Odisha Daily News Live: ରାଜଧାନୀରେ ପିଏମ୍ ମୋଦି କଲେ ମେଗା ରୋଡ୍ ସୋ', ପଢ଼ନ୍ତୁ ଆଜିର କିଛି ବଡ଼ ଖବର
Advertisement
Article Detail0/zeeodisha/odisha2241817

Odisha Daily News Live: ରାଜଧାନୀରେ ପିଏମ୍ ମୋଦି କଲେ ମେଗା ରୋଡ୍ ସୋ', ପଢ଼ନ୍ତୁ ଆଜିର କିଛି ବଡ଼ ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

PM Modi Live
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

10 May 2024
22:08 PM

Loksabha Election 2024: ADR ରିପୋର୍ଟ ଅନୁଯାୟୀ, ଚତୁର୍ଥ ପର୍ଯ୍ୟାୟରେ ୩୦ ଜଣ ଏପରି ପ୍ରାର୍ଥୀ ଅଛନ୍ତି, ଯେଉଁମାନଙ୍କ ବିରୋଧରେ ଆଇପିସିର ଧାରା ୩୦୭ ଅନୁଯାୟୀ ମାମଲା ପଞ୍ଜିକୃତ ରହିଛି। ମହିଳାଙ୍କ ବିରୋଧରେ ହୋଇଥିବା ଅପରାଧ ସହ ୫୦ ଜଣ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ପଞ୍ଜିକୃତ ଅଛି। ପଢ଼ନ୍ତୁ ପୂରା ଖବର..

 

21:30 PM

Top 10 News Headlines Odisha 10th May 2024: ଭୁବନେଶ୍ୱର ଆଜି ପିଏମ୍ ମୋଦୀ ରୋଡ୍ ସୋ' କରିଛନ୍ତି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର। 

21:29 PM

PM Modi's Mega Roadshow In Bhubaneswar Live:

21:00 PM

PM Modi's Mega Roadshow In Bhubaneswar Live: ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ ସୋ’ରେ ରାଜ୍ୟ ବିଜେପିର ୨ ବରିଷ୍ଠ ନେତା ସାମିଲ। ଏହି ରୋଡ ସୋ'ରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅଛନ୍ତି।

20:48 PM

Odisha Daily News Live: ପିଏମ୍ ମୋଦି କରୁଛନ୍ତି ମେଗା ରୋଡ୍ ଶୋ'

20:37 PM

PM Modi's Mega Roadshow In Bhubaneswar Live: ରାଜ୍ୟ ବିଜେପି କାର୍ଯ୍ୟଳୟରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। କିଛି ସମୟ ପରେ ଭୁବନେଶ୍ବରରେ କରିବେ ରୋଡ୍‌ ସୋ’।

20:35 PM

PM Modi's Mega Roadshow In Bhubaneswar Live: ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରୁ ସିଧାସଳଖ ରାଜ୍ୟ ବିଜେପି କାର୍ଯ୍ୟଳୟରେ ପହଞ୍ଚିବେ। ଏହାର କିଛି ସମୟ ପରେ ଭୁବନେଶ୍ବରରେ ରୋଡ୍‌ ସୋ’ କରିବେ ମୋଦୀ। ପିଏମ ମୋଦୀ ଏହି ରୋଡ୍ ସୋ' ବିଜେପି ରାଜ୍ୟ କାର୍ଯ୍ୟାଳୟଠାରୁ ବାଣୀବିହାର ମଧ୍ୟରେ କରିବେ।

20:23 PM

PM Modi's Mega Roadshow In Bhubaneswar Live:  ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

20:11 PM

PM Modi's Mega Roadshow In Bhubaneswar Live:  ୮.୧୫ ରୁ ୮.୨୦ ମିନିଟ୍ ଭିତରେ ଭୁବନେଶ୍ୱରରେର ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

20:07 PM

Sonepur-Sambalpur Bus Accident: ସୋନପୁର-ସମ୍ବଲପୁର ରାସ୍ତାର ଡୁଡୁପାଲିରେ ୨ ବସ୍‌ ମୁହାଁମୁହିଁ ଧକ୍କା। ଏହି ଧକ୍କାରେ ଅନେକ ଯାତ୍ରୀ ଗୁରୁତର। ଆହତଙ୍କୁ ଉଦ୍ଧାର କରି ସୋନପୁର ହସ୍ପିଟାଲକୁ ନିଆଯାଇଛି।

