ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Trending Photos
HL1-Modi Odisha Visit Today: ଆଜି ପୁଣି ଥରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ସନ୍ଧ୍ୟାରେ ସେ ଭୁବନେଶ୍ୱରରରେ ପହଞ୍ଚି ସିଧା ପାର୍ଟି ଅଫିସ୍ ଯିବେ। ସେଠାରେ ବରିଷ୍ଠ ନେତୃତ୍ୱଙ୍କ ସହ ନିର୍ବାଚନ ଷ୍ଟ୍ରାଟେଜି, ପ୍ରଚାର ଓ ପରିଚାଳନା ନେଇ ଆଲୋଚନା କରିବେ। ୨୦ ତାରିଖ ଅର୍ଥାତ ଆସନ୍ତା କାଲି ପୁରୀରେ ତାଙ୍କର ଏକ ରୋଡ୍ ସୋ’ କାର୍ଯ୍ୟକ୍ରମ ରହିଛି। ତେଣୁ ୨୦ ତାରିଖରେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ସେଏକ ରୋଡ୍ ସୋ’ରେ ସାମିଲ ହେବେ। ସକାଳ ସାଢ଼େ ୯ଟାରେ ଅନୁଗୁଳ(Anugul) ଓ ସାଢ଼େ ୧୧ଟାରେ କଟକ ଜିଲ୍ଲା ପଡ଼ିଆରେ ଜନସଭାକୁ ସମ୍ବୋଧିତ କରିବେ।
HL2-Samee Dash: ନିର୍ବାଚନ ପାଇଁ ବେଶ୍ ସରଗରମ୍ ରହିଛି ରାଜ୍ୟ ରାଜନୀତି । ତେବେ, ଏହାରି ଭିତରେ ବିଜେଡିରୁ ଇସ୍ତଫା ଦେଇଛନ୍ତି ନିମାପଡ଼ା ବିଧାୟକ ସମୀର ଦାଶ । ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିବା ନେଇ ଭିଡିଓ ଜାରି କରି ସୂଚନା ଦେଇଛନ୍ତି । ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫାପତ୍ର ପଠାଇ ଥିବା ଜଣାପଡିଛି।
HL3-Odisha Election 2024: ଆସନ୍ତା ୨୦ ତାରିଖରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଏଥିପାଇଁ ଶନିବାର ସରିଛି ପ୍ରଚାର । ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଦୀପ ପୁରୋହିତ, ସଙ୍ଗୀତା ସିଂଦେଓ, ଜୁଏଲ ଓରାମ, ଅଚ୍ୟୁତ ସାମନ୍ତ, ବିକ୍ରମ କେଶରୀ ଆରୁଖ, ସୁଶାନ୍ତ ସିଂ, କଳିକେଶ ସିଂଦେଓ, ନିରଂଜନ ପୂଜାରୀ, ପଦ୍ମନାଭ ବେହେରା, ପ୍ରଦୀପ ଅମାତଙ୍କ ଭଳି ହେଭିୱେଟ ଅଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ୫ ସଂସଦୀୟ କ୍ଷେତ୍ର ଏବଂ ତତ୍ଅଧୀନରେ ଆସୁଥିବା ୩୫ ଆସନରେ ମତଦାନ ହେବ।
HL4-CEO Nikunj Bihari Dhal Press Meet: ଆସନ୍ତାକାଲି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ। ୫ ଟି ସଂସଦୀୟ କ୍ଷେତ୍ର ସହ ୩୫ ବିଧାନସଭା କ୍ଷେତ୍ରରେ ପାଇଁ ହେବ ଭୋଟ୍ ଗ୍ରହଣ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ନିକୁଞ୍ଜ ବିହାରୀ ଧଳ ଏକ ପ୍ରେସମିଟ୍ କରିଛନ୍ତି। ଏଯାବତ ରାଜ୍ୟର ବିଭିନ୍ନ ସ୍ଥାନରୁ ୧୭ କୋଟି ୧୮ ଲକ୍ଷ ଟଙ୍କା ଜବତ ହୋଇ ସାରିଲାଣି।
