Top 10 News Headlines: ପୁରୀରେ ମୋଦୀଙ୍କ ରୋଡ଼ ଶୋ, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2255241

Top 10 News Headlines: ପୁରୀରେ ମୋଦୀଙ୍କ ରୋଡ଼ ଶୋ, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Headlines: ପୁରୀରେ ମୋଦୀଙ୍କ ରୋଡ଼ ଶୋ, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
H1. ଆଜି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ
ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଆରମ୍ଭ। ବରଗଡ଼, ବଲାଙ୍ଗୀର, କନ୍ଧମାଳ, ଆସ୍କା ଏବଂ ସୁନ୍ଦରଗଡ଼ରେ ହେଉଛି ମତଦାନ। ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛ। ମୋଟ୍‍ ୫ଟି ଲୋକସଭା ଏବଂ ୩୫ ବିଧାନସଭା ପାଇଁ ହେଉଛି ଭୋଟ ଗ୍ରହଣ। ଏଥିରେ ୩୦୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର।
 
H2. ୫ଟି ଲୋକସଭା ଆସନରେ ପଡ଼ିବ ଭୋଟ
ଆଜି ନିର୍ବାଚନ ଅନୁଷ୍ଠିତ ହେଉଥିବା ୫ ଲୋକସଭା ଆସନରୁ ୨୦୧୯ ନିର୍ବାଚନରେ  ବଲାଙ୍ଗୀର, ବରଗଡ଼ ଏବଂ ସୁନ୍ଦରଗଡ଼ରେ ବିଜେପି ପ୍ରତିନିଧି ଜୟଯୁକ୍ତ ହୋଇଥିଲେ। କନ୍ଧମାଳରେ ଅଚ୍ୟୁତ ସମନ୍ତ ବିଜେଡି ପକ୍ଷରୁ ବିଜୟୀ ହୋଇଥିଲେ। ଆସ୍କାରେ ବିଜେଡି ବିଜୟୀ ହୋଇଥିଲ। ଏଥର ବରଗଡ ଏବଂ ଆସ୍କା ଲୋକସଭା ପାଇଁ ପ୍ରାର୍ଥୀ ବଦଳିଛନ୍ତି। 
 
H3. ଦେଶରେ ଏହା ପଞ୍ଚମ ପର୍ଯ୍ୟାୟ ମତଦାନ
ଦେଶର ଏହା ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ। ୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୯ ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଛି ଭୋଟ ଗ୍ରହଣ। ଉତ୍ତର ପ୍ରଦେଶର ୧୪, ମହାରାଷ୍ଟ୍ରର ୧୩, ପଶ୍ଚିମବଙ୍ଗର ୭, ବିହାର ଓ ଓଡ଼ିଶାର ୫ଟି ଲେଖାଏଁ ଝାଡ଼ଖଣ୍ଡର ୩ଟି ଏବଂ ଜମ୍ମୁ ଓ କଶ୍ମୀର ଏବଂ ଲଦାଖର ଗୋଟିଏ ଲେଖାଏଁ ଆସନ ଲାଗି ଲୋକେ ଭୋଟ ଦେଉଛନ୍ତି। ମାଟ୍‍ ୬୯୫ ଲୋକସଭା ପ୍ରାର୍ଥୀଙ୍କ ଭାଗ୍ୟ ଏହି ପର୍ଯ୍ୟାୟରେ ନିର୍ଦ୍ଧାରଣ ହେବ। 
 
