ଗ୍ରାହକଙ୍କୁ ନୂଆ ବର୍ଷ ଭେଟି ଦେଲା ବ୍ୟାଙ୍କ ଅଫ୍ ବରୋଦା ! ଏବେ FD ଉପରେ ମିଳିବ ଅଧିକ ସୁଧ...
Advertisement
Article Detail0/zeeodisha/odisha2036193

ଗ୍ରାହକଙ୍କୁ ନୂଆ ବର୍ଷ ଭେଟି ଦେଲା ବ୍ୟାଙ୍କ ଅଫ୍ ବରୋଦା ! ଏବେ FD ଉପରେ ମିଳିବ ଅଧିକ ସୁଧ...

FD Interest of bank of baroda: ଏଫଡି ସୁଧ ହାର ବୃଦ୍ଧି କଲା ବ୍ୟାଙ୍କ ଅଫ୍ ବରୋଦା। ବୃଦ୍ଧି ହୋଇଥିବା ସୁଧ ହାର ଡିସେମ୍ବର ୨୯ରୁ ହୋଇଛି କାର୍ଯ୍ୟକାରୀ ।

ଗ୍ରାହକଙ୍କୁ ନୂଆ ବର୍ଷ ଭେଟି ଦେଲା ବ୍ୟାଙ୍କ ଅଫ୍ ବରୋଦା ! ଏବେ FD ଉପରେ ମିଳିବ ଅଧିକ ସୁଧ...

FD Interest of bank of baroda: ଯେତେବେଳେ ବି ସଞ୍ଚୟ ବିଷୟରେ କଥା କୁହାଯାଏ, ଫିକ୍ସ ଡିପୋଜିଟ (Fixed deposit) ପ୍ରଥମେ ମନକୁ ଆସେ । ଫିକ୍ସ ଡିପୋଜିଟରେ ଆପଣଙ୍କର ବିନିଯୋଗ ସୁରକ୍ଷିତ ରହିଥାଏ  ଓ ଏଥିରେ ଆପଣ ନିଶ୍ଚିତ ରିଟର୍ଣ୍ଣ ମଧ୍ୟ ପାଇଥାନ୍ତି । ଯଦି ଆପଣ ମଧ୍ୟ FD ରେ ବିନିଯୋଗ କରିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଖବର । ବ୍ୟାଙ୍କ ଅଫ୍ ବରୋଦା ନିଜ ଗ୍ରାହକମାନଙ୍କୁ ନୂଆ ବର୍ଷର ଉପହାର ଦେଇଛି । ବର୍ଷ ୨୦୨୪ ଆରମ୍ଭ ପୂର୍ବରୁ ଏଫଡି ଉପରେ ସୁଧ ହାର ବୃଦ୍ଧି କରିଛି ଏହି ବ୍ୟାଙ୍କ। ବିଭିନ୍ନ ଅବଧି ଏଫଡି ଉପରେ ସୁଧ ହାରକୁ ୧.୨୫ ପ୍ରତିଶତ ବୃଦ୍ଧି କରିଛି ବ୍ୟାଙ୍କ ଅଫ୍ ବରୋଦା । ଡିସେମ୍ବର ୨୯, ୨୦୨୩ରୁ ଏହି ନୂଆ ହାର ଲାଗୁ ହୋଇଛି । ଏହାପୂର୍ବରୁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ମଧ୍ୟ ଏଫଡି ଉପରେ ସୁଧ ହାର ବୃଦ୍ଧି କରିଥିଲା।

୭-୧୪ ଦିନ ଅବଧିରେ ସର୍ବାଧିକ ୧.୨୫ ପ୍ରତିଶତ ବୃଦ୍ଧି

ବିଭିନ୍ନ ଅବଧିର ଏଫଡି ଉପରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ସୁଧ ହାର ୦.୦୧ପ୍ରତିଶତ ରୁ ହୋଇ ୧.୨୫ ପ୍ରତିଶତକୁ ବୃଦ୍ଧି କରାଯାଇଛି ବୋଲି ବ୍ୟାଙ୍କ ଅଫ୍ ବରୋଦା ଏକ ବିବୃତ୍ତିରେ କହିଛି। ବିବୃତ୍ତି ଅନୁଯାୟୀ, ୭-୧୪ ଦିନ ସମୟ ସୀମା ମଧ୍ଯରେ ସର୍ବାଧିକ ୧.୨୫ ପ୍ରତିଶତ ବୃଦ୍ଧି କରାଯାଇଛି। ଏହି ଜମା ପାଇଁ ସୁଧ ହାର ୩ ପ୍ରତିଶତରୁ ୪.୨୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏହା ପରେ ୧୫-୪୫ ଦିନ ପାଇଁ ସୁଧ ହାରକୁ ଏକ ପ୍ରତିଶତ ବୃଦ୍ଧି କରାଯାଇ ୪.୫୦ ପ୍ରତିଶତକୁ ବୃଦ୍ଧି କରାଯାଇଛି ।

ବ୍ୟାଙ୍କ ଅଫ୍ ବରୋଦା ର FD ହାର

୧. ବ୍ୟାଙ୍କ ଅଫ୍ ବରୋଦା ୭ ଦିନରୁ ୧୪ ଦିନ ମଧ୍ୟରେ FD ସୁଧ ହାରକୁ ୩ ପ୍ରତିଶତରୁ ୪.୨୫ ପ୍ରତିଶତକୁ ବୃଦ୍ଧି କରିଛି ।

୨. ବ୍ୟାଙ୍କ ଅଫ୍ ବରୋଦା ୧୫  ଦିନରୁ ୪୫ ଦିନ ଅବଧି ହାରକୁ ୧୦୦ ବେସିସ ପଏଣ୍ଟ ବୃଦ୍ଧି କରି ୩.୫୦ ପ୍ରତିଶତରୁ ୪.୫୦ ପ୍ରତିଶତ କରିଛି।

୩. ୪୬ ଦିନରୁ ୯୦ ଦିନ ପର୍ଯ୍ୟନ୍ତ ଅବଧି ପାଇଁ ବ୍ୟାଙ୍କ ଅଫ୍ ବରୋଦା ଏହି ହାରକୁ ୫ ପ୍ରତିଶତରୁ ୫.୫୦ ପ୍ରତିଶତକୁ ବୃଦ୍ଧି କରିଛି।

୪. ବ୍ୟାଙ୍କ ଅଫ୍ ବରୋଦା ୯୧ ଦିନରୁ ୧୮୦ ଦିନର ଅବଧି ପାଇଁ ଏହି ହାରକୁ ୫ ପ୍ରତିଶତରୁ ୫.୬୦ ପ୍ରତିଶତକୁ ବୃଦ୍ଧି କରିଛି ।

୫. ସେହିପରି ବ୍ୟାଙ୍କ୍ ୧୮୧ ଦିନରୁ ୨୧୦ ଦିନର ଅବଧି ପାଇଁ ହାରରେ ପାଇଁ ୨୫ ବେସିସ୍ ପଏଣ୍ଟ ବୃଦ୍ଧି କରିଛି।

Also Read- Top 10 News Headlines: ସଂକ୍ଷେପରେ ପଢି ନିଅନ୍ତୁ ବର୍ତ୍ତମାନର ଗୁରୁତ୍ତ୍ୱପୂର୍ଣ୍ଣ ଖବର

Also Read-Year Ender 2023: ଏହି ବର୍ଷର ୭ଟି ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର, ଜାଣନ୍ତୁ ଚର୍ଚ୍ଚାର କାରଣ...