19:37 PM

Brij Bhushan Sharan Singh: ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ଶୋଷଣ ମାମଲାରେ କେସିଆରଗଞ୍ଜର ବିଜେପି ସାଂସଦ ତଥା ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ପୂର୍ବତନ ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଚାର୍ଜସିଟ୍ ପ୍ରସ୍ତୁତ କରାଯାଇଛି। ଦିଲ୍ଲୀର ରାଉସ୍ ରେଭିନ୍ୟୁ କୋର୍ଟ ତାଙ୍କ ବିରୋଧରେ ଶୁକ୍ରବାର ଦିନ ଅଭିଯୋଗ ଆଣିଛନ୍ତି। ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ଅଛି ବୋଲି କୋର୍ଟ କହିଛନ୍ତି। ଆପଣଙ୍କୁ କହିରଖୁଛୁ ଯେ ଗତ ବର୍ଷ ଜୁନ୍ ୧୫ ରେ ଦିଲ୍ଲୀ ପୋଲିସ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା। ବ୍ରିଜ ଭୂଷଣଙ୍କ ବିରୋଧରେ ଧାରା ୩୫୪, ୩୫୪-ଏ, ୩୫୪-ଡି ଏବଂ ୫୦୬ ଅନୁଯାୟୀ ଚାର୍ଜସିଟ ଦାଖଲ କରାଯାଇଥିଲା।

19:10 PM

Arvind Kejriwal Bail: ଦିଲ୍ଲୀ ଏକ୍ସାଇଜ୍ ସ୍କାମ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ୫୦ ଦିନ ତିହାର ଜେଲରେ ରହିବା ପରେ ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟବର୍ତ୍ତୀକାଳୀନ ଜାମିନରେ ଆସିଥିଲେ। ସେ ବାହାରକୁ ଆସିବା ମାତ୍ରେ ସେ କାରରେ ବସି ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଅଭିବାଦନ ଜଣାଇ ସିଧା ଘରକୁ ଚାଲିଗଯାଇଥିଲେ।

19:10 PM

Arvind Kejriwal Bail: ଦିଲ୍ଲୀ ଏକ୍ସାଇଜ୍ ସ୍କାମ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ୫୦ ଦିନ ତିହାର ଜେଲରେ ରହିବା ପରେ ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟବର୍ତ୍ତୀକାଳୀନ ଜାମିନରେ ଆସିଥିଲେ। ସେ ବାହାରକୁ ଆସିବା ମାତ୍ରେ ସେ କାରରେ ବସି ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଅଭିବାଦନ ଜଣାଇ ସିଧା ଘରକୁ ଚାଲିଗଯାଇଥିଲେ।

18:15 PM

Chhattisgarh Encounter: ଛତିଶଗଡର ବିଜାପୁର ଜିଲ୍ଲାରେ ସୁରକ୍ଷା କର୍ମୀମାନେ ବହୁତ ବଡ଼ ସଫଳତା ପାଇଛନ୍ତି। ସୁରକ୍ଷା କର୍ମୀମାନେ ଶୁକ୍ରବାର ଦିନ ଏକ ଏନକାଉଣ୍ଟରରେ ପାଞ୍ଚ ଜଣ ନକ୍ସଲଙ୍କୁ ହତ୍ୟା କରିଛନ୍ତି। ପୋଲିସ ଅଧିକାରୀ କହିଛନ୍ତି ଯେ ଘଟଣାସ୍ଥଳରୁ ପାଞ୍ଚ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ସମୟ ମଧ୍ୟରେ ସମସ୍ତ ସୁରକ୍ଷା କର୍ମୀ ସୁରକ୍ଷିତ ଅଛନ୍ତି। ସେ କହିଛନ୍ତି ଯେ ଏହି ଘଟଣା ସମ୍ପର୍କରେ ଆଉ କୌଣସି ସୂଚନା ମିଳିନାହିଁ। ବିସ୍ତୃତ ସୂଚନାକୁ ଅପେକ୍ଷା କରାଯାଇଛି।

 

17:23 PM

Share Market Ups 10 May: ଶୁକ୍ରବାର ଦିନ ଷ୍ଟକ୍ ମାର୍କେଟରେ ସାମାନ୍ୟ ଉନ୍ନତି ଦେଖିବାକୁ ମିଳିଥିଲା। ଏହି ଅବଧି ମଧ୍ୟରେ, ସେନ୍ସେକ୍ସ ୨୬୦.୩୦ ପଏଣ୍ଟ ବୃଦ୍ଧି ପାଇ ୭୨,୬୬୪.୪୭ ପଏଣ୍ଟରେ ବନ୍ଦ ହୋଇଥିଲା। ନିଫ୍ଟି ମଧ୍ୟ ୯୭.୭୦ ପଏଣ୍ଟ୍ ବୃଦ୍ଧି ପାଇ ୨୨,୦୫୫.୨୦ ପଏଣ୍ଟରେ ବନ୍ଦ ହୋଇଥିଲା। ଏହି ଲାଭ ସହିତ, ନିଫ୍ଟି ପୁଣି ୨୨ ହଜାର ମାର୍କ ଅତିକ୍ରମ କରିଛି। ଆଜି ସରକାରୀ କମ୍ପାନୀଗୁଡିକର ସେୟାରରେ ଲାଭ ଦେଖିବାକୁ ମିଳିଥିଲା। ଯେତେବେଳେ କି ଆଇଟି କମ୍ପାନୀଗୁଡିକରେ ଏକ ହ୍ରାସ ଦେଖିବାକୁ ମିଳିଥିଲା।

