Indian Army: ଅନନ୍ତନାଗରେ ବଡ଼ ଦୁର୍ଘଟଣା, ଘାଇକୁ ଖସି ପଡ଼ିଲା ସେନାର ଗାଡି, ଜଣେ ସୈନିକ ସହିଦ; ୯ ଆହତ
Advertisement
Article Detail0/zeeodisha/odisha2234583

Indian Army: ଅନନ୍ତନାଗରେ ବଡ଼ ଦୁର୍ଘଟଣା, ଘାଇକୁ ଖସି ପଡ଼ିଲା ସେନାର ଗାଡି, ଜଣେ ସୈନିକ ସହିଦ; ୯ ଆହତ

Army Vehicle Rolls Down In Verinag Anantnag: ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ବେରିନାଗ ଅଞ୍ଚଳରେ ସେନର ଗାଡି ଘାଇରେ ଖସିପଡିବା ଯୋଗୁଁ ଜଣେ ସୈନିକ ସହିଦ ହୋଇଥିବା ବେଳେ ଅନ୍ୟ ୯ ଜଣ ଆହତ ହୋଇଛନ୍ତି।

 

Army Vehicle Rolls Down In Verinag Anantnag

Jammu-Kashmir Accident: ଜମ୍ମୁ କାଶ୍ମୀରର ଅନନ୍ତନାଗରେ ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି। ଅନନ୍ତନାଗରେ ଏକ ସେନା ଗାଡି ଘାଇରେ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ଜଣେ ସେନା କର୍ମଚାରୀ ସହିଦ ହୋଇଥିବା ବେଳେ ପ୍ରାୟ ନଅ ଜଣ ଆହତ ହୋଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଭେରିନାଗ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି।

ଜଣେ ଅଧିକାରୀ କହିଛନ୍ତି ଯେ ୧୯ ଆରଆର ସୈନ୍ୟ ବାହାନ ବେରିନାଗରେ ରାସ୍ତାରୁ ନିୟନ୍ତ୍ରଣ ହରାଇ ଏକ ଘାଇରେ ପଡ଼ିଯାଇଥିଲା। ଏପର୍ଯ୍ୟନ୍ତ ଜଣେ ସୈନିକ ସହିଦ ହୋଇଥିବା ନିଶ୍ଚିତ ହୋଇଥିବାବେଳେ ଅନ୍ୟ ୯ଜଣ ଆହତ ହୋଇଛନ୍ତି। ସେ କହିଛନ୍ତି ଯେ ସମସ୍ତ ଆହତ ସୈନିକଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି।

ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ଅନନ୍ତନାଗ ପୋଲିସ କହିଛି ଯେ କିଛି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆତଙ୍କବାଦୀମାନେ ବାଟୁଗୁଣ୍ଡ ଟପ୍, ଡରୁ ଠାରେ ସେନା ଗାଡି ଉପରେ ଆକ୍ରମଣ କରିଛନ୍ତି କୁହାଯାଉଛି, ଯାହା ସମ୍ପୂର୍ଣ୍ଣ ଭିତ୍ତିହୀନ। ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ଏହା ଆତଙ୍କବାଦୀ ଆକ୍ରମଣ ନୁହେଁ, ବରଂ ଏକ ଦୁର୍ଭାଗ୍ୟଜନକ ଦୁର୍ଘଟଣା।

ପୋଲିସର ସୂଚନାନୁସାରେ, ସେନା କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ଗାଡି ନିୟନ୍ତ୍ରଣ ହରାଇ ଖାଲରେ ଖସିପଡିଥିଲା। ଏହି ଦୁର୍ଘଟଣାରେ ଜଣେ ସେନା ସୈନିକଙ୍କ ମୃତ୍ୟୁ ହୋଇଥିବାବେଳେ ୯ଜଣ ସେନା କର୍ମଚାରୀ ଆହତ ହୋଇଛନ୍ତି। ପୋଲିସ କହିଛି ଯେ ସାଧାରଣ ଜନତାଙ୍କୁ ଏପରି ଗୁଜବ ପ୍ରତି ଧ୍ୟାନ ନଦେବାକୁ ଅନୁରୋଧ କରାଯାଇଛି। ଯେଉଁମାନେ ଗୁଜବ ପ୍ରଚାର କରୁଛନ୍ତି ସେମାନଙ୍କୁ ଆଇନ ଅନୁଯାୟୀ କଠୋର କାର୍ଯ୍ୟ କରାଯିବ।