Abhaya Kumar Mohanty Died: ପରପାରିରେ ସାଂସଦ ଅନୁଭବ ମହାନ୍ତିଙ୍କ ବାପା
Advertisement
Article Detail0/zeeodisha/odisha2111856

Abhaya Kumar Mohanty Died: ପରପାରିରେ ସାଂସଦ ଅନୁଭବ ମହାନ୍ତିଙ୍କ ବାପା

Abhaya Kumar Mohanty Died: ତାଙ୍କର ଡାଇଲିସିସ୍‌ ଚାଲିଥିଲା । ନିୟମିତ ଭାବେ ବାପାଙ୍କୁ ହସ୍ପିଟାଲ ନେବା ଆଣିବା କରୁଥିଲେ ଅନୁଭବ ମହାନ୍ତି । ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଛନ୍ତି ।

 

Abhaya Kumar Mohanty Died: ପରପାରିରେ ସାଂସଦ ଅନୁଭବ ମହାନ୍ତିଙ୍କ ବାପା

Abhaya Kumar Mohanty Died: ପରପାରିରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବାପା ଅଭୟ କୁମାର ମହାନ୍ତି । ଚିକିତ୍ସାଧୀନ ଅବସ୍ଥାରେ କଟକରେ ତାଙ୍କର ଦେହାନ୍ତ ସୂଚନା ରହିଛି। ପୂରା ପରିବାରରେ ଶୋକର ଛାୟା ଖେଳିଯାଇଛି। ଦୀର୍ଘବର୍ଷ ଧରି ଅଭୟ ମହାନ୍ତି ଅସୁସ୍ଥ ଥିଲେ। ଫଳରେ ଚିକିତ୍ସାଧିନ ଅବସ୍ଥାରେ ରହିଥିଲେ ଅଭୟ ମହାନ୍ତି । ଏପରିକି ନିକଟରେ ଏକ ହସ୍ସିଟାଲରେ ଅଭୟ ମହାନ୍ତିଙ୍କ ଅପରେସନ ମଧ୍ୟ ହୋଇଥିଲା। 

ଯାହାକୁ ନେଇ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏୁପରିକି ନିଜ ବାପାଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଠାକୁରଙ୍କ ନିକଟରେ ପ୍ରାର୍ଥନା ମଧ୍ୟ କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଅଭୟ ମହାନ୍ତିଙ୍କ ପରଲୋକ ଘଟିଛି। କଟକ ନନ୍ଦିସାହି ସ୍ଥିତ ବାସଭବନରେ ଅଭୟ ମହାନ୍ତିଙ୍କ ପରଲୋକ ଘଟିଥିବା ସୂଚନା ମିଳିଛି । ୭୪ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ଅନୁଭବଙ୍କ ବାପା ଅଭୟ ମହାନ୍ତି । ସୂଚନା ଯୋଗ୍ୟ, ଦୀର୍ଘଦିନ ହେଲା କିଡନୀ ରୋଗରେ ପୀଡିତ ଥିଲେ ଅନୁଭବ ମହାନ୍ତିଙ୍କ (MP Anubhav Mohanty) ପିତା ଅଭୟ ମହାନ୍ତି (Abhaya Kumar Mohanty) । 

ସୂଚନାନୁଯାୟୀ, ତାଙ୍କର ଡାଇଲିସିସ୍‌ ଚାଲିଥିଲା । ନିୟମିତ ଭାବେ ବାପାଙ୍କୁ ହସ୍ପିଟାଲ ନେବା ଆଣିବା କରୁଥିଲେ ଅନୁଭବ ମହାନ୍ତି । ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଛନ୍ତି ।