Accident News: କାର୍-ଡମ୍ଫର ଧକ୍କା, ଶ୍ୱଶୁର, ବୋହୂଙ୍କ ସହ ଡ୍ରାଇଭର ମୃତ, ବାପା ପୁଅ ଗୁରତର
Advertisement
Article Detail0/zeeodisha/odisha2225109

Accident News: କାର୍-ଡମ୍ଫର ଧକ୍କା, ଶ୍ୱଶୁର, ବୋହୂଙ୍କ ସହ ଡ୍ରାଇଭର ମୃତ, ବାପା ପୁଅ ଗୁରତର

Accident News: କାନପୁରରେ ଏକ ଭୟଙ୍କର ସଡକ ଦୁର୍ଘଟଣା ସାମ୍ନାକୁ ଆସିଛି । କାରକୁ ଡମ୍ଫର ଧକ୍କା ଦେବା ଫଳରେ ୩ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏଥିସହ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ।

Accident News: କାର୍-ଡମ୍ଫର ଧକ୍କା, ଶ୍ୱଶୁର, ବୋହୂଙ୍କ ସହ ଡ୍ରାଇଭର ମୃତ, ବାପା ପୁଅ ଗୁରତର

Accident News: ଆଜି (ଶନିବାର) କାନପୁର-ସାଗର ରାଜପଥର ମାଧବବାଗ ବଜାର ନିକଟରେ ଏକ ଦୁର୍ଘଟଣା ସାମ୍ନାକୁ ଆସିଛି । ରାସ୍ତାରେ ଏକ ଡମ୍ପର ଚଳନ୍ତା କାରକୁ ସାମ୍ନାପଟୁ ଧକ୍କା ଦେବା କାରଣରୁ ୩ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଶ୍ୱଶୁର, ବୋହୂ ଏବଂ ଡ୍ରାଇଭର ରହିଛନ୍ତି । ଏଥିସହ ବାପା ଓ ପୁଅ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ରାଜପଥରେ ଲୋକଙ୍କ ଗହଳୀ ହୋଇଥିଲା । ଫଳରେ ଗାଡି ଚଳାଚଳରେ ବାଧା ଉପୁଜିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି କ୍ରେନ୍ ସାହାଯ୍ୟରେ କ୍ଷତିଗ୍ରସ୍ତ କାରଟିକୁ ଉଦ୍ଧାର କରିଛି । ପ୍ରାୟ ଅଧା ଘଣ୍ଟା ପରେ ରାସ୍ତାରେ ଯାତାୟାତ ସ୍ୱାଭାବିକ ହୋଇଥିଲା ।

ଦୁର୍ଘଟଣାରେ କାରର ଆଗ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ଦୁର୍ଘଟଣା ପରେ ଡମ୍ଫର ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ କାରର ଡୋର୍ କାଟି ଆହତମାନଙ୍କୁ ଉଦ୍ଧାର କରିଥିଲା । ସମସ୍ତ ଆହତଙ୍କୁ ତୁରନ୍ତ ହସ୍ପିଟାଲକୁ ପଠାଯାଇଛି ।  ହସ୍ପିଟାଲରେ ଡ୍ରାଇଭର ପଙ୍କଜଙ୍କ ସମେତ ବୋହୂ ହୁସନରା ଏବଂ ତାଙ୍କ ଶ୍ୱଶୁର ହବିବଙ୍କୁ ମୃତ ଘୋଷଣା କରିଥିଲେ । ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି ।

Also Read- Rahu Gochar 2024: ରାହୁ କରିବେ ନକ୍ଷତ୍ର ପରିବର୍ତ୍ତନ, ୫ ରାଶି ବ୍ୟକ୍ତିଙ୍କ ଭାଗ୍ୟ ହେବ ଉଜ୍ୱଳ

Also Read- Anant Radhika Pre Wedding: ଅନନ୍ତ-ରାଧିକାଙ୍କର ହେବ ଦ୍ୱିତୀୟ ପ୍ରି ୱିଡିଂ ସେଲିବ୍ରେଶନ