Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2256193

Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର


ଚୁଟକୀରେ ପଢନ୍ତୁ ଅପରାହ୍ନର ୧୦ଟି ପ୍ରମୁଖ ଖବର

 

Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

HL1. ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଉଭୟ ବିଧାନସଭା ଓ ଲୋକସଭା ପାଇଁ ପ୍ରତିନିଧି ବାଛିବାକୁ ଭୋଟ୍‍ଦାନ ଜାରି ରହିଛି। ଏଥିରେ ୩୫ଟି ବିଧାନସଭା ମଣ୍ଡଳୀ ଏବଂ ୫ଟି ଲୋକସଭା ମଣ୍ଡଳୀ ପାଇଁ ଭୋଟ ଗ୍ରହଣ କରାଯାଉଛି। ସକାଳ ୭ଟାରୁ ଭୋଟ୍ ଦାନ ଆରମ୍ଭ ହୋଇଛି। କାଁ ଭାାଁ ବିଶୃଙ୍ଖଳା ଅଥବା ଇଭିଏମ୍‍ ଖରାପ ଯୋଗୁ ଭୋଟ ଦାନରେ ସାମୟିକ ସମସ୍ୟା ସୃଷ୍ଟି ହୋଇଥିଲେ ମଧ୍ୟ ମୋଟା ମୋଟି ଭାବେ ଭୋଟ୍‍ଦାନ ଶୃଂଖଳା ସହକାରେ ଜାରି ରହିଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି। 

HL2. ଅପରାହ୍ଣ ୧ଟା ସୁଦ୍ଧା  ମତଦାନ ହାର ୩୫ ପ୍ରତିଶତରୁ ଅଧିକ ରହିଛି।  ବରଗଡ଼ରେ ୩୮.୧ ପ୍ରତିଶତ ଭୋଟ୍‍ ହୋଇଛି। ଏହି ନିର୍ବାଚନ ମଣ୍ଡଳୀରେ ଝାରସୁଗୁଡ଼ା ଜିଲ୍ଲା ବି ଆସୁଛି। ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲା ଭିତରୁ ଝାରସୁଗୁଡ଼ାରେ ଅଧିକ ଭୋଟ ହୋଇଛି। ସୁନ୍ଦରଗଡ଼ରେ ୩୬.୨% ପ୍ରତିଶତ ଭୋଟ ହୋଇଥିବା ବେଳେ ବଲାଙ୍ଗୀରରେ ପ୍ରାୟ ୩୨.୮୨, କନ୍ଧମାଳରେ ୩୫.୦୯%, ଆସ୍କାରେ ପାୟ ୩୪.୩୮% ଭୋଟ୍‍ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବବିହାରୀ ଧଳ କହିଛନ୍ତି। 

HL3. ନିର୍ବାଚନ ସମୟରେ ଇଭିଏମ୍‍ ତ୍ରୁଟି ହେବାରୁ ସେଗୁଡ଼ିକୁ ବଦଳାଯାଇଛି। ୭ଟାରୁ ୧୨ଟା ଭିତରେ ସମୁଦାୟ ଇଭିଏମ୍‍ ବଦଳାଯାଇଛି। ଏଥିରେ  ୪୮ ବ୍ୟାଲଟ ୟୁନିଟ ଓ ୪୮ ନିୟନ୍ତ୍ରଣ ୟୁନିଟ ରହିଛି। ଯଦି ଗୋଟିଏ ଅସୁବିଧା ହେଲା ତେବେ ଦୁଇଟି ଯାକ ହୋଇଥାଏ। ଏଣୁ ପ୍ରୋଟୋକଲ ଅନୁସାରେ ସମାନ ସଂଖ୍ୟାରେ ବ୍ୟାଲଟ ଓ ନିୟନ୍ତ୍ରଣ ୟୁନିଟ ବଦଳାଯାଇଥିବା କହିଛନ୍ତି ଶ୍ରୀ ଧଳ। ଏହା ସହ ୧୧୭ ଭିଭିପ୍ୟାଟ୍‍ ବଦଳାଯାଇଥିବା ସେ ମହିଛନ୍ତି ।

