Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2241133

Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର


ଚୁଟକୀରେ ପଢନ୍ତୁ ଅପରାହ୍ନର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

HL1-Himanta Biswa Sarma: ନିର୍ବାଚନ ପ୍ରଚାର ପାଇଁ ଏକ ସ୍ବତନ୍ତ୍ର ବିମାନ ଯୋଗେ ମାଲକାନଗିରିରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ପହଞ୍ଚିଛନ୍ତି। ଏବଂ କାଲିମେଳାରେ ଏକ ଜନସଭାକୁ ସମ୍ଭୋଧିତ କରିଛନ୍ତି। କାଲିମେଳାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ଅଭିଭାଷଣ। କହିଲେ, ଛତିଶଗଡ଼ରେ ବିଜେପି ସରକାର ୩ ହଜାର ଟଙ୍କାରେ ଧାନ କିଣୁଛି। ଓଡ଼ିଶାରେ ବିଜେପି ସରକାର ଆସିଲେ ଧାନ କ୍ବିଣ୍ଟାଲ ୩୧ଶହ ଟଙ୍କା ହେବ। କିନ୍ତୁ ନବୀନ ବାବୁ ଦେଉଛନ୍ତି ୨୧ଶହ ଟଙ୍କା।

HL2-Nitin Gadkari odisha visit: ଓଡିଶାରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ନିତୀନ ଗଡ଼କରୀ। ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ବରରୁ ବାହାରି ପୁରୀ ପହଞ୍ଚିଛନ୍ତି। ପୁରୀରେ ପହଞ୍ଚିବା ପରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି।   ଅପରାହ୍ଣ ୩ଟା ୩୦ ମିନିଟରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ବିରାଟ ସମାବେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

HL3-Arvind Kejriwal news: ମଦ ଦୁର୍ନୀତିରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା ବଢ଼ିପାରେ। ସୂତ୍ରରୁ ପ୍ରକାଶ ଯେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) କେଜ୍ରିୱାଲଙ୍କ ବିରୋଧରେ ଶୁକ୍ରବାର ଦିନ କୋର୍ଟରେ ଚାର୍ଜସିଟ ଦାଖଲ କରିପାରନ୍ତି। ଏହି ମାମଲାର ଜ୍ଞାନ ଥିବା ଜଣେ ଅଧିକାରୀ କହିଛନ୍ତି ଯେ କେଜ୍ରିୱାଲଙ୍କୁ ପ୍ରଥମ ଥର ପାଇଁ ଅଭିଯୁକ୍ତ କରାଯିବ।

HL4-Odisha News: କର୍ମଚାରୀଙ୍କ ପାଇଁ ବଡ଼ ଖବର। ଏ-ଣିକି ବିଳମ୍ବରେ ଅଫିସ୍ ଆସିଲେ କଟିବ ଦରମା। କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କ ପାଇଁ ବିଏମସି ଏଭଳି ନିଷ୍ପତ୍ତି ଗ୍ରହଣ କରିଛି। ଯେଉଁମାନେ କାର୍ଯ୍ୟାଳୟକୁ ବିଳମ୍ବରେ ଆସୁଛନ୍ତି । ସେମାନଙ୍କ ପାଇଁ ଏହି ନିୟମ ଲାଗୁ ହୋଇଛି। ଏବଂ ଦରମା କାଟିବାକୁ ବିଏମସି କମିଶନର ରାଜେସ୍ ପ୍ରଭାକର ପାଟିଲେ ନିର୍ଦ୍ଦେଶ ଦେଇଛନ୍ତି। 

HL5-Weather Update: ରାଜ୍ୟବାସୀଙ୍କୁ ତାତିରୁ ମୁକ୍ତି ଦେଇଛି କାଳବୈଶାଖି ବର୍ଷା । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରାରେ କିଛି ପରିବର୍ତ୍ତନ ନଥିବା ବେଳେ ୧୨ ତାରିଖ ଯାଏଁ ବିଜୁଳି ଘଡ଼ଘଡି ସାଙ୍ଗକୁ ବର୍ଷା ନେଇ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଆଜିଠାରୁ ରାଜ୍ୟରେ ବର୍ଷାର ବିସ୍ତୁତି ବଢିବା ସାଙ୍ଗକୁ ପରିମାଣ ମଧ୍ୟ ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏବେ ୫ ଦିନ ରାଜ୍ୟରେ ପାଣିପାଗରେ ବିଶେଷ ପରିବର୍ତ୍ତନ ନ ଥିବା କହିଛନ୍ତି ପାଣିପାଗ କେନ୍ଦ୍ର ବିଶେଷଜ୍ଞ ଉମା ଶଙ୍କର ଦାସ। 