H4. ପୁରୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ
ପୁରୀରେ ଆରମ୍ଭ ହୋଇଛି  ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ୍‍ ଶୋ’।   ମରିଚିକୋଟ ଛକରରୁ ଶ୍ରୀ ମୋଦୀଙ୍କ ରୋଡ ଶୋ’ ଆରମ୍ଭ ହୋଇ ଶ୍ରୀମନ୍ଦିର ଅଭିମୁଖେ ଯାଇଛି। । ନିର୍ବାଚନ ପର୍ବରେ ସାମିଲ୍‍ ହୋଇଥିବା ପୁରୀର ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ୭ ବିଧାନସଭା ଆସନ ଲାଗି ସେ ପ୍ରଚାର କରିବେ। ରୋଡ୍‍ ଶୋକୁ ଦେଖିବାକୁ ପାଇଁ ହଜାର ହଜାର ସଂଖ୍ୟାରେ ଲୋକ ଅପେକ୍ଷା କରିଛନ୍ତି। ପୁରୀର ସ୍ଥାନୀୟ ସଂସ୍କୃତି ଓ ଲୋକନୃତ୍ୟ, ଲୋକବାଦ୍ୟ, ଲୋକସଙ୍ଗୀତକୁ ଏଠାରେ ପ୍ରଦର୍ଶନ କରାଯାଇଛି।  
 
H5. ହେଲିକପ୍ଟରରେ ପହଞ୍ଚିଲେ ମୋଦୀ
ପୁରୀରେ ହେଲିକପ୍ଟର ପହଞ୍ଚିବା ପରେ ତାଙ୍କୁ ସଡ଼କପଥରେ ପୁରୀ ଶ୍ରୀମନ୍ଦିର ଅଣାଯାଇଥିଲା। ଶ୍ରୀ ଜଗନ୍ନାଥମନ୍ଦିରରେ ତାଙ୍କୁ ବ୍ୟାପକ ସ୍ୱାଗତ କରାଯାଇଛି। ଶ୍ରୀ ମୋଦୀ ପ୍ରଥମେ ପତିତପାବନଙ୍କୁ ଦର୍ଶନ ପରେ  ଅରୁଣସ୍ତମ୍ଭଠାରେ ଦୀପଦାନ କରିଛନ୍ତି। ଏହାପରେ ଶ୍ରୀମନ୍ଦିରକୁ ପ୍ରବେଶ କରିଛନ୍ତି।  ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ,  ବେଢ଼ା ପରିଦର୍ଶନ ପରେ ଶ୍ରୀ ମୋଦୀ ରୋଡ ଶୋରେ ଯୋଗ ଦେବେ। 
 
H6. ପୁରୀରେ ମୋଦୀଙ୍କ ବିଶାଳ ରୋଡ଼ ଶୋ'
ପୁରୀ ଲୋକସଭା ଆସନ  ଉଭୟ ବିଜେଡି ଓ ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି ଆସନରୁ ୨୦୧୯ରେ ବିଜେଡି ଲୋକସଭା ପାଇଁ ବିଜୟ ଲାଭ କରିଥିଲା। ବିଜେଡିକୁ ମାତ୍ର ଦୁଇଟି ବିଧାନସଭା ଆସନରେ ବିଜୟ ମିଳିଥିଲା। ଏଥର ବିଜେଡି ଓ ବିଜେପି ଦୁଇ ପରାଜିତ ପ୍ରାର୍ଥୀଙ୍କ ଉପରେ ନିର୍ଭର କରିଛନ୍ତି। ଅରୂପ ପଟ୍ଟନାୟକ ବିଜେଡି ଟିକଟରେ ଭୁବନେଶ୍ୱରରୁ ୨୦୧୯ରେ ପରାଜିତ ହୋଇଥିଲେ। ସେ ଏଥର ବିଜେଡି ପ୍ରାର୍ଥୀ ହୋଇଛନ୍ତି। ସେହିପରି ବିଜେପି ପୁରୀରେ ଏଥର ପୂର୍ବ ପ୍ରାର୍ଥୀ ଅର୍ଥାତ ୨୦୧୯ ପରାଜିତ ପ୍ରାର୍ଥୀଙ୍କୁ ପ୍ରାର୍ଥୀ କରିଛି। ଏଥର ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’ ଦ୍ୱାରା  ବିଜେପି ଏଠାରେ ଅଧିକ ଆସନ ଲାଭ କରିବାକୁ ଆଶା ରଖିଛି। 
 
