Saptahik Rashifal: ୬ ମଇରୁ ୧୨ କେମିତି କଟିବ ଆପଣଙ୍କ ଦିନ? ଜାଣନ୍ତୁ ରାଶିଫଳ
Advertisement
Article Detail0/zeeodisha/odisha2234484

Saptahik Rashifal: ୬ ମଇରୁ ୧୨ କେମିତି କଟିବ ଆପଣଙ୍କ ଦିନ? ଜାଣନ୍ତୁ ରାଶିଫଳ

Weekly Love Horoscope, 6 to 12 May 2024: ଏହି ସପ୍ତାହଟି କିଛି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି ।

Saptahik Rashifal: ୬ ମଇରୁ ୧୨ କେମିତି କଟିବ ଆପଣଙ୍କ ଦିନ? ଜାଣନ୍ତୁ ରାଶିଫଳ

Saptahik Love Rashifal 6 to 12 May: ମଇ ମାସର ଏହି ସପ୍ତାହରେ, ଅକ୍ଷୟ ତୃତୀୟାର ଶୁଭ ସଂଯୋଗରେ ବୁଧ ମେଷ ରାଶିରେ ପ୍ରବେଶ କରିବେ । ମେଷ ରାଶିରେ ବୁଧଙ୍କ ଚଳନ କାରଣରୁ ବୁଧ, ଶୁକ୍ର ଏବଂ ସୂର୍ଯ୍ୟଙ୍କର ଏକ ତ୍ରିଗ୍ରାହୀ ଯୋଗ ସୃଷ୍ଟି ହେବାକୁ ଯାଉଛି । ବୁଧ ଶୁକ୍ର ସହିତ ମିଶି ଲକ୍ଷ୍ମୀ ନାରାୟଣ ରାଜଯୋଗ ସୃଷ୍ଟି କରିବେ । ଯେତେବେଳେ ଏହା ସୂର୍ଯ୍ୟଙ୍କ ସହିତ ମିଶିବେ ସେତେବେଳେ ଏହା ବୁଦ୍ଧାଦିତ୍ୟ ରାଜଯୋଗ ସୃଷ୍ଟି ହେବ । ଏହି ଗ୍ରହ ଚଳନ ଦୃଷ୍ଟିରୁ ଏହି ସପ୍ତାହଟି ମେଷ ଏବଂ ବିଛା ସହିତ ୫ଟି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ବହୁତ ଖୁସି ଆଣିଦେବ । ଆପଣଙ୍କ ପ୍ରେମ ଜୀବନରେ ଅତ୍ୟନ୍ତ ଖୁସି ଆସିବ । ପ୍ରେମରେ ସମସ୍ତ ସୁଖ ଆପଣ ହାସଲ କରିବେ । ଆସନ୍ତୁ ଜାଣିବା କେଉଁ ରାଶି ପାଇଁ କିପରି କଟିବ ଏହି ସପ୍ତାହ

ମେଷ ରାଶି
ପ୍ରେମ ଦୃଷ୍ଟିରୁ ଏହି ସପ୍ତାହଟି ଆପଣଙ୍କ ପାଇଁ ଅତ୍ୟନ୍ତ ଖାସ୍ । ପ୍ରେମ ଜୀବନକୁ ନେଇ ଆପଣ ଟିକିଏ ସଚେତନ ହେବା ଆବଶ୍ୟକ । ଗୁଜବ କିମ୍ବା ନକାରାତ୍ମକ ପ୍ରଭାବରୁ ଆପଣ ଦୂରେଇ ରହିବା ଆପଣଙ୍କ ପାଇଁ ଶୁଭଙ୍କର । ଆପଣଙ୍କ ପ୍ରେମ ସଂପର୍କରେ ସାମାନ୍ୟ ଦୁଃଖ ଥାଇପାରେ ତଥାପି, ସପ୍ତାହର ଦ୍ୱିତୀୟାର୍ଦ୍ଧରେ, ଜୀବନରେ ସୁଖ ଏବଂ ସମୃଦ୍ଧିର ସମ୍ଭାବନା ରହିଛି । ଏଥିସହ ପାରସ୍ପରିକ ପ୍ରେମ ବୃଦ୍ଧି ପାଇବ । ସପ୍ତାହର ଶେଷ ଭାଗରେ ପ୍ରେମ ଜୀବନ ରୋମାଣ୍ଟିକ ହେବ ।

