UPSC ସିଭିଲ ସର୍ଭିସେସ୍ ପରୀକ୍ଷା 2021 ଫଳାଫଳ ଘୋଷିତ: ଝିଅମାନଙ୍କ ହ୍ୟାଟ୍ରିକ୍, ଜାଣନ୍ତୁ କିଏ ହେଲେ ଟପର
Advertisement
Article Detail0/zeeodisha/odisha1202021

UPSC ସିଭିଲ ସର୍ଭିସେସ୍ ପରୀକ୍ଷା 2021 ଫଳାଫଳ ଘୋଷିତ: ଝିଅମାନଙ୍କ ହ୍ୟାଟ୍ରିକ୍, ଜାଣନ୍ତୁ କିଏ ହେଲେ ଟପର

 UPSC Civil Service Final Result 2021: ଶ୍ରୁତି ସେଣ୍ଟ ଷ୍ଟିଫେନ୍ କଲେଜ ଓ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରୀ ଓ ଜାମିଆ ମିଲିଆ ଇସଲାମିଆ ରେସିଡେନ୍ସିଆଲ୍ କୋଚିଂ ଏକାଡେମୀରେ UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ।

UPSC ସିଭିଲ ସର୍ଭିସେସ୍ ପରୀକ୍ଷା 2021 ଫଳାଫଳ ଘୋଷିତ: ଝିଅମାନଙ୍କ ହ୍ୟାଟ୍ରିକ୍, ଜାଣନ୍ତୁ କିଏ ହେଲେ ଟପର

ନୂଆଦିଲ୍ଲୀ: UPSC Civil Service Final Result 2021: ୟୁନିଅନ ପବ୍ଲିକ ସର୍ଭିସ କମିଶନ (UPSC) UPSC ସିଭିଲ ସର୍ଭିସ ଫାଇନାଲ ରେଜଲ୍ଟ ୨୦୨୧ ଘୋଷଣା କରିଛି । ସିଭିଲ ସେବାର ଫାଇନାଲ ପରିଣାମ UPSC ର ଅଫିସିଆଲ୍ ସାଇଟ୍ upsc.gov.in ରେ ଯାଇ ଚେକ୍ କରିପାରିବେ । ଶ୍ରୁତି ଶର୍ମା ଅଲ ଇଣ୍ଡିଆ ରାଙ୍କ ୧ ହାସଲ କରିଛନ୍ତି । ଚଳିତ ବର୍ଷ ସମସ୍ତ ଶ୍ରେଷ୍ଠ ତିନୋଟି ପଦ ଝିଅମାନେ ଦଖଲ ଦଖଲ କରିଛନ୍ତି । ଓଡି଼ଶାରୁ ଟପ୍ ୧୦୦ରେ କାର୍ତ୍ତିକ ପାଣିଗ୍ରାହୀ (Kartik Panigrahi) ଙ୍କୁ ସ୍ଥାନ ମିଳିଛି । ସେ ୬୩ ରାଙ୍କ ଅଛନ୍ତି । ସେହିପରି ବିଶ୍ୱ ବିଶ୍ରୃତ ତ୍ରିପାଠୀଙ୍କୁ ୨୩୨ ରାଙ୍କ୍, ସମୀର କୁମାର ଜେନାଙ୍କୁ ୨୭୩ ରାଙ୍କ୍, ସୌମ୍ୟା ରଞ୍ଜନ ପ୍ରଧାନଙ୍କୁ ୩୦୬ ରାଙ୍କ୍ ଏବଂ ହର୍ଷିତ ମେହେରଙ୍କୁ ୩୭୬ ରାଙ୍କ ମିଳିଛି । 

ଶ୍ରୁତି (Shruti Sharma) ସେଣ୍ଟ ଷ୍ଟିଫେନ୍ କଲେଜ ଓ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରୀ ଓ ଜାମିଆ ମିଲିଆ ଇସଲାମିଆ ରେସିଡେନ୍ସିଆଲ୍ କୋଚିଂ ଏକାଡେମୀରେ UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ।

ଏହା ବି ପଢ଼ନ୍ତୁ:-ବ୍ୟାକଫୁଟରେ AAP ସରକାର, ହାଇକୋର୍ଟ ବିଚାରପତି କରିବେ ମୁସେୱାଲା ହତ୍ୟା ମାମଲାର ତଦନ୍ତ

ଏହା ବି ପଢ଼ନ୍ତୁ:-ଆପଣଙ୍କ ବି ଝଡ଼ୁଛି କି କେଶ? ତେବେ ନିଜ ଖାଇବାରେ ସାମିଲ କରନ୍ତୁ ଏହି ୩ଟି ଜିନିଷ

ଏହା ବି ପଢ଼ନ୍ତୁ:-ପିଏମ ମୋଦିଙ୍କ ପଥ ଅନୁସରଣ କରିବେ ପାକିସ୍ତାନ ପିଏମ ସରିଫ, ଆମେରିକା ସହ ନେବେ ପଙ୍ଗା!

