Vijay Deverakonda: ବିବାଦରେ ଫସିବା ପରେ ଫ୍ୟାନ୍ସଙ୍କୁ ମନାଇବାକୁ ଟ୍ରିପରେ ପଠାଉଛନ୍ତି ଦେବେରକୋଣ୍ଡା
Advertisement
Article Detail0/zeeodisha/odisha1522516

Vijay Deverakonda: ବିବାଦରେ ଫସିବା ପରେ ଫ୍ୟାନ୍ସଙ୍କୁ ମନାଇବାକୁ ଟ୍ରିପରେ ପଠାଉଛନ୍ତି ଦେବେରକୋଣ୍ଡା

Vijay Deverakonda: ସାଉଥ୍‌ ସୁପରଷ୍ଟାର ବିଜୟ ଦେବରାକୋଣ୍ଡା (Vijay Deverakonda)। ଗତବର୍ଷ ଅଭିନେତାଙ୍କ ଫିଲ୍ମ 'ଲାଇଗର' ରିଲିଜ୍ ହୋଇଥିଲା । ବିଜୟ ଦେବରାକୋଣ୍ଡାଙ୍କ ଏହା ବଲିଉଡ୍ ଡେବ୍ୟୁ ଫିଲ୍ମ ଥିଲା । କିନ୍ତୁ ଏହି ଫିଲ୍ମଟି ବକ୍ସ ଅଫିସରେ ହିଟ୍ ହୋଇ ନଥିଲା । ଏହି ଫିଲ୍ମ ପାଇଁ ବିବାଦରେ ଫସିଥିଲେ ଅଭିନେତା । ଫିଲ୍ମ 'ଲାଇଗର'ରେ କଳା ଟଙ୍କା ବିନିଯୋଗ ହୋଇଥିବା ନେଇ ତାଙ୍କୁ ଇଡି ସମନ କରିଥିଲା। ମନି ଲାଣ୍ତିଂ ମାମଲାରେ ଫସି ଥିଲେ ଅଭିନେତା ।

Vijay Deverakonda: ବିବାଦରେ ଫସିବା ପରେ ଫ୍ୟାନ୍ସଙ୍କୁ ମନାଇବାକୁ ଟ୍ରିପରେ ପଠାଉଛନ୍ତି ଦେବେରକୋଣ୍ଡା

Vijay Deverakonda: ସାଉଥ୍‌ ସୁପରଷ୍ଟାର ବିଜୟ ଦେବରାକୋଣ୍ଡା (Vijay Deverakonda)। ଗତବର୍ଷ  ଅଭିନେତାଙ୍କ ଫିଲ୍ମ 'ଲାଇଗର' ରିଲିଜ୍ ହୋଇଥିଲା । ବିଜୟ ଦେବରାକୋଣ୍ଡାଙ୍କ ଏହା ବଲିଉଡ୍ ଡେବ୍ୟୁ ଫିଲ୍ମ ଥିଲା । କିନ୍ତୁ ଏହି ଫିଲ୍ମଟି ବକ୍ସ ଅଫିସରେ ହିଟ୍ ହୋଇ ନଥିଲା । ଏହି ଫିଲ୍ମ ପାଇଁ ବିବାଦରେ ଫସିଥିଲେ ଅଭିନେତା । ଫିଲ୍ମ  'ଲାଇଗର'ରେ କଳା ଟଙ୍କା ବିନିଯୋଗ ହୋଇଥିବା ନେଇ ତାଙ୍କୁ ଇଡି ସମନ କରିଥିଲା। ମନି ଲାଣ୍ତିଂ ମାମଲାରେ ଫସି ଥିଲେ ଅଭିନେତା । ତେବେ, ଏହି ବିବାଦରୁ ବାହାରିବା ପାଇଁ ସେ ଦର୍ଶକଙ୍କୁ ମନାଇବାକୁ ପ୍ରୟାସ କରିଛନ୍ତି । ନିକଟରେ ଖ୍ରୀଷ୍ଟମାସ ଅବସରରେ ଅଭିନେତା ତାଙ୍କ ସୋସିଆଲ ମିଡିଆରେ ଘୋଷଣା କରିଥିଲେ ଯେ ସେ ତାଙ୍କର ୧୦୦ ଜଣ ଫ୍ୟାନ୍ସଙ୍କୁ ଏକ ମାଗଣା ଯାତ୍ରା (free trip)  ପାଇଁ ପଠାଇବେ । ତାଙ୍କ ପ୍ରଶଂସକମାନେ କେଉଁଠାକୁ ଯିବାକୁ ଚାହାଁନ୍ତି ଜାଣିବା ପାଇଁ ସେ ତାଙ୍କ ଟ୍ୱିଟର ଫିଡରେ ଏକ ସର୍ଭେ ମଧ୍ୟ କରିଥିଲେ।

