Toxic New Cast: ୟଶଙ୍କ ସହ କରୀନା ନୁହେଁ ନଜର ଆସିବେ ଏହି ହିରୋଇନ୍...
Advertisement
Article Detail0/zeeodisha/odisha2234618

Toxic New Cast: ୟଶଙ୍କ ସହ କରୀନା ନୁହେଁ ନଜର ଆସିବେ ଏହି ହିରୋଇନ୍...

Toxic New Cast: ଅଦ୍ୟାବଧି କେବଳ ୟଶ ଏବଂ କିଆରା ଆଡଭାନୀଙ୍କ ନାମ ଚୂଡାନ୍ତ ହୋଇଛି। ଆଗାମୀ କିଛି ଦିନ ମଧ୍ୟରେ ଏହା ନିଶ୍ଚିତ ହେବ ଯେ ନୟନତାରା ଏହି ଚଳଚ୍ଚିତ୍ର କରିବେ କି ନାହିଁ। ତେବେ ଏଠାରେ କହିରଖୁଛୁ ଯେ,  ୧୦ ଏପ୍ରିଲ ୨୦୨୫ ରେ ପ୍ରେକ୍ଷାଳୟରେ ‘Toxix’ ମୁକ୍ତିଲାଭ କରିବାକୁ ଯାଉଛି।

 

Toxic New Cast: ୟଶଙ୍କ ସହ କରୀନା ନୁହେଁ ନଜର ଆସିବେ ଏହି ହିରୋଇନ୍...

Toxic New Cast: କରୀନା କପୁର ଖାନ ୟଶଙ୍କ ଆଗାମୀ ବିଗ୍ ବଜେଟ୍ ଫିଲ୍ମ ଟକ୍ସିକରେ କାମ କରିବାକୁ ଯାଉଥିଲେ। ପ୍ରଥମେ ଖବର ଆସିଥିଲା ଯେ ଏହି ଫିଲ୍ମଟି ଲଭ୍ ଇଣ୍ଟ୍ରେଷ୍ଟ କୁ ନେଇ ତିଆରି ହେବ।ତା’ପରେ ତାଙ୍କୁ କୁହାଯାଇଥିଲା ଯେ ଗୀତା ମୋହନଦାସଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ସେ ୟଶଙ୍କ ଭଉଣୀ ଭୂମିକାରେ ଅଭିନୟ କରିବେ। କରୀନା ଏହି ଫିଲ୍ମରେ କାମ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲେ। ହେଲେ ଏବେ ଯାହା ଖବର ଆସୁଛି ବା ଚର୍ଚ୍ଚା ହେଉଛି କରୀନାକୁ ବାଦ୍ ଦେଇ ଅନ୍ୟ ଜଣେ ହିରୋଇନଙ୍କୁ ଏହି ଫିଲ୍ମରେ ଆସାଇନ୍ କରିବାକୁ ଯାଉଛନ୍ତି ନିର୍ମାତା । ନିର୍ମାତାଙ୍କୁ ଏପରି ଏକ ନାଁ ଦରକାର ବା ହିରୋଇନ ଦରକାର ଯିଏ ପାନ୍ ଇଣ୍ଡିଆ ଲେବଲ ରେ ବେଶ୍ ହିଟ୍ ଥିବେ। କୁହାଯାଉଛି ଯେ, ୟଶଙ୍କ ସହ ନଜର ଆସିପାରନ୍ତି ନୟନତାରା। 
         
ପିଙ୍କଭିଲ୍ଲାରେ(Pink Villa) ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗତ କିଛି ସପ୍ତାହ ମଧ୍ୟରେ ଗିତୁ ମୋହନଦାସ, ୟଶ ଏବଂ ନୟନତାରା 'ଟକ୍ସିକ' ରେ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଏବଂ ବର୍ତ୍ତମାନ ଅନ୍ୟ ସମସ୍ତ କାର୍ଯ୍ୟ ଚାଲିଛି। ଫିଲ୍ମରେ ଭଉଣୀ ଚରିତ୍ର ଉପରେ ଅନେକ କାମ କରାଯାଇଛି। ଗୀତୁ ମୋହନଦାସ ଜଣେ ଶକ୍ତିଶାଳୀ ମହିଳାଙ୍କ ଚରିତ୍ର ଲେଖିଥିବାରୁ ନୟନତାରା ନିଜ କ୍ୟାରେକ୍ଟରକୁ ନେଇ ଖୁସି ବ୍ୟକ୍ତ ବୋଲି କୁହାଯାଇଛି। କୁହାଯାଉଛି ଯେ, ନୟନଥାରାଙ୍କ ସହ କଥାବାର୍ତ୍ତା ଚାଲିଛି । ବାସ୍ ଡେଟ୍ ଫାଇନାଲ ହେବା ପରେ ସାଉଥ ଅଭିନେତ୍ରୀ ନୟନତାରା ଫିଲ୍ମରେ ସାଇନ୍ କରିବେ । 

