ମିଛ କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିରୋଧୀ: ନବୀନ ପଟ୍ଟନାୟକ
Advertisement
Article Detail0/zeeodisha/odisha2234210

ମିଛ କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିରୋଧୀ: ନବୀନ ପଟ୍ଟନାୟକ

 ରାଜ୍ୟରେ ବିରୋଧୀ ମିଛ କଥା କହୁଛନ୍ତି। କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ।  କୋରାପୁଟ ଓ ନବରଙ୍ଗପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ତଥା ଭୋଟ ମାଗିବା ଅବସରରେ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି। 

ମିଛ କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିରୋଧୀ: ନବୀନ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟରେ ବିରୋଧୀ ମିଛ କଥା କହୁଛନ୍ତି। କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ।  କୋରାପୁଟ ଓ ନବରଙ୍ଗପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ତଥା ଭୋଟ ମାଗିବା ଅବସରରେ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି। 

କୋରାପୁଟର ଓଏମ୍‍ପି ପଡ଼ିଆରେ ଆୟୋଜିତ ସଭାରେ ଶ୍ରୀ ପଟ୍ଟନାୟକ ସ୍ୱଳ୍ପ ସମୟ ପାଇଁ ମାଇକକୁ ଆସି ଭୋଟରଙ୍କୁ ବିଭିନ୍ନ ଯୋଜନା ବିଷୟରେ ପଚାରିଥିଲେ। ଉପସ୍ଥିତ ବିଶାଳ ଜନସମୁଦ୍ରର ହର୍ଷ ଉଲ୍ଲାସ ଓ କରତାଳି ମଧ୍ୟରେ ମୁଖ୍ୟମନ୍ତ୍ରୀ ପଚାରିଥିଲେ ୭ଟି ପ୍ରଶ୍ନ। ଆମର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଭଲ ଚାଲିଛି ? ମମତା ଯୋଜନା ଭଲ ଚାଲିଛି ? ମିଶନ ଶକ୍ତି, ନୂଆ-ଓ ସ୍କଲାରସିପ୍‌, କାଳିଆ ଯୋଜନା, ପୁରୀ ପରିକ୍ରମା ପ୍ରକଳ୍ପ ଆଦି ସବୁ କାମ ଭଲ ଚାଲିଛି ବୋଲି ପଚାରିଥିଲେ ମୁଖ୍ୟମନ୍ତ୍ରୀ   ଏହାପରେ ଶ୍ରୀ ପାଣ୍ଡିଆନ୍‍ ମାଇକକୁ ଆସି ପ୍ରଚାର ଆରମ୍ଭ କରିଥିଲେ।

ନବରଙ୍ଗପୁରର ମାଝିଗୁଡ଼ାଠାରେ ମଧ୍ୟ ଅବିକଳ ଏକ ସଭା ଆୟୋଜନ କରାଯାଇଥିଲା। ସମସ୍ତ ବିଧାୟକ ଓ ସାଂସଦ ପ୍ରାର୍ଥୀ ଏଠାରେ ଉପସ୍ଥିତ ଥିଲେ। ସେମାନେ ଏଠାରୁ ଭାଷଣ ରଖିବା ସହ  ନିଜ ନିଜା ଶକ୍ତି ପ୍ରଦର୍ଶନ କରି ଭୋଟରଙ୍କୁ ନିଜ ପାଇଁ ଭୋଟ ଦେବାକୁ ଅନୁରୋଧ କରିଥିଲେ।

ନବୀନ କହିଥିଲେ, ନବରଙ୍ଗପୁର ଜିଲ୍ଲାର ଭାଇଓ ଭଉଣି ମାନଙ୍କୁ ମୋର ନମସ୍କାର ଓ ଜୁହାର। ଏଦୂରରୂ ଆପଣମାନେ ଖରାରେ ଆସିଛନ୍ତି ସେଥିଲାଗି ବହୁତ ଧନ୍ୟବାଦ। ପରେ ପଚାରିଥିଲେ ଆପଣମାନେ ଭଲ ଅଛନ୍ତି? ଉତ୍ତରରେ ସେମାନେ ହଁ କରିଥିଲେ। ପରେ କୋରାପୁଟରେ ଯେମିତି ଯୋଜନାଗୁଡିକ ସମ୍ପର୍କରେ ପଚାରିଥିଲେ ଠିକ୍‍ ତାହାକୁ ଦୋହରାଇଥିଲେ। ଶେଷରେ ପଚାରିଥିଲେ ନବୀନ ପଟ୍ଟନାୟକ ଭଲ କି? ଏହାପରେ ଉପସ୍ଥିତ ଲୋକେ ଜିନ୍ଦାବାଦ ଜିନ୍ଦାବାଦ କହିଥିଲେ।

Also Read- Budh Gochar 2024: ମିଥୁନ ରାଶିରେ ବୁଧ ଚଳନ, ୭ଟି ରାଶିର ଭାଗ୍ୟ ଉଜ୍ୱଳ

Also Read- Grah Gochar 2024: ୨ ଶତ୍ରୁ ଗ୍ରହ ମୁହାଁମୁହିଁ, ୩ ରାଶି ଜୀବନରେ ବଡ଼ ସଙ୍କଟ !