍ଡ, ଏମିତି କରନ୍ତୁ ଆବେଦନ

Ration Card Apply Online 2024: ଯେଉଁମାନଙ୍କର ରାସନ କାର୍ଡ ନାହିଁ ସେମାନେ କିପରି ରାସନ କାର୍ଡ ପାଇପାରିବେ ଏବଂ ସରକାର ଦେଉଥିବା ସୁବିଧା ସୁଯୋଗର ଲାଭ ପାଇବେ ସେ ବିଷୟରେ ଆସନ୍ତୁ ଜାଣିବା ।

Ration Card: ଘରେ ବସି ପାଆନ୍ତୁ ରାସନ କାର୍ଡ, ଏମିତି କରନ୍ତୁ ଆବେଦନ

Ration Card Apply Online 2024: ଦୀର୍ଘ ବର୍ଷ ହେବ ରାସନ କାର୍ଡ ବ୍ୟବହାର କରୁଛନ୍ତି ଦାରିଦ୍ର ସୀମାରେଖା ତଳେ ଥିବା ବ୍ୟକ୍ତିବିଶେଷ । ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ସହାୟତାରେ ରାଜ୍ୟର ଲକ୍ଷ ଲକ୍ଷ ଲୋକଙ୍କୁ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି । ଯେଉଁମାନଙ୍କର ରାସନ କାର୍ଡ ନାହିଁ ସେମାନେ କିପରି ରାସନ କାର୍ଡ ପାଇପାରିବେ ଏବଂ ସରକାର ଦେଉଥିବା ସୁବିଧା ସୁଯୋଗର ଲାଭ ପାଇବେ ସେ ବିଷୟରେ ଆସନ୍ତୁ ଜାଣିବା ।

ରାସନ କାର୍ଡ ତିଆରି ପାଇଁ ଆପଣ ଅନଲାଇନରେ ଆବେଦନ କରିପାରିବେ । ଅନଲାଇନ୍ ରେ ଆବେଦର କରିବାକୁ ୱେବସାଇଟ୍ ପ୍ରାୟଃ ସବୁବେଳେ ସକ୍ରିୟ ରହିଥାଏ । ଗରିବ ଶ୍ରେଣୀର ଲୋକମାନେ ନୂଆ ରାସନ କାର୍ଡ ପାଇବା ପାଇଁ ସମସ୍ତ ତଥ୍ୟ ପ୍ରଦାନ କରି ଆବେଦନ କରିପାରିବେ । ରାସନ କାର୍ଡ ପାଇଁ ଅନଲାଇନ୍ ରେଜିଷ୍ଟ୍ରେସନର ସୁବିଧା ସମସ୍ତଙ୍କ ପାଇଁ ବହୁତ ଭଲ ବ୍ୟବସ୍ଥା । ରାସନ କାର୍ଡ ତିଆରି କରିବା ପାଇଁ ଚାହୁଁଥିଲେ ଆପଣଙ୍କୁ କୌଣସି କର୍ମଚାରୀ କିମ୍ବା କାର୍ଯ୍ୟାଳୟର ସାହାଯ୍ୟ ନେବା ଆବଶ୍ୟକ ନାହିଁ । ଆପଣ ନିଜେ ଆବେଦନ କରିପାରିବେ ଏବଂ ରାସନକାର୍ଡ ଉପଭୋକ୍ତା ହୋଇପାରିବେ ।

ଯେଉଁମାନେ ଚଳିତ ବର୍ଷ ଅର୍ଥାତ ୨୦୨୪ ମସିହାରେ ରାସନ କାର୍ଡ ପାଇବାକୁ ଚାହୁଁଛନ୍ତି, ସେମାନେ ଆଜି ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ପାଇପାରିବେ । ରାସନ କାର୍ଡ ପାଇଁ ଆବେଦନ କରିବାକୁ କଣ ସବୁ ଆବଶ୍ୟକ ସେ ବିଷୟରେ ଜାଣିବା ପରେ ଆପଣ ମଧ୍ୟ ହିତାଧିକାରୀ ହେବା ସହ ଲାଭ ଉଠାଇ ପାରିବେ । କିନ୍ତୁ ରାସନ କାର୍ଡ ମିଳିବା ନେଇ ଯେଉଁ ସବୁ ନିୟମ ରହିଛି ଆପଣ ସେ ବର୍ଗରେ ଆସିବା ଆବଶ୍ୟକ ।

