Odisha News Live Updates: ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷା ସହିତ ହେବ ବଜ୍ରପାତ, ପଢ଼ନ୍ତୁ ଆଜିର କିଛି ବଡ଼ ଖବର
Advertisement
Article Detail0/zeeodisha/odisha2233636

Odisha News Live Updates: ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷା ସହିତ ହେବ ବଜ୍ରପାତ, ପଢ଼ନ୍ତୁ ଆଜିର କିଛି ବଡ଼ ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

 Odisha weather forecast
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

04 May 2024
22:52 PM

Jammu Kashmir Terror Attack update: ଶନିବାର ଦିନ ଜମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଭାରତୀୟ ବାୟୁସେନା (IAF) ଗାଡି ସମେତ ସୁରକ୍ଷା ବାହିନୀର ଏକ କନଭୟ ଉପରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ଜଣେ ସୈନିକ ସହିଦ ହୋଇଛନ୍ତି ଓ ପାଞ୍ଚ ଜଣ ଆହତ ହୋଇଛନ୍ତି। ଅଧିକାରୀଙ୍କ କହିବାନୁସାରେ, ସନ୍ଧ୍ୟାରେ ଶଶିଧର ନିକଟରେ ଏହି ଆକ୍ରମଣ ହୋଇଥିଲା ଯେତେବେଳେ ସୁରକ୍ଷା ବାହିନୀର ଗାଡି ଜିଲ୍ଲାର ସୁରାନକୋଟେ ଅଞ୍ଚଳର ସାନାଇ ଟପ୍ ଆଡ଼କୁ ଯାଉଥିଲା। ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ଓ ସେମାନଙ୍କୁ ହସ୍ପିଟାଲରେ ଆଡମିଟ୍ କରାଯାଇଛି। 

21:59 PM

Top 10 News Headlines Odisha 4th May 2024: ଜମ୍ମୁ କାଶ୍ମୀରରେ ପୁଞ୍ଚ ଜିଲ୍ଲାର ଭାରତୀୟ ବାୟୁସେନା କନଭୟ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଅନେକ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

21:19 PM

Air India Free Baggage Limit: ଟାଟା ଗ୍ରୁପ୍‌ର ଏୟାରଲାଇନ୍ସ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଚକିତ କରିଛି। ବର୍ତ୍ତମାନ ଏୟାର ଇଣ୍ଡିଆ ଦ୍ୱାରା ଲଗେଜ୍ ନେବା ମହଙ୍ଗା ହେବ। ଏହି ବିମାନ ସେବା ମାଗଣା ବ୍ୟାଗେଜ ଓଜନ ସୀମାକୁ ୨୦ କିଲୋଗ୍ରାମରୁ ୧୫ କିଲୋଗ୍ରାମକୁ ହ୍ରାସ କରିଛି। ସରକାରଙ୍କ ଠାରୁ ଏୟାର ଇଣ୍ଡିଆର ନିୟନ୍ତ୍ରଣ ନେବା ପରଠାରୁ ଟାଟା ଗ୍ରୁପ୍ ଏୟାର ଇଣ୍ଡିଆକୁ ଲାଭଦାୟକ କରିବା ପାଇଁ ନୂଆ ପଦକ୍ଷେପ ନେଉଛି। ସରକାରଙ୍କ ନିୟନ୍ତ୍ରଣରେ ଏୟାର ଇଣ୍ଡିଆ ପ୍ରାୟ ୫୦ ହଜାର କୋଟି ଟଙ୍କା କ୍ଷତି ସହିଛି।

20:05 PM

Terrorist attack in Jammu and Kashmir: ଆତଙ୍କବାଦୀମାନେ ପୁଣି ଥରେ ଜମ୍ମୁ କାଶ୍ମୀରରେ ଏକ ଘୃଣ୍ୟ ଆକ୍ରମଣ କରିଛନ୍ତି। ଆତଙ୍କବାଦୀମାନେ ପୁଞ୍ଚ ଜିଲ୍ଲାର ଭାରତୀୟ ବାୟୁସେନା କନଭୟ ଉପରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଅନେକ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ସ୍ଥାନୀୟ ରାଷ୍ଟ୍ରିୟ ରାଇଫଲ୍ସ ୟୁନିଟ୍ ଏହି ଅଞ୍ଚଳରେ କର୍ଡନ୍ ଏବଂ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି। 

 

20:00 PM

HD Revanna arrested: କର୍ଣ୍ଣାଟକରେ ଏକ ଅଶ୍ଳୀଳ ଭିଡିଓ ମାମଲାରେ ସମ୍ପୃକ୍ତ ଥିବା ପୂର୍ବତନ ଜେଡିଏସ ନେତା ପ୍ରଜାୱାଲ ରେଭାନ୍ନାଙ୍କ ପିତାଙ୍କୁ ଏସଆଇଟି ଗିରଫ କରିଛି। କୁହାଯାଉଛି ଯେ ଏଚଡି ରେଭାନ୍ନାଙ୍କ ଏହି ଗିରଫଦାରୀ ଏକ ଅପହରଣ ମାମଲାରେ ଘଟିଛି। ପଢ଼ନ୍ତୁ ପୂରା ଖବର...