17:00 PM

ECI to Mallikarjun Kharge: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ଆଜି ନିର୍ବାଚନ ଆୟୋଗ ପକ୍ଷରୁ ଭର୍ତ୍ସନା କରାଯାଇଛି। ଲୋକସଭା ନିର୍ବାଚନରେ ​​ବାଧା ସୃଷ୍ଟି କରିଥିବାରୁ ଆୟୋଗ କଂଗ୍ରେସ ସଭାପତିଙ୍କୁ ତାଗିଦ୍ କରିଛନ୍ତି। ନିର୍ବାଚନ ଆୟୋଗ କହିଛନ୍ତି ଯେ ମଧ୍ୟ-ନିର୍ବାଚନରେ ​​ଭୋଟରଙ୍କ ମତଦାନ ତଥ୍ୟ ପ୍ରକାଶ ପାଇବା ନେଇ କଂଗ୍ରେସ ସଭାପତି ଭିତ୍ତିହୀନ ଅଭିଯୋଗ କରିଛନ୍ତି, ଯାହା ମୁକ୍ତ ଓ ନିରପେକ୍ଷ ନିର୍ବାଚନରେ ​​ଦ୍ୱନ୍ଦ୍ୱ, ବିଭ୍ରାନ୍ତିକର ତଥା ବାଧା ସୃଷ୍ଟି ପାଇଁ ପରିକଳ୍ପନା କରାଯାଇଛି। କଂଗ୍ରେସ ସଭାପତିଙ୍କ ନିକଟକୁ ପଠାଯାଇଥିବା ଏକ କଡ଼ା ଉତ୍ତରରେ ଇସି ତାଙ୍କ ବୟାନକୁ ନିର୍ବାଚନ ଆଚରଣର ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଆପତ୍ତିଜନକ ବୋଲି ବର୍ଣ୍ଣନା କରିଛି। ଆୟୋଗ କହିଛନ୍ତି ଯେ ଏଭଳି ବୟାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ, ଯାହା ଆଦେଶ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ।

16:27 PM

T20 World Cup 2024: ଟି-୨୦ ବିଶ୍ୱକପ୍ ୨୦୨୪ ଜୁନ୍ ୨ ତାରିଖରୁ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳ ୨ଟି ବ୍ୟାଚ୍‌ରେ ଆମେରିକା ଯିବ। ଏହି କ୍ରମରେ ପ୍ରଥମ ବ୍ୟାଚ୍ ମେ' ୨୪ ରେ ଭାରତ ଛାଡିବ।

16:23 PM

ରାଜନୀତିରୁ ସନ୍ନ୍ୟାସ ନେବେ ପାଣ୍ଡିଆନ୍‍: ବିଜୁ ଜନତା ଦଳର ଦ୍ୱିତୀୟ ଷ୍ଟାର କ୍ୟାମ୍ପେନର ଭି କେ ପାଣ୍ଡିଆନ୍‍ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡ଼ା ଚ୍ୟାଲେଞ୍ଜ୍‍ ଦେଇଛନ୍ତି। ଯଦି ରାଜ୍ୟରେ ପରିବର୍ତ୍ତନର ହାଓ୍ୱା ନବୀନଙ୍କୁ ବହୁମତରୁ ବଞ୍ଚିତ କରାଏ ଏବଂ ସେ ସରକାର ନକରିପାରନ୍ତି ତେବେ ସେ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି କହିଛନ୍ତି ପାଣ୍ଡିଆନ୍‍। ଏପରିକି କେନ୍ଦ୍ରମନ୍ତ୍ରୀଙ୍କ ସାହସ ଥିଲେ ଏପରି ଘୋଷଣା କରନ୍ତୁ ବୋଲି ବ୍ରଜରାଜ ନଗରରେ ପ୍ରଚାର ସଭାବୁ ଉଦବୋଧନ ଦେବା ବେଳେ ସେ ଏହି ଆହ୍‍ୱାନ ଦେଇଛନ୍ତି। 

14:29 PM

Arvind Kejriwal Bail News: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଏଏପି) ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଆରାମ ମିଳିଛି। ସୁପ୍ରିମକୋର୍ଟ ଶୁକ୍ରବାର ଦିନ (୧୦ ମଇ) କେଜ୍ରିୱାଲଙ୍କୁ ଜୁନ୍ ୧ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ପଢ଼ନ୍ତୁ ପୂରା ଖବର...

13:17 PM

Odisha News Live Updates: ସମ୍ବଲପୁର ଶୀତଳଷଷ୍ଠୀ; ଆଜି ଥାଳ ଉଠା ସହ କରାଯିବ କନ୍ୟା ମାତା ପିତା ଚୟନ
ସମ୍ବଲପୁର ଶୀତଳ ଷଷ୍ଠୀ ଯାତ୍ରାର ଆଜି ଆଦ୍ୟ ପର୍ବ। ଶିବ ବିବାହ ପାଇଁ ଆଜି ଥାଳ ଉଠା ସହ କନ୍ୟା ମାତା ପିତା ଚୟନ କରାଯିବ। ଆଜି ଅପରାହ୍ନରେ ବିଭିନ୍ନ ଶିବାଳୟରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ପରେ ମନ୍ଦିରରୁ ଥାଳ ଉଠିବ ଏବଂ ଶୀତଳଷଷ୍ଠୀ ଯାତ୍ରା ପାଇଁ ଦାନ ଓ ଅନୁଦାନ ସଂଗ୍ରହ କରାଯିବ।