HL4.ବରଗଡ଼ର ସରସରାଠାରେ ଏକ ହତ୍ୟା କାଣ୍ଡ ଘଟିଛି। ହେଲେ ଏହା ସହ  ନିର୍ବାଚନର କୌଣସି ସମ୍ପର୍କ ନାହିଁ ଏବଂ ନିର୍ବାଚନ ସୁରୁଖୁରରେ ଶୃଙ୍ଖଳାର ସହ ଚାଲିଥିବା କହିଛନ୍ତି ଶ୍ରୀ ଧଳ। ସେ କହିଛନ୍ତି, ଜଣେ ମନୋଜ ମହାନନ୍ଦ ଏଠାରେ ବିଶ୍ୱନାଥ ମିର୍ଦ୍ଧାଙ୍କୁ ହତ୍ୟା କରିଛନ୍ତି। ଦୁଇଜଣଯାକ ଆସୁଥିଲେ। ମଦ ପିଇଥିଲେ। ବ୍ୟକ୍ତିଗତ କାରଣ ଯୋଗୁ ଏହି ହତ୍ୟା କାଣ୍ଡ ଘଟିଛି। ଭୁଜାଲି ଭୁସିବା ପରେ ମିର୍ଦ୍ଧାଙ୍କୁ ଚିକିତ୍ସା ପାଇ ସିଏସଚ୍‍ସି ବରଗଡ଼କୁ ପଠାଯାଇଥିଲା କିନ୍ତୁ  ମିର୍ଦ୍ଧାଙ୍କ ମୃତ୍ୟୁ ହୋଇଥିଲା। ହତ୍ୟାକାରୀ ଖସିଯାଇଛନ୍ତି। 
ଉଭୟ ଆଇଜି ଓ ଏସ୍‍ପି ଘଟଣାସ୍ଥଳରେ ଅଛନ୍ତି ସ୍ୱଭାବିକ ଭାବେ ନିର୍ବାଚନ କାର୍ଯ୍ୟ ଚାଲିଛି। ଏହା ନିର୍ବାଚନ ସହ କୌଣସି ସମ୍ପୃକ୍ତି ନାହିଁ। 

HL5.ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ନାମାଙ୍କନ ଦାଖଲ କରିଥିବା ଦୁଇଟି ଆସନରେ ଆଜି ଭୋଟିଂ ହେଉଛି। ଗୋଟିଏ ହେଉଛି ଆସ୍କା ଲୋକସଭା ମଣ୍ଡଳୀର ହିଞ୍ଜିଳି ବିଧାନସଭା ମଣ୍ଡଳୀ, ଯେଉଁଠାରୁ ସେ ପାରମ୍ପରିକ ଭାବେ ଗଲା ୫ ଥର ହେଲା ନିର୍ବାଚିତ ହୋଇ ଆସୁଛନ୍ତି। ଏହା ତାଙ୍କର ଷଷ୍ଠଥର ପାଇଁ ପ୍ରାର୍ଥୀତ୍ୱ ।

HL6.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ ଶେଷ ହୋଇଛି।  ଆଜି ସକାଳେ ସେ ହେଲିକପ୍ଟର ଯୋଗେ ପୁରୀରେ ପହଞ୍ଚି ପ୍ରୟଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ଏହା ପରେ ସକାଳ ୮ଟାରେ ପୁରୀ ଶ୍ରୀମନ୍ଦିର ସିଂହ ଦ୍ୱାରରୁ ଡାକ୍ତରଖାନା ଛକା ଯାଏ ଆୟୋଜିତ ରୋଡ୍‍ ଶୋ’ରେ ଯୋଗ ଦେଇଥିଲେ।

