Thunderstorm: କେନ୍ଦ୍ରାପଡାରେ ଭୟଙ୍କର ବଜ୍ରପାତ, ମାଆ ସହ ପୁଅର ମୃତ୍ୟୁ
Advertisement
Article Detail0/zeeodisha/odisha2225005

Thunderstorm: କେନ୍ଦ୍ରାପଡାରେ ଭୟଙ୍କର ବଜ୍ରପାତ, ମାଆ ସହ ପୁଅର ମୃତ୍ୟୁ

Lightning At Kendrapada: ଡେରାବିଶ ବ୍ଲକ ଅନ୍ତର୍ଗତ ଜହ୍ନିମୂଳ ଗାଁରେ ବଜ୍ରପାତ କାରଣରୁ ଗଲା ମାଆ ପୁଅଙ୍କ ଜୀବନ । ଚାଷ ଜମିକୁ ମୁଗ ଅମଳ କରିବାକୁ ଯାଇଥିବା ସମୟରେ ବଜ୍ରପାତର ଶିକାର ହୋଇଥିଲେ ମାଆ ଶଶିରେଖା ବାରିକ ଏବଂ ପୁଅ ରବୀନ୍ଦ୍ର ବାରିକ ।

ସୂଚନା ମୁତାବକ, ଆଜି ଦିନ ତମାମ ଅସହ୍ୟ ଗରମ ଓ ଗୁଳୁଗୁଳି ହୋଇଥିଲା । ଅପରାହ୍ମ ସମୟରେ ମାଆ ପୁଅ ଉଭୟେ ବିଲକୁ ମୁଗ ଫସଲ ଅମଳ କରିବାକୁ ଯାଇଥିଲେ । ତେବେ ବିଲରେ କାମ କରୁଥିବା ସମୟରେ ହଠାତ କାଳବୈଶାଖି ମାଡି ଆସିଥିଲା । ଖୁବ ଜୋରରେ ବଜ୍ରପାତ ମଧ୍ୟ ଆରମ୍ଭ ହୋଇଥିଲା । ଫଳରେ ବଜ୍ରପାତର ଶିକାର ହୋଇଥିଲେ ଗରିବ ମାଆ ପୁଅ । ବଜ୍ରପାତର ଶିକାର ହୋଇ ବିଲରେ ପଡିରହିଥିଲେ ଉଭୟେ । ସେହି ସମୟରେ ପ୍ରବଳ ବର୍ଷା ପବନ ଆରମ୍ଭ ହୋଇଥିଲା । ବର୍ଷା କମିବା ପରେ ମାଆ ପୁଅଙ୍କ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି ରହିଛି । ଆଜି ଦିନ ୨ଟା ୩୦ ସୁଦ୍ଧା ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ପାର୍ କରିଛି । ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୪.୬ ଡିଗ୍ରୀ ରେକର୍ଡ ହୋଇଛି । ଏହା ପଛକୁ ଝାରସୁଗୁଡା: ୪୩.୬°C, ରାଉରକେଲା: ୪୨.୫°C, ଚାନ୍ଦବାଲି: ୪୨.୪°C, ସମ୍ବଲପୁର: ୪୨.୧°C, ହୀରାକୁଦ: ୪୧.୮°C, ବାଲେଶ୍ୱର: ୪୧.୭°C, କେନ୍ଦୁଝର: ୪୧.୫°C, ଗୋପାଳପୁର: ୩୫.୪°C, ପୁରୀ: ୩୪.୭°C,ପାରାଦୀପ: ୩୩.୬°C ରେକର୍ଡ କରାଯାଇଛି ।

Also Read- Anant Radhika Pre Wedding: ଅନନ୍ତ-ରାଧିକାଙ୍କର ହେବ ଦ୍ୱିତୀୟ ପ୍ରି ୱିଡିଂ ସେଲିବ୍ରେଶନ

Also Read- Rashifal 28 April 2024: ରବିବାର ଦିନ ସୂର୍ଯ୍ୟଙ୍କ ପରି ଚମକିବ ଏହିସବୁ ରାଶିର ଭାଗ୍ୟ