12:32 PM

Odisha News Live Updates: ସହିପାରିଲେନି ପ୍ରତାରଣା; ପ୍ରେମିକାର ଗାଁ ମନ୍ଦିରରେ ଝୁଲି ପଡ଼ିଲେ ପ୍ରେମିକ !
ଦୁହେଁ ମିଶି ଦେଖିଥିଲେ ସ୍ୱପ୍ନ, ଏକାଠି ବଞ୍ଚିବା ମରିବାକୁ କରିଥିଲେ ପଣ, ତାହା ହଠାତ୍ ଭାଙ୍ଗି ଚୁରମାର ହୋଇ ଯାଇଥିଲା। ମଧୁର ସଂପର୍କରେ ପଡ଼ିଯାଇ ଥିଲା ବିଚ୍ଛେଦର ଭଟ୍ଟା। ନିଜ ପ୍ରିୟତମା ଆଉ କାହା ହାତ ଧରିବାର ଦୁଃଖକୁ ସହିପାରି ନଥିଲେ ପ୍ରେମିକ। ପ୍ରେମିକା ନୂଆ ସଂସାର ଗଢ଼ିବା ପରେ ଜୀବନ ତୁଚ୍ଛ ଲାଗିଥିଲା। ପ୍ରେମିକାର ଗାଁର ମନ୍ଦିର ଘଣ୍ଟିରେ ଗାମୁଛା ଲଗାଇ ଝୁଲି ପଡ଼ିଥିଲେ ପ୍ରେମିକ। ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ ଓରାଚନ୍ଦାବିଲା ଗ୍ରାମର ଶିବମନ୍ଦିରରେ। ମୃତ ଯୁବକ ଜଣକ ହେଉଛନ୍ତି ନୀଳଗିରି ଥାନା ହାତୀକୁଟ ଗ୍ରାମର ରାମଚନ୍ଦ୍ର ପାତ୍ର। 

12:17 PM

Odisha News Live Updates: ବୈଜୟନ୍ତଙ୍କ ଶକ୍ତି ପ୍ରଦର୍ଶନ; ବିରାଟ ଶୋଭାଯାତ୍ରାରେ ଆସି କଲେ ନାମାଙ୍କନ
ବିଜେପିର କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ବୈଜୟନ୍ତ ପଣ୍ଡା ବିଶାଳ ଶୋଭାଯାତ୍ରାରେ ଆସିଥିଲେ। ସେ ପ୍ରଥମେ ତିନି ମୁହାଣି ସ୍ଥିତ ରାମ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ଏହାପରେ ତିନି ମୁହାଣିରୁ ଶୁଭେଛୁ, ସମର୍ଥକ ଓ ବିଜେପି କର୍ମକର୍ତ୍ତାଙ୍କ ସହ ଏକ ବିରାଟ ପଟୁଆର ବାହାରିଥିଲେ। ବାଟରେ କିଏ ତାଙ୍କୁ ଫୁଲତୋଡ଼ା ଦେଉଥିଲେ ତ ଆଉ କିଏ ଫୁଲମାଳ ପିନ୍ଧାଇ ସ୍ୱାଗତ କରୁଥିଲେ। 

12:00 PM

Odisha News Live Updates: ମଝି ଆକାଶରେ ଫାଇଟର ଜେଟ୍‌ରେ ଲାଗିଲା ନିଆଁ
ଗତକାଲି ବାଲାଂଦେଶରେ ଏକ ଟ୍ରେନିଂ ଫାଇଟର ଜେଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରେନିଂ ସରିବା ପରେ ଦୁଇ ପାଇଲଟ ବେସ୍‌ କ୍ୟାମ୍ପକୁ ଫେରୁଥିବା ବେଳେ ତାହା ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଉକ୍ତ ସମୟରେ ଜେଟ୍‌ରେ ଦୁଇ ପାଇଲଟ ଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଥିବା ହୋଇଛି। ମୃତକ ହେଲେ ୩୨ ବର୍ଷୀୟ ସୀମ ଜାୱାଦ।

11:30 AM

Odisha News Live updates: ବାଘ ଆକ୍ରମଣରେ ଜଣେ ମୃତ!
ବାଘ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ରେଞ୍ଜ ସାହେବୀ ପଞ୍ଚାୟତ ମାନକୁଣ୍ଡା ଜଙ୍ଗଲରେ ଘଟିଛି ଏହି ଘଟଣା। ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ସାଦ ମୁଣ୍ଡା। ତାଙ୍କ ଘର ଧଣ୍ଡମୁଣ୍ଡା ଗାଁରେ। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା।

