ଉଚ୍ଚ ପେନସନ୍ ଚୟନ ପାଇଁ ମାତ୍ର ୯ ଦିନ ବାକି, ଜାଣନ୍ତୁ କିଏ ପାଇବେ ଲାଭ
Advertisement
Article Detail0/zeeodisha/odisha1741453

ଉଚ୍ଚ ପେନସନ୍ ଚୟନ ପାଇଁ ମାତ୍ର ୯ ଦିନ ବାକି, ଜାଣନ୍ତୁ କିଏ ପାଇବେ ଲାଭ

କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (EPFO) ଅଧିକ ବେତନ ଉପରେ ପେନ୍‌ସନ୍‌ ହିସାବ କରିବାକୁ ସୂତ୍ର ଜାରି କରିଛି । ଯେଉଁମାନେ ଉଚ୍ଚ ପେନ୍ସନ୍ ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହି ସୂତ୍ର ଉପଯୋଗୀ ହେବ । ଏହି ଯୋଜନା ପାଇଁ ନାମ ଦାଖଲ କରିବାକୁ ଶେଷ ତାରିଖ ହେଉଛି ୨୬ ଜୁନ୍ । ଯଦି ଆପଣ ସେପ୍ଟେମ୍ବର ୧, ୨୦୧୪ ରେ 

ଉଚ୍ଚ ପେନସନ୍ ଚୟନ ପାଇଁ ମାତ୍ର ୯ ଦିନ ବାକି, ଜାଣନ୍ତୁ  କିଏ ପାଇବେ ଲାଭ

Pension Scheme: କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (EPFO) ଅଧିକ ବେତନ ଉପରେ ପେନ୍‌ସନ୍‌ ହିସାବ କରିବାକୁ ସୂତ୍ର ଜାରି କରିଛି । ଯେଉଁମାନେ ଉଚ୍ଚ ପେନ୍ସନ୍ ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହି ସୂତ୍ର ଉପଯୋଗୀ ହେବ । ଏହି ଯୋଜନା ପାଇଁ ନାମ ଦାଖଲ କରିବାକୁ ଶେଷ ତାରିଖ ହେଉଛି ୨୬ ଜୁନ୍ । ଯଦି ଆପଣ ସେପ୍ଟେମ୍ବର ୧, ୨୦୧୪ ରେ  କିମ୍ବା ପୂର୍ବରୁ EPFO ​​ର ସଦସ୍ୟ ଥିଲେ, ତେବେ ଆପଣ ଏହି ଯୋଜନା ପାଇଁ ଆବେଦନ (Apply) କରିପାରିବେ ।

ପେନ୍ସନ୍ ସୂତ୍ର କ’ଣ?
ପେନ୍ସନ୍ = ପେନ୍ସନ୍ ଯୋଗ୍ୟ ଦରମା (ହାରାହାରି ଗତ ୬୦ ମାସର ବେତନ) × ବର୍ଷ (ଜମା ହୋଇଥିବା ବର୍ଷ ସଂଖ୍ୟା) / ୭୦ ଯେଉଁମାନେ ସେପ୍ଟେମ୍ବର ୧,୨୦୧୪ ପୂର୍ବରୁ ଅବସର ନେଇଥିଲେ ସେମାନଙ୍କ ଅବସର ପୁର୍ବରୁ ୧୨ ମାସ ହାରାହାରି ବେତନ ଉପରେ ଆଧାର କରାଯାଇ ଗଣନା କରାଯିବ।

ଉଚ୍ଚ ପେନ୍ସନ୍ ଯୋଜନା କ’ଣ?
ଧରାଯାଉ ଜଣେ କର୍ମଚାରୀଙ୍କ ମୌଳିକ ଦରମା ହେଉଛି ୧,୦୦୦୦୦ । ତେଣୁ ଏହି ଏକ ଲକ୍ଷର ୧୨ ପ୍ରତିଶତ ଅର୍ଥାତ୍ ୧୨,୦୦୦ ଟଙ୍କା ହେଉଛି କର୍ମଚାରୀଙ୍କ EPF ଅବଦାନ । ସମାନ ପରିମାଣ ନିଯୁକ୍ତିଦାତାଙ୍କ ତରଫରୁ ମଧ୍ୟ EPF ଓ EPS ରେ ଜମା ହୋଇଥାଏ ।  ନିୟମ ଅନୁଯାୟୀ, ନିଯୁକ୍ତିଦାତା ମୌଳିକ ବେତନର ୮.୩୩ ପ୍ରତିଶତ ଇପିଏସ୍ ଓ ବାକି ଇପିଏଫ ଦେଇଥାନ୍ତି ।