H7. ଉତ୍ତର ଭାରତରେ ପ୍ରବଳ ଗ୍ରୀଷ୍ମ ଲହରୀ ଜାରି
ଉତ୍ତର ଭାରତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ବିଭିନ୍ନ ସ୍ଥାନରେ ୪୫ରୁ ୪୭ ଡିଗ୍ରୀ ତାପମାତ୍ରା ପହଞ୍ଚୁଥିବାରୁ ପାଣିପାଗ ବିଭାଗ ପକ୍ଷରୁ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରାଯାଇଛି। ଅପରପକ୍ଷେ ଆଣ୍ଡାମାନ ଛୁଇଁଛି ମୌସୁମୀ ବାୟୁ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସାରା ଭାରତରେ ବର୍ଷା ଆଣିଥାଏ। ଏଥର ଠିକଣା ସମୟରେ ମୌସୁମୀ ପ୍ରବାହିତ ହେବା ନେଶ ସମ୍ଭାବନା ଉଜ୍ଜଳ ହୋଇଛି। 
 
H8. ଓଡ଼ିଶାରେ ଲଘୁଚାପ ବର୍ଷା
ଅନେକ ଦିନ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ତାତି ପରେ ଓଡ଼ିଶାରେ ଲଘୁଚାପ ବର୍ଷା ସମ୍ଭାବନା ଦେଖାଦେଇଛି। ବଙ୍ଗୋପସାଗରରେ ସୃଷ୍ଟ ହେବାକୁ ଥିବା ଘୂର୍ଣ୍ଣି ବଳୟର ସ୍ପଷ୍ଟ ଚିତ୍ର ଏପର୍ଯ୍ୟନ୍ତ ଜଣାପଡ଼ି ନଥିଲେ ମଧ୍ୟ ଏହା ବାତ୍ୟା ରୂପ ନେଇପାରେ ବୋଲି ଆଶଙ୍କା  ସୃଷ୍ଟି ହୋଇଛି। ୨୩ରୁ ୨୪ ତାରିଖ ବେଳକୁ ଏପରି ଅବସ୍ଥା ସୃଷ୍ଟି ହୋଇପାରେ। 
 
H9. ଭିକେ ପାଣ୍ଡିଆନଙ୍କ ଜୋରଦାର ପ୍ରହାର
ମହାନଦୀକୁ କେନ୍ଦ୍ରକରି ଶକ୍ତ ପ୍ରହାର କରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ। ଉଭୟ କେନ୍ଦ୍ରୀୟ ବିଜେପି ନେତୃତ୍ୱ ଓ ଛତିଶଗଡ଼ ମିଶି ମହାନଦୀର ପାଣି ଶୁଖାଇ ଦେବାକୁ ପ୍ରୟାସ କରିଥିଲେ ବୋଲି କହିଛନ୍ତି ପାଣ୍ଡିଆନ୍‍ । ଏହି ଷଡ଼ଯନ୍ତ୍ରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ୍‍ ଥିଲେ ବୋଲି ସେ କହିଛନ୍ତି। ଏଥିଲାଗି ତଥ୍ୟ ଓ ନଥି ଉପସ୍ଥାପନ କରିଥିବା ସେ କହିଛନ୍ତି। 
 
H10. ସମ୍ବଲପୁରରେ ପ୍ରଚାର କଲେ ପାଣ୍ଡିଆନ
କାର୍ତ୍ତିକେୟ ପାଣ୍ଡିଆନ୍‍ ଆଜି ପଶ୍ଚିମ ଓଡ଼ିଶାର ପ୍ରାଣ କେନ୍ଦ୍ର ସମ୍ବଲପୁରରେ ଆଜି ପ୍ରଚାର କରୁଛନ୍ତି। ସେ ସମଲେଇ ମନ୍ଦିରରେ ପହଞ୍ଚି ସେଠାରେ ପୂଜାର୍ଚ୍ଚନା କରିଛନ୍ତି। ଗତକାଲି ଶୋଭାଯାତ୍ରାରେ ଯୋଗ ଦେଇ ସମ୍ବଲପୁର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଲାଗି ପ୍ରଚାର କରିଥିଲେ।