HL7.ଶ୍ରୀ ମୋଦୀ ଅନୁଗୁଳ ଏବଂ କଟକରେ ଆୟୋଜିତ ନିର୍ବାଚନୀ ସଭାରେ ଉଦବୋଧନ ଦେଇଛନ୍ତି। ଉଭୟ ସଭାରେ ୨୪ ବର୍ଷ ହେଲା ଶାସନ କରୁଥିବା ବିଜେଡି ସରକାରକୁ ପ୍ରତ୍ୟାଖ୍ୟାନ କରିବାକୁ ଭୋଟରଙ୍କୁ ଅନୁରୋଧ କରିଛନ୍ତି ମୋଦୀ।   ଓଡ଼ିଶା ପ୍ରଶାସନ କ୍ଷେତ୍ରରେ ମାଫିଆ ରାଜ ଚାଲିଛି ଏବଂ ଗୋଟିଏ ମାଫିଆ ସବୁ କ୍ଷେତ୍ରରେ କବଜା କରିବ ବସିଛି ବୋଲି ଅଭିଯୋଗ କରିଛନ୍ତି ମୋଦୀ। ଏମିତି ସେ ମାଫିଆ ଯେ, ଏଠାରେ ପ୍ରତିନ୍ଦ୍ୱନ୍ଦ୍ୱିତା ଆସିବାକୁ ଦେଉନି। ୧୦ ଜୁନରେ ବିଜେପି ସରକାର ଆସିଲେ ଏ ମାଫିଆର ଅଣ୍ଟା ଭାଙ୍ଗିଦେବ ବୋଲି ସେ କହିଛନ୍ତି।

HL8.କେନ୍ଦ୍ରାପଡ଼ା ଜିଲ୍ଲାରେ ବିଜେଡିର ଦ୍ୱିତୀୟ ଷ୍ଟାର କ୍ୟାମ୍ପେନର ଭି କାର୍ତ୍ତିକେୟ ପାଣ୍ଡିଆନ୍‍ ପ୍ରଚାର କରିଛନ୍ତି। ବିରୋଧୀ ନେତାଙ୍କୁ ସମାଲୋଚନା କରି ସେମାନେ ଓଡ଼ିଶା ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ଏବଂ ମିଛ ତଥ୍ୟ ଉପସ୍ଥାପନ କରୁଛନ୍ତି  ବୋଲି କହିଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବାବଦରେ କହିବା ସହ ବିରୋଧୀ ଦଳ ନେତାମାନଙ୍କୁ ଟୁରିଷ୍ଟ ନେତା ବୋଲି କହିଥିଲେ। ଜରୁରୀ ସମୟରେ ସେମାନଙକ୍ ଦେଖା ମିଳିବ ନାହିଁ ବୋଲି ସେ କହିଛନ୍ତି।  

HL9.ଏମ୍ସରୁ ବାହାରିଲେ ପ୍ରଦୀପ ପାଣିଗ୍ରାହୀ। ୧୩ ତାରିଖ ଦିନ ତାଙ୍କ ଉପରେ ଆକ୍ରମଣ ହେବାରୁ ତାଙ୍କ ଛାତିରେ ଆଘାତ ଲାଗିଥିଲା। ଭୋଟ୍‍ ଗ୍ରହଣ ପରେ ବୁଥରେ ସିଲିଂ ଦେଖିବାକୁ ଯାଇଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ଏମସ୍‍ରୁ ଫରିବା ପରେ ସେ କହିଛନ୍ତି ଯେ, ପୁଲିସ ଉପସ୍ଥିତିରେ ମୋ ଉପରେ ଆକ୍ରମଣ ହୋଇଛି। ଏହା ବିଜେଡି ହାରିବା ଭୟର ପ୍ରତିଫଳନ ବୋଲି ସେ କହିଛନ୍ତି।  ପ୍ରଦୀପ ପାଣିଗ୍ରାହୀ ବିଜେପିରୁ ବ୍ରହ୍ମପୁର ଲୋକସଭା ପାଇଁ ପ୍ରାର୍ଥୀ ହୋଇଛନ୍ତି। 

HL10.ନୂଆପଡ଼ା ଜିଲ୍ଳା ସୁନାବେଡ଼ା ଜଙ୍ଗଲ ଭିତେ ମାଓବାଦୀ ଓ ଏସ୍‍ଓଜି ଯବାନଙ୍କ ଭିତରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ଯବାନଙ୍କ ନାଁ ହେଉଛି ପ୍ରକାଶ ସାଇ ତାଙ୍କୁ ରାୟପୁରଠାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ଅବସ୍ଥା ଠିକ୍‍ ଥିବା କହିଛନ୍ତି ନୂଆପଡ଼ା ଏସ୍‍ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର।