Amit shah in odisha: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଅମିତ ଶାହା, ରୁଦ୍ଧଦ୍ବାରା ବୈଠକରେ ଦଳୀୟ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର
Advertisement
Article Detail0/zeeodisha/odisha1810807

Amit shah in odisha: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଅମିତ ଶାହା, ରୁଦ୍ଧଦ୍ବାରା ବୈଠକରେ ଦଳୀୟ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର

Amit shah odisha Visit: ଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଁଞ୍ଚିବା ପରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ଅନ୍ୟ ନେତୃବୃନ୍ଦ ତାଙ୍କୁ ପୋଛୋଟି ନେଇଥିଲେ । ବିମାନବନ୍ଦରରୁ ବାହାରି ଅମିତ ଶାହା ହୋଟେଲ ଅଭିମୁଖେ ଯାଇଥିଲେ। 

ସୌ(ସୋସିଆଲ ମିଡିଆ)

Amit shah in odisha: ଓଡ଼ିଶାରେ ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହା (Amit shah) । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଶୁକ୍ରବାର ରାତି ପ୍ରାୟ ୧୧.୫୦ ମିନିଟରେ ଭୁବନେଶ୍ବରରେ ପହଁଞ୍ଚଥିଲେ ଗୃହମନ୍ତ୍ରୀ । ଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଁଞ୍ଚିବା ପରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ଅନ୍ୟ ନେତୃବୃନ୍ଦ ତାଙ୍କୁ ପୋଛୋଟି ନେଇଥିଲେ । ବିମାନବନ୍ଦରରୁ ବାହାରି ଅମିତ ଶାହା ହୋଟେଲ ଅଭିମୁଖେ ଯାଇଥିଲେ। ହୋଟେଲ ମେ ଫେୟାରରେ ସେ ରାତ୍ରିଯାପନ କରିଥିଲେ । ଦିଲ୍ଲୀରୁ ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ମଧ୍ଯ ଓଡ଼ିଶା ଗସ୍ତରେ ଆସିଛନ୍ତି ।

ଆଜି କେଉଁଠି ରହିଛି କାର୍ଯ୍ୟକ୍ରମ

ଆଜି ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହା (Minister of Home Affairs of India amit shah) ଉଭୟ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ । ଦିନ ୧୧ ଟାରୁ ୧୨ଟା ଯାଏଁ ଜାତୀୟ ରାଜପଥର ଦୁଇଟି ବଡ଼ ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମରେ ସାମିଲ ହେବେ ଗୃହମନ୍ତ୍ରୀ ଅମିତ ଶାହା। ପରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ନକ୍ସଲ ଦମନ ପଦକ୍ଷେପ ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସମୀକ୍ଷା ବୈଠକରେ ଯୋଗ ଦେବା ନେଇ କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ଅମିତ ଶାହା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ (Naveen Patnaik)  ବ୍ୟତୀତ ରାଜ୍ୟର କିଛି ମନ୍ତ୍ରୀ ଉନ୍ନୟନ କମିଶନର, ମୁଖ୍ୟ ସଚିବ, ପୋଲିସ ଡିଜି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ଯ ଉପସ୍ଥିତ ରହିବେ । ଏହାପରେ ଶାହା ଦଳୀୟ କାର୍ଯ୍ୟାଳୟକୁ ଯିବେ । ଶାହାଙ୍କ ଗସ୍ତ ନେଇ ରାଜ୍ୟ ବିଜେପି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । ବିଜେପି କାର୍ଯ୍ୟାଳୟରେ (BJP party office Bhubaneswar) ପହଁଞ୍ଚିବା ପରେ ସେଠାରେ ଦଳୀୟ ବୈଠକରେ ଯୋଗଦେବେ ଶାହା । ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଏକ ରୁଦ୍ଧଦ୍ବାରା ବୈଠକରେ ଦଳୀୟ କାର୍ଯ୍ୟକର୍ତ୍ତା ଓ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ । ଏହି ବୈଠକରେ ଆଗାମୀ ୨୦୨୪ ନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ କରିବା ସହ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ଅମିତ ଶାହା ।

Also Read-Dengue: କଟକରେ ଡ଼େଙ୍ଗୁ ନେଲା ପ୍ରଥମ ଜୀବନ! ହଟସ୍ପଟରେ ଏହି ଦୁଇ ଜିଲ୍ଲା

Also Read-Gajakesari Yog: ଏହି ଦିନ ସୃଷ୍ଚି ହେବ ଗଜକେଶରୀ ଯୋଗ, ଶୁଭଫଳ ପାଇବା ସହ ମାଲେମାଲ୍ ଏହି ୫ ରାଶି!

ପ୍ରକାଶ ଥାଉ କି, ନିର୍ବାଚନ ପୂର୍ବରୁ ଶାହାଙ୍କ (amit shah) ଓଡ଼ିଶା ଗସ୍ତ ବିଜେପି ପାଇଁ ବେଶ ଗୁରୁତ୍ବ ବହନ କରୁଛି । ପ୍ରତି ୩ ଘଣ୍ଟାରେ ସେ ଦଳର ବରିଷ୍ଠ ନେତାମାନଙ୍କୁ ଭେଟି ଆଲୋଚନା କରିବା । ତେବେ ଏହି ସମୟରେ ଦଳୀୟ କାର୍ଯ୍ୟାଳୟରେ ରାଜ୍ୟ ବିଜେପି ପ୍ରଭାରୀ ସୁନୀଲ ବଂଶଲ (Sunil Bansal) ମଧ୍ଯ ଉପସ୍ଥିତ ରହିବେ । ଆଗାମୀ ୨୦୨୪ ନିର୍ବାଚନୀ ଲାଗି ପ୍ରସ୍ତୁତକ କିଛି ବ୍ଲୁ ପ୍ରିଣ୍ଟ ଉପରେ ମୋହର ମାରିବେ ଶାହ । ତେବେ ସେ ଦଳୀୟ ନେତାମାନଙ୍କୁ କି ଗୁରୁମନ୍ତ୍ର ଦେବେ ତା ଉପରେ ନଜର ରହିଛି ।

Also Read-Horoscope Today Aug 5 2023: ବ୍ୟବସାୟରେ ଆୟ ବୃଦ୍ଧି ସହ ଏହି ସବୁ ରାଶିର ଲୋକଙ୍କୁ ମିଳିବ ସୁସମ୍ବାଦ,ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?