19:17 PM

Army Vehicle Rolls Down In Verinag Anantnag: ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ବେରିନାଗ ଅଞ୍ଚଳରେ ସେନର ଗାଡି ଘାଇରେ ଖସିପଡିବା ଯୋଗୁଁ ଜଣେ ସୈନିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୯ ଜଣ ଆହତ ହୋଇଛନ୍ତି। ପଢ଼ନ୍ତୁ ପୂରା ଖବର....

18:23 PM

Afghan Diplomat Zakia Wardak Resigned: ମୁମ୍ବାଇରେ ଆଫଗାନିସ୍ତାନ ରାଷ୍ଟ୍ରଦୂତ ଜେନେରାଲ ଜାକିଆ ୱାର୍ଡକ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ ପ୍ରସଙ୍ଗ ଦର୍ଶାଇ ସେ ଇସ୍ତଫା ଦେଇଛନ୍ତି। ବାସ୍ତବରେ ଜେନେରାଲ ଜାକିଆ ୱାର୍ଡକ ଦୁବାଇରୁ ଭାରତକୁ ୨୫ କିଲୋଗ୍ରାମ ସୁନା ଚୋରା ଚାଲାଣ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।

17:28 PM

Odisha weather forecast: ଝଡ଼ ବର୍ଷା ଯୋଗୁଁ ଓଡି଼ଶା ଉପରେ ତାପମାତ୍ରା ହ୍ରାସ ପାଇବ ବୋଲି IMD ପୂର୍ବାନୁମାନ କରିଛି, ଯାହା ୧୮ ଦିନର ପ୍ରବଳ ଉତ୍ତାପରୁ ଆରାମ ଦେବ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ଅଞ୍ଚଳର ବିଶେଷକରି ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ଅଛି।

16:16 PM

Former Congress leader Arvinder Singh Lovely joins BJP: ଲୋକସଭା ନିର୍ବାଚନ ମଧ୍ୟରେ ଜାତୀୟ ରାଜଧାନୀ ଦିଲ୍ଲୀରେ କଂଗ୍ରେସ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଦିଲ୍ଲୀ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିବା ଅରବିନ୍ଦର ସିଂ ଲଭଲି ବର୍ତ୍ତମାନ ବିଜେପିରେ ଯୋଗ ଦେଇଛନ୍ତି। 

15:38 PM

ବିଗ୍ ବସ୍ OTT 2 ବିଜେତା ତଥା ପ୍ରସିଦ୍ଧ YouTuber Elvish Yadav ପ୍ରାୟତଃ ଖବରରେ ରହିଥାନ୍ତି। ନିକଟରେ ସାପ ଚୋରା ଚାଲାଣ ମାମଲାରେ ଏଲଭିଶ ଯାଦବ ସମ୍ପୃକ୍ତ ଥିଲେ। ସାପ ଚୋରା ଚାଲାଣ ମାମଲାରେ ୟୁଟ୍ୟୁବର୍ ମଧ୍ୟ କିଛି ଦିନ ଜେଲ ଯାଇଥିଲେ। ଏହି ସମୟରେ, ବର୍ତ୍ତମାନ ଏହି ପ୍ରସଙ୍ଗରେ ଆଉ ଏକ ନୂଆ ମୋଡ଼ ଆସିଛି। ବାସ୍ତବରେ ଅଭିନେତାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ ହୋଇଛି ଓ ଏହି ଘଟଣାରେ ତଦନ୍ତ ଚାଲିଛି।