11:02 AM

Odisha News Live Updates:ଟାଟା ଷ୍ଟିଲ୍‌ ସେଲ୍ସ ହେଡ୍‌ ହତ୍ୟା ଘଟଣା; ଏନକାଉଣ୍ଟରରେ ଟଳିଲା ଅଭିଯୁକ୍ତ
ଟାଟା ଷ୍ଟିଲ୍‌ର ସେଲ୍ସ ହେଡ୍‌ ବିନୟ ତ୍ୟାଗୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପୁଲିସ୍‌ ଏନକାଉଣ୍ଟରରେ ଟଳି ପଡ଼ିଛି। ଉତ୍ତରପ୍ରଦେଶର ଗାଜିଆବାଦରେ  ଆଜି ଭୋରରୁ ହୋଇଥିବା ଏହି ଏନକାଉଣ୍ଟରରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ପୁଲିସ୍‌ ଓ ଅଭିଯୁକ୍ତଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଜଣେ ପୁଲିସ୍‌ ସବ୍‌ଇନ୍ସପେକ୍ଟର ବି ଗୁରୁତର ହୋଇଛନ୍ତି। ଏନକାଉଣ୍ଟରରେ ଟଳି ପଡ଼ିଥିବା ଅଭିଯୁକ୍ତଜଣକ ହେଉଛନ୍ତି ଅକ୍କି ।

10:22 AM

Odisha News Live Updates: ସମ୍ବଲପୁର ସଂସଦୀୟ କ୍ଷେତ୍ରର ମଇଦାନରେ ଏବେ ୪୪ ପ୍ରାର୍ଥୀ
ଆସନ୍ତା ୨୫ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ସମ୍ବଲପୁର ସଂସଦୀୟ କ୍ଷେତ୍ର, ରେଢ଼ାଖୋଲ ବିଧାନସଭା, କୁଚିଣ୍ଡା ବିଧାନସଭା, ରେଙ୍ଗାଲି ବିଧାନସଭା ଏବଂ ସମ୍ବଲପୁର ବିଧାନସଭା କ୍ଷେତ୍ର ପାଇଁ ୪୪ ଜଣ ପ୍ରାର୍ଥୀ ମଇଦାନରେ ରହିଛନ୍ତି। ଗତକାଲି ପ୍ରାର୍ଥିପତ୍ର ପ୍ରତ୍ୟାହାର ସମୟ ଶେଷ ହେବା ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ୧୪ ଜଣ, ସମ୍ବଲପୁର ବିଧାନସଭା ‌କ୍ଷେତ୍ରରେ ୯ ଜଣ ପ୍ରାର୍ଥୀ, ରେଙ୍ଗାଲି ବିଧାନସଭା କ୍ଷେତ୍ରରେ ୧୦ ଜଣ ପ୍ରାର୍ଥୀ, କୁଚିଣ୍ଡା ବିଧାନସଭା କ୍ଷେତ୍ରରେ ୪ ଜଣ ଏବଂ ରେଢ଼ାଖୋଲ ବିଧାନସଭା କ୍ଷେତ୍ରରେ ୭ ଜଣ ପ୍ରାର୍ଥୀ ରହିଛନ୍ତି।

 

10:13 AM

Odisha News Live Updaets: ପାକିସ୍ତାନର ଗୁଣଗାନ କରି ବିବାଦରେ ଫସିଲେ କଂଗ୍ରେସର ବରିଷ୍ଠ ନେତା ଆୟାର
୨୦୨୪ ଲୋକସଭା ନିର୍ବାଚନକୁ ନେଇ ଉତ୍ତେଜନା ମଧ୍ୟରେ ବୟାନବାଜି ଜାରି ରହିଛି। ଯେତେବେଳେ କଂଗ୍ରେସ ନେତା ସାମ ପିତ୍ରୋଡାଙ୍କ ବିବୃତ୍ତି ନେଇ ବିବାଦ ବଢିଥିବା ବେଳେ ମଣି ଶଙ୍କର ଆୟାର ଆଉ ଏକ ବିବାଦୀୟ ମନ୍ତବ୍ୟ ଦେଇ କଂଗ୍ରେସ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ସହ ଭାରତ କଥା ହେବା ଉଚିତ। ପାକିସ୍ତାନକୁ ସମ୍ମାନ ଦିଆଯିବା ଉଚିତ କାରଣ ଏହା ଏକ ସ୍ୱାଧୀନ ଦେଶ। ସେହି ଦେଶ ନିକଟରେ ପରମାଣୁ ବୋମା ମଧ୍ୟ ଅଛି ବୋଲି ଶ୍ରୀ ଆୟାର କହିଛନ୍ତି।