ବୃଷ ରାଶି
ପ୍ରେମ ଜୀବନ ଦୃଷ୍ଟିରୁ ଆପଣଙ୍କ ପାଇଁ ଏହି ସପ୍ତାହଟି ବହୁତ ଭଲ । ସପ୍ତାହ ଆରମ୍ଭରେ ଆପଣଙ୍କ ପ୍ରେମ ଜୀବନରେ ସୁଖ ଆସିବ । ଏଥିସହ ପୁରୁଣା ସ୍ମୃତି ମଧ୍ୟ ତାଜା ହେବାକୁ ଲାଗିବ । ଆପଣଙ୍କ ପ୍ରେମ ଜୀବନ ପାଇଁ ଏକ ଖୁସିର ସମୟ ଆଣିବ । ସପ୍ତାହ ଶେଷଭାଗରେ କିଛି ଖବର ଶୁଣି ଆଫଣ ଚିନ୍ତିତ ତଥା ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ଏହି ସପ୍ତାହରେ ଆପଣ ବାହାରକୁ ଭ୍ରମଣ ପାଇଁ ଯିବାର ସମ୍ଭାବନା ଅଛି ।

ମିଥୁନ ରାଶି
ପ୍ରେମ ଦୃଷ୍ଟିରୁ ଆପଣଙ୍କ ପାଇଁ ଏହି ସପ୍ତାହଟି ବହୁତ ଭଲ ହେବ । ଏହି ସପ୍ତାହରେ ପାରସ୍ପରିକ ମଧ୍ୟରେ ପ୍ରେମ ସମ୍ପର୍କ ମଜବୁତ ହେବ । ପ୍ରେମ ଜୀବନରେ ସୁଖଦ ଅନୁଭୂତି ହେବ । ସପ୍ତାହ ଆରମ୍ଭରେ ଆପଣ ପ୍ରେମ ଜୀବନ ବିଷୟରେ କିଛି ଠୋସ୍ ନିଷ୍ପତ୍ତି ନେଇପାରନ୍ତି । ନିଜର ସୁନ୍ଦର ଭବିଷ୍ୟତ ପାଇଁ ମଧ୍ୟ କାର୍ଯ୍ୟ କରିବେ । ସପ୍ତାହର ଶେଷ ଭାଗରେ କିଛି ଭଲ ଖବର ପାଇବେ । ଏଥିସହ ଆପଣଙ୍କ ମନ ଖୁସି ହେବ । ଆପଣ ନିଜ ପ୍ରେମ ସଂପର୍କରେ ଆରାମଦାୟକ ଅନୁଭବ କରିବେ ।

କର୍କଟ ରାଶି
ଆପଣଙ୍କ କ୍ଷେତ୍ରରେ ଏହି ସପ୍ତାହରେ ପ୍ରେମ ଜନିତ ଅସୁବିଧା ସୃଷ୍ଟି ହୋଇପାରେ । ଜଣେ ମହିଳାଙ୍କ କାରଣରୁ ପାରସ୍ପରିକ ପାର୍ଥକ୍ୟ ମଧ୍ୟ ସୃଷ୍ଟି ହୋଇପାରେ । ଯଦି ଆପଣ ଦ୍ୱନ୍ଦ୍ୱରୁ ଦୂରେଇ ରୁହନ୍ତି ତେବେ ଏହା ଆପଣଙ୍କ ପାଇଁ ଭଲ ହେବ । ସପ୍ତାହର ଶେଷ ଭାଗରେ ପରିସ୍ଥିତିରେ ବହୁ ପରିମାଣରେ ଉନ୍ନତି ହେବ । ପାରସ୍ପରିକ ମଧ୍ୟରେ ପ୍ରେମ ବୃଦ୍ଧି ପାଇବା ସହ ମନ ଖୁସି ରହିବ । ଏଥିସହ ପ୍ରେମ ପ୍ରସଙ୍ଗରେ ଆପଣଙ୍କୁ ଏକ ବଡ଼ ନିଷ୍ପତ୍ତି ନେବାକୁ ପଡିପାରେ ।