14:52 PM

Karnataka Sex Tape Scandal: ଆଜି କର୍ଣ୍ଣାଟକ ସେକ୍ସ କ୍ଲିପ୍ ମାମଲାରେ ଜଡିତ ସାଂସଦ ପ୍ରଜ୍ୱଳ ରେଭାନ୍ନାଙ୍କ ଘରେ ଏକ ସ୍ୱତନ୍ତ୍ର ଯାଞ୍ଚକାରୀ ଦଳ ପହଞ୍ଚିଛନ୍ତି। ଏହାପୂର୍ବରୁ ଆଜି ତାଙ୍କ ବିରୋଧରେ ଏକ ନୂଆ ଲୁକ୍ ଆଉଟ୍ ନୋଟିସ୍ ଜାରି କରାଯାଇଛି। ରାଜ୍ୟ ଗୃହମନ୍ତ୍ରୀ ଗଙ୍ଗାଧରାୟା ପରମେଶ୍ୱର ପ୍ରଜ୍ୱଳ ରେଭାନ୍ନା ଓ ତାଙ୍କ ପିତା ଏଚଡି ରେଭାନ୍ନାଙ୍କ ବିରୋଧରେ ଦ୍ୱିତୀୟ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛନ୍ତି।

13:44 PM

Odisha News: ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ପୂର୍ବତନ ମନ୍ତ୍ରୀ ଦେବାଶୀଷ ନାୟକ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ଉତ୍ସବରେ ଓଡ଼ିଶା ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି। ଦଳ ତାଙ୍କୁ ବରି ବିଧାନସଭା ଆସନରୁ ପ୍ରାର୍ଥୀ କରିପାରେ।ଗତକାଲି ବିଜେପି ପ୍ରାର୍ଥୀ ତାଲିକାରେ ବିରି ପାଇଁ ତାଙ୍କୁ ଉଚିତ ମଣି ନଥିଲା। ଏଣୁ ସେ ସ୍ୱାଧୀନ ଲଢ଼ିବେ ବୋଲି ଗଣମାଧ୍ୟମକୁ କହିଥିଲେ। ଆଜି ସେ କଂଗ୍ରେସରେ ଯୋଗ ଦେଇଛନ୍ତି।

13:20 PM

Odisha Election 2024: କଂଗ୍ରେସ ପକ୍ଷରୁ ଆଜି ସାଂସଦ ପ୍ରାର୍ଥୀ ଭାବେ ଇଂ ବିନୋଦ ବିହାରୀ ନାଏକ ଜିଲ୍ଲାପାଳ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି, ପାଟଣା ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ପ୍ରାର୍ଥୀ ହୃଷିକେଶ ନାଏକ ଅତିରିକ୍ତ ଜିଲ୍ଲାପାଳ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିବା ସହିତ କଂଗ୍ରେସ ପ୍ରାର୍ଥୀ ପ୍ରତିଭା ମଞ୍ଜରୀ ନାଏକ ଓ ତେଲକୋଇ କଂଗ୍ରେସ ପ୍ରାର୍ଥୀ ନିର୍ମଳ ନାୟକ ଉପ ଜିଲ୍ଲାପାଳ ଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।

12:48 PM

Odisha News: ୬ କୁଇଣ୍ଟାଲରୁ ଅଧିକ ଗଂଜେଇ ଧରିଲା ସମ୍ବଲପୁର ସଦର ଥାନା ପୋଲିସ।ଏକ ବିଶ୍ୱସ୍ତ ସୂତ୍ର ରୁ ଖବର ପାଇ ସମ୍ବଲପୁର ଟାଉନ କୁ ଗଂଜେଇ ସପ୍ଲାଇ ସମୟ ରେ ତିନି ଜଣଙ୍କୁ ଧରିଲା ସଦର ଥାନା ପୋଲିସ।ସେମାନେ ୬ କୁଇଣ୍ଟାଲ ତିରିଶ କେଜି ଗଂଜେଇ ସହ ତିନୋଟି ମୋବାଇଲ ଓ ଗୋଟିଏ ହୋଣ୍ଡା କାର ଜବତ କରିଥିଲେ। ସେମାନେ ହେଲେ କବରା ପାଲିର ଲଳିତ ଭୋଇ, କୁଞ୍ଜେଲ ପଡାର ସତୀଶ କୁମାର ପ୍ରଧାନ ଓ ସୋନା ପାଲିର ଏମ,ଡି ଇସ୍ରାର। ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

12:24 PM

Odisha Election: ଆସନ୍ତା କାଲି ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ। ରାତି ୯ଟା ୩୦ ମିନିଟ୍‍ରେ ସେ ସ୍ୱତନ୍ତ୍ର ବିମାନ ମାଧ୍ୟମରେ ଭୁବନେଶ୍ୱର ପହଞ୍ଚିବେ। ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ନିର୍ବାଚନ ସଭାକୁ ଉଦବୋଧନ କରିବା କାର୍ଯ୍ୟକ୍ରମ ରହିଛି। ୬ ତାରିଖ ଦିନ ସେ ଜନସାଧାରଣଙ୍କୁ ଉଦବୋଧନ ଦେବେ।