ବିଜୟ ଦେବରାକୋଣ୍ଡା ତାଙ୍କର ୧୦୦ ଜଣ ଫ୍ୟାନ୍ସଙ୍କୁ ମନାଲିକୁ ଏକ ମାଗଣା ଯାତ୍ରା ପାଇଁ ପଠାଇବାକୁ ପ୍ରତିଶୃତି ଦେଇଛନ୍ତି। ଦେବରାକୋଣ୍ଡା ନିଜେ ଏକ ଭିଡିଓ ସେୟାର କରି ପ୍ରଶଂସକମାନଙ୍କୁ ଏହି ସୂଚନା ଦେଇଛନ୍ତି।  ସେ ତାଙ୍କ ଫ୍ୟାନ୍ସଙ୍କ ଏହି ପାଞ୍ଚ ଦିନିଆ ଟ୍ରିପରେ ମନାଲି ଯାତ୍ରା ସମ୍ପୁର୍ଣ୍ଣ ଖର୍ଚ୍ଚ ବହନ କରିବେ ବୋଲି ଘୋଷଣା କରିଛନ୍ତି। ଭିଡିଓରେ ଅଭିନେତା କହିଛନ୍ତି,'ଆପଣମାନେ ତୁଷାରପାତ ପର୍ବତ ଦେଖିବାକୁ ଯାଉଛନ୍ତି । ଆପଣ ମନ୍ଦିର ଏବଂ ମଠଗୁଡିକ ଦେଖିବାକୁ ଯାଉଛନ୍ତି,ଏବଂ ଏନେଇ   ଆମେ ଅନେକ ଯୋଜନା କରିଛୁ। ସେ ଏହି ଭିଡିଓର କ୍ୟାପସନ୍ ଦେଇଛନ୍ତି, 'ଆପଣଙ୍କ ମଧ୍ୟରୁ ୧୦୦ ଜଣ ପର୍ବତ ଚଢିବେ! ଏଥି ସହିତ ନୂଆବର୍ଷର ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କୁ ବହୁତ ପ୍ରେମ ବୋଲି କ୍ୟାପସନରେ ଲେଖିଛନ୍ତି । 

ଏହି ଖବର ସାମ୍ନାକୁ ଆସିବା ମାତ୍ରେ ଫ୍ୟାନ୍ସମାନେ ବହୁତ ଉତ୍ସାହିତ ହୋଇଯାଇଛନ୍ତି । ଏହାସହ ତାଙ୍କର ଏହି ଭିଡିଓରେ ଅନେକ କମେଣ୍ଟ ମଧ୍ୟ ଦେବା ସହ ହାର୍ଟ  ଇମୋଜି ମଧ୍ୟ ଦେଇଛନ୍ତି । ଅନେକେ ତାଙ୍କୁ 'ଶ୍ରେଷ୍ଠ' ବୋଲି କହିଛନ୍ତି। ଯଦିଓ ଅନେକ ଲୋକଙ୍କ ମନରେ ଏକ ପ୍ରଶ୍ନ ଅଛି ଯେ ସେ ଏହି ଯାତ୍ରାରେ ଯୋଗଦେବେ କି ନାହିଁ । ଏନେଇ ବର୍ତ୍ତମାନ ସମୟରେ ଏଥିରେ କୌଣସି ଅଧିକ ସୂଚାନ ପ୍ରାପ୍ତ ହୋଇ ନ ଥିବା ବେଳେ  କିନ୍ତୁ ପ୍ରଶଂସକମାନେ ଏଥିରେ ଅତ୍ୟନ୍ତ ଆନନ୍ଦିତ ହୋଇଛନ୍ତି। 

ଏହାବି ପଢନ୍ତୁ : Urvashi Rautela: ଭାବି ଜ୍ୱାଇଁଙ୍କୁ ଦେଖା କରିବାକୁ ହସ୍ପିଟାଲରେ ପହଞ୍ଚିଲେ ଉର୍ବଶୀଙ୍କ ମା' !

 

ଯଦି ଅଭିନେତାଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା ତେବେ, ବିଜୟ ଦେବରାକୋଣ୍ଡା ଶେଷଥର ପାଇଁ ଫିଲ୍ମ 'ଲାଇଗର'ରେ  ଅନନ୍ୟା ପାଣ୍ଡେଙ୍କ ସହ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ପାଇଁ ସେ ବିବାଦରେ ଫସିଥିଲେ । ମନି ଲାଣ୍ତରିଂ ମାମଲାରେ ତାଙ୍କୁ ଇଡି ସମନ ମଧ୍ୟ କରିଥିଲା ।  ଏହା ପୂର୍ବରୁ  ଫିଲ୍ମର ନିର୍ଦ୍ଦେଶକ  ପୁରୀ ଜଗନ୍ନାଥ ଓ ଚାର୍ମି କୌରଙ୍କୁ ମଧ୍ୟ ଡକାଯାଇଥିଲା। ଯଦି ରିପୋର୍ଟ ଗୁଡିକ ବିଶ୍ବାସ କରାଯାଏ ତେବେ,ଇଡିରେ ଅଭିଯୋଗ ଆସିଛି ଯେ, ଏହି ଫିଲ୍ମରେ କଳାଟଙ୍କା ବା ବିଦେଶୀ ଟଙ୍କା ବିନିଯୋଗ ହୋଇଛି। ୨୦୨୨, ଅଗଷ୍ଟ ୨୫ରେ ଫିଲ୍ମ ଲାଇଗଲ ମୁକ୍ତିଲାଭ କରିଥିଲା । ଏବଂ ଏହି ଫିଲ୍ମଟି ୧୨୫ କୋଟି ବଜେଟରେ ନିର୍ମାଣ କରାଯାଇଥିଲା। କିନ୍ତୁ ଫିଲ୍ମଟି ବକ୍ସ ଅଫିସରେ ଏତେ ରୋଜଗାର କରିପାରି ନଥିଲା ।