ସିଂହ ରାଶି
ଆପଣଙ୍କ ପାଇଁ ଏହି ସପ୍ତାହଟି ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଉଛି । ଯେକୈଣସି ପ୍ରସଙ୍ଗରେ ହେଉ ନା କାହିଁକି ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ । ସପ୍ତାହ ଆରମ୍ଭରେ କିଛି କାରଣରୁ ପ୍ରେମ ସମ୍ପର୍କରେ ଫାଟ ହୋଇପାରେ । ସପ୍ତାହ ଶେଷରେ ଖୋଲାଖୋଲି ଭାବରେ ନିଜର ମତ ପ୍ରକାଶ କରିବା ଦ୍ୱାରା ଆପଣଙ୍କ ସମସ୍ୟା ଦୂର ହୋଇଯିବ । ଆପଣଙ୍କ ପ୍ରେମ ଜୀବନରେ ଆନନ୍ଦଦାୟକ ଅନୁଭୂତି ମିଳିବ ।

କନ୍ୟା ରାଶି
ଆପଣଙ୍କ ପାଇଁ ସପ୍ତାହଟି ପ୍ରେମ ଦୃଷ୍ଟିରୁ ସୁଖ ଏବଂ ସମୃଦ୍ଧିରେ ପରିପୂର୍ଣ୍ଣ ହେବ । ଏହି ସପ୍ତାହ ଆରମ୍ଭରେ ଆପଣ ପ୍ରେମ ସଂପର୍କକୁ ନେଇ କିଛି ଭଲ ଖବର ପାଇପାରନ୍ତି । ପ୍ରେମ ଜୀବନରେ ସୁଖ ମିଳିବ । ସମୟ ରୋମାଣ୍ଟିକ ଭାବରେ ଅତିବାହିତ ହେବ । ସପ୍ତାହ ଶେଷ ସମୟରେ ହଠାତ୍ କିଛି ଅସୁବିଧା ଉପୁଜିପାରେ । ଏଥିସହ ଆପଣ ନିଜ ଜୀବନରେ ଏକାକୀ ଅନୁଭବ କରିବେ ।

ତୁଳା ରାଶି
ଆପଣ ପ୍ରେମ ସମ୍ପର୍କରେ କୌଣସି ଖରାପ ମନବୃତ୍ତି ରଖନ୍ତୁ ନାହିଁ । ଆପଣଙ୍କ ଜୀବନରେ ସୁଖଦ ଅନୁଭୂତି ମିଳିପାରେ । ସପ୍ତାହର ଦ୍ୱିତୀୟାର୍ଦ୍ଧରେ ରୋମାନ୍ସ ଆପଣଙ୍କ ଜୀବନରେ ପ୍ରବେଶ କରିବ । ସପ୍ତାହ ଶେଷରେ ଆପଣ ସୁନ୍ଦର ଭବିଷ୍ୟତ ପାଇଁ କିଛି ଯୋଜନା ପ୍ରସ୍ତୁତ କରିବେ । ଏଥିସହ ଜୀବନରେ ପ୍ରେମରେ ବୃଦ୍ଧି ହେବାର ସମ୍ଭାବନା ଅଛି ।

ବିଛା ରାଶି
ପ୍ରେମ ସମ୍ପର୍କ ଦୃଷ୍ଟିରୁ ଆପଣଙ୍କ ପାଇଁ ଏହା ଏକ ମନୋରମ ସପ୍ତାହ । ଏହି ସପ୍ତାହ ଆରମ୍ଭରେ, ଧୈର୍ଯ୍ୟର ସହିତ ଜୀବନରେ ଥିବା ସମସ୍ୟାର ସମାଧାନ କରିବେ । ପ୍ରେମ ଜୀବନରେ ସୁଖଦ ଅନୁଭୂତି ପାଇବା ସହ ଜୀବନ ରୋମାଣ୍ଟିକ ହେବ । ସପ୍ତାହର ଶେଷ ଭାଗରେ ସମୟ ଅନୁକୂଳ ରହିଛି । ପାରସ୍ପରିକ ପ୍ରେମ ଅଧିକ ଶକ୍ତିଶାଳୀ ହେବ । ପ୍ରେମ ଆପଣଙ୍କ ଜୀବନରେ ବୃଦ୍ଧି ପାଇବ ।