11:58 AM

Odisha Election 2024: ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ବାଲିକୁଦା ବ୍ଲକ କରକେଇ ହାଟ ପଡିଆ ଠାରେ ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବାଲିକୁଦା ବ୍ଲକ ବିଜୁ ଜନତା ଦଳର ସଭାପତି ରତ୍ନାକର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ସାରଦା ଜେନାଙ୍କ ସମେତ ସାଂସଦ ପ୍ରାର୍ଥୀନୀ ରାଜଶ୍ରୀ ମଲ୍ଲିକ,ବିଧାୟକ ରଘୁନନ୍ଦନ ଦାସ,ବାଲିକୁଦା ବ୍ଲକ ଅଧ୍ୟକ୍ଷ ପ୍ରକାଶ ପ୍ରଧାନ,ବିଜେଡି ଉପଦେଷ୍ଟା ଜ୍ୟୋତି ରଂଜନ ଦାସ ପ୍ରମୁଖ ଯୋଗ ଦେଇ ଆଗାମୀ ନିର୍ବାଚନରେ ବିଜୁ ଜନତା ଦଳ ଏହି ନିର୍ବାଚନ ମଣ୍ଡଳୀରେ ବିପୁଳ ସଂଖ୍ୟାରେ ଭୋଟ ହାତେଇବା ଓ ବୁଥ ସ୍ତରରେ ସଂଗଠନକୁ ସୃଦୃଢ଼ କରିବାକୁ ଆହ୍ୱାନ ଦେଇଥିଲେ। 

11:30 AM

Srimandir: ପୁରୀରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ । ଉତ୍ତର ଘୁମୁସର ବନଖଣ୍ଡ ଅଞ୍ଚଳରୁ ୨୫ଟି ରଥକାଠ ପୁରୀରେ ପହଞ୍ଚିଛି । ୨୫ଟି କାଠ ମଧ୍ୟରେ ୨୩ଟି ୪୦ ଫୁଟିଆ ଅସନ ଓ ୨ଟି ୪୦ ଫୁଟିଆ ଧଉରା କାଠ ରହିଛି । ଅସନ କାଠ ଗୁଡିକ ରଥର ଗୟଳ ଓ ଦଣ୍ଡା ଏବଂ ଧଉରା କାଠ ରଥର ଅଖ କାର୍ଯ୍ୟରେ ଲାଗିବ । ଗତବର୍ଷ ଠାରୁ ୫୩ ଖଣ୍ଡ କାଠ ବଳକା ହୋଇ ରହିଥିବା ବେଳେ ଚଳିତ ବର୍ଷ ଆଉ ୮ ଶହ ୧୨ ଖଣ୍ଡ କାଠର ଆବଶ୍ୟକତା ରହିଥିବା ବେଳେ ୧୫୨ କାଠ ରଥଖଳାରେ ଏବଂ ୩୩ ଟି କାଠ କରତ କଳରେ ପହଞ୍ଚି ସାରିଛି ।

11:00 AM

CM Naveen Pattnaik: ଜୟପୁରରେ ପଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱତନ୍ତ୍ର ବିମାନ ଯୋଗେ ସେ କୋରାପୁଟର ଜୟପୁରରେ ପହଞ୍ଚିଛନ୍ତି। ଏଠାରେ ବିଧାୟକ ଓ ସାଂସଦଙ୍କ ଲାଗି ପ୍ରଚାର କରିବେ। କୋରାପୁଟ, ନବରଙ୍ଗପୁର ଏବଂ ଗଜପତି ଜିଲ୍ଲା କସ୍ତ କରି ତିନୋଟି ନିର୍ବାଚନ ପ୍ରଚାର ସଭାରେ ସେ ଆଜି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

10:51 AM

Gold Rate: ଆଜି ସର୍ବ ଭାରତୀୟ ବଜାରରେ(Indian Market) ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୬୫,୭୪୦ ଟଙ୍କା ରହିଛି ଯାହାକି ଗତ କାଲି ଅପେକ୍ଷା ୧୦ ଟଙ୍କା ହ୍ରାସ ପାଇଛି । ସେହିପରି ୧୦ ଗ୍ରାମ ପ୍ରତି ୨୪ କ୍ୟାରେଟ ସୁନା ମୂଲ୍ୟ ରହିଛି ୭୧,୭୨୦।ତେବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ(Bhubaneswar) ଏବେ ଦଶ ଗ୍ରାମ ପ୍ରତି ୨୨ କ୍ୟାରେଟ ସୁନା ମୁଲ୍ୟ ୬୫,୭୪୦ ଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି  ୭୧,୭୨୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୫୩,୭୯୦ ଟଙ୍କା ରହିଛି। ସମାନ ଭାବରେ ମାୟାନଗରୀ ମୁମ୍ବାଇରେ ମଧ୍ୟ ସୁନା ଭରି ୨୨ କ୍ୟାରେଟର ଦାମ୍ ୬୫,୭୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭୧,୭୨୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି  ୫୩,୭୯୦ ଟଙ୍କା ରହିଥିବା ଦେଖିବାକୁ ମିଳିଛି।