ରାସନ କାର୍ଡ ସ୍କିମ୍ ଅଧୀନରେ ଆପଣ ଚାହିଁଲେ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ମୋଡ୍ ମାଧ୍ୟମରେ ଆବେଦନ କରିପାରିବେ । ଯେଉଁଥିରେ ସମସ୍ତ ଆବେଦନକାରୀ ସେମାନଙ୍କ ସୁବିଧା ଅନୁଯାୟୀ ଯେକୈଣସି ମାଧ୍ୟମରେ ସେମାନଙ୍କର ଆବେଦନକୁ ସଫଳ କରିପାରିବେ । ଏକ ନୂଆ ରାସନ କାର୍ଡ ତିଆରି ପାଇଁ ଆବେଦନ କରିବାକୁ ଅନଲାଇନ୍ ପ୍ରକ୍ରିୟା ସମସ୍ତ ବ୍ୟକ୍ତିଙ୍କ ପାଇଁ ବହୁତ ସହଜ । କାରଣ ଏହା ମାଧ୍ୟମରେ ଦେଶର ଯେକୌଣସି ଯୋଗ୍ୟ ନାଗରିକ ସରକାରୀ ଅଫିସକୁ ଅପେକ୍ଷା ନକରି ନିଜ ଘରେ ରହି ସହଜରେ ଆବେଦନ କରିପାରିବେ ।

ରାସନ କାର୍ଡ ଆବେଦନ ପାଇଁ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ 
ଏକ ନୂଆ ରାସନ କାର୍ଡ ପାଇଁ ଆବେଦନ କରିବା ପୂର୍ବରୁ ପ୍ରଥମେ ଆପଣଙ୍କ ପାଖରେ ଆବଶ୍ୟକୀୟ ଡକ୍ୟୁମେଣ୍ଟ ରହିବା ଆବଶ୍ୟକ । ପରିବାର କମ୍ପୋଜିଟ୍ ID, ପରିଚୟ ପତ୍ର, ଭୋଟର ID, ବିଦ୍ୟୁତ୍ ବିଲ୍, ବ୍ୟାଙ୍କ ପାସବୁକ, ଆଧାର କାର୍ଡ, ଆୟ ପ୍ରମାଣପତ୍ର, ଠିକଣା ପ୍ରମାଣ, ଜାତି ପ୍ରମାଣପତ୍ର, ପଞ୍ଜୀକୃତ ମୋବାଇଲ୍ ନମ୍ବର, ପାସପୋର୍ଟ ସାଇଜ୍ ଫଟୋ ସହିତ ଆପଣ ଆବେଦନ କରିପାରିବେ ।

ରାସନ କାର୍ଡ ପାଇଁ ଆବଶ୍ୟକୀୟ ଯୋଗ୍ୟତା
ଯେଉଁମାନେ ୨୦୨୪ ମସିହାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ରାସନ କାର୍ଡ ସ୍କିମ୍ ଅଧୀନରେ ରାସନ୍ କାର୍ଡ ପାଇବାକୁ ଇଚ୍ଛୁକ ଅଛନ୍ତି ସେମାନଙ୍କର ଉପଯୁକ୍ତ ଯୋଗ୍ୟତା ମାନଦଣ୍ଡ ରହିବା ଆବଶ୍ୟକ । ଅନଲାଇନରେ ରାସନ କାର୍ଡ ପାଇଁ ଆବେଦନ କରିବା ପୂର୍ବରୁ ଯୋଗ୍ୟତା ମାନଦଣ୍ଡ ବିଷୟରେ ଜାଣନ୍ତୁ ।