ଧନୁ ରାଶି
ଆପଣ ଏହି ସପ୍ତାହରେ ଭାବନାକୁ ନିୟନ୍ତ୍ରଣ କରିବା ଉଚିତ୍ । ତାହେଲେ ଯାଇ ପ୍ରେମ ସମ୍ପର୍କରେ ଉନ୍ନତି ଆସିବ । ସପ୍ତାହ ଆରମ୍ଭରେ, ମନ ଭାବପ୍ରବଣ ଏବଂ ଅସ୍ଥିର ରହିପାରେ । ଯେଉଁ କାରଣରୁ ପ୍ରେମ ସମ୍ପର୍କରେ ଦୁଃଖ ବଢିପାରେ । ସପ୍ତାହର ଦ୍ୱିତୀୟାର୍ଦ୍ଧରେ ରୋମାନ୍ସ ପ୍ରବେଶ କରିବା ସହ ସମୟ ଅନୁକୂଳ ହେବ । ଏହି ସପ୍ତାହଟି ଆପଣଙ୍କ ପାଇଁ ଲାଭପ୍ରଦ ହେବ । ଆପଣଙ୍କ ପ୍ରେମ ଜୀବନରେ ସୁଖଦ ସମନ୍ୱୟ ରହିବ ।

ମକର ରାଶି
ଆପଣଙ୍କ ପାଇଁ, ଏହି ସପ୍ତାହଟି ଏକ ଉତ୍ତମ ସପ୍ତାହ ହେବ । ଆପଣଙ୍କ ଜୀବନରେ ସୁଖ ବଢିବ । ପ୍ରେମ ଜୀବନରେ ସୁଖଦ ଅନୁଭୂତି ଆସିବା ସହ ମନ ଖୁସି ହେବ । ଆପଣଙ୍କ ସାଥୀଙ୍କ ସହିତ ଆପଣଙ୍କର ପାରସ୍ପରିକ ବୁଝାମଣା ମଧ୍ୟ ବହୁତ ଭଲ ହେବ । ଯଦି ଆପଣ ସପ୍ତାହ ଶେଷରେ ଏକ ସନ୍ତୁଳନ ବଜାୟ ରଖି ଆଗକୁ ବଢନ୍ତି, ତେବେ ଜୀବନରେ ଶାନ୍ତି ମିଳିବ ।

କୁମ୍ଭ ରାଶି
ସପ୍ତାହ ଆରମ୍ଭରେ କୌଣସି ପରିବର୍ତ୍ତନ ପାଇଁ ମାନସିକ ସ୍ତରରେ ଚିନ୍ତିତ ହୋଇପାରନ୍ତି । | କୌଣସି ପ୍ରସଙ୍ଗରେ ଆପଣଙ୍କ ମନରେ ଦ୍ୱନ୍ଦ୍ୱ ଉପୁଜିପାରେ । ଯଦି ଆପଣ ସପ୍ତାହ ଆରମ୍ଭରେ ପ୍ରେମ ସଂପର୍କରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନ ନିଅନ୍ତି ତେବେ ଏହା ଭଲ ହେବ । ସପ୍ତାହର ଶେଷ ଭାଗରେ ସମୟ ଅନୁକୂଳ ହେବା ସହ ସୁଖ ଆପଣଙ୍କ ପ୍ରେମ ଜୀବନରେ ଉଦୟ ହେବ । ସପ୍ତାହ ଶେଷରେ ଆପଣ ଜଣେ ମହିଳାଙ୍କ ସାହାଯ୍ୟ ପାଇପାରନ୍ତି ।

ମୀନ ରାଶି
ଆପଣଙ୍କ ପାଇଁ ଏହି ସପ୍ତାହରେ ଉଭୟ ମିଠା ଏବଂ ଖଟା ଅନୁଭୂତି ଦେବ । ସପ୍ତାହ ଆରମ୍ଭରେ ଆପଣ କରିଥିବା ପ୍ରୟାସ ଆପଣଙ୍କୁ ଖୁସି ଆଣିଦେବ । ସପ୍ତାହ ଶେଷ ଭାଗରେ ଆପଣ ନେଇଥିବା ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ରହିବ । ପ୍ରେମ ସମ୍ପର୍କ ଦୃଷ୍ଟିରୁ ସପ୍ତାହଟି ଆପଣଙ୍କ ପାଇଁ ଅତ୍ୟନ୍ତ ଆନନ୍ଦଦାୟକ ସାବ୍ୟସ୍ତ ହେବ ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

Also Read- Ration Card Rules: ନୂଆ ବିବାହ ହୋଇଛି କି? ତେବେ ରାସନ କାର୍ଡରେ କରନ୍ତୁ ଏହି ପରିବର୍ତ୍ତନ

Also Read- Chaturgrahi Yog Meen: ଆଜି ମୀନ ରାଶିରେ ଚତୁଃଗ୍ରାହୀ ଯୋଗ, ଏହି ରାଶିଙ୍କୁ ମିଳିବ ବଡ଼ ଲାଭ