10:00 AM

Odisha News Live Updates: ଖୋଲିଲା ଉତ୍ତରାଖଣ୍ଡର ବାବା କେଦାରନାଥଙ୍କ ମନ୍ଦିର 
ଆଜି ପୂରା ରୀତିନୀତି ସହ ଭାରତ ଓ ବିଦେଶର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି କେଦାରନାଥ ଧାମର ଦ୍ୱାର । ଏହି ସମୟରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମଧ୍ୟ ସେଠାରେ ପହଞ୍ଚିଛନ୍ତି। ଦ୍ୱାର ଖୋଲିବାର ପ୍ରଥମ ଦିନରେ ହଜାର ହଜାର ଶ୍ରଦ୍ଧାଳୁ ଧାମରେ ପହଞ୍ଚିଛନ୍ତି। ଧାମରେ ତୀର୍ଥଯାତ୍ରୀଙ୍କ ପାଇଁ ବିଶ୍ୱାସ ପଥ ନିର୍ମାଣ କରାଯାଇଛି । ସେହିପରି ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଧାମର ଦ୍ୱାର ମଧ୍ୟ ଆଜି ବିଦେଶରେ ଭକ୍ତଙ୍କ ପାଇଁ ଖୋଲାଯିବ ।

09:46 AM

Odisha News Live updates: ଆଜିି ପବିତ୍ର ଅକ୍ଷୟ ତୃତୀୟା, ଅଖିମୁଠି ଅନୁକୂଳ କରିବେ ଚାଷୀ 
ଆଜି ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା କୁହାଯାଏ । ଓଡ଼ିଆ ପରମ୍ପରା ଅନୁସାରେ ବୈଶାଖ ମାସରେ ଏହି ପୂଜା ପଡ଼ିଥାଏ । ଆଜିର ଏହି ଦିବ୍ୟ ମୁହୂର୍ତରେ କୌଣସି କାମ କଲେ, ତାହା ନିଶ୍ଚିତ ଶୁଭଙ୍କର ବୋଲି ବିଶ୍ୱାସ ରହିଛି । ବିଶେଷକରି ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଏହି ପର୍ବ ପ୍ରତିଟି ଓଡ଼ିଆଙ୍କ ଆସ୍ଥାର ପ୍ରତୀକ ବୋଲି କୁହାଯାଏ । ଆଜିର ଦିନରେ ଚାଷୀ ଅଖିମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାଏ । ତେଣୁ ଏହାକୁ କୃଷିଭିତିକ ପର୍ବ ବା କୃଷକଙ୍କ ପର୍ବ ବୋଲି କୁହାଯାଏ ।

09:29 AM

Odisha News Live Updates: ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ୮ ମୃତ, ଅନେକ ଗୁରୁତର
ତାମିଲନାଡୁର ଶିବକାସୀ ଅଞ୍ଚଳରେ ଥିବା ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ । ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକଙ୍କ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା ରହିଛି । ଖବରପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁଲିଭା କାର୍ଯ୍ୟ ଜାରି ରଖିଥିବାବେଳେ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ।

09:14 AM

Odisha News Live Updates: ଅସରାଏ ବର୍ଷାରେ ଉବୁଟୁବୁ ଜାତୀୟ ରାଜପଥ
ଅସରାଏ ବର୍ଷାରେ ଉବୁଟୁବୁ ଜାତୀୟ ରାଜପଥ । ଅଦିନିଆ ବର୍ଷାରେ କୋରାପୁଟରୁ ସେମିଳିଗୁଡାକୁ ଯୋଗାଯୋଗ କରୁଥିବା ଜାତୀୟ ରାଜପଥର ମୋହନପଡ଼ା ନିକଟରେ ଥିବା ଆଣ୍ଠୁଏ ପାଣି ଜମି ରହିଥିଲା । ଫଳରେ ଉଭୟ ପଟୁ ଶହଶହ ଗାଡି ଅଟକି ରହିଥିଲା । ଏପରିକି ବ୍ରିଜରେ ପାଣି ଜମିବାରୁ ଦୁଇଚକିଆ ଗାଡ଼ି ଯାଆସ କରିପାରିନଥିଲା । ଏହି ଜାତୀୟ ରାଜପଥ ଦେଇ ଅନେକ ଲୋକ ବିଶାଖାପାଟଣା. ଭୁବନେଶ୍ୱର, ଏବଂ କଟକ ଉପରେ ନିର୍ଭର କରିଥାନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ରାସ୍ତା ନିର୍ମାଣ ପାଇଁ ଅନୁଦାନ ଆସୁଥିଲେ ବି ତାହା କେବଳ କାଗଜପତ୍ରରେ ସୀମିତ । ତେଣୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ସ୍ଥାୟୀ ପ୍ରତିକାର କରିବା ପାଇଁ ସାଧାରଣରେ ଦାବି ହୋଇଛି ।

 