HL6- Odisha News: ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର ଜଣେ ବ୍ୟବସାୟୀ ରଞ୍ଜିତ ଜୈନଙ୍କଠାରୁ ୨ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି। ଆୟକର ବିଭାଗ ପକ୍ଷରୁ ଏହି ଅର୍ଥ ଜବତ ହୋଇଥିବା ସଳଚନା ମିଳିଛି। ରାଜନୀତିକ କାର୍ଯ୍ୟରେ ଏହି ଅର୍ଥ ବ୍ୟବହାର ପାଇଁ ଜମା ହୋଇଥିବା ନେଇ ସନ୍ଦେହ କରାଯାଉଛି। ପୋଲିସ ଏହାର ପଚରା ଉଚୁରା କରୁଛି। 

HL7-Suraj Pal Ammu Resigns: ଲୋକସଭା ନିର୍ବାଚନ ମଧ୍ୟରେ ହରିୟାଣାରେ ବିଜେପି ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ହରିୟାଣା ବିଜେପିର ରାଜପୁତ ସମ୍ପ୍ରଦାୟର ବିଶିଷ୍ଟ ନେତା ସୁରଜ ପାଲ ଅମ୍ମୁ ଦଳରୁ ବିଦାୟ ନେଇଛନ୍ତି। ରାଜପୁତ ସମ୍ପ୍ରଦାୟକୁ ନେଇ ବିଜେପି ପ୍ରାର୍ଥୀ ପୁରୁଷୋତ୍ତମମ୍ ରୁପାଲାଙ୍କ ମନ୍ତବ୍ୟ ଉପରେ ରାଗିଯିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି।

HL8-Naveen Patnaik: ଗୁରୁବାର ଗଞ୍ଜାମ ଜିଲ୍ଲା କନିଷିରୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ଭିକେ ପାଣ୍ଡିଆନ୍। ମଞ୍ଚରୁ ବିରୋଧୀଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀଙ୍କ ବିକାଶ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ଲୋକମାନଙ୍କୁ ସେ ଅପିଲ୍ କରିଛନ୍ତି। ଏହା ସହିତ ସେ ସୂଚନା ଦେଇଛନ୍ତି ଯେ, ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଦଳର ନିର୍ବାଚନୀ ଇସ୍ତାହାର ସମ୍ପର୍କରେ ବଡ଼ ଘୋଷଣା କରିବେ।

HL9-Maldives Foreign Minister India visit: ମାଲଦ୍ୱୀପ ବୈଦେଶିକ ମନ୍ତ୍ରୀ ମୁସା ଜମିର ଭାରତ ଗସ୍ତରେ ବୁଧବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ପ୍ରାୟ ଛଅ ମାସ ପୂର୍ବରୁ ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ କାର୍ଯ୍ୟଭାର ଗ୍ରହଣ କରିଥିଲେ। ସେବେଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନେଇ ଅନେକ ତିକ୍ତତା ଦେଖାଦେଇଥିଲା। ଏସବୁ ମଧ୍ୟରେ ମାଲଦ୍ୱୀପରୁ ଏହା ହେଉଛି ପ୍ରଥମ ଉଚ୍ଚ ସ୍ତରୀୟ ଭିଜିଟ୍। ଭାରତ ଆସିବା ପରେ ମୁସା ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭେଟିଛନ୍ତି।

HL10-Kl Rahul-Sanjeev Goenka Video: ବୁଧବାର ଦିନ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଲକ୍ଷ୍ନୌ ସୁପରଜିଆଣ୍ଟସ୍ ୧୦ ୱିକେଟ୍ ପରାଜୟର ସମ୍ମୁଖୀନ ହୋଇଛି। କେଏଲ ରାହୁଲଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ସୁପରଜିଆଣ୍ଟସ୍ ପାଇଁ ଏହା କ୍ରମାଗତ ଦ୍ୱିତୀୟ ପରାଜୟ। ଏହାପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସଙ୍କ ହାତରେ ୯୮ ରନ୍ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ହାଇଦ୍ରାବାଦ ବିପକ୍ଷରେ ଲକ୍ଷ୍ନୌର ପରାଜୟ ଅଧିକ ଲଜ୍ଜାଜନକ ଥିଲା, କାରଣ SRH ମାତ୍ର ୯.୪ ଓଭରରେ ଦଳ ୧୬୫ ରନ୍ ହାସଲ କରି ନେଇଥିଲା।