୨୦୧୪ ରେ ଏକ ନିୟମ ଆସିଥିଲା । ଏହି ନିୟମରେ କୁହାଯାଇଥିଲା ଯେ ୧୫,୦୦୦ ରୁ ଅଧିକ ବେତନ EPS ପାଇଁ ଯୋଗ୍ୟ ହେବ ନାହିଁ . ୧୫,୦୦୦ ଦରମା ପର୍ଯ୍ୟନ୍ତ କେବଳ ୮.୩୩ ପ୍ରତିଶତ ଅର୍ଥାତ୍ ପ୍ରତ୍ୟେକ ମାସରେ ସର୍ବାଧିକ ୧୨୫୦ ଟଙ୍କା EPS ରେ ଜମା ହୋଇପାରିବ ଓ ବାକି ଟଙ୍କା ଇପିଏଫକୁ ଯିବ। ଏହା ବ୍ୟତୀତ ଏକ ଲକ୍ଷ ମୌଳିକ ବେତନର EPS ଅବଦାନ ୮,୩୩୦ ଟଙ୍କା ହେଉଥିଲେ ମଧ୍ୟ ନିଯୁକ୍ତିଦାତା କେବଳ ୧୨୫୦ ଟଙ୍କା EPS ରେ ଜମା କରିବେ ଓ ଅବଶିଷ୍ଟ ଟଙ୍କା EPF ରେ ଜମା କରିବେ।

ଯେଉଁମାନେ ସେପ୍ଟେମ୍ବର ୧,୨୦୧୪ ରୁ କିମ୍ୱା ଏହା ପୂର୍ବରୁ EPFO ​​ରେ ଯୋଗ ଦେଇଥିଲେ ସେମାନଙ୍କ ପାଖରେ ୬ ମାସ ମଧ୍ୟରେ ଅଧିକ ଦରମା ଉପରେ EPS ଅବଦାନ ପାଇଁ ଆବେଦନ କରିବାର ବିକଳ୍ପ ଥିଲା । ଅନେକ କର୍ମଚାରୀ ମଧ୍ୟ ଆବେଦନ କରିଥିଲେ, କିନ୍ତୁ EPFO ​​ଏହିପରି ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲା ​​ । ଏହା ବିରୁଦ୍ଧରେ ଅନେକ କର୍ମଚାରୀ କୋର୍ଟରେ ପହଞ୍ଚିଥିଲେ, ନଭେମ୍ବର ୨୦୨୨ ରେ, ସର୍ବୋଚ୍ଚ ନ୍ୟାୟାଳୟ ୧୫,୦୦୦ ସର୍ବାଧିକ ପେନ୍‌ସନ୍‌ ଯୋଗ୍ୟ ବେତନ ନିୟମକୁ ସଠିକ୍ ଭାବରେ ଗ୍ରହଣ କରିଥିଲେ। ତେବେ କୋର୍ଟ କହିଛନ୍ତି ଯେ ଯେଉଁ କର୍ମଚାରୀମାନେ ସେପ୍ଟେମ୍ବର ୧,୨୦୧୪ ରେ ଓ ଏହା ପୂର୍ବରୁ ଇପିଏଫଏରେ ହୋଇଥିବା ସଦସ୍ୟ ଓ ସେମାନଙ୍କ ନିଯୁକ୍ତିଦାତାମାନେ EPFO ​​କୁ ମିଳିତ ଭାବେ ଉଚ୍ଚ ପେନ୍ସନ୍ ସ୍କିମ୍ ପାଇଁ ଆବେଦନ କରିପାରିବେ।