08:59 AM

Odisha News Live updates: ପଦ୍ମଶ୍ରୀ ପୁରସ୍କାର ପାଇଲେ ଦୁଇ ଓଡ଼ିଆ 
ପଦ୍ମଶ୍ରୀରେ ସମ୍ମାନିତ ହେଲେ ଦୁଇ ଓଡ଼ିଆ ଭାଗବତ ପ୍ରଧାନ ଓ ବିନୋଦ ମହାରଣା । ଗୁରୁବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ବିତରଣ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଓଡ଼ିଆଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । କଳାକ୍ଷେତ୍ରରେ ଯୋଗଦାନ ପାଇଁ ବରଗଡ଼ ଜିଲ୍ଲାର ଲୋକକଳା ଶବ୍ଦନୃତ୍ୟ ଶିଳ୍ପୀ ଗୁରୁ ଭାଗବତ ପ୍ରଧାନଙ୍କୁ ଓ ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣାଙ୍କୁ ଏହି ସମ୍ମାଦ ପ୍ରଦାନ କରାଯାଇଛି । ଏହି ପୁରସ୍କାର ପାଇବା ଲାଗି କେବଳ କଳାକ୍ଷେତ୍ରରେ ୪ ଓଡ଼ିଆ ମନୋନୀତ ହୋଇଥିଲେ । ଗତ ଏପ୍ରିଲ ୨୨ରେ ଗଞ୍ଜାମର ୧୦୬ ବର୍ଷୀୟ ଲୋକକଳା କୃଷ୍ଣଲୀଳାର ସଂଗୀତ ଗାୟକ ଗୁରୁ ଗୋପୀନାଥ ସ୍ୱାଇଁ ଓ ସମ୍ବଲପୁରର ପ୍ରଖ୍ୟାତ ଲୋକ ସାହିତ୍ୟିକ ବିନୋଦ କୁମାର ପଶାୟତ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ ।

08:43 AM

Odisha News Live Updates: ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଶୁଣାଣି ଆଜି
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ମିଳିବ କି ଅନ୍ତରୀଣ ଜାମିନ । ଆଜି ସୁପ୍ରିମକୋର୍ଟ ଏ ନେଇ ରାୟ ଦେଇପାରନ୍ତି । ଏହାପୂର୍ବରୁ ଇଡି ଏକ ସତ୍ୟପାଠ ଦାଖଲ କରିଛି । ଯେଉଁଥିରେ କୁହାଯାଇଛି, ପ୍ରଚାର ଏକ ମୌଳିକ ଅଧିକାର ନୁହେଁ । ଏହାକୁ ଅନ୍ତରୀଣ ଜାମିନ ପାଇଁ ଆଧାର କରାଯାଇପାରିବ ନାହିଁ । ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଏହି ନେତାଙ୍କୁ ନିର୍ବାଚନ ଆଳରେ ମୁକ୍ତ କରିବାକୁ ଚେଷ୍ଟା କରାଯାଉଛି । ଯଦି ସେ ମୁକ୍ତ ହେବେ ତାହେଲେ ଏହା ଏକ ଭୁଲ ଉଦାହରଣ ସୃଷ୍ଟି କରିବ ।

08:22 AM

Odisha News Live Updates: ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ମିଳିଲା ଅଟୋରିକ୍ସା ଚିହ୍ନ
କେନ୍ଦୁଝର ଜିଲ୍ଲାର ଲୋକସଭା ଓ ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। କୌଣସି ପ୍ରାର୍ଥୀ ନିଜର ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନଥିବା ବେଳେ ଆଜି ସମସ୍ତ ପ୍ରାର୍ଥୀଙ୍କ ଚିହ୍ନ ଘୋଷଣା ହୋଇଛି। ସ୍ବାଧୀନ ପ୍ରାର୍ଥୀମାନଙ୍କୁ ମିଳିଥିବା ନିଆରା ଚିହ୍ନ ଏବେ ଚର୍ଚ୍ଚାର ବିଷୟ ହୋଇଛି। କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀ ହୋଇଛନ୍ତି ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଅଟୋରିକ୍ସା ଚିହ୍ନ ମିଳିଛି। ସେହିପରି ଏହି ନିର୍ବାଚନମଣ୍ଡଳୀର ଅନ୍ୟ ସ୍ବାଧୀନ ପ୍ରାର୍ଥୀ ଦେବେନ୍ଦ୍ରନାଥ ସ୍ବାଇଁଙ୍କୁ ଟ୍ରକ୍‌ ଚିହ୍ନ ମିଳିଥିବା ବେଳେ ଜ୍ଞାନାଲୋକ ପଣ୍ଡାଙ୍କୁ ମାଠିଆ, ନରେନ୍ଦ୍ରନାଥ ନାୟକଙ୍କୁ ବ୍ୟାଟ୍‌, ପ୍ରମିଳା ହାଂସଦାଙ୍କୁ ଜାହାଜ ଚିହ୍ନ ମିଳିଛି। ସେହିପରି କେନ୍ଦୁଝର ନିର୍ବାଚନମଣ୍ଡଳୀର ସ୍ବାଧୀନ ପ୍ରାର୍ଥୀ ସସ୍ମିତାରାଣୀ ସିଂହଙ୍କୁ ଜାହାଜ ଚିହ୍ନ ମିଳିଥିବା ବେଳେ ଜୀବନ ସିଂହ ମୁଣ୍ଡାଙ୍କୁ ବାଲଟି, ଝରଣା ନାଏକଙ୍କୁ ଟ୍ରକ୍‌, ରାଜକିଶୋର ମୁଣ୍ଡାଙ୍କୁ ଖଟ ଚିହ୍ନ ମିଳିଛି। ତେଲକୋଇ ନିର୍ବାଚନମଣ୍ଡଳୀର ଏକମାତ୍ର ସ୍ବାଧୀନ ପ୍ରାର୍ଥୀ ଅଜୟ କୁମାର ନାୟକଙ୍କୁ ଷ୍ଟୁଲ ଚିହ୍ନ ମିଳିଛି।