10:28 AM

Odisha Election 2024: ପୁରୀ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି ଟିକଟ ଫେରାଇଛନ୍ତି। ଏଆଇସିସି ସଂଗଠନ ସମ୍ପାଦକ କେସି ଭେନୁ ଗୋପାଳଙ୍କୁ ଚିଠି ଲେଖି ଏ ବିଷୟ ସ୍ପଷ୍ଟ କରିଛନ୍ତି ସୁଚରିତା। ବିନା ପାର୍ଟି ପାଣ୍ଠିରେ ସେ ନିର୍ବାଚନ ପ୍ରଚାର କରିବାରେ ସମର୍ଥ ହେଉ ନାହାନ୍ତି ଏଣୁ ଟିକଟ ଫେରାଉଛନ୍ତି ବୋଲି ସେ କହିଛନ୍ତି । ଏହାସହ ପୁରୀ ଲୋକସଭା ମଣ୍ଡଳୀ ଅନ୍ତର୍ଗତ ୭ ବିଧାନସଭାରରେ କଂଗ୍ରେସ ଦୁର୍ବଳ ପ୍ରାର୍ଥୀ ଦେଇଛି ଓ ସେମାନଙ୍କଠାରୁ ସେ କିଛି ଆଶା କରିପାରୁ ନାହାନ୍ତି ବୋଲି କହିଛନ୍ତି। 

10:14 AM

ଭୁବନେଶ୍ୱରରେ ଜୟଶଙ୍କର: କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଏସ୍‍ ଜୟଶଙ୍କର ଭୁବନେଶ୍ୱର ପହଞ୍ଚିଛନ୍ତି। ବିମାନବନ୍ଦରଠାରେ ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଛି। ସେ ଆଜି ଭୁବନେଶ୍ୱରରେ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଏହାସହ ବଛାବଛା ଗଣମାଧ୍ୟମର ସମ୍ପାଦକଙ୍କ ସହ ଆଲୋଚନା କରିବେ। ଆସନ୍ତା କାଲି ସେ କଟକରେ ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗ ଦେବେ।

09:56 AM

Odisha Election 2024: ଆନନ୍ଦପୁର ବିଧାନସଭା ଆସନ ପାଇଁ ଆଜି କଂଗ୍ରେଦଳ ତରଫରୁ ବରିଷ୍ଠ ନେତା ଜୟଦେବ ଜେନା ପ୍ରାର୍ଥି ପତ୍ର ଦାଖଲ କରିଛନ୍ତି। କ୍ରମାଗତ ଭାବେ ଚଳିତଥରକୁ ମିଶାଇ ଆନନ୍ଦପୁର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଦଳ ତରଫରୁ ଲଢୁଥିବା ଜୟଦେବଙ୍କର ଏହା ୧୦ତମ ପ୍ରାର୍ଥିତ୍ବ ହୋଇଥିବା ଜଣା ପଡିଛି। ପ୍ରାର୍ଥିପତ୍ର ଦାଖଲ ପାଇଁ ଆଜି ଜୟଦେବ ଓ ଆନନ୍ଦପୁର କଂଗ୍ରେସ ଦଳ ତରଫରୁ ବିରାଟ ସଜବାଜ ଦେଖିବାକୁ ମିଳିଛି।

09:41 AM

ବ୍ରାଜିଲର ଦକ୍ଷିଣ ପ୍ରାନ୍ତ ରିଓଗ୍ରାଣ୍ଡେ ଡୋ ସୁଲରେ ପ୍ରବଳ ବର୍ଷା ଯୋଗୁ ୩୭ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ୭୪ଜଣ ଲୋକ ନିଖୋଜ ରହିଛନ୍ତି। ନିଖୋଜଙ୍କୁ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ମିଳିଛି। ପରିକି ବର୍ଷା ଯୋଗୁ ଅନେକ କୋଠା, ରାସ୍ତା, ବ୍ରିଜ୍‌ ଭୁଶୁଡି ପଡିଥିବା ଜଣାପଡିଛି। ଉରୁଗୁଏ ଏବଂ ଆର୍ଜେଣ୍ଟିନା ସୀମାବର୍ତ୍ତୀ ରାଜ୍ୟରେ ୨୩ହଜାର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।