HL5-Weather Update: ଚଳିତ ମାସରେ ବାତ୍ୟା ହେବାର ସମ୍ଭାବାନ ସୃଷ୍ଟି ହୋଇଛି। ବଙ୍ଗୋପସାଗରରେ ଏବେ ଗ୍ରୀଷ୍ମ କାଳିନୀ ବାତ୍ୟା ଲାଗି ପାଗ ଅନୁକୂଳ ରହିଥିବା ବେଳେ ଏହି ସିଷ୍ଟମଟି ଅଧିକ ଘନିଭୂତ ହେବା ନେଇ ଭାରତୀୟ ପାଣିପାଗ କେନ୍ଦ୍ର ବିଶେଷଜ୍ଞ ଉମା ଶଙ୍କର ଦାସ କହିଛନ୍ତି। ୨୨ ତାରିଖ ସୁଦ୍ଧା ଲଘୁଚାପ ସୃଷ୍ଟି ହେବ। ଏହା କ୍ରମଶଃ ଉତ୍ତର ପୂର୍ବ ଦିଗରେ ଗତି କରିବ। ୨୪ ତାରିଖ ସୁଦ୍ଧା ଏହା ଲଘୁଚାପରୁ ସ୍ପଷ୍ଟ ଚିହ୍ନିତ ଲଘୁଚାପ ( ଓ୍ବେଲ୍ ମାର୍କଡ୍ ଲୋପ୍ରସର) ଓ ପରେ ଅବପାତ ରୂପ ନେବ। ଲଘୁଚାପ ରୂପ ନେବା ପରେ ହିଁ ଏହା ଗତିପଥ ଓ ତିବ୍ରତା ନେଇ ଆକଳନ ପ୍ରକାଶ ପାଇବ। ଏହି ସିଷ୍ଟମ ଉପରେ ଆଇଏମଡି଼ ନଜର ରଖିଛି। ଏ-ହାର ପରବର୍ତ୍ତୀ ସୂଚନା ଆସିଲେ ତୁରନ୍ତ ଏନେଇ ସୂଚନା ଦିଆଯିବ ବୋଲି ବିଶେଷଜ୍ଞ ବୋଲି ବିଶେଷଜ୍ଞ କହିଛନ୍ତି।
HL6-Bhubaneswar Metro: ଭୁବନେଶ୍ବର ମେଟ୍ରୋ ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟରେ ପହଞ୍ଚିଛି। ୨୨ ଟି ସଂସ୍ଥା ଫୁଲାପୋଖରୀ ଡିପୋ ଆଣ୍ତ ଓ୍ବାର୍କସରକ ସିଭିଲ୍ ନିର୍ମାଣ ଲାଗି ଟେଣ୍ତର ଦାଖଲ କରିଛନ୍ତି। ଏହି ବିକାଶର ଧାରା ମେଟ୍ରୋ ରେଳ ନିଗମ ( ଡିଏମଆରସି) ଏପ୍ରିଲ୍ ୨୦୨୪ ରେ ଯାନ୍ତ୍ରିକ ବିଡ୍ ଖୋଲିବା ପରେ ଉଚ୍ଚସ୍ତରୀୟ ଅଂଶଗ୍ରହଣକାରୀମାନେ ଭାରତର ମେଟ୍ରୋ କ୍ଷେତ୍ରରେ ନିଜର ଅଗ୍ରାହ୍ୟ ସହ ପୁଞ୍ଚି ନିବେଶ କରିବା ଲାଗି ପ୍ରତିଯୋଗୀ ମନଭାବ ପୋଷଣ କଲେ। ପ୍ୟାକେଜ୍ ବିବିସି-୨ ଅଧିନରେ ନିର୍ମିତ ଫୁଲାପୋଖରୀ ଡିପୋ ଭୁବନେଶ୍ବର ମେଟ୍ରୋ ଭିତ୍ତି ଭୂମିର ଏକ ଗୁରୁତ୍ବପୂର୍ଣ୍ଣ ଉପାଦାନ। ୧୬ ହେକ୍ଟର ବିସ୍ତାର କରି ଏହି ସୁବିଧା ଭୁବନେଶ୍ବର ମେଟ୍ରୋ ଲାଇନ୍ -୧ ଲାଗି ଟ୍ରେନ୍ ଷ୍ଟାବଲିଂ ଓ ରକ୍ଷାଣବେକ୍ଷଣ ହବ୍ ଭାବରେ କାର୍ଯ୍ୟ କରିବ।
