Jio Recharge Plan: ଏହି ପ୍ଲାନରେ ୧୧ ମାସ ଯାଏଁ ଟେନସନରୁ ମୁକ୍ତି ଦେଲା ଜିଓ
Advertisement
Article Detail0/zeeodisha/odisha2242818

Jio Recharge Plan: ଏହି ପ୍ଲାନରେ ୧୧ ମାସ ଯାଏଁ ଟେନସନରୁ ମୁକ୍ତି ଦେଲା ଜିଓ

Jio Recharge Plan: ମାତ୍ର ୮୯୫ଟଙ୍କା ରିଚାର୍ଜ ପ୍ଲାନରେ ଆପଣଙ୍କୁ ଖୁବ୍ ଅଧିକ ଲାଭ ମିଳିବ । ଅସୀମିତ କଲିଂ, SMS ସହିତ ଅନେକ ସୁବିଧା ଏହ୍ ପ୍ଲାନରେ ଜିଓ ନିଜର ଗ୍ରାହକଙ୍କୁ ଦେଇଛି ।

Jio Recharge Plan: ଏହି ପ୍ଲାନରେ ୧୧ ମାସ ଯାଏଁ ଟେନସନରୁ ମୁକ୍ତି ଦେଲା ଜିଓ

Jio Recharge Plan: ଜିଓ ପକ୍ଷରୁ ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବିଭିନ୍ନ ଅଫର ଦିଆଯାଇଥାଏ । ଆଜି ଆମେ ଆପଣଙ୍କୁ କମ୍ପାନୀର ଏକ ନୂଆ ରିଚାର୍ଜ ପ୍ଲାୱ ବିଷୟରେ କହିବାକୁ ଯାଉଛୁ । ଯଦି ଆପଣ କମ୍ ଖର୍ଚ୍ଚରେ ସର୍ବୋତ୍ତମ ଲାଭ ଖୋଜୁଛନ୍ତି ତେବେ ମାତ୍ର ୮୯୫ ଟଙ୍କା ରିଚାର୍ଜ କରି ଆପଣ ଏହି ଲାଭ ପାଇପାରିବେ । ଏଥିରେ ଅସୀମିତ କଲିଂ ସହିତ ଅନେକ ବଡ଼ ଲାଭ ମିଳୁଛି । ଆସନ୍ତୁ ସେ ବାବଦରେ ବିସ୍ତୃତ ସୂଚନା ଜାଣିବା ।

ଏହି ରିଚାର୍ଜ ପ୍ଲାନ ଆପଣେଇବା ପରେ ଆପଣଙ୍କୁ ମୋଟ ୩୩୬ ଦିନର ଏକ ବୈଧତା ମିଳୁଛି । ବିଶେଷ କଥା ହେଉଛି ସମସ୍ତ ତିନୋଟି ସୁବିଧା - କଲିଂ, ଡାଟା ଏବଂ SMS ପ୍ୟାକ ଏଥିରେ ଅନ୍ତର୍ଭୁକ୍ତ ରହିଛି । ଏହି ରିଚାର୍ଜ ପ୍ଲାନରେ ଆପଣଙ୍କୁ ଅସୀମିତ କଲିଂର ସୁବିଧା ଦିଆଯାଇଛି । ଏହା ସହିତ, ୧୪ GB ଡାଟା ମଧ୍ୟ ଉପଲବ୍ଧ ରହିଛି । ଏହା ବାଦ ଅଲଗା SMS ସୁବିଧା ମଧ୍ୟ ଉପଲବ୍ଧ । ଆପଣ ଭାବୁଥିବେ ଏହା କିପରି ସମ୍ଭବ ତେବେ ଆମେ ଆପଣଙ୍କୁ କହିରଖୁଛି ଯେ, ଏହି ଡାଟା ଏକା ସାଙ୍ଗରେ ଆପଣଙ୍କୁ ମିଳିବ ନାହିଁ  ।

ଆପଣଙ୍କୁ ପ୍ରତି ୨୮ ଦିନ ପାଇଁ ୨ ଜିବି ଡାଟା ମିଳିବ । ଏହା ପରେ ପୁଣିଥରେ ନବୀକରଣ କରାଯିବ । SMS ମଧ୍ୟ ସମାନ ଢଙ୍ଗରେ ମିଳିବ । ଏହି ପ୍ଲାନ ନେବା ସମୟରେ ଆପଣଙ୍କୁ ପ୍ରତି ୨୮ ଦିନ ପାଇଁ ୫୦ଟି SMS ମିଳିବ । ଏହି ପ୍ଲାନ ସହିତ ଆପଣଙ୍କୁ ଜିଓ ଟିଭି, ସିନେମା ଏବଂ ଜିଓ କ୍ଲାଉଡ୍ ଏଣ୍ଟ୍ରି ମିଳିବ । ଆପଣଙ୍କୁ କହିରଖୁଛୁ ଯେ, ଡାଟା ସରିଯିବା ପରେ ଇଣ୍ଟରନେଟ୍ ବନ୍ଦ ହେବ ନାହିଁ, ବରଂ ସ୍ପିଡ୍ 64Kbps କୁ ହ୍ରାସ ପାଇବ । 

କିଏ ଲାଭ ପାଇବେ?
ଏହି ପ୍ଲାନ ସେହି ବ୍ୟକ୍ତିମାନେ ବ୍ୟବହାର କରିପାରିବେ ଯେଉଁମାନଙ୍କ ପାଖରେ ଜିଓ ଫୋନ ଉପଲବ୍ଧ ରହିଛି । ଯଦି ଆପଣଙ୍କ ନିକଟରେ ଜିଓ ଭାରତ ଫୋନ ଅଛି କିମ୍ୱା ଆପଣ ଜଣେ ସାଧାରଣ ଜିଓ ସିମ୍ ବ୍ୟବହାରକାରୀ ତେବେ ଆପଣ ଏହି ପ୍ଲାନର ସୁବିଧା ପାଇପାରିବେ ନାହିଁ । ଏହାର ଅର୍ଥ ଯଦି ଆପଣ ଏହି ପ୍ଲାନର ଫାଇଦା ନେବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ନିକଟରେ ଜିଓ ଫୋନ ରହିବା ଆବଶ୍ୟକ । ଏଗହି ସେବା ପାଇବା ପାଇଁ ଜିଓ ଭାରତ ଫୋନ ବ୍ୟବହାରକାରୀମାନେ ୧୨୩୪ ଟଙ୍କା ରିଚାର୍ଜ କରିପାରିବେ । ଯଦି ଆପଣ ଅନ୍ୟ କୌଣସି ସ୍ମାର୍ଟଫୋନ ବ୍ୟବହାର କରନ୍ତି ତେବେ ଆପଣଙ୍କୁ ଅନ୍ୟ ରିଚାର୍ଜ ବିକଳ୍ପ ବାଛାବା ଉଚିଚ ।

Also Read- Bijapur Encounter:ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ୯ ନକ୍ସଲ ମୃତ ସୂଚନା

Also Read- ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ବିଭିନ୍ନ ପ୍ରାନ୍ତକୁ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