09:27 AM

ଚଳିତବର୍ଷରୁ ରାଜ୍ୟ ସରକାର ନିଜସ୍ବ କଲରାପତରିଆ ବାଘ ଗଣନା ଆରମ୍ଭ କରିଛନ୍ତି। ଗତ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଗଣନା କାର୍ଯ୍ୟ ୪୦ଦିନ ଧରି ଚାଲିବ। ସେହିଭଳି ହାତୀ ଗଣନା ଆସନ୍ତା ୨୨ତାରିଖରୁ ଆରମ୍ଭ ହେବ ବୋଲି ଶୁକ୍ରବାର ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ୫୧ଟି ଡିଭିଜନରେ କଲରାପତରିଆ ବାଘ ଗଣନା ହେବ। ଗଣନା ପାଇଁ ୩,୩୧୨ଟି ଟ୍ରାପ କ୍ୟାମେରା ବ୍ୟବହାର କରାଯିବ। ପ୍ରତ୍ୟେକ ଡିଭିଜନରେ ପ୍ରତି ୨୫ ବର୍ଗ କିଲୋମିଟରରେ ୫ଟି ଟ୍ରାପ କ୍ୟାମେରା ଲଗାଯିବ।

09:06 AM

Petrol Diesel Price Today: ଓଡ଼ିଶାରେ ଆଜି ପେଟ୍ରୋଲ ମୂଲ୍ୟ (୧ ଲିଟର) ପିଛା  ୧୦୧ ଟଙ୍କା ୩୪ ପଇସା ରହିଛି । ସେହିପରି ଡିଜେଲ (୧ ଲିଟର) ୯୨ ଟଙ୍କା ୬୪ ପଇସା ରହିଛି। ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ମୂଲ୍ୟ (୧ ଲିଟର) ୯୪.୭୨ ରହିଥିବା ବେଳେ ଡିଜେଲ (୧ ଲିଟର) ୮୭.୬୨ ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ (୧ ଲିଟର) ୧୦୪.୨୧ ରହିଥିବା ବେଳେ ଡିଜେଲ(୧ ଲିଟର) ୯୨.୧୫ ରହିଛି। ସେପଟେ, ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ(୧ ଲିଟର) ୧୦୦ .୭୫ ରହିଥିବା ବେଳେ ଡିଜେଲ (୧ ଲିଟର) ୯୨.୩୪ ରହିଛି

08:55 AM

Arvind Kejriwal: ନିର୍ବାଚନ ସମୟକୁ ଦେଖି ସୁପ୍ରିମ କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍‍ଙ୍କୁ ଜାମିନ ଦେବ ବିଷୟରେ ବିଚାର କରିପାରନ୍ତି। ଆମ୍‍ ଆଦମୀ ପାର୍ଟି ପକ୍ଷରୁ ଆଗତ ଏକ ପିଟିସନର ଶୁଣାଣି କରି ସୁପ୍ରିମ୍‍ କୋର୍ଟ ଏହା କହିଛନ୍ତି। ଦିଲ୍ଲୀ ମଦ ଦୁର୍ନୀତିକୁ  କେନ୍ଦ୍ର କରି ମାର୍ଚ୍ଚ ୨୧ ତାରିଖରେ  ପ୍ରବର୍ତ୍ତନ  ନିର୍ଦ୍ଦେଶାଳୟ ପକ୍ଷରୁ ତାଙ୍କୁ ଗିରଫ କରାଯାଇଥିଲା। ଆପ୍‍ ଏହାକୁ ବେଆଇନ ବୋଲି ଦର୍ଶାଇଛି।

08:46 AM

ଖଲିସ୍ତାନ ସମର୍ଥକ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଥିବା କହିଛି କାନାଡ଼ା ପୁଲିସ। ସେମାନେ ୨୦୨୧ ମସିହାରେ ଅସ୍ଥାୟୀ ଭିସାରେ ଆସିଥିଲେ ଏବଂ ପଞ୍ଜାବ ଓ ହରିୟାଣାରେ ଅପରାଧିକ  ସଂଗଠନ ସହ ଯୋଡ଼ି ହୋଇଥିବା ଅଭିଯୋଗ କରିଛି କାନାଡ଼ା।