ଉଚ୍ଚ ପେନ୍ସନ୍ ଯୋଜନା ଅଧୀନରେ, ଜଣେ କର୍ମଚାରୀଙ୍କ ମୌଳିକ ବେତନର ୮.୩୩ ପ୍ରତିଶତ ନିଯୁକ୍ତିଦାତା ତାଙ୍କ ଇପିଏସ୍ ଆକାଉଣ୍ଟରେ ଯୋଗଦାନ କରିବେ । ତାହା ହେଉଛି, ଯଦି ଜଣେ କର୍ମଚାରୀ ଉଚ୍ଚ ପେନ୍ସନ୍ ଯୋଜନାର ବିକଳ୍ପ ଚୟନ କରନ୍ତି, ଯଦି ତାଙ୍କର ମୌଳିକ ଦରମା ଏକ ଲକ୍ଷ, ତେବେ ମୌଳିକ ବେତନର ୮.୩୩ ପ୍ରତିଶତ ଅର୍ଥାତ୍ ୮୩୩୦ ଟଙ୍କା ଇପିଏସରେ ଜମା ହେବ ଓ ଇପିଏଫ୍ ଆକାଉଣ୍ଟରେ ଅବଶିଷ୍ଟ ୩.୭ ପ୍ରତିଶତ ଜମା କରାଯିବ । ଏହି ଯୋଜନା ଯେଉଁମାନେ ସେପ୍ଟେମ୍ବର ୧,୨୦୧୪ ପରେ EPS ରେ ଯୋଗ ଦେଇଥିଲେ ସେମାନଙ୍କ ପାଇଁ ନୁହେଁ ।  ଉଚ୍ଚ ପେନ୍ସନ୍ ସ୍କିମ୍ ଚୟନ କରିବା ସମୟରେ କର୍ମଚାରୀଙ୍କ ଠାରୁ ୧.୧୬ ପ୍ରତିଶତ ଅବଦାନ ମଧ୍ୟ ନିଆଯିବ । 

କିପରି ଆବେଦନ କରିବେ?
ଯଦି ଆପଣ ଉଚ୍ଚ ପେନ୍ସନ୍ ସ୍କିମ୍ ପାଇଁ ଯୋଗ୍ୟ ଅଟନ୍ତି ଓ ଏଥିପାଇଁ ଆବେଦନ କରିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ EPFO ​​ପୋର୍ଟାଲକୁ ଯାଇ କରି ଆବେଦନ କରିବାକୁ ପଡିବ । ଆବଶ୍ୟକ ଡକ୍ୟୁମେଣ୍ଟ୍ ଦେବେ ।  UAN ରେ, e-Sewa ପୋର୍ଟାଲକୁ ଯାଆନ୍ତୁ ଓ ମେମ୍ବର ଇଣ୍ଟରଫେସକୁ ଯାଇ ଆବେଦନ କରନ୍ତୁ । ଏହାପୂର୍ବରୁ ଏହାର ଶେଷ ତାରିଖ ମେ ୩ ଥିଲା, ଯାହା ଜୁନ୍ ୨୬ କୁ ବୃଦ୍ଧି କରାଯାଇଛି ।

ଆବେଦନ ଦାଖଲ ହେବା ପରେ କର୍ମଚାରୀଙ୍କ ନିଯୁକ୍ତିଦାତାଙ୍କଠାରୁ ଯାଞ୍ଚ କରାଯିବ। ଇପିଏଫ୍ ଅଧିକାରୀମାନେ ଆବେଦନକୁ ଯାଞ୍ଚ କରିବେ, ସବୁକିଛି ଠିକ୍ ଥିଲେ, ଦେୟ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବ । ଯଦି ଫର୍ମଗୁଡିକରେ କୌଣସି ଭୁଲ ଥାଏ, ତେବେ ଏହାକୁ ସଂଶୋଧନ କରିବାକୁ କର୍ମଚାରୀ ଏବଂ ତାଙ୍କ ନିଯୁକ୍ତିଦାତାଙ୍କୁ ଏକ ମାସ ସମୟ ଦିଆଯିବ ।

Also read- ଶନି ଦୋଷର ୫ଟି ସଙ୍କେତ, କରନ୍ତୁ ଏହି ୪ଟି ପ୍ରତିକାର