ଆଗାମୀ ୧୫ ଦିନ ମଧ୍ୟରେ ଏହା ସ୍ପଷ୍ଟ ହେବ ଯେ ସେ 'Toxic'ଫିଲ୍ମରେ ରେ ୟଶଙ୍କ ଭଉଣୀ ଚରିତ୍ରରେ ନଜର ଆସିବେ କି ନାହିଁ । ଜୁମ୍ ଏକ ରିପୋର୍ଟରେ କୁହାଯାଇଥିଲା ଯେ 'Toxic' ର କାହାଣୀ ଭାଇ ଓ ଭଉଣୀ ଉପରେ ଆଧାରିତ ହେବ। ସେହି ଅନୁଯାୟୀ, ଭଉଣୀ ଚରିତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରଖିବାକୁ ମେକର୍ସ ମାନେ ଚିନ୍ତା କରିଥିଲେ। କରୀନା ଏହି ଚଳଚ୍ଚିତ୍ର ପାଇଁ ଉତ୍ସାହିତ ଥିଲେ କିନ୍ତୁ ତାରିଖ ହେତୁ ସବୁ କିଛି ଓଲଟପାଲଟ ହୋଇଗଲା ବୋଲି ଅନୁମାନ କରାଯାଉଛି। 

କରୀନାଙ୍କ ବ୍ୟତୀତ କିୟାରା ଆଡଭାନୀଙ୍କ ନାମ ମଧ୍ୟ ଏହି ଫିଲ୍ମ ସହିତ ଜଡିତ ଥିଲା। ତେବେ କୁହାଯାଉଛି ଯେ ସେ ୟଶଙ୍କ ସାଇଡ୍ ହିରୋଇନ ଭାବେ କାମ କରିବେ। ଏହି ଭୂମିକା ସହିତ ତ୍ରିପ୍ତି ଦିମ୍ରିଙ୍କ (Tripti Dimri) ନାମ ମଧ୍ୟ ଜଡିତ ଥିଲା । ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ତ୍ରିପ୍ତି ପ୍ରଥମେ ବଲିଉଡ ଫିଲ୍ମ 'ଭୁଲ ଭୁଲୟା ୩' ପାଇଁ ଡେଟ୍ ଦେଇ ଦେଇଥିଲେ। ତେଣୁ ତାଙ୍କୁ' ଫିଲ୍ମ ଟକ୍ସିକ୍ 'ଛାଡିବାକୁ ପଡିଲା। ଅଦ୍ୟାବଧି କେବଳ ୟଶ ଏବଂ କିଆରା ଆଡଭାନୀଙ୍କ ନାମ ଚୂଡାନ୍ତ ହୋଇଛି। ଆଗାମୀ କିଛି ଦିନ ମଧ୍ୟରେ ଏହା ନିଶ୍ଚିତ ହେବ ଯେ ନୟନତାରା ଏହି ଚଳଚ୍ଚିତ୍ର କରିବେ କି ନାହିଁ। ତେବେ ଏଠାରେ କହିରଖୁଛୁ ଯେ,  ୧୦ ଏପ୍ରିଲ ୨୦୨୫ ରେ ପ୍ରେକ୍ଷାଳୟରେ ‘Toxix’ ମୁକ୍ତିଲାଭ କରିବାକୁ ଯାଉଛି।

Also Read: Budh Gochar 2024: ବୁଧଙ୍କ ରାଶି ପରିବର୍ତ୍ତନ, ଏହି ୬ରାଶିଙ୍କ ଫିଟିଯିବ ଭାଗ୍ୟ !

Also Read:  Shani Vakri 2024: କୁମ୍ଭ ରାଶିରେ ପ୍ରବେଶ କରିବେ ଶନିଦେବ, ଏହି ୪ ରାଶିଙ୍କ ବଦଳିଯିବ ଭାଗ୍ୟ!