08:39 AM

Odisha Election 2024: ସ୍ୱାଧୀନ ଲଢ଼ିବେ ସୌମ୍ୟରଞ୍ଜନ ପଟ୍ଟନାୟକ। ଘସିପୁରାରୁ ସେ ପ୍ରାର୍ଥୀ ହେବେ। ବିଜେପିରୁ ଟିକଟ ନମିଳିବା ପରେ ସେ ଏହି କଥା କହିଛନ୍ତି। ଆନନ୍ଦପୁର ନିଜ ଘରେ ଏକ କର୍ମୀ ସମ୍ମିଳନୀରେ ସେ କହିଛନ୍ତି, ବିଜେପି ଲାଗି ସେ ଆଗ୍ରହୀ ନଥିଲେ। ରାଜ୍ୟ ସଭାପତି ଓ ଅନ୍ୟ ନେତାମାନେ ତାଙ୍କୁ ପୁରୁଣା ଦଳକୁ ଫେରି ଆସିବାକୁ ନିବେଦନ କରିଥିଲେ। ଏଥିରେ ସେ ରାଜି ବି ହୋଇଥିଲେ। କିନ୍ତୁ ଶେଷ ସମୟରେ ଦଳ ତାଙ୍କୁ ଟିକଟ ଦେଲା ନାହିଁ। ସେ ଆସନ୍ତା କାଲି କିମ୍ବା ସୋମବାରଦିନ ମନୋନୟନପତ୍ର ଦାଖଲ କରିବେ।

08:29 AM

Odisha Election 2024: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ବିଧିବଦ୍ଧ ପ୍ରଚାର ଆରମ୍ଭ କରିବେ।  ୪ଟି ସଭାରେ ଆଜି ନବୀନ ଉଦ୍‍ବୋଧନ ରଖିବା କାର୍ଯ୍ୟକ୍ରମ ରହିଛି। ସକାଳ ସାଢ଼େ ୧୦ଟାରେ ନବୀନ କୋରାପୁଟରେ ୧୧ଟା ୪୦ରେ ନବରଙ୍ଗପୁର, ଅପରାହ୍ଣ ୩ଟା ୪୦ରେ ରାୟଗଡ଼ାଠାରେ ସାଧାରଣ ସଭା ସାରି  ପାରଳାଖେମୁଣ୍ଡି ଯିବେ। ସେଠାରେ ଏକ ନିର୍ବାଚନୀ ସଭା ଆୟୋଜନ କରାଯାଇଛି।

08:20 AM

Odisha Election 2024: ଆଜି ଦକ୍ଷିଣ ଓଡିଶାରେ ଦଳୀୟ ପ୍ରାର୍ଥୀ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋରାପୁଟ ଗସ୍ତକୁ ଦୃଷ୍ଟରେ ରଖି ଜୋରଦାର ପ୍ରସ୍ତୁତି ହୋଇଛି । ମୁଖ୍ୟମନ୍ତ୍ରୀ ସକାଳ ୧୦ ଟା ୧୦ରେ ଜୟପୁର ବିମାନ ବନ୍ଦରରେ ପହଞ୍ଚିବେ । ୧୦ଟା ୩୦ରେ ଜୟପୁର ଯାଇ ଏକ ସାଧାରଣ ସଭା କରିବେ । 

08:05 AM

S. Jaishankar: ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଲାଗିପଡ଼ିଛନ୍ତି ବିଭିନ୍ନ ଦଳର ନେତା। ସେହିପରି ଓଡ଼ିଶାରେ ନିଜର ସ୍ଥାୟୀତ୍ୱ ବଜାୟ ରଖିବାକୁ ଚାହୁଥିବା ତଥା ମୁଖ୍ୟ ବିରୋଧୀ ଦଳ ବିଜେପି ଏବେ ତତ୍ପରତାର ସହ କ୍ୟାମ୍ପେନିଂ କରିବାରେ ଲାଗିଛି। ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ବିଜେପି(BJP)ର ପ୍ରମୁଖ ଶୀର୍ଷ ନେତାଙ୍କ ଓଡିଶା ଗସ୍ତ ଜାରି ହୋଇଛି । ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶାର ଆସିବାର ଥିବା ବେଳେ ଏହା  ପୂର୍ବରୁ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଓଡ଼ିଶା ଆସି ଭୁବନେଶ୍ୱରରେ ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରିବେ।