 

UPSC CSE ପ୍ରାରମ୍ଭିକ ପରୀକ୍ଷା ଅକ୍ଟୋବର ୧୦, ୨୦୨୧ରେ ଅନୁଷ୍ଠିତ ହୋଇଥିଲା ଓ ପରୀକ୍ଷାର ଫଳାଫଳ ଅକ୍ଟୋବର ୨୯ରେ ପ୍ରକାଶ ପାଇଥିଲା । ମୂଖ୍ୟ ପରୀକ୍ଷା ଚଳିତ ବର୍ଷ ଜାନୁୟାରୀ ୭ରୁ ୧୬ ପର୍ଯ୍ୟନ୍ତ କରାଯାଇଥିଲା ଓ ଫଳାଫଳ ମାର୍ଚ୍ଚ ୧୭ରେ ଘୋଷଣା କରାଯାଇଥିଲା । ସାକ୍ଷାତକାର ପରୀକ୍ଷା ଏପ୍ରିଲ ୫ରୁ ଆରମ୍ଭ ହୋଇ  ମେ' ୨୬ରେ ଶେଷ ହୋଇଥିଲା ।

ଏମାନେ ହେଉଛନ୍ତି ସିଭିଲ୍ ସେବା ପରୀକ୍ଷା ୨୦୨୧ର ଟପର

ପ୍ରଥମ ସ୍ଥାନ- ଶ୍ରୁତି ଶର୍ମା (Shruti Sharma)
ଦ୍ୱିତୀୟ ସ୍ଥାନ- ଅଙ୍କିତା ଅଗ୍ରୱାଲ୍ (Ankita Agarwal)
ତୃତୀୟ ସ୍ଥାନ- ଗାମିନୀ ସିଙ୍ଗଲା (Gamini Singla)
ଚତୁର୍ଥ ସ୍ଥାନ-ଐଶ୍ୱର୍ଯ୍ୟା ବର୍ମା 
ପଞ୍ଚମ ସ୍ଥାନ- ଉତ୍କର୍ଷ ଦ୍ୱିବେଦୀ 
ଷଷ୍ଠ ସ୍ଥାନ- ଯକ୍ଷ ଚୌଧୁରୀ 
ସପ୍ତମ ସ୍ଥାନ- ସମ୍ୟକ ଏସ୍ ଜୈନ 
ଅଷ୍ଟମ ସ୍ଥାନ- ଇଶିତା ରାଠୀ
ନବମ ସ୍ଥାନ- ପ୍ରୀତମ କୁମାର 
ଦଶମ ସ୍ଥାନ - ହରକିରତ ସିଂ ରନ୍ଧୱା 

ଜାଣନ୍ତୁ ରେଜଲ୍ଟ କିପରି ଡାଉନଲୋଡ୍ କରିବେ?

UPSC ର ଅଫିସିଆଲ୍ ୱେବସାଇଟ୍ - upsc.gov.in କୁ ଲଗ୍ ଇନ୍ କରନ୍ତୁ ।

ହୋମ ପେଜରେ, 'UPSC ସିଭିଲ ସର୍ଭିସେସ୍ ରେଜଲ୍ଟ 2021- ଫାଇନାଲ୍ ରେଜଲ୍ଟ' ଉପରେ କ୍ଲିକ୍ କରନ୍ତୁ ।

ମନୋନୀତ ପ୍ରାର୍ଥୀଙ୍କ ବିବରଣୀ ସହିତ ଏକ PDF ଫାଇଲ୍ ପ୍ରଦର୍ଶିତ ହେବ । ତାହାକୁ ଡାଉନଲୋଡ କରି ଓ ଭବିଷ୍ୟତର ସନ୍ଦର୍ଭ ପାଇଁ ଏହାର ଏକ ପ୍ରିଣ୍ଟ୍ ବାହାର କରନ୍ତୁ ।