ରାସନ କାର୍ଡ ପାଇବା ପାଇଁ ଆବେଦନ କରୁଥିବା ସମସ୍ତ ପ୍ରାର୍ଥୀଙ୍କ ଭାରତୀୟ ନାଗରିକ ହୋଇଥିବା ବାଧ୍ୟତାମୂଳକ । ରାସନ କାର୍ଡ ସ୍କିମ୍ ଅନୁଯାୟୀ, ପରିବାରର ମୁଖ୍ୟଙ୍କ ନାମରେ ରାସନ କାର୍ଡ ପ୍ରସ୍ତୁତ କରାଯିବ । ଦେଶର ଯେଉଁ ଲୋକମାନେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ପରିବାର ଚଳାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେମାନେ ରାସନ କାର୍ଡର ଲାଭ ପାଇପାରିବେ । ରାସନ କାର୍ଡ ପାଇବା ପାଇଁ ଆବେଦନକାରୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷରୁ ଅଧିକ ହେବା ଉଚିତ୍ । ଯଦି ରାସନ କାର୍ଡ ପାଇଁ ଆବେଦନ କରୁଥିବା ବ୍ୟକ୍ତିଙ୍କ ପରିବାରର କୌଣସି ସଦସ୍ୟ ସରକାରୀ ଚାକିରି କରୁଛନ୍ତି ତେବେ ସେମାନଙ୍କ ପାଇଁ ରାସନ କାର୍ଡ ଅନୁମୋଦନ ହେବ ନାହିଁ । ରାସନ କାର୍ଡ ପାଇଁ ଆବେଦନକାରୀଙ୍କ ଆୟ ୧୦ ହଜାରରୁ କମ୍ ହେବା ଉଚିତ୍ । ଯଦି ପ୍ରାର୍ଥୀଙ୍କ ନାମରେ ପାଞ୍ଚ ଏକର କିମ୍ବା ଅଧିକ ଜମି ଅଛି ତେବେ ସେ ରାସନ କାର୍ଡ ସୁବିଧାରୁ ବଞ୍ଚିତ ହେବେ ।

ଅନଲାଇନରେ କିପରି କରିବେ ଆବେଦନ?

ରାସନ କାର୍ଡ ତିଆରି ପାଇଁ ଅନଲାଇନରେ ଆବେଦନ କରିବାକୁ ହେଲେ ଆପଣଙ୍କୁ ପ୍ରଥମେ ସରକାରୀ ପୋର୍ଟାଲକୁ ଯିବାକୁ ପଡିବ । ସରକାରୀ ପୋର୍ଟାଲର ମେନ୍ ପେଜରେ ରାସନ କାର୍ଡ ପାଇଁ ଅନଲାଇନ୍ ଆବେଦନ କରିବାର ବିକଳ୍ପ ପାଇବେ ଆପଣ । ତାପରେ ସେଥିରେ କ୍ଲିକ୍ କରିବାକୁ ପଡିବ । ବିକଳ୍ପ ଉପରେ କ୍ଲିକ୍ କରିବା ପରେ ଆପଣ ଏକ ନୂଆ ପେଜ୍ ଦେଖିବେ । ଯେଉଁଥିରେ ଆବେଦନକାରୀଙ୍କ ସ୍ଥାୟୀ ଠିକଣା ସୂଚନା ବାଛିବାକୁ ପଡିବ । ଆବେଦନକାରୀଙ୍କର ସମସ୍ତ ଆବଶ୍ୟକୀୟ ସୂଚନା ପ୍ରବେଶ କରିବା ପରେ ଯେଉଁ ବର୍ଗ ପାଇଁ ଆପଣ ରାସନ କାର୍ଡ ତିଆରି କରିବାକୁ ଚାହୁଁଛନ୍ତି ତାହା ବାଛନ୍ତୁ । ସୂଚନା ଦେବା ପରେ ଆବେଦନକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଅପଲୋଡ୍ କରିବା ଆବଶ୍ୟକ । ତାପରେ ଆପଣଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ସମୀକ୍ଷା କରନ୍ତୁ ଏବଂ ଦାଖଲ ବଟନ୍ ଉପରେ କ୍ଲିକ୍ କରନ୍ତୁ ।

Also Read- Airtel Plan: ମାତ୍ର ଏତିକି ଟଙ୍କାରେ ଗୋଟିଏ ବର୍ଷ ଚିନ୍ତାରୁ ମୁକ୍ତି, ମାଗଣା ଡାଟା ସହ OTT ସେବା

Also Read- Mangal Gochar 2024: ୨୩ ଏପ୍ରିଲରେ ମୀନ ରାଶିରେ ମଙ୍ଗଳ ଚଳନ, ୫ ରାଶି ପାଇଁ ଭଲ ଦିନ ଆରମ୍ଭ