07:49 AM

Weather Report: ୨୪ ଘଣ୍ଟା ବ୍ୟବଧାନରେ ପୁଣି ଥରେ ଉତ୍ତପ୍ତ ସହର ପାଲଟିଛି ଟ୍ୱିନ୍ ସିଟି। ରାଜ୍ୟରେ ଗ୍ରୀଷ୍ମପ୍ରବାହ ଯୋଗୁ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ। ଲଗାତାର ୧୮ ଦିନ ଧରି ଜାରି ରହିଥିବା ଗ୍ରୀଷ୍ମ ପ୍ରବାହରେ କଲବଲ ହୋଇଗଲେଣି ଲୋକେ। ତେବେ ଏହାରି ମଧ୍ୟରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତ କରିଛି। ଗତ କାଲି ରାଜ୍ୟର ୧୯ଟି ଜିଲ୍ଲାରେ କାଳବୈଶାଖି ଜନିତ ବର୍ଷା ହୋଇଥିବା ବେଳେ ଆଜି ମଧ୍ୟ କିଛି ଜିଲ୍ଲା ପାଇଁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଆଜି ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟରେ କାଳବୈଶାଖୀ ଜନିତ ବର୍ଷା ସହ ବିଜୁଳି, ଘଡ଼ଘଡ଼ିର ଆଶଙ୍କା ଥିବା ପୂର୍ବାନୁମାନ କରିଛି ବିଭାଗ। ଏଥି ସହ ଆସନ୍ତା ମେ’ ୯ରୁ ୧୫ ତାରିଖ ମଧ୍ୟରେ ଓଡ଼ିଶାବାସୀଙ୍କୁ ଗ୍ରୀଷ୍ମ ପ୍ରବାହ‌ରୁ ସାମାନ୍ୟ ଆଶ୍ୱସ୍ତି ମିଳିବା ନେଇ କହିଛି ବିଭାଗ। ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ କମ୍‌ ରହିବ। କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହେବାର ସମ୍ଭାବନା ମଧ୍ୟ ରହିଛି। ସେହିପରି ୧୦ରୁ ୧୬ ତାରିଖ ମଧ୍ୟରେ ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ ହେବାକୁ ଥିବାରୁ ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ କମ୍‌ ରହିବା ନେଇ ବିଭାଗ ତରଫରୁ ଆକଳନ କରାଯାଇଛି।

07:20 AM

Prajwal Revanna: ବଢ଼ୁଛି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ ମୁଖ୍ୟ ଏଚଡି ଦେବେଗୌଡାଙ୍କ ନାତି ପ୍ରଜ୍ୱଳ ରେଭାନ୍ନାଙ୍କ ସମସ୍ୟା । ଭିଡିଓ ସ୍କାଣ୍ଡାଲ ମାମଲାରେ ଦୁର୍ଷ୍କମ ଅଭିଯୋଗର ମାମଲା ରୁଜୁ କରିଛି ଏସଆଇଟି । ଏଥିସହ ପ୍ରଜ୍ୱଳ ଓ ପୂର୍ବତନ ମନ୍ତ୍ରୀ ଏଚଡି ରେଭାନ୍ନାଙ୍କ ନାଁରେ ଅପହରଣ ମାମଲା ମଧ୍ୟ ରୁଜୁ ହୋଇଛି । ଜଣେ ପୀଡିତାଙ୍କ ସର୍ମ୍ପକୀୟ ଥାନାରେ ପହଁଚି ଉଭୟଙ୍କ ନାଁରେ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । 

07:05 AM

VK Pandian:  ଶୁକ୍ରବାର ସନ୍ଧ୍ୟାରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା(Bhabanipatana)ରେ ରୋଡ୍‌ ସୋ’ କରିଛନ୍ତି ବିଜେଡି(BJD)ର ଷ୍ଟାର୍‌ ପ୍ରଚାରକ ଭି. କାର୍ତ୍ତିକେୟନ୍‌ ପାଣ୍ଡିଆନଙ୍କ। ଏଥିରେ ହଜାର ହଜାର ଲୋକ ସାମିଲ ହୋଇ ବିଜେଡିକୁ ସମର୍ଥନ ଜଣାଇଛନ୍ତି। ଶ୍ରୀ ପାଣ୍ଡିଆନ ହେଲିକପ୍ଟରରେ ଆସି ଭବାନୀପାଟଣା ସହରର ପୁଲିସ ରିଜର୍ଭ ପଡ଼ିଆରେ ଅବତରଣ କରିଥିଲେ। ସେଠାରେ ଦଳୀୟ ପଦାଧିକାରୀମାନେ ତାଙ୍କୁ ସ୍ୱାଗତ ଜଣାଇଥିଲେ। ପରେ କଲେଜ ଛକଠାରୁ ରୋଡ୍‌ ସୋ’ ଆରମ୍ଭ କରିଥିଲେ।