Lucky Zodiac Sign: ୧୫ ମଇରେ ଲକ୍ଷ୍ମୀ ନାରାୟଣ ଯୋଗ, ୫ ରାଶିର ଭାଗ୍ୟ ଉଜ୍ୱଳ
Advertisement
Article Detail0/zeeodisha/odisha2248484

Lucky Zodiac Sign: ୧୫ ମଇରେ ଲକ୍ଷ୍ମୀ ନାରାୟଣ ଯୋଗ, ୫ ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 15 May 2024 : ୧୫ ମଇ ବୁଧବାର ଦିନ ବିଦ୍ୟା ଯୋଗ, ଲକ୍ଷ୍ମୀ ନାରାୟଣ ଯୋଗ ସମେତ ଅନେକ ପ୍ରଭାବଶାଳୀ ଯୋଗ ଗଠନ ହେଉଛି । ଏହି କାରଣରୁ ୫ଟି ରାଶିକୁ ଶୁଭଫଳ ମିଳିବାକୁ ଯାଉଛି ।

Lucky Zodiac Sign: ୧୫ ମଇରେ ଲକ୍ଷ୍ମୀ ନାରାୟଣ ଯୋଗ, ୫ ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 15 May 2024 :  ମଇ ୧୫ ବୁଧବାର ଦିନ, ଚନ୍ଦ୍ର କର୍କଟ ପରେ ସିଂହ ରାଶିକୁ ଚଳନ କରିବେ । ଏଥିସହ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ରହିଛି । ଏହି ଦିନ ବିଦ୍ୟା ଯୋଗ, ଲକ୍ଷ୍ମୀ ନାରାୟଣ ଯୋଗ ଏବଂ ଅଶ୍ଲେଷା ନକ୍ଷତ୍ରର ଏକ ଶୁଭ ମିଶ୍ରଣ ହେଉଛି । ତେଣୁ ଦିନଟି ବେଶ୍ ଗୁରୁତ୍ୱପୂର୍ଣ୍ଣ । ତେବେ ଆସନ୍ତୁ ଜାଣିବା ଏହି ଦିନ କେଉଁ ୫ଟି ରାଶିକୁ ଶୁଭଫଳ ମିଳିବ ।

ମିଥୁନ ରାଶି
ଆପଣଙ୍କ ପାଇଁ ଦିନଟି ଲାଭଦାୟକ ହେବାକୁ ଯାଉଛି । କ୍ୟାରିୟର କ୍ଷେତ୍ରରେ ଅପାର ଲାଭ ପାଇପାରନ୍ତି । ଶାରୀରିକ ଏବଂ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥ ରହିବେ । ଜୀବନରେ ଅନେକ ନୂଆ କାର୍ଯ୍ୟ ଆରମ୍ଭ ହେବ । ଲକ୍ଷ୍ୟସ୍ଥଳ ଆପଣଙ୍କ ପାଇଁ ନିକଟତର ହେବ । କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରଦର୍ଶନ କରିବେ । ବ୍ୟବସାୟୀମାନେ ଅଧିକ ଲାଭ ପାଇବେ । ଆପଣଙ୍କର ଆର୍ଥିକ ସ୍ଥିତି ଅଧିକ ସୁଦୃଢ ହେବ । ପାରିବାରିକ ବିବାଦ ଶେଷ ହେବ ।

କର୍କଟ ରାଶି
ଆପଣଙ୍କ ପାଇଁ ବୁଧବାର ଅତ୍ୟନ୍ତ ଲାଭଦାୟକ ହେବ । ଅସମ୍ପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବେ । ନିଜ ଭିତରେ ସକରାତ୍ମକ ଶକ୍ତି ରହିବ । କାର୍ଯ୍ୟକ୍ଷେତ୍ରରେ ସହକର୍ମୀମାନଙ୍କ ସହି ଭଲ ସମୟ ଅତିବାହିତ କରିବେ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଟଙ୍କା ରୋଜଗାରର ନୂଆ ରାସ୍ତା ଖୋଲିବ । ପୁଞ୍ଜି ବିନିଯୋଗରୁ ଭଲ ଲାଭ ହେବ । ବ୍ୟବସାୟୀମାନେ ଭଲ ଲାଭ କରିବେ । ପୈତୃକ ସମ୍ପତ୍ତିରୁ ଲାଭ ମିଳିବ । ପ୍ରେମ ଜୀବନରେ ସମସ୍ୟା ଦୂର ହେବା ସହ ସମ୍ପର୍କ ମଧୁର ହେବ ।