08:06 AM

Odisha News Live updates: ଆଜି ଆସୁଛନ୍ତି ମୋଦୀ: ରାତି ୮.୩୦ରେ ଜନପଥରେ ରୋଡ୍‌ ସୋ’
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ନିର୍ବାଚନୀ ପ୍ରଚାରରେ ଏହା ତାଙ୍କର ଦ୍ବିତୀୟ ଓଡ଼ିଶା ଗସ୍ତ। ଶୁକ୍ରବାର ରାତିରେ ଭୁବନେଶ୍ବରରେ ମୋଦୀ ରୋଡ୍‌ ‌ସୋ’ କରି ରାଜଭବନରେ ରାତ୍ରୀଯାପନ କରିବେ। ଶନିବାର ପୂର୍ବାହ୍ନରେ କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ରେ ତିନିଟି ବିଜୟ ସଂକଳ୍ପ ସମାବେଶରେ ଉଦ୍‌ବୋଧନ ଦେବେ। ମୋଦୀଙ୍କ ଗସ୍ତ ପାଇଁ ବିଜେପି ଶିବିର ବେଶ୍‌ ଚଳଚଞ୍ଚଳ ହୋଇଛି। ଚାରିଟି ଯାକ ସଂସଦୀୟ କ୍ଷେତ୍ରରେ ମୋଦୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଜେପି ନେତା ଓ କର୍ମୀମାନେ ଲାଗି ପଡ଼ିଛନ୍ତି। ରାଜ୍ୟ ପୁଲିସ୍‌ ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତି କରାଯାଇଛି। ରାତି ପ୍ରାୟ ୮ଟାରେ ମୋଦୀ ବିମାନବନ୍ଦରରେ ପହଞ୍ଚିବା ପରେ ସିଧା ଜନପଥସ୍ଥିତ ବିଜେପି କାର୍ଯ୍ୟାଳୟ ନିକଟକୁ ଆସିବେ।

07:44 AM

Odisha News Live updates: ଆଜିଠୁ ରଥ କାମ ଆରମ୍ଭ
ଆଜି ପବିତ୍ର ଅକ୍ଷୟ ତୃତୀୟା  ଅବସରରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ର ଶୁଭ ଅନୁକୂଳ ନୀତି ଅନୁଷ୍ଠିତ ହେବ। ଏଥି ସହ ଆଜିଠାରୁ ୨୧ ଦିନ ବ୍ୟାପି ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେଉଥିବା ବେଳେ ଶ୍ରୀକ୍ଷେତ୍ର ପୁରୀରେ ପ୍ରବଳ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଅଛି।ବଡି ଭୋର ୩ଟା୪୫ରେ ଶ୍ରୀମନ୍ଦିର ଦ୍ୱାର ଫିଟା ଯାଇଥିବା ବେଳେ ଶ୍ରୀଜୀଉମାନଙ୍କ ନୀତି ଆରମ୍ଭ ହୋଇଅଛି।ଅପରାହ୍ନରେ ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ରଥଖଳାକୁ ବିଜେ କରିବା ସହ ରଥ ନିର୍ମାଣ ଅନୁକୂଳ ନୀତି ସମ୍ପନ ହେବ।ସେହିପରି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ, ଶ୍ରୀଦେବୀ ଏବଂ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ ନରେନ୍ଦ୍ର ପୁଷ୍କରଣୀରେ ଚାପ ଖେଳିବେ।ନନ୍ଦା ଓ ଭଦ୍ରା ନୌକରେ ବିଜେ କରି ଜଳକ୍ରୀଡ଼ା କରିବା ସହ ସ୍ୱତନ୍ତ୍ର ମାଣ୍ଡୁଅ ଭୋଗ ଲାଗି କରାଯିବ।

07:42 AM

Odisha News Live updates: ବିଜୁଳି ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
ଅସହ୍ୟ ଖରା,ଗରମରୁ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ଦେଇଛି କାଳବୈଶାଖୀ ବର୍ଷା। ଦିନରେ ଖରା, ଅପରାହ୍ନରେ କାଳବୈଶାଖୀ ବର୍ଷା ଦେଖିବାକୁ ମିଳିଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଗାମୀ  ୧୨ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡି ସାଙ୍ଗକୁ ବର୍ଷା ନେଇ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ପଢନ୍ତୁ ପୂରା ରିପୋର୍ଟ...

07:39 AM

Odisha News Live Updates: ବୃଷ ବିଛା ସହ ସତର୍କ ରୁହନ୍ତୁ ଏହି ସବୁ ରାଶି, ଜାଣନ୍ତୁ ଆଜିର ରାଶିଫଳ
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମେ ୧୦ ହେଉଛି ଶୁକ୍ରବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ। ପଢନ୍ତୁ ପୂରା ରିପୋର୍ଟ...

07:38 AM

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।