HL7-ECI Recovery: ଲୋକସଭା ନିର୍ବାଚନ ୨୦୨୪ ର ପଞ୍ଚମ ପର୍ଯ୍ୟାୟ ପାଇଁ ୨ ଦିନ ବାକି ଅଛି। ଏହି ସମୟ ମଧ୍ୟରେ ନିର୍ବାଚନ ସମୟରେ ଭୋଟରଙ୍କୁ ଧୋକା ଦେବା ପାଇଁ ଅର୍ଥ ଶକ୍ତି ବ୍ୟବହାରକୁ ରୋକିବା ପାଇଁ ନିର୍ବାଚନ କମିଶନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଏହି କ୍ରମରେ ନିର୍ବାଚନ ଆୟୋଗ ସାଧାରଣ ନିର୍ବାଚନ ସମୟରେ ବେଆଇନ ଟଙ୍କା ଓ ନିଶା ଦ୍ରବ୍ୟ ଆଦି ଜବତ କରିବାର ରେକର୍ଡ ସୃଷ୍ଟି କରିଛି। ଆୟୋଗ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ ସମୟରେ ଜବତ ହୋଇଥିବା ଜିନିଷ ସଂଖ୍ୟାର ମୂଲ୍ୟ ୮୮୮୯ କୋଟିରେ ପହଞ୍ଚିଛି, ସେଥିମଧ୍ୟରୁ ୪୫% ଡ୍ରଗ୍ସ ଜବତ ହୋଇଛି।
HL8-Vibhav Kumar arrested: AAP ସାଂସଦ ସ୍ୱାତୀ ମାଲିୱାଲଙ୍କୁ ଆକ୍ରମଣ କରିଥିବା ବିଭବ କୁମାରଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ତାଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଗୃହରୁ ଅଟକ ରଖାଯାଇ ପଛ ଫାଟକରୁ ସିଭିଲ ଲାଇନ୍ସ ପୋଲିସ ଷ୍ଟେସନକୁ ନିଆଯାଇଥିଲା। ପୋଲିସ ସୂତ୍ରରୁ ପ୍ରକାଶ ଯେ, ବିଭବ କୁମାରଙ୍କୁ ପୋଲିସ ଷ୍ଟେସନକୁ ନେଇ ଗିରଫ ପ୍ରକ୍ରିୟା ଶେଷ ହୋଇଥିଲା। ଏହାସହ ବିଭବ କୁମାରଙ୍କୁ ପଚରାଉଚରା କରିଥିଲେ। ବର୍ତ୍ତମାନ ପୋଲିସ ବିଭବ କୁମାରଙ୍କୁ ୩୦ ହାଜାରି କୋର୍ଟରେ ହାଜର କରିବ। ପୋଲିସ ତାଙ୍କୁ ରିମାଣ୍ଡରେ ନେଇପାରେ ବୋଲି ଆଲୋଚନା ହେଉଛି।
HL8-AAP Arvind Kejriwal press conference: ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କ ଉପରେ ହୋଇଥିବା ଆକ୍ରମଣ ଅଭିଯୋଗରେ ଦିଲ୍ଲୀ ପୋଲିସ ଶନିବାର ଦିନ ବିଶ୍ୱ କୁମାରଙ୍କୁ ଗିରଫ କରିଛି। ଏହି ଘଟଣାକୁ ନେଇ ଦିଲ୍ଲୀର ରାଜନୈତିକ ବାତାବରଣ ତୀବ୍ର ହୋଇଛି। ଏହି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବୟାନ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି ଏଏପି ସୁପ୍ରିମୋ। ଏପରିକି ରବିବାର ଦଳର ସମସ୍ତ ନେତା ଭାଜପା ମୁଖ୍ୟାଳୟ ଘେରାଉ କରିବେ ବୋଲି ସେ ଘୋଷଣା କରିଛନ୍ତି।
HL10- IPL2024: ଆଜି ଆଇପିଏଲରେ ମୋଟ୍ ୨ଟି ମ୍ୟାଚ୍ ଖେଳିଯିବ। ପ୍ରଥମ ମ୍ୟାଚରେ ସନରାଇଜର୍ସକୁ ଭେଟିବ ପଞ୍ଜାବ କିଙ୍ଗସ୍ । ସେହିପରି ଦ୍ବୀତିୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ଭେଟିବ କୋଲକାତା ନାଇଟ୍ ରାଇଡର୍ସ।