ତୁଳା ରାଶି
ଆପଣଙ୍କ ପାଇଁ ଦିନଟି ବିଶେଷ ଫଳପ୍ରଦ ହେବାକୁ ଯାଉଛି । ଭଗବାନ ଗଣେଶଙ୍କ ଆଶୀର୍ବାଦ ମିଳିବ । ଆପଣ ଅଧିକାଂଶ କ୍ଷେତ୍ରରେ ସଫଳ ହେବେ । ଧନ ପ୍ରାପ୍ତିର ସୁଯୋଗ ରହିଛି । କ୍ୟାରିୟରରେ ଭଲ ଅଗ୍ରଗତି ହେବ । କାର୍ଯ୍ୟ କ୍ଷେତ୍ରରେ ପ୍ରଗତି କରିବେ । ନିଜ ରୋଜଗାରରେ ସନ୍ତୁଷ୍ଟ ହେବେ । ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିବ । ମାନସିକ ସ୍ତରରେ ମଧ୍ୟ ସମ୍ପୂର୍ଣ୍ଣ ଫିଟ୍ ରହିବେ । ପାରିବାରିକ ଜୀବନ ଖୁସିରେ କଟିବ । କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ଆପଣଙ୍କର ସମ୍ପର୍କ ବୃଦ୍ଧି ପାଇବ । ଯାହା ଭବିଷ୍ୟତରେ ଆପଣଙ୍କୁ ଲାଭ ଦେବ ।

ବିଛା ରାଶି
ଆପଣଙ୍କ ପାଇଁ ଏକ ଖୁସିର ଦିନ ହେବ । ସମସ୍ତ ପ୍ରକାର ଆହ୍ୱାନର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରହିବେ । ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ଏକ ଭଲ ସୁଯୋଗ ପାଇବେ । ଆତ୍ମବିଶ୍ୱାସ ବଢିବ । ଚାକିରୀ ଖୋଜୁଥିବା ଯୁବକମାନେ ଭଲ ଖବର ପାଇବେ । ବିଦେଶ ଯିବାର ସୂଯୋଗ ରହିଛି । ବିନିଯୋଗରୁ ଲାଭ ପାଇବେ । ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । ପାରିବାରିକ ଜୀବନ ଭଲରେ କଟିବ । ଅବିବାହିତ ଲୋକଙ୍କ ପାଇଁ ପ୍ରସ୍ତାବ ଆସିବ ।

ଧନୁ ରାଶି
ଆପଣଙ୍କ ପାଇଁ ଭଲ ଦିନ ହେବାକୁ ଯାଉଛି । ବନ୍ଧୁମାନଙ୍କ ସହିତ ଗୁଣାତ୍ମକ ସମୟ ଅତିବାହିତ କରିବେ । ବିନିଯୋଗରୁ ଲାଭ ମିଳିବ । ଭାଗ୍ୟ ଆପଣଙ୍କର ସମ୍ପୂର୍ଣ୍ଣ ସାଥ୍ ଦେବ । ଚାକିରି ଏବଂ ବ୍ୟବସାୟରେ ଆପଣଙ୍କ ପାଇଁ ଲାଭର ଦିନ । ଆପଣଙ୍କୁ ମାନସିକ ଶାନ୍ତି ମିଳିବ ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

Also Read- Saturn Transit 2024: ଶନିଦେବଙ୍କ ଆଶୀର୍ବାଦ, ବର୍ଷେ ପର୍ଯ୍ୟନ୍ତ ୫ଟି ରାଶିର ଭାଗ୍ୟ ଉଜ୍ୱଳ